୩୦୦୦ କୋଟି ସଂଗ୍ରହ ଲକ୍ଷ୍ୟ

ନୂଆଦିଲ୍ଲୀ,୯।୫: ଋଣଭାରରେ ଡୁବି ରହିଥିବା ଫ୍ୟୁଚର ଗ୍ରୁପ୍‌ର କମ୍ପାନୀ ଫ୍ୟୁଚର ଏଣ୍ଟରପ୍ରାଇସେସ୍‌ ଲିମିଟେଡ୍‌ (ଏଫ୍‌ଇଏଲ୍‌) କରଜ ଶୁଝିବା ପାଇଁ ବୀମା କାରବାରରେ ନିଜ ଅଂଶଧନ ବିକ୍ରି କରି ୩୦୦୦ କୋଟି ଟଙ୍କା ସଂଗ୍ରହ କରିବାକୁ ଯୋଜନା ରଖିଛି। କମ୍ପାନୀ ସୂଚନା ଅନୁସାରେ ଏହାଦ୍ୱାରା କମ୍ପାନୀ ଦେବାଳିଆ ହେବାରୁ ରକ୍ଷା ପାଇପାରିବ। ଏହା ପୂର୍ବରୁ ଗତ ଗୁରୁବାର ଏଫ୍‌ଇଏଲ୍‌ ପକ୍ଷରୁ ୧୨୬୬.୦୭ କୋଟି ଟଙ୍କା ପାଇଁ ଫ୍ୟୁଚର ଜେନେରାଲି ଇଣ୍ଡିଆ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ (ଏଫ୍‌ଜିଆଇଆଇସିଏଲ୍‌) ଜରିଆରେ ଜେନେରାଲିକୁ ୨୫% ଅଂଶଧନ ବିକ୍ରି କରିବା ପ୍ରକ୍ରିୟା ଶେଷ ହୋଇଛି। ଏହାପରଠାରୁ ଏଫ୍‌ଜିଆଇଆଇସିଏଲ୍‌ରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ରୂପରେ ଏଫ୍‌ଇଏଲ୍‌ର ୨୪.୯୧% ଅଂଶଧନ କାଏମ୍‌ ରହିବ। କମ୍ପାନୀ ସୂତ୍ର ଅନୁସାରେ ଆଗାମୀ ୩୦-୪୦ ଦିନ ମଧ୍ୟରେ ସାଧାରଣ ବୀମା କାରବାରରେ ଏଫ୍‌ଇଏଲ୍‌ ପକ୍ଷରୁ ଅବଶିଷ୍ଟ ୨୫% ଅଂଶଧନକୁ ୧୨୫୦ କୋଟି ଟଙ୍କାରେ ଅନ୍ୟ କମ୍ପାନୀକୁ ବିକ୍ରି କରାଯିବ। ଏହାଛଡ଼ା ଫ୍ୟୁଚର ଜେନେରାଲି ଇଣ୍ଡିଆ ଲାଇଫ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍‌ରେ ଏଫ୍‌ଇଏଲ୍‌ ୩୩.୩% ଅଂଶଧନ ବିକ୍ରି କରିବାର ଯୋଜନା ରହିଛି। ଏହି କାରବାର ଦ୍ୱାରା କମ୍ପାନୀ ୪୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠୁଳ କରିପାରିବ। ଏହାଦ୍ୱାରା କିଶୋର ବିୟାନୀଙ୍କ ଗ୍ରୁପ୍‌ର ଏହି କମ୍ପାନୀ ବୀମା କାରବାରରୁ ସମ୍ପୂର୍ଣ୍ଣ ରୂପେ ବାହାର ହୋଇଯିବ। ଏହି ସମସ୍ତ କାରବାର ଦ୍ୱାରା ଏଫ୍‌ଇଏଲ୍‌ ପ୍ରାୟ ୨୯୫୦ କୋଟି ଟଙ୍କା ସଂଗ୍ରହ କରି ଉକ୍ତ ଅର୍ଥ ଜରିଆରେ କମ୍ପାନୀର ଋଣ ଶୁଝାଯାଇପାରିବ। କମ୍ପାନୀକୁ ଦେବାଳିଆ ହେବାରୁ ରକ୍ଷା କରି, ଋଣ ଶୁଝି, କମ୍ପାନୀକୁ ନିୟମିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏଫ୍‌ଇଏଲ ପକ୍ଷରୁ ମାର୍ଚ୍ଚ ୩୧ ସୁଦ୍ଧା ବିଭିନ୍ନ ବ୍ୟାଙ୍କ୍‌ର କନ୍‌ସୋର୍ଟିୟମ୍‌ ଏବଂ କରଜଦାତାଙ୍କୁ ୨୯୧୧.୫୧ କୋଟି ଟଙ୍କାର ଋଣ ପରିଶୋଧ କରି ନ ପାରି ଖିଲାପକାରୀ ତାଲିକାଭୁକ୍ତ ଥିଲା। ଏହାଛଡ଼ା ଗତ ଶୁକ୍ରବାର ଫ୍ୟୁଚର ଗ୍ରୁପ୍‌ର ଅନ୍ୟ ଏକ କମ୍ପାନୀ ଫ୍ୟୁଚର କନ୍‌ଜ୍ୟୁମର ଲିମିଟେଡ୍‌ ପକ୍ଷରୁ ଅମର ଚିତ୍ରକଥା ପ୍ରାଇଭେଟ୍‌ ଲିମିଟେଡ୍‌ରେ ନିଜର ଅଂଶଧନ ୧୩.୬୨ କୋଟି ଟଙ୍କାରେ ବିକ୍ରି କରିବାକୁ ଘୋଷଣା କରିଥିଲା। ସୂଚନାଯୋଗ୍ୟ, ଏଫ୍‌ଇଏଲ୍‌ର ବିଗ୍‌ ବଜାର, ଇଜି ଡେ’ ଆଣ୍ଡ୍‌ ହେରିଟେଜ୍‌ ଭଳି ଖୁଚୁରା ଚେନ୍‌ କମ୍ପାନୀ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଘରୋଇକରଣ ପ୍ରକ୍ରିୟା ତ୍ୱରାନ୍ବିତ

ସରକାର ୨ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ ନେଇ ପ୍ରକ୍ରିୟା ଜୋର୍‌ଦାର କରିଛନ୍ତି। ଏହି କ୍ରମରେ କ୍ୟାବିନେଟ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।...

ନିଜର ଉତ୍ତରାଧିକାରୀଙ୍କୁ ଆଦିତ୍ୟ ପୁରୀଙ୍କ ୧୫ ଦିନିଆ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୩-୭: ଏଚ୍‌ଡିଏଫ୍‌ସି ବ୍ୟାଙ୍କ ଏମ୍‌ଡି ଆଦିତ୍ୟ ପୁରୀଙ୍କ ଉତ୍ତରାଧିକାରୀ ଖୋଜା ଆରମ୍ଭ ହୋଇଛି। ତେବେ ନୂଆ ଏମ୍‌ଡିଙ୍କୁ ୨ ସପ୍ତାହ ଭିତରେ ତାଙ୍କର ସମସ୍ତ କାମ...

ଦିନକରେ ରୁପା ବଢ଼ିଲା ୨୦୦୦ ଟଙ୍କା

ନୂଆଦିଲ୍ଲୀ,୧୪-୮: ସୁନା ପରେ ଏବେ ରୁପା ମଧ୍ୟ ଏହାର ପୁରୁଣା ରେକର୍ଡ ଭାଙ୍ଗିଛି। ସ୍ଥାନୀୟ ସର୍ରାଫା ବଜାରରେ ମଙ୍ଗଳବାର ରୁପା ମୂଲ୍ୟ ୨୦୦୦ ଟଙ୍କା ବୃଦ୍ଧି...

ଜୟପୁରରେ ସୁପ୍ରିମ୍‌ର ଏକ୍ସକ୍ଲୁସିଭ ଫର୍ନିଚର ଶୋ’ରୁମ୍‌

ଜୟପୁର,୨୫ା୮(ନିପ୍ର): ଦେଶର ପ୍ରମୁଖ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦକ ‘ସୁପ୍ରିମ୍‌ ଇଣ୍ଡଷ୍ଟ୍ରି ଲିମିଟେଡ୍‌ (ଏସ୍‌ଆଇଏଲ୍‌) ଫର୍ନିଚର ଡିଭିଜନ ପକ୍ଷରୁ ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋରର ଶୁଭାରମ୍ଭ କରାଯାଇଛି।...

ଭୁବନେଶ୍ୱର ରନ୍‌ୱେ ଓ୍ବିକ୍‌

ଭୁବନେଶ୍ୱର,୬।୪: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଇଭୋସ ବିଲ୍ଡକନ ଦ୍ୱାରା ପ୍ରାୟୋଜିତ ଭୁବନେଶ୍ୱର ରନ୍‌ୱେ ୱିକ୍‌ର ୮ମ ସଂସ୍କରଣ ନିକଟରେ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି...

୩ ଲକ୍ଷ ଟଙ୍କିଆ ଚା’ରୁ ଆରମ୍ଭ ହୁଏ ନୀତା ଅମ୍ବାନୀଙ୍କ ଦିନ: ଜାଣନ୍ତୁ….

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ...

ଉତ୍ପାଦନ ୧୮% ହ୍ରାସ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୧୧-୬: ଦେଶର ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଗତ ମାସରେ ଏହାର ଉତ୍ପାଦନକୁ ୧୮% କମାଇଛି। ଗତ ୪ ମାସ ଧରି କମ୍ପାନୀ...

ସବୁ କ୍ରିପ୍ଟୋକରେନ୍ସି ବନ୍ଦ ହେବନି

ନୂଆଦିଲ୍ଲୀ,୧୫।୩: ଭାରତ ସବୁ କ୍ରିପ୍ଟୋକରେନ୍ସିକୁ ବନ୍ଦ କରିବ ନାହିଁ। ବିକଳ୍ପ ପେମେଣ୍ଟ ନେଇ ଗବେଷଣା ଏବଂ ଟେକ୍ନୋଲୋଜି ବ୍ୟବହାରକୁ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ...

Advertisement
Archives

Model This Week