Posted inଜାତୀୟ

ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍‌

ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍‌ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଏହା ପୁଣି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଟିକା ଏହା ବିରୋଧରେ ପ୍ରଭାବୀ ନ ହୋଇପାରେ ବୋଲି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନ୍‌୍‌କୁ ‘ଚିନ୍ତାଜନକ ଭାରିଆଣ୍ଟ’ ତାଲିକାରେ ରଖିବା ସହ ବିଭିନ୍ନ ଦେଶରେ ପୁଣି କଡ଼ା କଟକଣା ଫେରିଛି। ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଭାରତ ସମେତ ଅନେକ ଦେଶ ସେମାନଙ୍କ ଯାତ୍ରା ଗାଇଡ୍‌ଲାଇନ୍‌ ଘୋଷଣାକୁ ସ୍ଥଗିତ ରଖିଛନ୍ତି। ଓମିକ୍ରନ୍‌୍‌ ଉପରେ ଅଧିକ ଗବେଷଣା ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ ଏବଂ ଅର୍ଥନୀତିରେ ଆସିଥିବା ସୁଧାରକୁ କିପରି ପ୍ରଭାବିତ କରିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ନିୟନ୍ତ୍ରଣରେ ବିଫଳ ହେଲେ ବିଶ୍ୱସ୍ତରରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେବେ। ଟିକାକରଣ ହାର କମ୍‌ ଥିବା ଦେଶର ଜନସାଧାରଣ ଅଧିକ ପ୍ରଭାବିତ ହେବେ ଏବଂ ଡାକ୍ତରଖାନାରେ ଲୋକଙ୍କ ଗହଳି ବଢ଼ିବ। ଇକୋନୋମିକ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ (ଓଇସିଡି) ମୁତାବକ, ଯଦି ଓମିକ୍ରନ୍‌୍‌ ଭାରିଆଣ୍ଟ ଏକ ବିଶ୍ୱସ୍ତରୀୟ ମନ୍ଥରତା ସୃଷ୍ଟି କରେ ତେବେ ପାଶ୍ଚାତ୍ୟ ସରକାର ବ୍ୟବସାୟ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜରୁରିକାଳୀନ ଆର୍ଥିକ ସହାୟତା ଆଣିବାକୁ ବାଧ୍ୟ ହୋଇପାରନ୍ତି। ଯୋଗାଣ ଶୃଙ୍ଖଳ ପୁଣି ପ୍ରଭାବିତ ହୋଇପାରେ। ଏଥିଯୋଗୁ ମୁଦ୍ରାସ୍ପୀତି ବୃଦ୍ଧି ଜନିତ ସଙ୍କଟ ବଢ଼ିପାରେ, ଯାହା ଦ୍ୱାରା ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର ଆହୁରି କଷ୍ଟକର ହୋଇପଡ଼ିବ। ଦେଶଗୁଡ଼ିକରେ କଡ଼ା କଟକଣା ଲାଗୁ ହେଲେ ଦ୍ରବ୍ୟ ଏବଂ ସେବା ଚାହିଦା ପ୍ରଭାବିତ ହେବ। ଏଥିଯୋଗୁ ଶିଳ୍ପଜଗତ ବ୍ୟାପକ କ୍ଷତିଗ୍ରସ୍ତ ହେବ। ଜରୁରୀସ୍ଥିତିରେ ସରକାର ଏମର୍ଜେନ୍ସି ଫଣ୍ଡ ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ଓଇସିଡିର ପ୍ରମୁଖ ଅର୍ଥନୀତିଜ୍ଞ ଲୌରେନ୍ସ ବୋନେ କହିଛନ୍ତି।
ଗ୍ଲୋବାଲ ଜିଡିପି ଉପରେ ଓଇସିଡି ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ଜିଡିପି ୫.୬ % ବୃଦ୍ଧି ପାଇବାକୁ ଥିବାବେଳେ ୨୦୨୨ରେ ୪.୫ % ଏବଂ ୨୦୨୩ରେ ଏହା ୩.୨% ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମହାମାରୀ ଆରମ୍ଭରୁ ଜି-୨୦ ଗ୍ରୁପ୍‌ର ଦେଶଗୁଡ଼ିକ ଏମର୍ଜେନ୍ସି ସହାୟତା ଭାବେ ୧୦ ଟ୍ରିଲିୟନ ଡଲାର (୭୪,୯୪,୭୨,୫୦,୦୦,୦୦,୦୦୦ ଟଙ୍କା) ଖର୍ଚ୍ଚ କରିସାରିଛନ୍ତି। ଯଦି ବିଶ୍ୱବ୍ୟାପୀ ଟିକାକରଣ ସୁନିଶ୍ଚିତ ହୋଇଥାନ୍ତା ତେବେ ଏଥିପାଇଁ ମାତ୍ର ୫୦ ବିଲିୟନ ଡଲାର (୩୭,୪୭,୩୬,୨୫,୦୦,୦୦୦ ଟଙ୍କା) ଲାଗିଥାନ୍ତା ବୋଲି ବୋନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ଥର ପାଇଁ ପିସିସି ସମ୍ପାଦକ ହେଲେ ସଂଗ୍ରାମ ଦାସ

କେନ୍ଦୁଝର,୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବରିଷ୍ଠ କଂଗ୍ରେସ ନେତା ସଂଗ୍ରାମ ଦାସ ୪ ଥର ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ଏଆଇସିସିର…

ତାଣ୍ଡବ ରଚିଲା ବର୍ଷା! ରାଜଧାନୀରେ ଭୁଶୁଡ଼ିଲା କୋଠା; ଅନେକ ଲୋକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ନୂଆଦିଲ୍ଲୀ,୬।୯: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ପ୍ରବଳ ବର୍ଷା ଯୋଗୁ ତାଣ୍ଡବ ସୃଷ୍ଟି ହୋଇଛି। ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ହଠାତ ଏକ କୋଠା…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ପାକିସ୍ତାନୀ ଖେଳାଳିଙ୍କ ଫୋନ ଜବତ କଲା PCB; ମ୍ୟାଚ ଫିକ୍ସିଂ ସନ୍ଦେହ? ଉଠିଲାଣି ପ୍ରଶ୍ନ

ଇସଲାମାବାଦ,୬।୯: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ସମ୍ପ୍ରତି ଏପରି ନିଷ୍ପତ୍ତି ନେଇଛି ଯାହାକୁ ନେଇ ବିଶ୍ୱବ୍ୟାପୀ ହାସ୍ୟରସ ସୃଷ୍ଟି ହୋଇଛି। ଏବେ, ଇଂଲଣ୍ଡ ଗସ୍ତ ସମୟରେ ଆଉ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri