ବିଶ୍ୱ ଋଣ ଭାର ୨୨୬ ଲକ୍ଷ କୋଟି

ନୂଆଦିଲ୍ଲୀ,୧୭।୧୦: କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱ ବିଭିନ୍ନ କ୍ଷେତ୍ରରେ ମାନ୍ଦା ରହିବା ସାଙ୍ଗକୁ ଅନେକ ସମସ୍ୟା ଦେଇ ଗତି କରିଛି। ସେହିଭଳି ସଂକ୍ରମଣରୁ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ସହିତ ଆର୍ଥିକାବସ୍ଥାର ଉନ୍ନତି ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଗ୍ରହଣ କରାଯାଇଥିବା ପଦକ୍ଷେପ ଓ ଦେଶବାସୀଙ୍କ ସୁରକ୍ଷା ପାଇଁ ବିଶ୍ୱ ଋଣ ପରିମାଣ ୨୨୬ ଲକ୍ଷ କୋଟି ଡଲାରରେ ପହଞ୍ଚିଛି।
ଏ ସମ୍ପକରେ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପକ୍ଷରୁ ପ୍ରକାଶ କରାଯାଇଥିବା ତଥ୍ୟରୁ ଏହାର ବିସ୍ତୃତ ସୂଚନା ଜଣାପଡ଼ିଛି। ୨୦୨୦ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୮୯.୬% ଥିବାବେଳେ ଚଳିତ ବର୍ଷ ୯୦.୬% କୁ ବୃଦ୍ଧି ପାଇବା ନେଇ ଆଇଏମ୍‌ଏଫ୍‌ ଅନେକ କିଛି ଆକଳନ କରିଛି। ୨୦୨୦ରେ ବିଶ୍ୱର ମୋଟ ଋଣ ପରିମାଣରେ ବିକଶିତ ଅର୍ଥନୀତି ଏବଂ ଚାଇନାରେ ମଧ୍ୟ ୯୦%ରୁ ଅଧିକ ଭାଗ ରହିଥିଲା। ଅବଶିଷ୍ଟ ବିକାଶମୁଖୀ ଅର୍ଥନୀତି ଏବଂ ନିମ୍ନ ଆୟକାରୀ ବିକାଶମୁଖୀ ରାଷ୍ଟ୍ରଗୁଡ଼ିକର ଭାଗ ବିଶ୍ୱ ଋଣ ପରିମାଣର ପ୍ରାୟ ୭% ରହିଥିବା ରିପୋର୍ଟରୁ ଜଣାପଡ଼ିଛି।
ଏହି ଅବସରରେ ଆଇଏମ୍‌ଏଫ୍‌ର ନିର୍ଦ୍ଦେଶକ (ଆର୍ଥିକ ବ୍ୟାପାର ବିଭାଗ) ଭିଟୋର ଗ୍ୟାସ୍ପର କହିଛନ୍ତି, କୋଭିଡ୍‌-୧୯ ଏବଂ ଏହାକୁ ମୁକାବିଲା କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଯୋଗୁ ବିଶ୍ୱ ଋଣ ସ୍ତର ବୃହତ୍‌ ମାତ୍ରାରେ ବୃଦ୍ଧି ପାଇଛି। ତେବେ ଏହି ଋଣ ବିତ୍ତୀୟ ସ୍ଥିରତାକୁ ପ୍ରଭାବିତ କରିବ ବୋଲି ସେ କହିଛନ୍ତି। ସରକାରୀ ଋଣ, ପାରିବାରିକ ଏବଂ ଅଣ-ବିତ୍ତୀୟ କର୍ପୋରେଶନଗୁଡିକର ଋଣ ବୃଦ୍ଧି ଯୋଗୁ ୨୦୨୦ରେ ବିଶ୍ୱ ଋଣ ୨୨୬ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଆଇଏମ୍‌ଏଫ୍‌ ରିପୋର୍ଟ ଅନୁସାରେ ୨୦୧୬ରେ ଭାରତର ଋଣ ଏହାର ମୋଟ ଘରୋଇ ଉତ୍ପାଦ(ଜିଡିପି)ର ୬୮.୯% ଥିଲା । ବିଭିନ୍ନ କାରଣ ଯୋଗୁ ଏହା ୨୦୨୦ରେ ୮୯.୬%କୁ ବୃଦ୍ଧି ପାଇଛି। ୨୦୨୧ରେ ଏହା ୯୦.୬%କୁ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ ପାଇଛି। ୨୦୨୨ରେ ଯାଇ ଏହା ୮୮.୮%କୁ ଖସିବ ଏବଂ ୨୦୨୬ରେ ୮୫.୨%କୁ କମିବ ବୋଲି ରିପୋର୍ଟରେ ଆକଳନ କରାଯାଇଛି। ଆଇଏମ୍‌ଏଫ୍‌ ଅନୁସାରେ ଚଳିତ ବର୍ଷ ବିଶ୍ୱ ଋଣ ପରିମାଣ ହ୍ରାସ ଘଟିପାରେ।


Enter your email to get our daily news in your inbox.

All Right Reserved By Dharitri.Com

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ଫେକ୍‌ ଆକାଉଣ୍ଟ ଥିଲେ ସାବଧାନ! ଏହି କାମ ନ କଲେ ଆଉ ଚାଲିବନି ଫେସବୁକ-ଇନଷ୍ଟାଗ୍ରାମ!

ନୂଆଦିଲ୍ଲୀ,୨୬।୩: ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି, କିନ୍ତୁ ଏହା ସହିତ ଜଡିତ ସମସ୍ୟାଗୁଡ଼ିକ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ନକଲି…

ଯୁଦ୍ଧ ଭିତରେ ଭାରତକୁ ବଡ଼ ଝଟ୍‌କା, ବଢିଗଲା ପେଟ୍ରୋଲ ଦର; ଜାଣନ୍ତୁ ଆଜିର ରେଟ୍‌…

ନୂଆଦିଲ୍ଲୀ,୨୬।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ, ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦେଶର ଏକ ପ୍ରମୁଖ ଘରୋଇ ଇନ୍ଧନ ଖୁଚୁରା ବ୍ୟବସାୟୀ ନାୟାରା ଏନର୍ଜି ଗୁରୁବାର ପେଟ୍ରୋଲ…

୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri