Posted inଫୁରସତ

ଶ୍ୱେତାଲିନ୍‌ଙ୍କ ଲକ୍ଷ୍ୟ ଜାତୀୟ ସ୍ତରୀୟ ପରିଚିତି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଗଁାର ସୁଲୋଚନା ଏବଂ ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ଶ୍ୱେତାଲିନ୍‌। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ କଣ୍ଠଦାନ କରି ସୋସିଆଲ୍‌ ମିଡିଆରେ ଏକ ପରିଚିତ ଚେହେରା ପାଲଟିଛନ୍ତି ସେ। ଓଡିଶାର ଅନେକ ନାମୀ କଣ୍ଠଶିଳ୍ପୀଙ୍କ ସହ କଣ୍ଠଦାନ କରି ଶ୍ରୋତାଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି। ଆଜାଦି କା ଅମୃତ ମହୋତ୍ସବରେ ନ୍ୟାଶନାଲ ଆଓ୍ବାର୍ଡ ସମେତ ଅନେକ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ପିଲା ବେଳେ ହିଁ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୋତାଙ୍କ ହୃଦୟ ଜିତି ପାରିଲେ। ସ୍କୁଲରେ ପଢୁଥିବା ସମୟରେ ଅନେକ ସମେତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ହେଉଥିଲେ। ତେଣୁ ସପ୍ତମ ପଢୁଥିବାବେଳେ ଗୁରୁଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ପାଖରେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିବା ଆରମ୍ଭ କଲେ ଓ ଧୀରେ ଧୀରେ ସଂଗୀତ କ୍ଷେତ୍ରରେ ସଫଳତାର ଶିିଡି ଚଢିଚାଲିଲେ। ସେ କୁହନ୍ତି, ‘ମୋ ପ୍ରଥମ ଗୁରୁ ହେଉଛନ୍ତି ମୋ ବାପା। ମାତ୍ର ୪ ବର୍ଷ ବୟସରେ ସେ ମୋତେ ପ୍ରଥମେ ସଙ୍ଗୀତ ଶିଖାଇଥିଲେ। ଆଜି ଯଦି ମୁଁ ସୋସିଆଲ ମିଡିଆରେ ପରିଚିତ ହୋଇଥାଏ, ତାହା କେବଳ ମୋ ବାବା, ମାମା ଓ ମୋ ଗୁରୁ ପ୍ରଦୀପ କୁମାର ଦାଶଙ୍କ ପାଇଁ। ସବୁ କ୍ଷେତ୍ରରେ ଆଗକୁ ବଢିବାରେ ସେମାନେ ବେଶ୍‌ ପ୍ରୋତ୍ସାହିତ କରିଥାନ୍ତି।’ ଓଡ଼ିଶାର ସ୍ବନାମଧନ୍ୟ ମ୍ୟୁଜିକ ଡାଇରେକ୍ଟର ତଥା ଗୁରୁ ଦିନେଶ ମଲ୍ଲିକଙ୍କ ସହ ଦେଖା ହେବା ପରେ ଫିଲ୍ମ ଲାଇନରେ ଯୋଗ ଦେବାର ସୁଯୋଗ ମିଳିଲା। ତା’ ପରେ ସେ ଅନେକ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କାମ କରିଛନ୍ତି ଏବଂ ଓଡ଼ିଶାର ନାମୀଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ତାରିକ ଅଜିଜ୍‌, ବିଷ୍ଣୁମୋହନ କବି, ପପୁ ପମ୍‌ପମ୍‌, ଦିଲୀପ୍‌ କୁମାର ପ୍ରମୁଖଙ୍କ ସହ କଣ୍ଠଦାନ କରିସାରିଛନ୍ତି। ତେବେ ବଲିଉଡ୍‌ ଲିଜେଣ୍ଡ ସୁରେଶ ଓ୍ବାଡ଼େକରଙ୍କ ସହ ଗୀତ ଗାଇବାର ସୁଯୋଗ ପାଇବା ମୋ ପାଇଁ ବେଶ୍‌ ଗୌରବର କଥା ବୋଲି ସେ ପ୍ରକାଶ କରନ୍ତି। ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ସହ ଓଡ଼ିଶୀ ସଙ୍ଗୀତରେ ଜଣେ କଣ୍ଠଶିଳ୍ପୀ ଭାବରେ ନିଜ ଗାଁ, ରାଜ୍ୟ ଓ ସମଗ୍ର ଭାରତରେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ୱେତାଲିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri