ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ସେବା

କାମାକ୍ଷାନଗର, ୧୯।୧୨(ଡି.ଏନ୍‌.ଏ.)  ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ କାନ୍ତୋଲ ପଞ୍ଚାୟତର କଳେବର ବଦଳାଇବାକୁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରୟାସ। ଶନିବାର ଜିଲାପାଳ ସରୋଜ କୁମାର ସେଠୀ ପ୍ରଶାସନିକ ଅଧିକାରୀଙ୍କ ସହିତ କୋଟ, ସେକୁଲ, ଏକୁଲ ଏବଂ ପୁଟ୍ଟିପାଳ ଗ୍ରାମରେ ପହଞ୍ଚତ୍ ଅଞ୍ଚଳବାସୀଙ୍କ ସମସ୍ୟା ବୁଝିଛନ୍ତି। ଏଥିସହ ଲୋକମାନେ କିଭଳି ହାତପାଆନ୍ତାରେ ସରକାରୀ ସୁବିଧା ପାଇପାରିବେ ସେ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି। ମୋବାଇଲ୍‌ ନେଟ୍‌ଓ୍ବର୍କ ଅପହଞ୍ଚ ଥିବା ଏକୁଲରେ ଖୁବ୍‌ଶୀଘ୍ର ବିଏସ୍‌ଏନ୍‌ଏଲ୍‌ ଟାଓ୍ବାର ବସାଯାଇ ସେବା ଆରମ୍ଭ ହେବ ବୋଲି ଜିଲାପାଳ ଆଶ୍ୱାସନା ଦେଇଛନ୍ତି।
ଜିଲାପାଳ ପ୍ରଥମେ କୋଟ ଗ୍ରାମରେ ପହଞ୍ଚତ୍ ୧୨ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ। ସମସ୍ତ ଭୂମିହୀନ ଗରିବ ପରିବାରକୁ କିପରି ପଟ୍ଟା ପ୍ରଦାନ କରାଯାଇପାରିବ ସେ ନେଇ ଆଲୋଚନା କରିଥିଲେ। ଏହାପରେ ସେକୁଲ ଗଁାରେ ପହଞ୍ଚତ୍ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ। ଏକୁଲ ଗ୍ରାମରେ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ର ଶୁଭାରମ୍ଭ କରିଥିଲେ। ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ଉପଲବ୍ଧ ନ ଥିବାରୁ ଲୋକମାନେ ବ୍ୟାପକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଖୁବ୍‌ଶୀଘ୍ର ବିଏସଏନ୍‌ଏଲ୍‌ ସହଯୋଗରେ ସେଠାରେ ସେବା ଯୋଗାଇ ଦିଆଯିବ ବୋଲି ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଏକୁଲ ବିଦ୍ୟାଳୟରେ ଚାଲିଥିବା ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ, ଅଙ୍ଗନଓ୍ବାଡି କେନ୍ଦ୍ର, ସ୍କୁଲରେ ଶିକ୍ଷା ବ୍ୟବସ୍ଥା ନିରୀକ୍ଷଣ କରିଥିଲେ। ଶେଷରେ ପୁଟ୍ଟିପାଳରେ ପହଞ୍ଚତ୍ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ, ଅଞ୍ଚଳବାସୀଙ୍କ ସର୍ବନିମ୍ନ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ଏଣିକି ନିୟମିତ ବ୍ୟବଧାନରେ ପ୍ରଶାସନିକ ଅଧିକାରୀ ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସୁଖଦୁଃଖ ବୁଝିବେ। ଏଥିଲାଗି ଯୋଜନା ପ୍ରସ୍ତୁତ କରାଯାଇଥିବା ଜିଲାପାଳ ସୂଚନା ଦେଇଛନ୍ତି। ଜିଲାପାଳଙ୍କ ସହିତ ପିଡି ଡିଆର୍‌ଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ, ଡିଏଫ୍‌ଓ ପ୍ରକାଶ ଚାନ୍ଦ ଗୋଗିନେନି, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ସିଡିଏମ୍‌ଓ ସୁଜାତାରାଣୀ ମିଶ୍ର, ବିଡିଓ ବୁଲ୍‌ବୁଲ୍‌ ବେହେରା, ତହସିଲଦାର ରମେଶ ଜେନା, ଯୋଗାଣ ଅଧିକାରୀ ନିରୋଦ ରଞ୍ଜନ ଦାସ, ସହକାରୀ ଯନ୍ତ୍ରୀ ଅକ୍ଷୟ କୁମାର ବେହେରା, ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ ସାହୁ, ବ୍ଲକ ଯୋଗାଣ ଅଧିକାରୀ ସୁନୀତା ବେହେରା, ରେଞ୍ଜର ସତ୍ୟନାରାୟଣ ସାହୁଙ୍କ ସମେତ ବିଭିନ୍ନ ବିଭାଗର ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୂର୍ତ୍ତି ମନସ୍କ ଶିଶିର

ସାତମାଇଲ, ୧।୯ – ଶିଶିର କୁମାର ବେହେରା। ବୟସ ୨୫। ଘର ହିନ୍ଦୋଳ ବ୍ଲକ ଚିତ୍ତଳପୁର ପଞ୍ଚାୟତ ଅନ୍ତର୍ଗତ ପଞ୍ଚପଡ଼ା ଗ୍ରାମରେ। ମା’ ଆଉ ଜଣେ...

ନିର୍ମାଣାଧୀନ ଡ୍ରେନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର: କାରଣ ଅସ୍ପଷ୍ଟ

ପରଜଙ୍ଗ,୭ା୩(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ରୋଡ଼ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ ଏକ ନିର୍ମାଣାଧୀନ ଡ୍ରେନ୍‌ରୁ ଶନିବାର ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ: ବ୍ୟୟ ଅଟକଳ ୧୦.୩୨ ଲକ୍ଷ

ଢେଙ୍କାନାଳ ଅଫିସ, ୩୧ା୫- ଢେଙ୍କାନାଳର ପ୍ରସିଦ୍ଧ ରଥଯାତ୍ରାକୁ ଶୃଙ୍ଖଳିତ କରିବାକୁ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏ ନେଇ ଗୁରୁବାର ଜିଲା କାର୍ଯ୍ୟାଳୟ...

ଜାତୀୟ ସ୍କେଟିଂରେ ଦେବାଂଶଙ୍କୁ ସ୍ବର୍ଣ୍ଣ

ଢେଙ୍କାନାଳ ଅଫିସ, ୪ା୭: ଜାତୀୟ ଦ୍ୱିତୀୟ ର଼୍ୟାଙ୍କିଙ୍ଗ୍‌ ରୋଲର ସ୍କେଟିଂ ପ୍ରତିଯୋଗିତାର ସବ୍‌ଜୁନିୟର ବର୍ଗ (୧୧ରୁ ୧୪ବର୍ଷ)ରେ ସ୍ବର୍ଣ୍ଣପଦକ ଜିତି ଢେଙ୍କାନାଳର ଗୌରବ ବଢ଼ାଇଛନ୍ତି ଏ.ଆର୍‌....

ଗୁରୁ ଯାମିନୀ ରଞ୍ଜନଙ୍କୁ ‘ନୃତ୍ୟାଙ୍ଗନା ସମ୍ମାନ’

ଢେଙ୍କାନାଳ ଅଫିସ୍‌, ୧୬।୫: ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ‘ନୃତ୍ୟାଙ୍ଗନା’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ ପରିସରରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି ୭ମ ‘ନୃତ୍ୟାଙ୍ଗନା ସମ୍ମାନ...

ଫୁଟାଇଲେ ୫ ରାଉଣ୍ଡ ଗୁଳି

ଢେଙ୍କାନାଳ ଅଫିସ୍‌, ୧।୪ ପୌର ନିର୍ବାଚନ ପରବର୍ତ୍ତୀ ହିଂସାରେ ଅଶାନ୍ତ ହୋଇଉଠିଛି ଢେଙ୍କାନାଳ ସହର। ପରାଜୟକୁ ସହଜରେ ଗ୍ରହଣ କରି ପାରୁ ନ ଥିବା ଏକ...

ବାଇକ୍‌କୁ ଧକ୍କାଦେଲା ଯାତ୍ରୀବାହୀ ବସ୍‌: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର; ପ୍ରତିବାଦରେ ଜିରାଳ-ପଣ୍ଡୁଆ ରାସ୍ତା ଅବରୋଧ

କାମାକ୍ଷାନଗର,୨୯।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ରାଙ୍କିଆ ନିକଟରେ ଶନିବାର ସକାଳେ ଦୁର୍ଘଟଣା ଘଟିଛି। ଏକ ବାଇକ୍‌କୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବା ଫଳରେ ଜଣଙ୍କର...

ଜରାଜୀର୍ଣ୍ଣ ଅବସ୍ଥାରେ ଗାନ୍ଧୀପାର୍କ

ଆଠମଲ୍ଲିକ, ୩୦।୭(ଡି.ଏନ.ଏ.)ଜନସାଧାରଣଙ୍କ ଚିତ୍ତବିନୋଦନ ଏବଂ ଅଞ୍ଚଳର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ଆଠମଲ୍ଲିକ ସହର ପ୍ରବେଶ ଦ୍ୱାରରେ ନିର୍ମାଣ ହୋଇଥିଲା ଗାନ୍ଧୀପାର୍କ। ହେଲେ ପରିଚାଳନାଗତ ଅବ୍ୟବସ୍ଥାରୁ ଏହା...

Advertisement
Archives

Model This Week