ଅଟକିଯିବ ଭବିଷ୍ୟତ

ମାଟ୍ରିକ୍‌ ପରୀକ୍ଷାର ସଫଳତା କ୍ୟାରିୟରର ପ୍ରଥମ ପାହାଚ। ଏହା ଛାତ୍ରୀଛାତ୍ରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ପରୀକ୍ଷାକୁ ମୁକ୍ତ ଓ ଅବାଧ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ( ବିଏସ୍‌୍‌ଇ) ଚଳିତ ବର୍ଷ ଅଧିକ ତତ୍ପର ହୋଇଛି। ବିଏସ୍‌ଇ ବା ବୋର୍ଡ ଦ୍ୱାରା ହାଇସ୍କୁଲ ସାର୍ଟିଫିକେଟ (ଏଚ୍‌ଏସ୍‌ସି), ମଧ୍ୟମା ଏବଂ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ(ଏସ୍‌ଓଏସ୍‌ସି) ପରୀକ୍ଷା ଆରମ୍ଭ ହୋଇଛି। ପରୀକ୍ଷାରେ ରାଜ୍ୟର ମୋଟ ୫,୬୨,୪୭୯ ଛାତ୍ରୀଛାତ୍ର ୩,୦୪୭ଟି ପରୀକ୍ଷାକେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ପରୀକ୍ଷାରେ ସ୍ବଚ୍ଛତା ରକ୍ଷା ପାଇଁ ସବୁଥର ଭଳି କପି ଓ ଅନ୍ୟ ବେଆଇନ କାର୍ଯ୍ୟ ରୋକିବା ଲାଗି ବିଭିନ୍ନ ସ୍ତରରେ ସ୍କ୍ବାଡ୍‌ ଗଠନ ହୋଇଛି। ଏହାବ୍ୟତୀତ ଚଳିତ ବର୍ଷ ପ୍ରଥମ ଥର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଚାଳିତ କ୍ୟାମେରା ଲଗାଯାଇଛି। ପାଖାପାଖି ୬୦୦ ସମ୍ବେଦନଶୀଳ କେନ୍ଦ୍ର ଏବଂ କିଛି ନୋଡାଲ କେନ୍ଦ୍ରରେ ଏଭଳି କ୍ୟାମେରା ପରୀକ୍ଷା ପରିଚଳାନା ଉପରେ ସତର୍କଦୃଷ୍ଟି ରଖିଛି। ସରକାର ଯେତେ କ୍ୟାମେରା ଲଗାଉଛନ୍ତି ବା କଟକଣା ସୃଷ୍ଟି କରୁଛନ୍ତି ତାହାର ଚାପ ଛାତ୍ରୀଛାତ୍ରଙ୍କ ଉପରେ ପଡ଼ୁଛି। ଏହାର ପ୍ରମାଣ ମିଳୁଛି ଆଜିର ବଲାଙ୍ଗୀରର ବିଶ୍ୱାତ୍ମ ବିଦ୍ୟାମନ୍ଦିରର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଆମତ୍ହତ୍ୟା ଘଟଣାରୁ। ଅପରପକ୍ଷରେ ପରୀକ୍ଷା ଶେଷ ହେବା ପରେ ଖାତାର ସୁରକ୍ଷା ପାଇଁ ସେଗୁଡ଼ିିକୁ ବୋହିବା ଦାୟିତ୍ୱରେ ଥିବା ଗାଡ଼ିରେ ଗ୍ଲୋବାଲ ପୋଜିସନିଂ ସିଷ୍ଟମ(ଜିପିଏସ୍‌) ଲାଗିବ ବୋଲି ପୂର୍ବରୁ ଯାହା କୁହାଯାଇଥିଲା ତାହା କରାଯାଇନାହିଁ। ଏଥିରୁ ବୁଝାଯାଇପାରେ ଯେ, ପରୀକ୍ଷାରେ ପ୍ରବଳ ତଦାରଖ କରାଯାଉଥିବାବେଳେ ଉତ୍ତର ଲେଖାଯାଇଥିବା ଖାତାଗୁଡ଼ିକର କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ। ପୁରୁଣା କାଳିଆ ସ୍କ୍ବାଡ୍‌ ବ୍ୟବସ୍ଥାକୁ ଛାଡ଼ିଦେଲେ ବର୍ତ୍ତମାନର ଏଆଇ କ୍ୟାମେରା ଯାଞ୍ଚ ପ୍ରକ୍ରିୟା ଗୋଟିଏ କଥା ସ୍ପଷ୍ଟ କରୁଛି ଯେ ପରୀକ୍ଷା ଗୃହରେ ଦୃଷ୍ଟି ରଖିବା ପାଇଁ ସରକାର ଆହୁରି ଅଧିକ ଖର୍ଚ୍ଚ କରୁଛନ୍ତି। ସମସ୍ତେ ଜାଣନ୍ତି ଯେ, ଏଆଇ କ୍ୟାମେରା କାନ୍ଥରୁ ଡେଇଁ କପି କରୁଥିବା ଛାତ୍ରୀଛାତ୍ରଙ୍କୁ ମାଡ଼ିବସିପାରିବ ନାହିଁ। ସେହିସବୁ ଆଧୁନିକ କ୍ୟାମେରା ମାଧ୍ୟମରେ ଭିଡିଓ ଛବିର ମାନ ବୃଦ୍ଧି ପାଇବାରେ ଏବଂ ଯଦି କେହି ଚଲାବୁଲା କରୁଥିବେ ତେବେ ଏଆଇ କ୍ୟାମେରା ସେଗୁଡ଼ିକୁ ଭଲ ଭାବେ ରେକର୍ଡ କରିପାରେ। ଏହା ବ୍ୟତୀତ ଏଆଇ କ୍ୟାମେରା କପି ଅଟକାଇପାରିବ ନାହିଁ କିମ୍ବା ଗାଡ଼ିରେ ଲାଗିଥିବା ଜିପିଏସ୍‌ ଅଟକିଥିବା ଯାନକୁ ଚଳାଇକରି ନେଇଯାଇପାରିବ ନାହିଁ। ଏହି ପ୍ରକାର ପ୍ରଚାର କେବଳ ଭୟ ସୃଷ୍ଟି କରିବା ଛଡ଼ା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିପାରିବ ବୋଲି ବିଶ୍ୱାସ ହେଉନାହିଁ।
ମୂଳପ୍ରଶ୍ନ ଏଆଇ କ୍ୟାମେରା କିମ୍ବା ଜିପିଏସ୍‌ ଉପରେ ନୁହେଁ। ସମସ୍ୟା ହେଉଛି ଭାରତୀୟ ବ୍ୟବସ୍ଥାରେ ପାଠପଢ଼ିକରି ଉତ୍ତୀର୍ଣ୍ଣ ହେଉଥିବା ପିଲା କେବଳ ଚାକିରି କରିବା ପାଇଁ ସୃଷ୍ଟି କରାଯାଉଛନ୍ତି। କୌଣସି ଜାତି ବା ଦେଶ ଲକ୍ଷାଧିକ ଚାକର ସୃଷ୍ଟିକରି ଆଗେଇପାରେ ନାହିଁ। ବୁଦ୍ଧି, କୌଶଳ ଏବଂ ଦକ୍ଷତା ଭଳି ମାନବ ଶକ୍ତିକୁ ପ୍ରୋତ୍ସାହନ ଦେବା ଦିଗରେ ଭାରତୀୟ ଶିକ୍ଷା ବ୍ୟବସ୍ଥା ସହାୟକ ହେଉନାହିଁ। ବହିରେ ଲେଖାଯାଇଥିବା ପାଠ ବ୍ୟତୀତ ପିଲାଙ୍କୁ ନିଜସ୍ବ ଚିନ୍ତାଧାରା ପ୍ରତିଫଳନ କରିବାର ସୁଯୋଗ ଦିଆଯାଉନାହିଁ। ଏପରିକି ଭବିଷ୍ୟତ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଭାବେ ଯଦି ନିଷ୍ପତ୍ତି ନେବାର ଶକ୍ତିକୁ ବିବେଚିତ କରାଯାଏ, ତେବେ ସେଥିରେ ମଧ୍ୟ ଭାରତୀୟ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଶୂନ। ସେଥିପାଇଁ ମାଳମାଳ ହୋଇ ବୁଲୁଥିବା ଭାରତୀୟ ଯୁବପିଢ଼ି ଦେଶର ଭବିଷ୍ୟତ ହେବା ଦୂରର କଥା ନିଜର ଭବିଷ୍ୟତ ମଧ୍ୟ ନିର୍ଦ୍ଧାରଣ କରିପାରୁନାହାନ୍ତି। ସାଧାରଣ ପରିବାରରେ ମାତାପିତାଙ୍କ ଇଙ୍ଗିତ ପାଠପଢା ଦିଗକୁ ପିଲାମାନେ ସ୍ବୀକାର କରିନେଉଛନ୍ତି। ଏପରିକି ଓଡ଼ିଶାର ପୂର୍ବବର୍ଷର ଟପ୍ପର ତାଲିକା ଖୋଜି ସେଥିରେ ଭଲ ସଂଖ୍ୟା ପାଇଥିବା ପିଲାଙ୍କ ସ୍ଥିତି ଆଜି ଆଖିଦୃଶିଆ ହେଉନାହିଁ। ତେଣୁ ପରୀକ୍ଷାକୁ ଜଗିବା ପାଇଁ ଯେତିକି ଅର୍ଥ , ସମୟ ଏବଂ ବୁଦ୍ଧି ଖର୍ଚ୍ଚ କରାଯାଉଛି ତାହାର କିଛି ଅଂଶ ପିଲାଙ୍କୁ ନିଷ୍ପତ୍ତି ନେବାରେ, ଦକ୍ଷତା ବୃଦ୍ଧି କରାଇବାରେ ଏବଂ ସେମାନଙ୍କର ବ୍ୟକ୍ତିଗତ ମଙ୍ଗଳ ପାଇଁ ଭଲ ସ୍ବାସ୍ଥ୍ୟ ସୃଷ୍ଟି କରିବାରେ ବ୍ୟୟ କରାଯିବା ଦରକାର। ନଚେତ୍‌ ମନ୍ଦିର, ମସ୍‌ଜିଦ , ଗିର୍ଜା ଏବଂ ପୂଜାପାଠରେ ଅଟକିଯିବ ଭାରତର ଭବିଷ୍ୟତ।


Enter your email to get our daily news in your inbox.

All Right Reserved By Dharitri.Com

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

ମାଷ୍ଟର ନାହାନ୍ତି

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍‌ଇ) ପକ୍ଷରୁ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ନୂଆ ପାଠ୍ୟକ୍ରମ ଅଣାଯାଇଛି। ଛାତ୍ରୀଛାତ୍ରମାନେ ୩ଟି ଭାଷା ପଢ଼ିବାର ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ…

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri