Posted inଫୁରସତ

ଶ୍ୱେତାଲିନ୍‌ଙ୍କ ଲକ୍ଷ୍ୟ ଜାତୀୟ ସ୍ତରୀୟ ପରିଚିତି

କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଗଁାର ସୁଲୋଚନା ଏବଂ ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ଶ୍ୱେତାଲିନ୍‌। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍‌ରେ କଣ୍ଠଦାନ କରି ସୋସିଆଲ୍‌ ମିଡିଆରେ ଏକ ପରିଚିତ ଚେହେରା ପାଲଟିଛନ୍ତି ସେ। ଓଡିଶାର ଅନେକ ନାମୀ କଣ୍ଠଶିଳ୍ପୀଙ୍କ ସହ କଣ୍ଠଦାନ କରି ଶ୍ରୋତାଙ୍କ ଠାରୁ ପ୍ରଶଂସା ସାଉଁଟିଛନ୍ତି। ଆଜାଦି କା ଅମୃତ ମହୋତ୍ସବରେ ନ୍ୟାଶନାଲ ଆଓ୍ବାର୍ଡ ସମେତ ଅନେକ ସରକାରୀ ଏବଂ ବେସରକାରୀ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛନ୍ତି। ପିଲା ବେଳେ ହିଁ ବିଦ୍ୟାଳୟସ୍ତରୀୟ କାର୍ଯ୍ୟକ୍ରମ ଏବଂ ସ୍ଥାନୀୟ ଅଞ୍ଚଳରେ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୋତାଙ୍କ ହୃଦୟ ଜିତି ପାରିଲେ। ସ୍କୁଲରେ ପଢୁଥିବା ସମୟରେ ଅନେକ ସମେତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ପ୍ରଥମ ହେଉଥିଲେ। ତେଣୁ ସପ୍ତମ ପଢୁଥିବାବେଳେ ଗୁରୁଶ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କ ପାଖରେ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିବା ଆରମ୍ଭ କଲେ ଓ ଧୀରେ ଧୀରେ ସଂଗୀତ କ୍ଷେତ୍ରରେ ସଫଳତାର ଶିିଡି ଚଢିଚାଲିଲେ। ସେ କୁହନ୍ତି, ‘ମୋ ପ୍ରଥମ ଗୁରୁ ହେଉଛନ୍ତି ମୋ ବାପା। ମାତ୍ର ୪ ବର୍ଷ ବୟସରେ ସେ ମୋତେ ପ୍ରଥମେ ସଙ୍ଗୀତ ଶିଖାଇଥିଲେ। ଆଜି ଯଦି ମୁଁ ସୋସିଆଲ ମିଡିଆରେ ପରିଚିତ ହୋଇଥାଏ, ତାହା କେବଳ ମୋ ବାବା, ମାମା ଓ ମୋ ଗୁରୁ ପ୍ରଦୀପ କୁମାର ଦାଶଙ୍କ ପାଇଁ। ସବୁ କ୍ଷେତ୍ରରେ ଆଗକୁ ବଢିବାରେ ସେମାନେ ବେଶ୍‌ ପ୍ରୋତ୍ସାହିତ କରିଥାନ୍ତି।’ ଓଡ଼ିଶାର ସ୍ବନାମଧନ୍ୟ ମ୍ୟୁଜିକ ଡାଇରେକ୍ଟର ତଥା ଗୁରୁ ଦିନେଶ ମଲ୍ଲିକଙ୍କ ସହ ଦେଖା ହେବା ପରେ ଫିଲ୍ମ ଲାଇନରେ ଯୋଗ ଦେବାର ସୁଯୋଗ ମିଳିଲା। ତା’ ପରେ ସେ ଅନେକ ମ୍ୟୁଜିକ ଡାଇରେକ୍ଟରଙ୍କ ସହ କାମ କରିଛନ୍ତି ଏବଂ ଓଡ଼ିଶାର ନାମୀଦାମୀ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ତାରିକ ଅଜିଜ୍‌, ବିଷ୍ଣୁମୋହନ କବି, ପପୁ ପମ୍‌ପମ୍‌, ଦିଲୀପ୍‌ କୁମାର ପ୍ରମୁଖଙ୍କ ସହ କଣ୍ଠଦାନ କରିସାରିଛନ୍ତି। ତେବେ ବଲିଉଡ୍‌ ଲିଜେଣ୍ଡ ସୁରେଶ ଓ୍ବାଡ଼େକରଙ୍କ ସହ ଗୀତ ଗାଇବାର ସୁଯୋଗ ପାଇବା ମୋ ପାଇଁ ବେଶ୍‌ ଗୌରବର କଥା ବୋଲି ସେ ପ୍ରକାଶ କରନ୍ତି। ଓଡ଼ିଶାର ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ସହ ଓଡ଼ିଶୀ ସଙ୍ଗୀତରେ ଜଣେ କଣ୍ଠଶିଳ୍ପୀ ଭାବରେ ନିଜ ଗାଁ, ରାଜ୍ୟ ଓ ସମଗ୍ର ଭାରତରେ ପରିଚିତ ହେବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ୱେତାଲିନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri