ଭଙ୍ଗାଯାଉନି ଗିରି ମାର୍କେଟ କୋଠା

ବ୍ରହ୍ମପୁର ଅଫିସ,୧୩ା୯:ବ୍ରହ୍ମପୁର ସହରର ହୋଲ୍‌ସେଲ୍‌ ବାଣିଜ୍ୟ ପେଣ୍ଠସ୍ଥଳୀ କହିଲେ ଗିରି ମାର୍କେଟ ବେଶ୍‌ ପରିଚିତ। ଏହି ମାର୍କେଟ ପ୍ରାୟ ୫୦ ବର୍ଷ ପୁରୁଣା। ଉକ୍ତ ମାର୍କେଟ ଉପରେ ଗଞ୍ଜାମ ଜିଲା ସମେତ ଦକ୍ଷିଣ ଓଡ଼ିଶାର ଅନେକ ବ୍ୟବସାୟୀ ନିର୍ଭରଶୀଳ। ଏହି ମାର୍କେଟ ୧୯୭୪ ମେ ୨୪ ରେ ପ୍ରତିଷ୍ଠା ହୋଇଥିଲା। ଏହାକୁ ତତ୍କାଳୀନ ରାଷ୍ଟ୍ରପତି ଭି.ଭି.ଗିରି ଉଦ୍‌ଘାଟନ କରିଥିଲେ। କିନ୍ତୁ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ବର୍ତ୍ତମାନ ଏହା ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ବଜାରରେ ୧୫୦ରୁ ଊର୍ଦ୍ଧ୍ୱ ଦୋକାନ ଗୃହ ରହିଛି। ଜରାଜୀର୍ଣ୍ଣ କୋଠାଟି କେତେବେଳେ ଭୁଶୁଡ଼ି ପଡ଼ିବ ସେ ନେଇ ସ୍ଥାନୀୟ ବ୍ୟବସାୟୀ ଆତଙ୍କିତ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ କୋଠାଟିକୁ ଭାଙ୍ଗିବା ପାଇଁ ବାରମ୍ବାର ନୋଟିସ ଦିଆଯାଉଥିଲେ ସୁଦ୍ଧା ଏ ଯାଏ ଏହାକୁ ଭଙ୍ଗାଯାଉ ନାହିଁ। ଫଳରେ ୨ ଦିନ ଧରି ଲଗାଣ ବର୍ଷାରେ କୋଠାଟି ଆହୁରି ଦୟନୀୟ ହୋଇ ପଡିଛି। ଆଗାମୀ ଦିନରେ ଆଉ ଏକ ଲଘୁଚାପ ବର୍ଷା ଆଶଙ୍କା ଥିବା ବେଳେ ବର୍ଷାରେ କୋଠା କ୍ଷୟକ୍ଷତି ସାଙ୍ଗକୁ ବ୍ୟବସାୟୀ ମଧ୍ୟ କ୍ଷତି ସହିବେ ବୋଲି ମତ ପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ବଜାରର ଉନ୍ନତୀକରଣ ନେଇ ମେ ୧୩ରେ ବିଏମ୍‌ସି କାଉନସିଲ ବୈଠକରେ ଆଲୋଚନା ହୋଇଥିଲା। ଉନ୍ନତୀକରଣ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା। ଏଥିସହ ଉକ୍ତ ବଜାରର ବ୍ୟବସାୟୀଙ୍କୁ ଜାଗା ସ୍ଥାନାନ୍ତର ପାଇଁ ନୋଟିସ ମଧ୍ୟ ଦିଆଯାଇଥିଲା। ତତ୍‌ସହିତ ଅଗଷ୍ଟ ୧୫ ପୂର୍ବରୁ ଗିରି ମାର୍କେଟ କୋଠା ଭଙ୍ଗାଯିବା ପାଇଁ ବିଏମ୍‌ସି ପକ୍ଷରୁ ଯୋଜନା କରାଯାଇଥିଲା। କିନ୍ତୁ ଯୋଜନାର ୧ ମାସ ପୂରିବାକୁ ବସିଥିବା ବେଳେ ବର୍ତ୍ତମାନ ସୁଦ୍ଧା କୋଠା ଭାଙ୍ଗିବା କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏ ନେଇ ବିଏମ୍‌ସିର ଜଣେ ଅଧିକାରୀଙ୍କ ସହ ଯୋଗାଯୋଗ ବେଳେ କହିଛନ୍ତି, ମାର୍କେଟର ଉପର ମହଲାରେ ଥିବା ଅନେକ ବ୍ୟବସାୟୀ ମୀନାକ୍ଷୀନଗରଠାରେ ଥିବା ମାର୍କେଟ କମ୍ପ୍ଲେକ୍ସକୁ ଦୋକାନ ଗୃହ ସ୍ଥାନାନ୍ତର କରି ସାରିଛନ୍ତି। କିନ୍ତୁ ତଳ ମହଲାରେ ଥିବା ବ୍ୟବସାୟୀମାନେ ଏ ଯାଏ ସ୍ଥାନାନ୍ତର ହୋଇନାହାନ୍ତି। ଏହାଦ୍ୱାରା ବିଏମ୍‌ସିକୁ କୋଠା ହସ୍ତାନ୍ତର ହୋଇପାରି ନାହିଁ। ଫଳରେ କୋଠା ଭଙ୍ଗାଯିବା ନେଇ ବାଧା ଉପୁଜିଥିବା ସେ କହିଛନ୍ତି। ଅନ୍ୟପଟେ ବ୍ୟବସାୟୀ ଉମେଶ ସୁବୁଦ୍ଧି କହିଛନ୍ତି, କୋଠା ଭାଙ୍ଗିବା ପାଇଁ ବିଏମ୍‌ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଏଥିସହ ବ୍ୟବସାୟୀଙ୍କୁ ସ୍ଥାନାନ୍ତର ପାଇଁ ବିଏମ୍‌ସି ପକ୍ଷରୁ କୌଣସି ଜାଗା ଦିଆଯାଇ ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri