ଗୃହଯୁଦ୍ଧରେ ଶିକ୍ଷାର ଭବିଷ୍ୟତ

ବିନିୟାମ ବେଡାସୋ

୧୧ ମାସ ଧରି ଉତ୍ତର ଇଥିଓଆରେ ଗୃହଯୁଦ୍ଧ ଲାଗି ରହିଛି। ଏହା ଟିଗ୍ରେ ଅଞ୍ଚଳରୁ ଆରମ୍ଭ ହୋଇ ଏହାର ପାଖାପାଖି ଅଞ୍ଚଳ ଅମ୍‌ହାରା ଏବଂ ଅଫାର୍‌କୁ ବ୍ୟାପିଛି। ଏହାଯୋଗୁ ୨୦ ଲକ୍ଷରୁ ଅଧିକ ଲୋକ ସ୍ଥାନାନ୍ତର ହୋଇଛନ୍ତି ଓ ବ୍ୟାପକ ଧନ ଜୀବନ ହାନି ହୋଇଛି। ଲକ୍ଷ ଲକ୍ଷ ଲୋକ ଅନାହାର ଭିତରକୁ ଠେଲି ହୋଇଯାଇପାରନ୍ତି ବୋଲି ମାନବୀୟ ସଂସ୍ଥାଗୁଡ଼ିକ ସତର୍କ କରିଦେଇଛନ୍ତି। ବ୍ୟାପକ ଗଣ ଅତ୍ୟାଚାର ଅଭିଯୋଗ ମଧ୍ୟ ଆସୁଛି। ଅଧିତ୍କାଂଶ ଗୃହଯୁଦ୍ଧ ଭଳି ଏଥିରେ ବି ମହିଳା ଓ ପିଲାମାନେ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି। ନିର୍ଦ୍ଦିଷ୍ଟ ଭାବେ ସଂଘର୍ଷର ସୂତ୍ରପାତ ହେଉଥିବା ସ୍ଥାନ ଓ ଏହାର ଚାରିପାଖ ଅଞ୍ଚଳରେ ଶିକ୍ଷା କ୍ଷେତ୍ରରେ ସ୍କୁଲପିଲାମାନଙ୍କର ଅତ୍ୟଧିତ୍କ କ୍ଷତି ହେଉଛି। କୋଭିଡ୍‌-୧୯ କଟକଣା ଯୋଗୁ ଶିକ୍ଷା ପ୍ରଭାବିତ ହୋଇଥିବାବେଳେ ସଂଘର୍ଷରେ ତାହା ଆହୁରି ସଙ୍କଟ ଭିତରକୁ ଚାଲିଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ, ଗୃହ ଯୁଦ୍ଧ ଯୋଗୁ ୭,୦୦୦ରୁ ଅଧିକ ସ୍କୁଲ ନଷ୍ଟ କିମ୍ବା ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ଏହାଦ୍ୱାରା ଆଗାମୀ ଶିକ୍ଷା ବର୍ଷରେ ୧୪ ଲକ୍ଷରୁ ଅଧିକ ପିଲା ସ୍କୁଲ ବାହାରେ ରହିବାର ଆଶଙ୍କା ଦେଖାଦେଇଛିି। ଜାତିସଂଘ ରିପୋର୍ଟ ଅନୁଯାୟୀ, ଶିକ୍ଷା କ୍ଷେତ୍ରରେ ଥିବା ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସହାୟତା ଯୋଗାଇ ଦେଉଥିବା ଏଜେନ୍ସିଗୁଡ଼ିକ କେବଳ ୪% ବାଳିକା ବାଳକଙ୍କୁ ସାହାଯ୍ୟ କରିପାରିଛନ୍ତି। ବହୁ ସମୟରେ ଦେଶ ବିଭିନ୍ନ ସରକାରୀ କାର୍ଯ୍ୟରେ ଶିକ୍ଷକମାନଙ୍କ ଉପରେ ନିର୍ଭର କରିଥାଏ। ଏଣୁ ଯୁଦ୍ଧ ପରିସ୍ଥିତିରେ ବିଭିନ୍ନ କାର୍ଯ୍ୟ ସଞ୍ଚାଳନ ପାଇଁ ଶିକ୍ଷକଙ୍କ ଆବଶ୍ୟକତା ରହିବା ସ୍ବାଭାବିକ। ଫଳରେ ଯୁଦ୍ଧ ସଂଘଟିତ ହେଉଥିବା ଅଞ୍ଚଳ ବ୍ୟତୀତ ଅନ୍ୟ ସ୍ଥାନଗୁଡ଼ିକରେ ଶିକ୍ଷା ପ୍ରଭାବିତ ହେବା ସୁନିଶ୍ଚିତ, ଯାହା ଘଟିଛି ସମଗ୍ର ଇଥିଓପିଆରେ।
ଯୁଦ୍ଧ ବା ସଂଘର୍ଷ ଯୋଗୁ ପ୍ରତିରକ୍ଷା ବାବଦ ଖର୍ଚ୍ଚ ବୃଦ୍ଧିର ଆବଶ୍ୟକତା ପଡେ। ଏଥିପାଇଁ ବାର୍ଷିକ ବଜେଟରେ ବିଭିନ୍ନ କ୍ଷେତ୍ରର ବ୍ୟୟ ହ୍ରାସ କରାଯାଇ ପ୍ରତିରକ୍ଷା କ୍ଷେତ୍ରକୁ ଅଣାଯାଏ। ଇଥିଓପିଆରେ ଏଭଳି ମଧ୍ୟ ଘଟିଛି। ଶିକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବ୍ୟୟ ବରାଦକୁ କାଟଛାଣ୍ଟ କରି ତାହାକୁ ପ୍ରତିରକ୍ଷାରେ ସାମିଲ କରାଯାଇଛି। ୨୦୨୧-୨୨ ବିତ୍ତୀୟ ବର୍ଷର ବଜେଟରେ ପ୍ରତିରକ୍ଷା ବ୍ୟୟକୁ ୦.୫% ପଏଣ୍ଟ ବୃଦ୍ଧି କରାଯାଇଛି। ବଜେଟରେ ଶିକ୍ଷା ବ୍ୟୟର ଶେୟାର ୦.୨% ହ୍ରାସ କରାଯାଇଥିବାବେଳେ ପ୍ରତିରକ୍ଷା ବ୍ୟୟର ଶେୟାରରେ ବୃଦ୍ଧି ହୋଇଛି। ଯଦି ସରକାର ଶିକ୍ଷା ବ୍ୟୟକୁ ସୀମିତ ରଖିବାକୁ ଚେଷ୍ଟା କରିବେ, ତେବେ କମ୍‌ ଦରମା ପାଉଥିବା ଶିକ୍ଷକମାନେ ବର୍ଦ୍ଧିତ ମୁଦ୍ରାସ୍ଫୀତି ବା ମହଙ୍ଗା ମାଡ ସହିବେ । ନିଅଣ୍ଟିଆ ଆର୍ଥିକ ଅବସ୍ଥା ଏବଂ ଉପତ୍ାଦନ ଓ ଯୋଗାଣ ସମସ୍ୟା ଯୋଗୁ ସେଠାରେ ମୁଦ୍ରାସ୍ଫୀତି ଏବେ ୩୦%ରେ ପହଞ୍ଚିଛି। ସରକାରଙ୍କ ଏଭଳି ପଦକ୍ଷେପ ଓ ଆର୍ଥିକ ସମସ୍ୟା ଦେଶର ଶିକ୍ଷକମାନଙ୍କ ମନୋବଳ ଭାଙ୍ଗିଦେବା ସହ ସେମାନଙ୍କୁ ହତୋତ୍ସାହିତ କରିବ।
ପୂର୍ବରୁ ବିଶ୍ୱର ବହୁ ଦେଶରେ ସଂଘର୍ଷ ବା ଗୃହଯୁଦ୍ଧ ସଂଘଟିତ ହୋଇଛି। ଏଥିରେ ଲିପ୍ତହେବା ବା ଯୁଦ୍ଧଖୋର ମନୋଭାବ ପ୍ରଦର୍ଶନ କରିବା ଯୋଗୁ ସେଠାରେ ଶିକ୍ଷା ଓ ସାକ୍ଷରତା ଉପରେ ଅତ୍ୟଧିକ ନକାରାମତ୍କ ପ୍ରଭାବ ପଡ଼ିଥିବାର ପ୍ରମାଣ ରହିଛି। ଏଭଳି ସଂଘର୍ଷ ଦ୍ୱାରା ଏବେ ସାମାଜିକ ପକ୍ଷପାତ, ଯଥା ଶୈକ୍ଷିକ ଅସମାନତାରେ ରହିଥିବା ଲିଙ୍ଗଗତ ପ୍ରଭେଦ ଗମ୍ଭୀର ହେବାର ଆଶଙ୍କା ରହିଛି। ମୋଟ ଉପରେ ସଂଘର୍ଷ କାରଣରୁ ଏକ ଅତ୍ୟନ୍ତ ଖରାପ ବଳୟ ସୃଷ୍ଟି ହେବ, ଯେଉଁଠି ଶିକ୍ଷା ଓ ଆର୍ଥିକ ସୁଯୋଗର ଅଭାବ ଦେଖାଦେବା । ପିଢ଼ି ପିଢ଼ି ଧରି ଶତ୍ରୁତା, ଯୁଦ୍ଧ ଲାଗି ରହିବ। ଏବେ ଇଥିଓପିଆର ଯେଉଁ ସବୁ ଅଞ୍ଚଳ ସଂଘର୍ଷରେ ଲିପ୍ତ ସେଗୁଡ଼ିକ ଦଶନ୍ଧି ଦଶନ୍ଧି ଧରି ଗୃହଯୁଦ୍ଧ ଓ ଅନ୍ତର୍ଦେଶୀୟ ଯୁଦ୍ଧର ପ୍ରଭାବ ମଧ୍ୟ ଭୋଗିଛନ୍ତି। ଶୈଶବ ସ୍ବାସ୍ଥ୍ୟ ଓ ଶିକ୍ଷା ଉପରେ ଇଥିଓପିଆନ- ଇରିଟ୍ରିଆନ ଯୁଦ୍ଧର ପ୍ରଭାବକୁ ନେଇ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ,ସ୍କୁଲ ଶିକ୍ଷାରେ ବାଧା ଏବଂ ପୋଷଣ ଅଭାବ ଉଭୟେ ଯୁଦ୍ଧ ପ୍ରଭାବିତ ଅଞ୍ଚଳରେ ପିଲାଙ୍କ ଶୈକ୍ଷିକ ପରିଣାମକୁ ଭୀଷଣ କ୍ଷତି ପହଞ୍ଚାଇଛି। ଦୁଃଖର କଥା, ୧୯୮୦ ଦଶକରେ ଯେଉଁମାନଙ୍କ ଶୈଶବ ଓ ଶିକ୍ଷା ଗୃହଯୁଦ୍ଧ ଦ୍ୱାରା ଧୂଳିସାତ ଯାଇଯାଇଥିଲା, ସେମାନେ ଏବେ ବୟସ୍କ। ସେମାନଙ୍କ ପିଲାମାନେ ତିନି ଦଶନ୍ଧି ପରେ ସେହି ରାସ୍ତାରେ ଯାଉଥିବା ସେମାନେ ଦେଖୁଛନ୍ତି।
ବିକାଶରେ ବାଧା ବା ସମସ୍ୟାକୁ ସାମ୍ନା କରିବା ସହ ଇଥିଓପିଆ ପ୍ରାଥମିକ ଶିକ୍ଷାର ଉପଲବ୍ଧତା ବୃଦ୍ଧି କରିପାରିବା ପାଇଁ ଚଳାଇଥିତ୍ବା ଉଦ୍ୟମକୁ ପ୍ରଶଂସା କରାଯାଇପାରେ। ଅତୀତର ଗୃହଯୁଦ୍ଧ ହେତୁ ଶିକ୍ଷାରେ ଘଟିଥିବା ଅନେକ କ୍ଷତିକୁ ଭରଣା କରି ଆଗକୁ ବଢିଛି। ଦୁର୍ଭାଗ୍ୟବଶତଃ, କୋଭିଡ୍‌ ମହାମାରୀ ସଙ୍କଟରେ କ୍ଷତିଗ୍ରସ୍ତ ପିଲାମାନଙ୍କ ଶିକ୍ଷାର ସାମଗ୍ରିକ ମାନ ବୃଦ୍ଧି ସକାଶେ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ରହିଥିବା ଆହ୍ବାନଗୁଡ଼ିକୁ ସାମ୍ନା କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ଲାଗି ଇଥିଓପିଆ ପ୍ରୟାସ କରୁଥିବା ସମୟରେ ଗୃହଯୁଦ୍ଧ ପୁଣି ସ୍କୁଲ୍‌ଗୁଡ଼ିକ ପାଇଁ ଖରାପ ସମୟ ଆଣିଛି। ଶିକ୍ଷା ଉପରେ ସଂଘର୍ଷର ଦୀର୍ଘମିଆଦୀ ପରିଣାମକୁ ସୀମିତ ରଖିବା ପାଇଁ ଶିକ୍ଷା ବ୍ୟବସ୍ଥାର ସୁରକ୍ଷା ଲୋଡ଼ା। ଏଥିତ୍ପାଇଁ ଯୁଦ୍ଧରେ ପ୍ରଭାବିତ ହୋଇଥିତ୍ବା ଏବଂ ସଙ୍କଟକୁ ସାମ୍ନା କରିବାକୁ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଶିକ୍ଷା ବ୍ୟବସ୍ଥାରେ ନିବେଶ କରିବାକୁ ପଡ଼ିବ। ଏହି କାର୍ଯ୍ୟ ସଂଘର୍ଷ ପରବର୍ତ୍ତୀ ସମୟରେ ଏବଂ ପୁନଃ ନିର୍ମାଣ ସମୟରେ ଜାରି ରଖିବା ଆବଶ୍ୟକ। ଇଥିଓପିଆରେ ଗୃହଯୁଦ୍ଧରେ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଅନ୍ତର୍ଜାତୀୟ ସମୁଦାୟ ଜୀବନରକ୍ଷାକାରୀ ଖାଦ୍ୟ ସହାୟତା ଯୋଗାଇ ଦେବା ନିମନ୍ତେ ଏକାଠି କାର୍ଯ୍ୟ କରିବା ଉଚିତ। ଏହା ସହ ସଂଘର୍ଷ ଲାଗିଥିବା ଅଞ୍ଚଳରେ ପିଲାମାନଙ୍କ ଶିକ୍ଷା ସୁଯୋଗ ସୁରକ୍ଷିତ ରଖିତ୍ବା ଲାଗି ସବୁ ବାଧା ଦୂର କରିବାକୁ ବିଶ୍ୱ ସମୁଦାୟ ପଦକ୍ଷେପ ନେବା ଆବଶ୍ୟକ।
ବିକାଶଭିତ୍ତିକ ସଂଗଠନଗୁଡ଼ିକ ପ୍ରୋତ୍ସାହନ ସ୍ବରୂପ ବିଦେଶୀ ସହାୟତା ଯୋଗାଇ ଦେଇ ସଂଘର୍ଷ ଶେଷ କରିବାକୁ ବୁଝାମଣା କରିବା ଦରକାର। ଶିକ୍ଷାରେ ସୃଷ୍ଟି ହୋଇଥିତ୍ବା ବାଧା ଦୂର କରିବା ପାଇଁ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ତେବେ ଏହି କାର୍ଯ୍ୟରେ ସେମାନେ ଅନେକ ଆହ୍ବାନର ସମ୍ମୁଖୀନ ହେବାର ସମ୍ଭାବନା ଥିଲେ ବି ସାମ୍ପ୍ରତିକ ସମୟରେ ଏହାକୁ ପ୍ରାଥମିକତା ଦେବା ଜରୁରୀ। ଏଭଳି କାର୍ଯ୍ୟ କରି ସେମାନେ ସଂଘର୍ଷରେ ପୂର୍ଣ୍ଣଚ୍ଛେଦ ପକାଇବା ସକାଶେ ଦୁଇପକ୍ଷ ମଧ୍ୟରେ ବୁଝାମଣା କରିପାରିବେ। ୨୦୦୫ରେ ବିବାଦୀୟ ନିର୍ବାଚନ ପରେ ହିଂସକ କାର୍ଯ୍ୟାନୁଷ୍ଠାନ ଯୋଗୁ ସୃଷ୍ଟି ହୋଇଥିବା ଅସ୍ବାଭାବିକ ପରିସ୍ଥିତିରେ ଡୋନୋର ଅନୁଷ୍ଠାନଗୁଡ଼ିକ ବିଭିନ୍ନ ମାଧ୍ୟମରେ ଅତ୍ୟାବଶ୍ୟକ ସେବା ପାଇଁ ପାଣ୍ଠି ଯୋଗାଇ ଦେଇଥିଲେ। ଏବେ ବି ଏହା କରିପାରିବେ। ଏହି ଗୃହଯୁଦ୍ଧକୁ ଶେଷ କରାଯିବାର ସମସ୍ତ ଉଦ୍ୟମ ଇଥିଓପିଆକୁ ଅନେକ ଲାଭ ପହଞ୍ଚାଇବ। ଏହାଦ୍ୱାରା ବହୁ ଜୀବନ ରକ୍ଷା ହେବ ଏବଂ ପିଲାମାନଙ୍କ ପାଇଁ ଶିକ୍ଷା ସୁଯୋଗ ପୁଣି ଫେରାଇ ଅଣାଯାଇପାରିବ। ଏଭଳି ପଦକ୍ଷେପ ଗ୍ରହଣ କରାଯିବାବେଳେ ଯଦି ସ୍କୁଲ ସଂସାଧନଗୁଡ଼ିକର ପରିବର୍ତ୍ତନ ଆଣିବାକୁ ଗୁରୁତ୍ୱ ଦିଆ ନଯାଏ କିମ୍ବା ମୁଦ୍ରାସ୍ଫୀତି ବଢିବା ସମୟରେ ଶିକ୍ଷକଙ୍କ ବାସ୍ତବ ଆୟ ହ୍ରାସ ହୁଏ, ତେବେ ଆର୍ଥିିକ ଅନୁଦାନଗୁଡ଼ିକ ଲାଭଦାୟକ ହେବା ପରିବର୍ତ୍ତେ କ୍ଷତି ଘଟାଇବ। ଏଣୁ ଆର୍ଥିକ ଅନୁଦାନର ଠିକ୍‌ ଉପଯୋଗ ଉପରେ ଅନୁଷ୍ଠାନଗୁଡ଼ିକ ଗୁରୁତ୍ୱ ଦେବା ଦରକାର।
ମୂଳତଃ, ଏହି ଯୁଦ୍ଧରେ ସବୁ ପକ୍ଷ ମନେରଖିବା ଉଚିତ ଯେ, ସଂଘର୍ଷରେ ମାନବ ଜୀବନର କେତେ କ୍ଷତି ଘଟୁଛି ତାହା ବାସ୍ତବ ମୃତଦେହ ଗଣନା କିମ୍ବା ଅନାହାର ଭିତରକୁ ଠେଲି ହୋଇଯାଉଥିତ୍ବା ଲୋକଙ୍କ ସଂଖ୍ୟାରେ ସୀମିତ ନୁହେଁ। ଇଥିଓପିିଆରେ ଲାଗି ରହିଥିବା ସଂଘର୍ଷର ସାମଗ୍ରିକ ପ୍ରଭାବ ପରପିଢ଼ିକୁ ସମ୍ପ୍ରସାରିତ ହୋଇପାରେ। ଲକ୍ଷ ଲକ୍ଷ ପିଲାଙ୍କୁ ସେମାନଙ୍କ ଶିକ୍ଷା ଅଧିକାରୁ ବଞ୍ଚିତ କରିବା ଏଭଳି ଆଶଙ୍କା ଦେଖାଦେଇଛି। ରାଜନୈତିକ ନେତାଗଣ ମଧ୍ୟ ଏଥିତ୍ପାଇଁ ଉତ୍ତରଦାୟୀ ରହିବା ଉଚିତ।
ସିନିୟର ରିସର୍ଚ୍ଚ ଆସୋସିଏଟ୍‌, ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପମେଣ୍ଟ, ଲଣ୍ଡନ


Enter your email to get our daily news in your inbox.

All Right Reserved By Dharitri.Com

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

ଲୁଚାଇବା ଅନାବଶ୍ୟକ

ସୁପ୍ରିମକୋର୍ଟ ୧୩ ମାର୍ଚ୍ଚ ୨୦୨୬ରେ ମହିଳାଙ୍କ ଋତୁସ୍ରାବକାଳୀନ ଛୁଟି ସଂକ୍ରାନ୍ତ ଆବେଦନକୁ ଖାରଜ କରିଦେବା ସହ ଦେଇଥିବା ମତକୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ସର୍ବୋଚ୍ଚ ଅଦାଲତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri