ଛୁରାମାଡ଼ କରି ଲୁଟୁଥିବା ଗ୍ୟାଙ୍ଗ ଧରାପଡିଲା

ଭୁବନେଶ୍ୱର,୭।୬(ବ୍ୟୁରୋ):ରାତିହେଲେ ରାଜଧାନୀରେ ମୁଖ୍ୟ ରାସ୍ତାଠାରୁ ଗଳିକନ୍ଦି ଘୁରି ବୁଲୁଥିଲେ। ଯାହାକୁ ପାରିଲେ ଛୁରାମାଡ଼ କରି ଲୁଟୁଥିଲେ। ଗତ ୧୬ ତାରିଖରେ ଜଣେ ଧୂପ ବ୍ୟବସାୟୀଙ୍କୁ ଛୁରି ଭୁସି ଲୁଟ୍‌ କରିବା ଘଟଣାରେ ଭରତପୁର ଥାନା ପୋଲିସ ସମ୍ପୃକ୍ତ ଗ୍ୟାଙ୍ଗ ମୁଖ୍ୟଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଶହୀଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ରହୁଥିବା ପୁରୀ ଜିଲା ଡେଲାଙ୍ଗ ଅଞ୍ଚଳର କାଳିଆ ଓରଫ ଦୀପକ ପ୍ରଧାନ(୨୩) ଓ ସହଯୋଗୀ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବମିଖାଲରେ ରହୁଥିବା ଲୁଡୁ ଓରଫ ଶୁଭମ ସ୍ବାଇଁ(୨୦)। ଏମାନଙ୍କଠାରୁ ଗୋଟିଏ ଛୁରି, ଗୋଟିଏ ବାଇକ ଓ ୧୫ ମୋବାଇଲ ଫୋନ୍‌ ଜବତ କରାଯାଇଛି। ଅଭିଯୁକ୍ତଦ୍ୱୟଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଏକାଧିକ ଲୁଟ୍‌ ଘଟଣାରେ ସମ୍ପୃକ୍ତ ଅଛନ୍ତି। ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଧରିବାକୁ ଖୋଜାଚାଲିଛି ବୋଲି ଥାନାଧିକାରୀ ବିଭୁଦତ୍ତ ରାଉତରାୟ କହିଛନ୍ତି।
ପୋଲିସ ସୂଚନାନୁସାରେ, ମାଷ୍ଟରମାଇଣ୍ଡ୍‌ କାଳିଆ କେତେଜଣ ସହଯୋଗୀଙ୍କ ସହ ମିଶି ଏକ ଗ୍ୟାଙ୍ଗ୍‌ ଗଢ଼ିଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ଦୁଇଜଣିଆ ଦଳ ହୋଇ ବାଇକରେ ବୁଲି ଲୁଟ୍‌ପାଟ କରନ୍ତି। ଲୁଡୁ ଚୋରା ମୋବାଇଲ ଫୋନ୍‌ ବିକ୍ରି କରନ୍ତି। କଳିଙ୍ଗନଗର କେ-୩ରେ ରୁହୁଥିବା ଧୂପ ବ୍ୟବସାୟୀ ବିଭୁପ୍ରସାଦ ଦାଶ ନିଜ କାମ ସାରି ମେ’ ୧୬ ରାତିରେ ଘରକୁ ଫେରୁଥିଲେ। ରାତି ପ୍ରାୟ ୧୧ଟା ୫୦ରେ ଘାଟିକିଆ ହନୁମାନ ମନ୍ଦିର ନିକଟରେ ବିଭୁପ୍ରସାଦ ଯାଉଥିବାବେଳେ ଗ୍ୟାଙ୍ଗର ସଦସ୍ୟ ସଲମନ୍‌ଙ୍କ ସହ କାଳିଆ ତାଙ୍କୁ ଅଟକାଇ ଟଙ୍କା ବ୍ୟାଗକୁ ଛଡାଇବାକୁ ଚେଷ୍ଟା କରିଥିଲେ। ବିଭୁପ୍ରସାଦ ବିରୋଧ କରିବାରୁ ସେମାନେ ତାଙ୍କ ପେଟକୁ ଛୁରାମାଡ କରି ୩ ହଜାର ଟଙ୍କା ଥିବା ବ୍ୟାଗ ଓ ମୋବାଇଲ ଫୋନ୍‌ ନେଇ ପଳାଇଥିଲେ। ବିଭୁପ୍ରସାଦ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ଉକ୍ତ ବାଟଦେଇ ଯାଉଥିବା କେତେଜଣ ବ୍ୟକ୍ତି ଆମ୍ବୁଲାନ୍ସରେ ନିକଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେ ବର୍ତ୍ତମାନ ଏମ୍‌ସରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ବନ୍ଧୁ ପ୍ରଭାତ ରଞ୍ଜନ ଦାଶଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା (ନଂ.୧୯୧/୨୦୨୨) ରୁଜୁ କରି ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…

ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…

ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ

କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…

ଶେଷରେ ଏମିତି କହିଦେଲେ ନିଶିକାନ୍ତ ଦୁବେ: ଯଦି ବାଧିଥାଏ…

ଭୁବନେଶ୍ୱର, ୨।୪(ସୁନିତ୍‌ ମିଶ୍ର):ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ବାବଦରେ ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟାନକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ସବୁଆଡୁ…

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri