Posted inଜାତୀୟ

ବିଶ୍ୱ ଅର୍ଥନୀତିକୁ ବିପଦ ଓମିକ୍ରନ୍‌

ନୂଆଦିଲ୍ଲୀ, ୩ା୧୨:କରୋନା ମହାମାରୀବେଳେ ତଳମୁହଁା ହୋଇପଡ଼ିଥିବା ବିଶ୍ୱ ଅର୍ଥନୀତି ମୁଣ୍ଡ ଟେକିବାକୁ ଅଣ୍ଟା ଭିଡ଼ୁଥିବାବେଳେ କୋଭିଡ୍‌ ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଏହା ପୁଣି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି। ଟିକା ଏହା ବିରୋଧରେ ପ୍ରଭାବୀ ନ ହୋଇପାରେ ବୋଲି ବୈଜ୍ଞାନିକ ତଥା ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ଓମିକ୍ରନ୍‌୍‌କୁ ‘ଚିନ୍ତାଜନକ ଭାରିଆଣ୍ଟ’ ତାଲିକାରେ ରଖିବା ସହ ବିଭିନ୍ନ ଦେଶରେ ପୁଣି କଡ଼ା କଟକଣା ଫେରିଛି। ଏହାର ସିଧାସଳଖ ପ୍ରଭାବ ଅର୍ଥନୀତି ଉପରେ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍‌ ଚିହ୍ନଟ ହେବା ପରେ ଭାରତ ସମେତ ଅନେକ ଦେଶ ସେମାନଙ୍କ ଯାତ୍ରା ଗାଇଡ୍‌ଲାଇନ୍‌ ଘୋଷଣାକୁ ସ୍ଥଗିତ ରଖିଛନ୍ତି। ଓମିକ୍ରନ୍‌୍‌ ଉପରେ ଅଧିକ ଗବେଷଣା ଚାଲିଥିବାବେଳେ ଏହା ବିଶ୍ୱ ବାଣିଜ୍ୟ ଏବଂ ଅର୍ଥନୀତିରେ ଆସିଥିବା ସୁଧାରକୁ କିପରି ପ୍ରଭାବିତ କରିବ ତାହା ଏବେ ଚିନ୍ତାର ବିଷୟ ପାଲଟିଛି। ସଂକ୍ରମଣ ନିୟନ୍ତ୍ରଣରେ ବିଫଳ ହେଲେ ବିଶ୍ୱସ୍ତରରେ ବହୁ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେବେ। ଟିକାକରଣ ହାର କମ୍‌ ଥିବା ଦେଶର ଜନସାଧାରଣ ଅଧିକ ପ୍ରଭାବିତ ହେବେ ଏବଂ ଡାକ୍ତରଖାନାରେ ଲୋକଙ୍କ ଗହଳି ବଢ଼ିବ। ଇକୋନୋମିକ୍‌ ଥିଙ୍କ୍‌ଟ୍ୟାଙ୍କ୍‌ ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଙ୍ଗଠନ (ଓଇସିଡି) ମୁତାବକ, ଯଦି ଓମିକ୍ରନ୍‌୍‌ ଭାରିଆଣ୍ଟ ଏକ ବିଶ୍ୱସ୍ତରୀୟ ମନ୍ଥରତା ସୃଷ୍ଟି କରେ ତେବେ ପାଶ୍ଚାତ୍ୟ ସରକାର ବ୍ୟବସାୟ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଜରୁରିକାଳୀନ ଆର୍ଥିକ ସହାୟତା ଆଣିବାକୁ ବାଧ୍ୟ ହୋଇପାରନ୍ତି। ଯୋଗାଣ ଶୃଙ୍ଖଳ ପୁଣି ପ୍ରଭାବିତ ହୋଇପାରେ। ଏଥିଯୋଗୁ ମୁଦ୍ରାସ୍ପୀତି ବୃଦ୍ଧି ଜନିତ ସଙ୍କଟ ବଢ଼ିପାରେ, ଯାହା ଦ୍ୱାରା ବିଶ୍ୱ ଅର୍ଥନୀତିର ପୁନରୁଦ୍ଧାର ଆହୁରି କଷ୍ଟକର ହୋଇପଡ଼ିବ। ଦେଶଗୁଡ଼ିକରେ କଡ଼ା କଟକଣା ଲାଗୁ ହେଲେ ଦ୍ରବ୍ୟ ଏବଂ ସେବା ଚାହିଦା ପ୍ରଭାବିତ ହେବ। ଏଥିଯୋଗୁ ଶିଳ୍ପଜଗତ ବ୍ୟାପକ କ୍ଷତିଗ୍ରସ୍ତ ହେବ। ଜରୁରୀସ୍ଥିତିରେ ସରକାର ଏମର୍ଜେନ୍ସି ଫଣ୍ଡ ବ୍ୟବହାର କରିବାକୁ ବାଧ୍ୟ ହେବେ ବୋଲି ଓଇସିଡିର ପ୍ରମୁଖ ଅର୍ଥନୀତିଜ୍ଞ ଲୌରେନ୍ସ ବୋନେ କହିଛନ୍ତି।
ଗ୍ଲୋବାଲ ଜିଡିପି ଉପରେ ଓଇସିଡି ଏକ ରିପୋର୍ଟ ମଧ୍ୟ ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ବିଶ୍ୱ ଜିଡିପି ୫.୬ % ବୃଦ୍ଧି ପାଇବାକୁ ଥିବାବେଳେ ୨୦୨୨ରେ ୪.୫ % ଏବଂ ୨୦୨୩ରେ ଏହା ୩.୨% ହ୍ରାସ ପାଇବ ବୋଲି ରିପୋର୍ଟରେ ଦର୍ଶାଯାଇଛି। ମହାମାରୀ ଆରମ୍ଭରୁ ଜି-୨୦ ଗ୍ରୁପ୍‌ର ଦେଶଗୁଡ଼ିକ ଏମର୍ଜେନ୍ସି ସହାୟତା ଭାବେ ୧୦ ଟ୍ରିଲିୟନ ଡଲାର (୭୪,୯୪,୭୨,୫୦,୦୦,୦୦,୦୦୦ ଟଙ୍କା) ଖର୍ଚ୍ଚ କରିସାରିଛନ୍ତି। ଯଦି ବିଶ୍ୱବ୍ୟାପୀ ଟିକାକରଣ ସୁନିଶ୍ଚିତ ହୋଇଥାନ୍ତା ତେବେ ଏଥିପାଇଁ ମାତ୍ର ୫୦ ବିଲିୟନ ଡଲାର (୩୭,୪୭,୩୬,୨୫,୦୦,୦୦୦ ଟଙ୍କା) ଲାଗିଥାନ୍ତା ବୋଲି ବୋନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାକିସ୍ତାନଠାରୁ କଶ୍ମୀରକୁ ରକ୍ଷାକରିବା ଲାଗି ବିଜୁ ବାବୁ ଯୁଦ୍ଧବିମାନ ଉଡ଼ାଇଥିଲେ’

ନୂଆଦିଲ୍ଲୀ,୭ା୮(ପି.ଟି.): ଜମ୍ମୁ-କଶ୍ମୀରକୁ ପାକିସ୍ତାନ କବଳରୁ ରକ୍ଷାକରିବା ଲାଗି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯୁଦ୍ଧବିମାନ ଉଡ଼ାଇଥିଲେ ବୋଲି ଲୋକ ସଭାରେ ବିଜେଡି ସଂସଦୀୟ ଦଳ...

ଦଳ ଛାଡ଼ିବାର ଦିନକ ପରେ ଓ୍ବାରେଣ୍ଟ ଜାରି

ନୂଆଦିଲ୍ଲୀ,୧୨।୧: ଯୋଗୀ ଆଦିତ୍ୟନାଥଙ୍କ ସରକାରରୁ ଇସ୍ତଫା ଦେବାର ଦିନକ ପରେ ଓବିସି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ବିରୋଧରେ ଜାରି ହୋଇଛି ଓ୍ବାରେଣ୍ଟ। ୨୦୧୪ରେ ହିନ୍ଦୁ...

ବିନା ପରୀକ୍ଷାରେ ମହିଳାଙ୍କ ରିପୋର୍ଟ କରୋନା ପଜିଟିଭ୍‌…

ଭୋପାଳ, ୧୨।୧ : ନମୁନା ପରୀକ୍ଷା କରାଯାଇ କରୋନା ପଜିଟିଭ୍‌ ଅବା ନେଗେଟିଭ୍‌ ରିପୋର୍ଟ ପ୍ରଦାନ କରାଯାଇଥାଏ। ତେବେ ମଧ୍ୟପ୍ରଦେଶର ଛତ୍ରପୁର ଜିଲାରେ ସ୍ବାସ୍ଥ୍ୟ ବିଭାଗର...

ଅନିଲ ଚୌହାନ ହେବେ ନୂଆ ସିଡିଏସ୍‌

ନୂଆଦିଲ୍ଲୀ,୨୮।୯: ଦେଶର ନୂଆ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ (ସିଡିଏସ୍‌)ଙ୍କ ନାଁ ବୁଧବାର ଘୋଷଣା କରାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ଅନିଲ ଚୌହାନଙ୍କୁ ଆଗାମୀ ସିିଡିଏସ୍‌ ପଦରେ...

ବ୍ରାଜିଲ୍‌କୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ, ୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନ ପିଛା ୯୦ ହଜାରରୁ ଅଧିକରେ ପହଞ୍ଚିଛି।...

୧୪ରେ ଦେଶବ୍ୟାପୀ ତୀବ୍ର ହେବ ଆନ୍ଦୋଳନ: କୃଷକ ସଙ୍ଗଠନ

ନୂଆଦିଲ୍ଲୀ,୯ା୧୨-କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଲିଥିବା ଆନ୍ଦୋଳନ ଭିନ୍ନ ମୋଡ଼ ନେଇଛି। ବିବାଦୀୟ କୃଷି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ...

ହାଇବ୍ରିଡ୍‌ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍‌ ହୋଇପାରେ। ଅର୍ଥାତ୍‌ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ...

ଆତ୍ମନିର୍ଭର ଭାରତ ନିର୍ମାଣରେ କୋଭିଡ୍‌ ଏକ ସୁଯୋଗ: ମୋଦି

କୋଲକାତା,୧୨ା୬(ପି.ଟି.):ଆତ୍ମନିର୍ଭର ଭାରତ ନିର୍ମାଣ ଲାଗି କୋଭିଡ୍‌-୧୯ ସଙ୍କଟକୁ ଏକ ସୁଯୋଗରେ ରୂପାନ୍ତରିତ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗୁରୁବାର ଭିଡିଓ କନ୍‌ଫରେନ୍ସ...

Advertisement
Archives

Model This Week