ଝିଅ ଭୟରେ ବାହାର କଲେ, ପୁଅ ହେବାରୁ ଘରକୁ ନେଲେ

ପାରାଦୀପ, ୩୦।୧୦(ସ୍ବ.ପ୍ର.): ଝିଅ ପୁଅ ଜନ୍ମ ହେବା ପାଇଁ ଏବେବି ମହିଳାଙ୍କୁ ଦୋଷ ଦିଆଯାଉଛି। ଜଣେ ମହିଳାଙ୍କ ପୂର୍ବରୁ ୨ଟି ଝିଅ ଥିଲା। ପୁନର୍ବାର ସେ ଗର୍ଭବତୀ ହୋଇଥିଲା। ମାତ୍ର ପ୍ରସବର ଗୋଟିଏ ଦିନ ପୂର୍ବରୁ ପୁନର୍ବାର ଝିଅ ଜନ୍ମ ହେବା ଭୟରେ ସ୍ବାମୀ ତାଙ୍କୁ ଘରୁ ରାତିରେ ବାହାର କରିଦେଇଥିଲେ। ପୋଲିସ ତାଙ୍କୁ ନେଇ ଜରାଶ୍ରମରେ ରଖିବା ପରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଖବରପାଇ ସ୍ବାମୀ ଆସି ମା’ ଓ ଶିଶୁ ପୁତ୍ରକୁ ଘରକୁ ନେଇଛନ୍ତି। ଏଭଳି ଘଟଣା ଘଟିଛି ଜଗତ୍‌ସିଂହପୁର ଜିଲା ପାରାଦୀପସ୍ଥିତ ଲକ୍‌ ଥାନା ଅଞ୍ଚଳରେ।
ସମ୍ପୃକ୍ତ ଦମ୍ପତି ହେଲେ ସୁନ୍ଦରଗଡ ଜିଲା ଯଶୀପୁର ଥାନା ଅନ୍ତର୍ଗତ ଜଙ୍କେଶ୍ୱର ଗ୍ରାମର ହରିଆ ପର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସଙ୍ଗୀତା(୨୭)। ଏହି ଦମ୍ପତି ପ୍ରାୟ ଦୁଇବର୍ଷ ହେବ ଲକ୍‌ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ରହୁଛନ୍ତି। ସଙ୍ଗୀତା ଗର୍ଭବତୀ ଥିବାବେଳେ ଶୁକ୍ରବାର ରାତିରେ ଦମ୍ପତିଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେତେବେଳକୁ ସଙ୍ଗୀତାଙ୍କ ପ୍ରସବଜନିତ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। କୌଣସି ସୂତ୍ରରୁ ପୁନର୍ବାର ଝିଅ ହେବ ବୋଲି ଆଶଙ୍କା କରି ହରିଆ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସଙ୍ଗୀତା ବହୁ କଷ୍ଟରେ ପାରାଦୀପ ଲକ୍‌ ଥାନାରେ ପହଞ୍ଚତ୍ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୋଲିସ ତୁରନ୍ତ ତାଙ୍କୁ ନେଇ ଥାନା ଅନ୍ତର୍ଗତ ଗଡ ଗ୍ରାମସ୍ଥିତ ରତ୍ନମାଳି ଜେମା ଜରାଶ୍ରମରେ ରଖିଥିଲା। ଶନିବାର ସକାଳୁ ସଙ୍ଗୀତାଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏହି ଖବର ଜରାଶ୍ରମର ସଭାପତି ସନ୍ତୋଷ ବେହେରା ଲକ୍‌ ଥାନାଧିକାରୀ ସବ୍ୟସାଚୀ ରାଉତଙ୍କୁ ସୂଚନା ଦେଇଥିଲେ। ପୋଲିସ ସ୍ବାମୀ ହରିଆଙ୍କୁ ଥାନାକୁ ଆଣି ସବୁକଥା କହିଥିଲା। ଏହାପରେ ହରିଆ ପୋଲିସ ଓ ଜରାଶ୍ରମର କର୍ମକର୍ତ୍ତାଙ୍କୁ ଅନୁରୋଧ କରି ସ୍ତ୍ରୀ ଓ ଶିଶୁପୁତ୍ରକୁ ନେଇ ଘରକୁ ଫେରିଛନ୍ତି। ଏହି ଘଟଣାରେ ପୋଲିସ ପକ୍ଷରୁ ଷ୍ଟେଶନଡାଏରି (ଜି ଡି/୧୪) କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri