ସମସ୍ତଙ୍କୁ ହସାଇବା ହିଁ ଲକ୍ଷ୍ୟ: ଅଭିନେତା ଋଷି ପଟ୍ଟନାୟକ

ଅଭିନେତା, ପ୍ରଯୋଜକ ଏବଂ ସାମାଜିକ କର୍ମୀ ଋଷି ପଟ୍ଟନାୟକ। ୧୩ବର୍ଷ ବୟସରୁ ହିନ୍ଦୀ ଚଳଚ୍ଚିତ୍ରରୁ କ୍ୟାରିୟର ଆରମ୍ଭ କରିଥିବା ଏହି ଅଭିନେତା ଲଗାତର ଦୁଇଥର ଶ୍ରେଷ୍ଠ ଖଳନାୟକ ଓ ଶ୍ରେଷ୍ଠ ହାସ୍ୟାଭିନେତା ଭାବେ ରାଜ୍ୟସ୍ତରୀୟ ପୁରସ୍କାର ହାସଲ କରିଛନ୍ତି। ଅଭିନୟର ଲମ୍ବା ଯାତ୍ରା ମଧ୍ୟରେ ସେ ‘ମାଲ୍‌ ମହୁ ଜୀବନ ମାଟି’, ‘ସାଥୀ’, ‘ପୂଜା ପାଇଁଁ ଫୁଲଟିଏ’ ଭଳି ୧୦ରୁ ଊର୍ଦ୍ଧ୍ୱ ଓଡ଼ିଆ, ୯ ହିନ୍ଦୀ ଚଳଚ୍ଚିତ୍ର ଓ ଇଂଲିଶ୍‌ ଚଳଚ୍ଚିତ୍ର ‘ଦି ଓମେନ୍‌ ଫ୍ରମ୍‌ ଦି ଜର୍ଜିଆ’, ୪ଶହରୁ ଊର୍ଦ୍ଧ୍ୱ ଆଲବମ୍‌ରେ ଅଭିନୟ କରି ସାରିଛନ୍ତି। ଦୂରଦର୍ଶନରେ ଭାରତର ସବୁଠାରୁ କନିଷ୍ଠ ପ୍ରଯୋଜକ ଭାବେ ମଧ୍ୟ ସେ ପରିଚିତ। ଏବେ ରିଲିଜ୍‌ ଅପେକ୍ଷାରେ ରହିଛି ତାଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ତ୍ରିଷ୍ଣା’, ହିନ୍ଦୀ ଚଳଚ୍ଚିତ୍ର ‘ପ୍ରଚଣ୍ଡ’। ଋଷି ଏବେ କମିଶନରେଟ୍‌ ପୋଲିସ ରେଡ୍‌କ୍ରସ୍‌ ବ୍ରାଞ୍ଚର ଫାଉଣ୍ଡର ଏକ୍‌ଜିକ୍ୟୁଟିଭ୍‌ ମେମ୍ବର। ସ୍କାଉଟ୍‌ ଆଣ୍ଡ ଗାଇଡ୍‌ ଫେଲୋଶିପ୍‌ର ରାଜ୍ୟ ସମ୍ପାଦକ ଭାବେ ମଧ୍ୟ ସେ କାର୍ଯ୍ୟରତ। ‘ଇନ୍ଦିରାଗାନ୍ଧୀ ଏନ୍‌ଏସ୍‌ଏସ୍‌ ଜାତୀୟ ପୁରସ୍କାର’, ‘ଜାତୀୟ ଯୁବ ପୁରସ୍କାର’ ଭଳି ସମ୍ମାନର ଅଧିକାରୀ ଋଷିଙ୍କ ସହ ଧରିତ୍ରୀର ବନ୍ଦନା ସେଠୀଙ୍କ ଆଳାପ।

ପ୍ରଶ୍ନ- ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ ସୁଯୋଗ କିପରି ମିଳିଥିଲା?
ଉତ୍ତର: ୧୯୮୮ ମସିହାରେ ହିନ୍ଦୀ ଚଳଚ୍ଚିତ୍ର ‘ଆଭାସ’ର ଶୁଟିଂ ପାଇଁ ପ୍ରଯୋଜକ ଡଲି ଜେନା ମୁମ୍ବାଇ ଓ ତାମିଲନାଡୁରୁ ତାଙ୍କ ଟିମ୍‌ ନେଇ ଓଡ଼ିଶା ଆସିଥାନ୍ତି। ଫିଲ୍ମ ଶୁଟିଂ ପାଇଁ ସେ ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କ ଘର ନେବାର ଥିଲା। ମାତ୍ର ଶ୍ରୀନିବାସ ଘର ଦେବାକୁ ମନା କରିଦେଇଥିଲେ। ପାଖରେ ଥିବା ଏକ ଏସ୍‌ଟିଡିରେ ବୁଥ୍‌ରେ ମୁଁ ବସିଥିବାବେଳେ ସେମାନଙ୍କ କଥାବାର୍ତ୍ତା ଶୁଣି ଡଲି ମ୍ୟାଡାମ୍‌ଙ୍କ ପାଖକୁ ଗଲି। ଶ୍ରୀନିବାସ ପାଇକରାୟଙ୍କୁ ମୁଁ ବଡ଼ବାପା ବୋଲି ଡାକେ। ତେଣୁ ତାଙ୍କ ସହ କଥା ହୋଇ ଶୁଟିଂ କରିବାକୁ ରାଜି କରାଇଦେଲି। ଏଥିରେ ଖୁସି ହୋଇ ଡଲି ମ୍ୟାଡାମ୍‌ ମତେ ଫିଲ୍ମରେ ଏକ ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ। ଯେହେତୁ ଶୁଟିଂ ପାଇଁ ମୁଁ ସେଟ୍‌ ବୁଝି ଦେଇଥିଲି ତେଣୁ ମତେ ସେ ପ୍ରଡକ୍ସନ ମ୍ୟାନେଜର ଭାବେ ଅନ୍ୟମାନଙ୍କ ସହ ପରିଚିତ କରାଇଥିଲେ। ଏହା ମତେ ଅଭିନୟ କରିବାକୁ ସୁଯୋଗ ଦେଇଥିଲା।
ପ୍ରଶ୍ନ- ସେହି ସୁଯୋଗରୁ ଆପଣ ଅଭିନେତା ପାଲଟିଲେ ନା ପୂର୍ବରୁ ଅଭିନୟରେ ଅଭିଜ୍ଞତା ଥିଲା?
ଉତ୍ତର: ଅଭିନୟରେ ମୋର ଗଡ୍‌ଫାଦର ହେଉଛନ୍ତି ମୋ ବଡ଼ଭାଇ ସୁନୀଲ ପଟ୍ଟନାୟକ। ସେ ଅଭିନୟ କରନ୍ତିନି, ମାତ୍ର ମତେ ପ୍ରେରଣା ଦିଅନ୍ତି। ଆମ ଗାଁରେ ସେତେବେଳେ ରାମଲୀଳା ହୁଏ। ଯେଉଁଦିନ ଯାହା ବିଷୟବସ୍ତୁ ହୁଏ ତା’ ପରଦିନ ଭାଇ ଆଉଥରେ ସେ କାହାଣୀକୁ ଲେଖନ୍ତି। ସେଥିରେ ମୁଁ ଓ ଗଁା ପିଲାମାନେ ମିଶିକି ଅଭିନୟ କରୁ। ଛୋଟବେଳୁ ମୋର ଅଭିନେତା ହେବାର ଇଚ୍ଛା ଥିଲା। ଧୀରେ ଧୀରେ ତାହା ନିଶାରେ ପରିଣତ ହେଲା ଏବଂ ପରିବାର ଲୋକ ସମର୍ଥନ କଲେ।
ପ୍ରଶ୍ନ- ଅଳ୍ପ ବୟସରୁ ଅଭିନେତା ପାଲଟିଥିଲେ, ପାଠପଢ଼ାକୁ କେତେ ଗୁରୁତ୍ୱ ଦେଇଥିଲେ?
ଉତ୍ତର: ମୋ ବାପା ହେଉଛନ୍ତି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ। ସେ ସବୁବେଳେ କୁହନ୍ତି, ପାଠ ନାହିଁ ତ ଦୁନିଆ ନାହିଁ। ପାଠ ନ ପଢିଲେ ମୋ ଘରେ ତମେ ରହିବନି। ତେଣୁ ପାଠକୁ ପ୍ରଥମେ ଗୁରୁତ୍ୱ ଦେଇ ଆସିଛି। ୩ଟି ବିଷୟରେ ପିଜି କରିଛି। ଏଯାବତ୍‌ ପଢ଼ା ଜାରି ରହିଛି।
ପ୍ରଶ୍ନ- ଲକ୍‌ଡାଉନ ସମୟରେ ଶୁଟିଂ ବନ୍ଦ ଥିଲା। ଏହି ସମୟ କିଭଳି କଟିଥିଲା?
ଉତ୍ତର: କୋଭିଡ ସମୟରେ ଶୁଟିଂ ଏବଂ ଅନ୍ୟାନ୍ୟ କାମ ବନ୍ଦ ଥିଲା। ତେଣୁ କୋଭିଡ ଜନିତ ସମସ୍ୟାରେ ଥିବା ଲୋକଙ୍କୁ ସହଯୋଗ କରିବାକୁ ମନ ବଳାଇଥିଲି। ଉଭୟ ପ୍ରଶାସନ ଏବଂ ଜନସାଧାରଣଙ୍କ ସହ ମୋର ସମ୍ପର୍କ ରହିଛି। ତେଣୁ ଏହାର ସୁଯୋଗ ନେଇ ଲୋକଙ୍କୁ ସହଯୋଗ କରିଥିଲି। ପଇସା ଛଡା ଅନ୍ୟ ସମସ୍ତ ସେବା କରିବାକୁ ଚେଷ୍ଟା କରିଛି।
ପ୍ରଶ୍ନ- ସମାଜସେବା ପାଇଁ କାହାଠାରୁ ପ୍ରେରଣା ପାଇଥିଲେ?
ଉତ୍ତର: ବାପାଙ୍କଠାରୁ ପ୍ରେରଣା ମିଳିଛି। ସେ ଗାଁରେ ସମସ୍ତଙ୍କୁ ସହଯୋଗ କରିବାକୁ ଆଗେଇ ଆସନ୍ତି। ମୋର ୪ଜଣ ଦାଦା ଦେଶ ସେବାରେ ନିୟୋଜିତ। ତେଣୁ ଛୋଟବେଳୁ ଏହାର ପ୍ରଭାବ ପଡିଥିଲା। ଲୋକମାନଙ୍କୁ ଦୁଃଖରେ ଦେଖିଲେ କଷ୍ଟ ଲାଗେ। ସେମାନଙ୍କୁ ସହଯୋଗ କରିବାକୁ ଯଥାସାଧ୍ୟ ଚେଷ୍ଟା କରେ।
ପ୍ରଶ୍ନ- ଜୀବନର ସ୍ମରଣୀୟ ମୁହୂର୍ତ୍ତ?
ଉତ୍ତର- ୨୦୦୫ରେ ଭାରତର ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ୍‌ କାଲାମଙ୍କଠାରୁ ଜାତୀୟ ଯୁବ ପୁରସ୍କାର ପାଇଥିଲି। ରାଷ୍ଟ୍ରପତି ଭବନ ତରଫରୁ କୁହାଯାଇଥିଲା ଯେ ପୁରସ୍କାର ନେବା ସମୟରେ କେହି ରାଷ୍ଟ୍ରପତିଙ୍କ ସହ ହାତ ମିଳାଇ ପାରିବେନି। ପୁରସ୍କାର ପାଇଁ ଆମେ ୩ ଦିନ ଆଗରୁ ରିହଲସେଲ୍‌ ମଧ୍ୟ କରିଥିଲୁ। ଉତ୍ସବ ଦିନ ଅନ୍ୟମାନେ ଯାଇ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଆଣିଥିଲେ। ଷ୍ଟେଜ୍‌ ଉପରେ ମତେ ପୁରସ୍କାର ଦେବା ବେଳକୁ ମୁଁ ଆଗ ହାତ ବଢ଼ାଇ ରାଷ୍ଟ୍ରପତିଙ୍କ ସହ ହାତ ମିଳାଇଥିଲି। ସେଠାରେ ଉପସ୍ଥିତ ସମସ୍ତେ ଚକିତ ହୋଇ ଯାଇଥିଲେ। ଏମିତିକି ଷ୍ଟେଜ୍‌ରେ ଥିବା ଏଡିସି ମୋ ଉପରେ ପୂରା ରାଗି ଯାଇଥିଲେ। ପୁରସ୍କାର ଆଣିବା ପରେ ମୁଁ ଏଡିସିଙ୍କ ସହ କଥାବାର୍ତ୍ତା ହୋଇଗଲି। ତେଣୁ ମତେ ରାଷ୍ଟ୍ରପତି ଭବନ ତରଫରୁ ଆଉ କିଛି କୁହାଗଲା ନାହିଁ।
ପ୍ରଶ୍ନ- କ’ଣ କରିବାକୁ ଲକ୍ଷ୍ୟ ରହିଛି?
ଉତ୍ତର: ମୁଁ ଜଣେ ପ୍ରତିଷ୍ଠିତ ହାସ୍ୟାଭିନେତା ହେବି। ସମସ୍ତଙ୍କୁ ହସେଇବି। ଏହାସହ ଏକ ଅନାଥ ଆଶ୍ରମ କରିବି, ଯାହାର ନାମ ରହିବ ରୁଷ୍‌ ନା…। କେହି ଅନାଥ ପିଲା ଆଉ ରୁଷିବେନି, କାରଣ ସେମାନଙ୍କ ପାଇଁ ଋଷି ଅଛି।
ପ୍ରଶ୍ନ- ଫାଙ୍କା ସମୟରେ କ’ଣ କରନ୍ତି?
ଉତ୍ତର: ଫ୍ରି ସମୟରେ ପରିବାର ସହ ରହି ଗପିବାକୁ ବହୁତ ଭଲ ଲାଗେ। ମାତ୍ର ପ୍ରାୟ ମତେ ଏହା ମିଳେ ନାହିଁ। ତେଣୁ ଯେଉଁଠି ବି ରୁହେ, କେବଳ ଲୋକଙ୍କୁ ହସଉଥାଏ।
ପ୍ରଶ୍ନ- ମନର ଦୁଃଖକୁ କେମିତି ପରିପ୍ରକାଶ କରନ୍ତି?
ଉତ୍ତର: ହାସ୍ୟାଭିନେତା ହେଉଛନ୍ତି ଜଣେ ଜୋକର୍‌। ତାଙ୍କ ମନରେ କେତେ ଦୁଃଖ ଅଛି ତାହା ଅନ୍ୟମାନେ ପ୍ରାୟ ଜାଣିପାରନ୍ତି ନାହିଁ। ଭିତରେ କାନ୍ଦି ସେ ଅନ୍ୟକୁ ହସାନ୍ତି। ତାଙ୍କ ମନର ଭାବକୁ ଜାଣିବା ପାଇଁ ସେପରି ମନଟିଏ ଦରକାର।
ପ୍ରଶ୍ନ- ପସନ୍ଦର ଖାଦ୍ୟ?
ଉତ୍ତର: ମତେ ଓଡ଼ିଆ ଖାଦ୍ୟ ଭାରି ଭଲଲାଗେ। ପଖାଳ, ଆଳୁ ସିଝା ଓ ମାଛଭଜା ମୋର ବହୁତ ପ୍ରିୟ।


Enter your email to get our daily news in your inbox.

All Right Reserved By Dharitri.Com

‘ମହାପ୍ରଭୁ ଜଗନ୍ନାଥ’ ଚଳଚ୍ଚିତ୍ର ଉପରେ ଅଙ୍କୁଶ ଲଗାଇଲେ କୋର୍ଟ, ଅନ୍ୟାଦେଶ ପର୍ଯ୍ୟନ୍ତ…

କଟକ,୧୫l୭(ପ୍ରଭୁକଲ୍ୟାଣ ପାଲ): ଆନିମେଟେଡ୍ ଚଳଚ୍ଚିତ୍ର (ମହାପ୍ରଭୁ ଜଗନ୍ନାଥ) ମୁକ୍ତିଲାଭ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଛନ୍ତି ଓଡ଼ିଶା ହାଇକୋର୍ଟ। ଅନ୍ୟାଦେଶ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶନ ନ କରିବାକୁ ହାଇକୋର୍ଟଙ୍କ…

ଚାଷୀ ପ୍ରତିନିଧି-ଅଧିକାରୀଙ୍କ ଦ୍ୱିପାକ୍ଷିକ ବୈଠକ, ପ୍ରତଶ୍ରୁତି ମିଳିବା ପରେ…

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ଅଧିକ ଧାନ ଉପତ୍ାଦନ ପାଇଁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ମାତ୍ର ଏଠାରେ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଯାଇଛି। ରବିଧାନ ବିକ୍ରିବଟାରେ…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

ଟିକେଟ୍ ବୁକିଂ ହେବ ସୁପରଫାଷ୍ଟ! ଲଞ୍ଚ ହେଲା IRCTCର ନୂଆ ୱେବସାଇଟ୍‌, ଯାତ୍ରୀଙ୍କୁ ମିଳିବ ଏହି ସବୁ ବଡ଼ ସୁବିଧା

ନୂଆଦିଲ୍ଲୀ,୧୫।୭: ଭାରତୀୟ ରେଳବାଇ ଏହାର ଅନଲାଇନ୍ ଟିକେଟ୍ ବୁକିଂ ସିଷ୍ଟମକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। IRCTC ଜନସାଧାରଣଙ୍କ ପାଇଁ ଏହାର ନୂତନ…

ବୋମାମାଡ଼ କରି ହତ୍ୟା ଉଦ୍ୟମ: ମାଷ୍ଟରମାଇଣ୍ଡଙ୍କ ସମେତ ୩ ଗଲେ ଜେଲ୍‌, ଅଭିଯୁକ୍ତଙ୍କ ନାଁରେ ରହିଛି କେସ୍‌ର ଲମ୍ବା ତାଲିକା

ଦିଗପହଣ୍ଡି,୧୫ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ଏସ୍‌.ଶିବ ରେଡ୍ଡୀଙ୍କ ଘର ଉପରକୁ ବୋମାମାଡ଼ କରି ତାଙ୍କୁ ଏବଂ ତାଙ୍କ…

କଂସାମାରି ରାସ୍ତାକଡରେ ଜୁଆ ଖେଳ ବେଳେ ପୋଲିସର ଚଢଉ, ଜବତ ହେଲା…

ଦିଗପହଣ୍ଡି,୧୫।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗାଁ ରାସ୍ତାକଡରେ ଜୁଆ ଖେଳ ଚାଲିଥିବା ବେଳେ ଚଢାଉ କଲା ପୋଲିସ । ବୁଧବାର ଅପରାହ୍ନ…

ନିର୍ମାଣ ହୋଇପାରିନି ଭୋଜନ ଗୃହ, ଖୋଲା ଆକାଶ ତଳେ ମଧ୍ୟାହ୍ନଭୋଜନ ଖାଉଛନ୍ତି ଛାତ୍ରୀଛାତ୍ର

ବରଗଡ଼,୧୫ା୭(ପ୍ରେମାନନ୍ଦ ଖମାରୀ): ପାଠ ପଢ଼, ଦେଶ ଗଢ଼। ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ବିଭିନ୍ନ ସଭା, ସମିତିରେ ସରକାରୀ କଳର ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ବିଧାୟକ, ଏମ୍‌ପି, ମନ୍ତ୍ରୀ…

ରୁଷିଆରୁ ତେଲ କ୍ରୟ ଉପରେ ଆମେରିକାର ବଡ଼ ନିଷ୍ପତ୍ତି, ଭାରତ ଦେବ…

ଓ୍ବାଶିଂଟନ,୧୫।୭: ରୁଷିଆରୁ ତୈଳ କ୍ରୟ କରୁଥିବା ଦେଶମାନଙ୍କ ଉପରେ ୫୦୦ପ୍ରତିଶତ ଶୁଳ୍କ ଲାଗୁ କରିବାର ପ୍ରସ୍ତାବ ମଧ୍ୟରେ, ଭାରତ ଏବଂ ଚାଇନା ପାଇଁ ଏକ ଆଶ୍ବସ୍ତିକର ଖବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri