ଲକ୍ଷ୍ୟ ସିଇସି ପଦ

Dillip Cherian

ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ଅବସ୍ଥାପିତ କରାଯାଇଛି। ଅଶୋକ ଲାଭାସା ଇସ୍ତଫା ଦେବା ପରେ ତାଙ୍କ ସ୍ଥାନରେ ରାଜୀବଙ୍କୁ ଏହି ନିଯୁକ୍ତି ମିଳିଛି। ଲାଭାସା ଏସିଆନ୍‌ ଡେଭଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି)ର ଭାଇସ୍‌ ପ୍ରେସିଡେଣ୍ଟ୍‌ ଭାବେ ଯୋଗଦେବାକୁ ଥିବାରୁ ସେ ଏହି ପଦ ଛାଡ଼ିଛନ୍ତି। ସୁନୀଲ ଆରୋରା ଏବେ ମୁଖ୍ୟ ନିର୍ବାଚନ କମିଶନର( ସିଇସି) ଥିବାବେଳେ ଆଉ ଜଣେ ନିର୍ବାଚନ କମିଶନର ଭାବେ ସୁଶିଲ ଚନ୍ଦ୍ର ଦାୟିତ୍ୱ ତୁଲାଉଛନ୍ତି। ରାଜୀବଙ୍କ ଏହି ନିଯୁକ୍ତି ଘୋଷଣାର ଗୁରୁତ୍ୱ ରହିଛି। କାରଣ ୨୦୨୪ ସାଧାରଣ ନିର୍ବାଚନ ବେଳକୁ ସେ ସିଇସି ଭାବେ ଦାୟିତ୍ୱ ନିର୍ବାହ କରିପାରନ୍ତି। ଆସନ୍ତା ବର୍ଷ ଏପ୍ରିଲରେ ଏବକାର ସିଇସି ସୁନୀଲ ଆରୋରାଙ୍କ କାର୍ଯ୍ୟକାଳ ଶେଷହେବ। ତାଙ୍କ ପରେ ସୁଶିଲ ଚନ୍ଦ୍ର ଏହି ପଦରେ ରହିବେ ଓ ଚନ୍ଦ୍ରଙ୍କ କାର୍ଯ୍ୟକାଳ ମେ’ ୨୦୨୨ରେ ପୂରିଯିବ। ଏହାପରେ ରାଜୀବ କୁମାରଙ୍କ ପାଇଁ ଏହି ପଦ ଲାଗି ବାଟ ଖୋଲିିଯିବ। ପ୍ରଶାସନିକ ଅଧିକାରୀ ଭାବେ ସରକାରୀ ନୀତି ନିର୍ଦ୍ଧାରଣ ତଥା ବିଭିନ୍ନ ସେକ୍ଟରରେ କାର୍ଯ୍ୟ କରିବାରେ ରାଜୀବଙ୍କର ୩୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ରହିଛି। ସେ ଗତ ବର୍ଷ ଜୁଲାଇରେ ଅର୍ଥ ସଚିବ ପଦରେ ନିଯୁକ୍ତି ପାଇଥିଲେ ଏବଂ ଚଳିତ ବର୍ଷ ଫେବୃୟାରୀରେ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଗୁ କରିଥିବା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ମୁଦ୍ରା ଲୋନ୍‌ ସ୍କିମ୍‌ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଯୋଜନାରେ ସେ ସଫଳତାର ସହ କାର୍ଯ୍ୟ କରିଛନ୍ତି।
ସମ୍ପୂର୍ଣ୍ଣ ମନମୁଖି
ଜଣେ ହ୍ବିସିଲ୍‌ବୋ୍ଲୟର ଏବଂ ବହୁ ପ୍ରଶଂସିତ ବାବୁଙ୍କୁ ଦବାଇ ଦେବା ଭାରି କଠିନ। ଅମଲାତନ୍ତ୍ରୀରେ ଲାଟେରାଲ ଏଣ୍ଟ୍ରି ( ପ୍ରାଇଭେଟ ସେକ୍ଟରରୁ ୟୁପିଏସ୍‌ସିରେ ସିଧା ଭର୍ତ୍ତି ହେବା) ବ୍ୟବସ୍ଥା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଓ ପକ୍ଷପାତିତା ବୋଲି ସେଣ୍ଟ୍ରାଲ ଆଡମିନିଷ୍ଟ୍ରେଟିଭ ଟ୍ରିବ୍ୟୁନାଲ( ସିଏଟି) ଅଭିଯୋଗ ବାଢିବା ସହ ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌( ୟୁପିଏସ୍‌ସି) ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ୍‌ ଜାରି କରିଛି। ଇଣ୍ଡିଆନ୍‌ ଫରେଷ୍ଟ ସର୍ଭିସ ଅଫିସର ସଞ୍ଜୀବ ଚତୁର୍ବେଦୀ ଅମଲାତନ୍ତ୍ରୀରେ ଅନ୍ୟମାନଙ୍କ ଦ୍ୱାରା ଜଣେ କର୍ମଚାରୀଙ୍କ ସଫଳତାର ସମୀକ୍ଷା ଓ ଯୁଗ୍ମ ସଚିବ ସ୍ତରର ପଦଗୁଡ଼ିକୁ ‘କଣ୍ଟ୍ରାକ୍ଟ ସିଷ୍ଟମ’ରେ ପୂରଣ କରିବାର ବ୍ୟବସ୍ଥା ଉପରେ ରୋକ ଲଗାଇବା ଲାଗି ଦରଖାସ୍ତ କରିବା ପରେ ଏଭଳି ନୋଟିସ ଜାରି କରାଯାଇଛି। ୨୦୧୭ରେ ମୋଦି ସରକାର କଣ୍ଟ୍ରାକ୍ଟ ବା ଚୁକ୍ତି ଆଧାରରେ ଅମଲାତନ୍ତ୍ରୀରେ ଲାଟେରାଲ ଏଣ୍ଟ୍ରି ପ୍ରକ୍ରିୟା ଲାଗୁ କରିଥିଲେ। ଏହି ଘଟଣା ସେହି ସମୟର ବୋଲି ଜଣାପଡିଛି। ଏହାପରେ ବଲିଉଡ କଳାକାର ମନୋଜ ବାଜପାୟୀଙ୍କ ଭାଇ ସୁଜିତ କୁମାର ବାଜପାୟୀଙ୍କ ସମେତ ୯ ଜଣ ପ୍ରାଇଭେଟ ସେକ୍ଟର ପ୍ରଫେଶନାଲଙ୍କୁ ୨୦୧୯ରେ କେନ୍ଦ୍ର ସରକାର ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେଇଥିଲେ। କଣ୍ଟ୍ରାକ୍ଟ ସିଷ୍ଟମ ମାଧ୍ୟମରେ ଯୁଗ୍ମ ସଚିବ ପଦରେ ନିଯୁକ୍ତି ଦେବା ବ୍ୟବସ୍ଥା ସମ୍ପୂର୍ଣ୍ଣ ମନମୁଖି ଓ ଯୁକ୍ତିହୀନ ବୋଲି ଦର୍ଶାଇଛନ୍ତି ଚତୁର୍ବେଦୀ । ସେ କହିଛନ୍ତି, ଆରଟିଆଇ ଆକ୍ଟରେ ମିଳିଥିବା ତଥ୍ୟଗୁଡ଼ିକରୁ ଏଥିରେ କିଛି ସାଂଘାତିକ ଅନିୟମିତତା ହୋଇଥିବା ଜଣାପଡିଛି। ଏକ ଉପଯୁକ୍ତ ସଂସ୍ଥା ଦ୍ୱାରା ଏହି ଘଟଣାର ତଦନ୍ତ କରାଯିବା ଦରକାର।
ଲବି ଚାଲିଛି
ବରିଷ୍ଠ ବାବୁମାନେ ଅବସର ପରେ କ୍ୱଚିତ ଫିକା ପଡନ୍ତି ଅର୍ଥାତ ପ୍ରଶାସନିକ କାର୍ଯ୍ୟକଳାପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଚାହାନ୍ତିନିି। ସେମାନେ ସରକାରଙ୍କ ଭଲ ଚାକିରି ପାଇଁ ଧାଡି ଲଗାନ୍ତି। ଏମିତି ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳପ୍ରଦେଶରେ। ସେଠାରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନଙ୍କ ମଧ୍ୟରୁ ଅନେକ ହିମାଚଳପ୍ରଦେଶ ପ୍ରାଇଭେଟ ଏଡୁକେଶନାଲ ଇନ୍‌ଷ୍ଟିଚ୍ୟୁଶନସ୍‌ ରେଗୁଲେଟୋରି ଅଥରିଟିର ଚେୟାରମ୍ୟାନ ଓ ସଦସ୍ୟ ପଦ ପାଇଁ ଦରଖାସ୍ତ କରିଛନ୍ତି। ଅବସରପ୍ରାପ୍ତ ଆଇଏଏସ୍‌, ଆଇପିଏସ୍‌ ଏବଂ ଆଇଏଫ୍‌ଏସ୍‌ ଅଫିସରମାନେ ଏହି ରେସ୍‌ରେ ଅଛନ୍ତି। ଚେୟାରମ୍ୟାନ କେ.କେ.କଟୋଚ ଏବଂ ସଦସ୍ୟ ଏସ.ପି.କତ୍ୟାଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ଦୁଇଟି ପଦ ଏବେ ଖାଲିପଡିଛି। ପୁନଶ୍ଚ ରାଜ୍ୟ ସରକାର ଷ୍ଟେଟ୍‌ ଫୁଡ୍‌ କମିଶନ ଆରମ୍ଭ କରିବାକୁ ଯାଉଛନ୍ତି। ଏଥିପାଇଁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ । ଏଥିରେ ନିଯୁକ୍ତି ପାଇବା ପାଇଁ ଅନେକ ଅବସରପ୍ରାପ୍ତ ବାବୁ ଲାଇନ ଲଗାଇ ସାରିଲେଣି ବୋଲି ଜଣାପଡିଛି। ସେହିପରି ସମାନ ଅବସ୍ଥା ଦେଖିବାକୁ ମିଳିଛି ଇନଫର୍ମେଶନ କମିଶନରେ। ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବହୁ ଆଇଏଏସ ୍‌ଏବଂ ଆଇପିଏସ୍‌ ଅଫିସର ଏହାର ସଦସ୍ୟ ପଦରେ ରହିବାକୁ ଆବେଦନ କରିଛନ୍ତି। ଏଥିପାଇଁ ଜୋର୍‌ସୋର୍‌ ଲବି ବି ଚାଲିଛି। କେନ୍ଦ୍ର ହେଉ କି ରାଜ୍ୟରେ ବାବୁ ଓ ନେତାଙ୍କ ମଧ୍ୟରେ କେମିତି ସଲାସୁତୁରା ଚାଲେ ତାହାର ସ୍ପଷ୍ଟ ଚିତ୍ର ସାମ୍‌ନାକୁ ଆସିଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri