ଲକ୍ଷ୍ୟ ଏକ, ମାର୍ଗ ଅନେକ

ଇବ୍ରାର ଖାଁ

ଭାରତ ପରି ବିଶାଳ ଗଣତାନ୍ତ୍ରିକ ଦେଶରେ ବହୁ ଧର୍ମ, ଜାତି ଏବଂ ଭାଷାର ଯେଉଁ ଅପୂର୍ବ ସମନ୍ବୟ ପରିଦୃଷ୍ଟ ହୁଏ ତାହା ପୃଥିବୀର ଅନ୍ୟ କୌଣସି ଦେଶରେ ଦେଖିବାକୁ ମିଳେନି। ଜାତି, ଧର୍ମ, ଭାଷା, ସମ୍ପ୍ରଦାୟ ଏବଂ ଅଞ୍ଚଳକୁ ନେଇ ଭିନ୍ନତା ପରିଲକ୍ଷିତ ହେଉଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ। ଏହା ହିଁ ଆମର ଅସଲ ପରିଚୟ। ତେଣୁ ବିଭେଦତା ଭିତରେ ଏକତା ହିଁ ଆମ ଗଣତନ୍ତ୍ରର ମୂଳମନ୍ତ୍ର କହିବା ବାହୁଲ୍ୟ ନୁହେଁ। ଏହି ମାନସିକତାରେ ଉଦ୍‌ବୁଦ୍ଧ ଜନଗଣ ଭେଦଭାବରୁ ଊର୍ଦ୍ଧ୍ୱକୁ ଉଠି ସମାଜରେ ଶାନ୍ତି ସହାବସ୍ଥାନ ସହ ଦୃଢ଼ ଭାଇଚାରାରେ ଗଭୀର ଆସ୍ଥା ପ୍ରକଟ କରୁଥିବାରୁ ଆମ ସାମାଜିକ ଜୀବନ ଯେତିକି ସରସସୁନ୍ଦର ସେତିକି ଶୃଙ୍ଖଳିତ ଏବଂ ପରିମାର୍ଜିତ। ସେଇଥିପାଇଁ ଯଥାର୍ଥରେ କୁହାଯାଇଛି-‘ହିନ୍ଦୁ, ମୁସଲିମ୍‌, ଶିଖ୍‌, ଇସାଇ, ଆପସ୍‌ମେଁ ସବ୍‌ ଭାଇଭାଇ’। ବାହାପୁଆଣିଠାରୁ ଆରମ୍ଭ କରି ମେଳାମହୋତ୍ସବ, ଯାନିଯାତ୍ରା, ପର୍ବପର୍ବାଣି ପର୍ଯ୍ୟନ୍ତ ସବୁଥିରେ ସମସ୍ତେ ଏକାକାର ହୋଇ ଯେପରି ଆନନ୍ଦ ଉଲ୍ଲାସରେ ନିଜକୁ ହଜାଇ ଦିଅନ୍ତି, ତାହା ହିଁ ଦେଶର ସଂସ୍କୃତି ଓ ମହାନ୍‌ ପରମ୍ପରାକୁ ସାରା ବିଶ୍ୱରେ ଉଜାଗର କରିଥାଏ।
କିନ୍ତୁ ବଗତ କିଛି ଦଶନ୍ଧି ଧରି ବ୍ୟକ୍ତିକୈନ୍ଦ୍ରିକ ସ୍ବାର୍ଥସିଦ୍ଧି ପାଇଁ ହେଉ ଅଥବା ରାଜନୈତିକ ଅଭୀପ୍‌ସାକୁ ଚରିତାର୍ଥ କରିବା ପାଇଁ ଯେଉଁଭଳି ଭାବରେ ଜନମାନସରେ ଘୃଣା ଆଉ ବିଦ୍ୱେଷର ଜହର ଭରିଦିଆଯାଉଛି ସେଥିରେ ସମାଜରେ ଅସ୍ଥିରତା ସୃଷ୍ଟିହେବାରେ ଲାଗିଛି। ସାମ୍ପ୍ରଦାୟିକ ଧ୍ରୁବୀକରଣ ଦ୍ୱାରା ସମାଜକୁ ଭାଗ ଭାଗ କରି ଦିଆଯାଉଥିବାରୁ ଧାର୍ମିକ ମତବାଦକୁ ନେଇ ବେଳେ ବେଳେ ଯେଉଁ ଅପ୍ରୀତିକର ଘଟଣାମାନ ସୃଷ୍ଟି ହେଉଛି ସେଥିରେ ଦେଶର ସଂହତି ଓ ଏକତା ବହୁଳଭାବେ ପ୍ରଭାବିତ ହେଉଛି। ଯେଉଁଥିପାଇଁ ଆଜି ସମାଜରେ ସ୍ନେହ, ପ୍ରେମ, ଦୟା, ଭକ୍ତି, ଶ୍ରଦ୍ଧା, ଭାଇରାଚା ଓ ସମ୍ବେଦନଶୀଳତା ପରିବର୍ତ୍ତେ ଯେପରି ଘୃଣା ଆଉ ତିକ୍ତତା ବୃଦ୍ଧି ପାଇବାରେ ଲାଗିଛି ତାହା ସୁସ୍ଥ ସମାଜ ପାଇଁ ଶୁଭଙ୍କର ନୁହେଁ। ବୈଜ୍ଞାନିକ ଦୃଷ୍ଟିକୋଣରୁ ପୃଥିବୀର ଦୂରତ୍ୱ କମିଯାଇଥିଲେ ମଧ୍ୟ ଧାର୍ମିକ ମତବାଦକୁ ନେଇ ଆଜି ମଣିଷଠାରୁ ମଣିଷର ଦୂରତା ବଢ଼ିଯାଇଥିବାରୁ ସମାଜରେ କେହି କାହାକୁ ବିଶ୍ୱାସ କରିବା ଅବସ୍ଥାରେ ନାହାନ୍ତି। ଧର୍ମଶାସ୍ତ୍ରଗୁଡ଼ିକର ତାତ୍ତ୍ୱିକମାନଙ୍କୁ ବିଶ୍ଳେଷଣ କରି ସବୁଧର୍ମର ମୂଳତତ୍ତ୍ୱ ସମାନ ବୋଲି ପ୍ରଚାର କରାଯାଇଥିଲେ ମଧ୍ୟ ସମାଜରେ ସାମ୍ପ୍ରଦାୟିକ ବିଦ୍ୱେଷ ପୁଣି କାହିଁକି ଯେ ମୁଣ୍ଡ ଟେକୁଛି ତାହା ହିଁ ବିଚାର୍ଯ୍ୟ। ଏହାର ସ୍ଥାୟୀ ପ୍ରତିକାର ପାଇଁ ଆଜିପର୍ଯ୍ୟନ୍ତ କୌଣସି ସ୍ତରରେ ଠିକ୍‌ ପଦକ୍ଷେପ ଗ୍ରହଣ କରା ନ ଯିବା ନିଶ୍ଚୟ ଚିନ୍ତାର ବିଷୟ।
ଆଜି ଦେଶରେ କରୋନା ମହାମାରୀ ଜାତି, ଧର୍ମ ବିଚାର ନ କରି ଲକ୍ଷ ଲକ୍ଷ ଲୋକଙ୍କୁ ଯେପରି ମରଣମୁହଁକୁ ଟାଣି ନେଉଛି ତାହା ନିଶ୍ଚୟ ଉଦ୍‌ବେଗଜନକ। ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରି ଜୀବନକୁ ବାଜି ଲଗାଇ ଅଗଣିତ ଡାକ୍ତର, ନର୍ସ, ଆମ୍ବୁଲାନ୍ସ କର୍ମଚାରୀ, ପୋଲିସ ପ୍ରଶାସନ ଏବଂ ସାମ୍ବାଦିକ ବନ୍ଧୁମାନେ ସର୍ବଗ୍ରାସୀ ମହାମାରୀକୁ ପରାହତ କରିବା ପାଇଁ ଯେପରି ସେବା ଜାତି ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଯୋଗାଇ ଚାଲିଛନ୍ତି ତାହା ପ୍ରଣୀଧାନଯୋଗ୍ୟ। ମାନବ ସେବା ହିଁ ମାଧବ ସେବା। ଏଥିରେ ଅଭିମନ୍ତ୍ରିତ ଅନେକ ମଣିଷ ସଙ୍କଟ ସମୟରେ ଯେକେହି ଅଜଣା ବ୍ୟକ୍ତିର ନିଃସ୍ବାର୍ଥ ସେବା ପାଇଁ ଆଗେଇ ଆସିବାର ଅନେକ ଦୃଷ୍ଟାନ୍ତ ଆମ ସମାଜରେ ଦେଖିବାକୁ ମିଳେ। ଡାକ୍ତରଖାନା ବେଡ଼ରେ ପଡ଼ିରହିଥିବା ମୁମୂର୍ଷୁ ରୋଗୀର ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ରକ୍ତ ଦେବାକୁ ବହୁ ଅଚିହ୍ନା ବ୍ୟକ୍ତି ନିଜ ରକ୍ତ ଦେଇ ଯେଉଁ ବଦାନ୍ୟତା ପ୍ରଦର୍ଶନ କରନ୍ତି ତାହା ହିଁ ମଣିଷ ପଣିଆର ଶ୍ରେଷ୍ଠ ନିଦର୍ଶନ । ରକ୍ତଦେଇ ରୋଗୀର ଜୀବନ ବଞ୍ଚାଇଥିବା ବ୍ୟକ୍ତିର ଜାତି, ଧର୍ମକୁ ନେଇ କେବେ ବି କୌଣସି ପ୍ରଶ୍ନ ଉତ୍‌ଥାପିତ ହୁଏନାହିଁ। ଅଧିକନ୍ତୁ ବ୍ୟକ୍ତିଜଣକ ଯେ କୌଣସି ଜାତି ବା ଧର୍ମର ହୋଇଥାଆନ୍ତୁ ନା କାହିଁକି ରୋଗୀ ଆଉ ରୋଗୀର ପରିଜନ ତାଙ୍କୁ ଗଭୀର କୃତଜ୍ଞତା ଜଣାଇଥାନ୍ତି। ଏହି ଦୃଷ୍ଟିରୁ ମାନବିକତା ହିଁ ହେଉଛି ଶ୍ରେଷ୍ଠ ଧର୍ମ।
ଧର୍ମ ମଣିଷର ଦୈନନ୍ଦିନ ଜୀବନକୁ ଶୃଙ୍ଖଳିତ କରାଇ ବ୍ୟକ୍ତିକୁ ସତ୍‌ମାର୍ଗରେ ପରିଚାଳିତ କରିବାରେ ସହାୟକ ହୋଇଥାଏ। କୌଣସି ଧର୍ମରେ ହିଂସା, ଅସତ୍ୟ, ନିଷ୍ଠୁରତା, କ୍ରୂରତା ଇତ୍ୟାଦି ଅମାନବୀୟ କାର୍ଯ୍ୟର ସ୍ଥାନ ନ ଥାଏ। ଚୋରି, ମିଥ୍ୟା, ଜୀବହତ୍ୟା, ଅପହରଣ ଓ ବଳାତ୍କାର ଏବଂ ମଣିଷ ମାରିବା ପରି ଜଘନ୍ୟ ଅପରାଧ ସବୁକୁ ପୁଣ୍ୟ ବୋଲି କୌଣସି ଧର୍ମରେ କୁହାଯାଇନି। ତେବେ ଧାର୍ମିକ ମତବାଦକୁ ନେଇ ଏତେ ବିବାଦ କାହିଁକି? କେବଳ ସ୍ବାର୍ଥସିଦ୍ଧି ପାଇଁ ନୁହେଁ କି? ବିଶ୍ୱବ୍ରହ୍ମାଣ୍ଡକୁ ସର୍ଜନା କରିଥିବା ସ୍ରଷ୍ଟାଙ୍କ ଆଶିଷ ପାଇବା ସବୁ ଧର୍ମାବଲମ୍ବୀମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ। ସେହି ପରମପୂଜ୍ୟ ସ୍ରଷ୍ଟା ହିଁ ଆମ ସୃଷ୍ଟିର କାରକ ହୋଇଥିବାରୁ ତାଙ୍କୁ ଉପାସନାରେ ସନ୍ତୁଷ୍ଟ କରି ତାଙ୍କ କୃପା କରୁଣାରୁ କାଣିଚାଏ ପାଇବାର ଯେଉଁ ଆତୁରତା ତା’ର ଅନ୍ୟ ନାମ ହିଁ ଧର୍ମ। ଏଥିପାଇଁ ମଣିଷର ଆମତ୍ିକ ଶୁଦ୍ଧତା ନିହାତି ଆବଶ୍ୟକ। ବହୁ ଅର୍ଥ ଶ୍ରାଦ୍ଧକରି ଧର୍ମ ସଭାମାନ ଓ ପ୍ରବଚନର ଆୟୋଜନ କରାଯାଉଥିଲେ ମଧ୍ୟ ସେଥିରେ ଭକ୍ତିପୂତ ଆନ୍ତରିକତା କମ୍‌, ଲୋକ ଦେଖାଣିଆ ମନୋଭାବ ଅଧିକ ରହୁଥିବାରୁ ତାହା ଧର୍ମକୁ ଆଖିଠାର ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ସର୍ବବ୍ୟାପି ଅନ୍ତର୍ଯ୍ୟାମୀ ପରମପୂଜ୍ୟ ସୃଷ୍ଟିକର୍ତ୍ତା ଆମର ଟିକିନିଖି ଖବର ରଖିବାରେ ସମର୍ଥ। ସମସ୍ତଙ୍କୁ ଠକି ଦେଇହେବ କିନ୍ତୁ ଉପରବାଲାକୁ ଠକିବା ଅସମ୍ଭବ। ତେଣୁ ସେହି ଦୟାମୟ, କରୁଣାର ସାଗର ଭଗବାନଙ୍କ ଉପାସନା ପାଇଁ ବିଭିନ୍ନ ମାର୍ଗ(ଉପାୟ)ର ଅବତାରଣା କରାଯାଇଛି। ତେଣୁ ବିଭୁ କୃପା ପାଇବା ସମସ୍ତଙ୍କର ଲକ୍ଷ୍ୟ ଏକ କିନ୍ତୁ ତାଙ୍କର ଉପାସନା କରିବାର ମାର୍ଗ(ଧର୍ମ) ଅନେକ। ପୋଖରୀରେ ସ୍ବଚ୍ଛ ନିର୍ମଳ ଜଳ ରହିଥାଏ। ସେହି ଜଳକୁ ପାଇବା ପାଇଁ ଅନେକ ତୁଠ(ଘାଟ)ର ବ୍ୟବସ୍ଥା କରାଯାଇଥାଏ। ଯିଏ ଯେଉଁ ତୁଠଦେଇ ପୋଖରୀରେ ପ୍ରବେଶ କଲେ ଜଳ ପାଖରେ ହିଁ ପହଞ୍ଚିଥାଏ। ବିଭିନ୍ନ ଧର୍ମର ଉପାସନା ପଦ୍ଧତି ଅଲଗା, ହେଲେ ପାଇବାର ଇଚ୍ଛା ଏକ, ତାହା ହେଲା ପ୍ରଭୁକୃପା।
ଏହି ସାଧାରଣ କଥାକୁ ଅନୁଶୀଳନ କଲେ ଆମେ ଧର୍ମର ଗୂଢ଼ତଥ୍ୟକୁ ହୃଦୟଙ୍ଗମ କରିପାରିବା। ଧର୍ମର ଅସଲ ଉଦ୍ଦେଶ୍ୟକୁ ବୁଝିଗଲେ ସବୁଧର୍ମର ମୂଳଲକ୍ଷ୍ୟ ସମାନ, ଏହା ସମସ୍ତେ ସ୍ବୀକାର କରିବେ। ସମାଜରେ ଧର୍ମକୁ ନେଇ ସମସ୍ତେ ସଚେତନ ହେଲେ ଯେଉଁ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି କିମ୍ବା ଗୋଷ୍ଠୀ ଜନ ସମୂହକୁ ବିଭ୍ରାନ୍ତିକର ତଥ୍ୟ ଦେଇ ତତେଇ, ମତେଇ ଧର୍ମ ନାଁରେ ସାଂପ୍ରଦାୟିକ ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି ସେମାନଙ୍କ ପ୍ରଚେଷ୍ଟା ନିଶ୍ଚୟ ବିଫଳ ହେବ।
ବରଦାପଡ଼ା, ବିଶ୍ୱାଳପଡ଼ା, ରେଞ୍ଚ, ଖୋର୍ଦ୍ଧା
ମୋ: ୯୩୩୭୬୦୧୭୦୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅଶୋକ ଗୁପ୍ତାଙ୍କ ବୟସ ୨୧। ହେଲେ ପରିବେଶ ସମ୍ପର୍କିତ ଉନ୍ନତ ବିଚାର ତାଙ୍କୁ ସମାଜରେ ଭିନ୍ନ ପରିଚୟ ଦେଇଛି। ସେ ଉତ୍ତରପ୍ରଦେଶର ମନୋରମା ନଦୀକୁ ସଫା କରିପାରିଛନ୍ତି।…

ପିଲାଶୂନ୍ୟ ପଡ଼ିଆ

ଖେଳ ପଡ଼ିଆ ଆଜିକାଲି ମେଲା ପଡୁଛି। କେଉଁଠି ଘାସ ଉଠି ଗଲାଣି ତ କେଉଁଠି ଅନାବାନା ଗଛପତ୍ରରେ ଅସନା ହୋଇଗଲାଣି। ଯେଉଁଠି ପିଲାଙ୍କର ଗହଳଚହଳ ଲାଗି ରହୁଥିଲା…

ବଳିପଡ଼ୁଛନ୍ତି ବିଦ୍ୟାର୍ଥୀ

ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜି ୨୦୨୬ରେ ବ୍ୟାପକ ଦୁର୍ନୀତି ହୋଇଛି ବୋଲି ଦେଶସାରା ‘ଘୋ’ ସୃଷ୍ଟି ହୋଇଥିବା ବେଳେ ସୁପ୍ରିମକୋର୍ଟ ୨୫ ମେ’ରେ ପରୀକ୍ଷା ପରିଚାଳନା କରିଥିବା…

ଭାରତର ବିକାଶ ଯାତ୍ରା

ଯେତେବେଳେ ମୁଁ ତିରୁପ୍ପୁରର ଏକ ବିଦ୍ୟାଳୟରେ ପଢୁଥିବା ଜଣେ ଛୋଟ ବାଳକ ଥିଲି, ସେତେବେଳେ ଆମ ଦେଶକୁ ନେଇ ମୋ ମନରେ ଅନେକ ସ୍ବପ୍ନ ଥିଲା। ମୋ…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri