Posted inଜାତୀୟ

ଦୋହଲିଲା ମୂଳଦୁଆ

ଚମୋଲି/ନୂଆଦିଲ୍ଲୀ,୧୪ା୧: ଉତ୍ତରାଖଣ୍ଡର ଚମୋଲି ଜିଲା ଜୋଷୀମଠର ମୂଳଦୁଆ ଦୋହଲିଯାଇଛି। ଗତ ଡିସେମ୍ବର ୨୭ରୁ ଜାନୁୟାରୀ ୮ ତାରିଖ (ମାତ୍ର ୧୨ ଦିନ) ଭିତରେ ଏହି ଧର୍ମନଗରୀ ୫.୪ ସେଣ୍ଟିମିଟର ଦବିଯାଇଛି। ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)ର ନ୍ୟାଶନାଲ ରିମୋଟ ସେନ୍ସିଂ ସେଣ୍ଟର ପକ୍ଷରୁ ସଦ୍ୟ ଜାରି ଉପଗ୍ରହ ଚିତ୍ରରୁ ଏହି ବିଷୟ ସ୍ପଷ୍ଟ ହୋଇଛି।
ହିମାଳୟ ପାଦଦେଶରେ ଥିବା ଲୋକପ୍ରିୟ ତୀର୍ଥସ୍ଥଳୀ ବଦ୍ରିନାଥର ପ୍ରବେଶପଥ ଭାବେ ଜଣାଶୁଣା ଜୋଷୀମଠର ରାସ୍ତାଘାଟ, ଘର କାନ୍ଥ ଓ ଅନ୍ୟାନ୍ୟ ଭିତ୍ତିଭୂମିଗୁଡ଼ିକରେ ଲଗାତର ଭାବେ ଫାଟ ସୃଷ୍ଟି ହେବା ଏବଂ ଏହାର ବ୍ୟବଧାନ ବଢ଼ିଚାଲିବା ଉତ୍ତରାଖଣ୍ଡ ଓ କେନ୍ଦ୍ର ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହି ପରିପ୍ରେକ୍ଷୀରେ ଇସ୍ରୋ ନିଜ ରିପୋର୍ଟରେ ଦର୍ଶାଇଛି ଯେ ଜାନୁୟାରୀ ୨ରେ ହୋଇଥିବା ଭୂସ୍ଖଳନ ଯୋଗୁ ସେଣ୍ଟ୍ରାଲ ଜୋଷୀମଠ ଭୂମି ତଳକୁ ଖସିଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଭାରତୀୟ ସେନାର ହେଲିପ୍ୟାଡ୍‌ ଓ ଏକ ମନ୍ଦିର ରହିଛି। ଭୂସ୍ଫଳନର ମୁଖ ୨,୧୮୦ ମିଟର ଉଚ୍ଚତାରେ ଥିବା ଜୋଷୀମଠ-ଅଉଲି ରୋଡ୍‌ରେ ଅବସ୍ଥିତ। ମହାକାଶ ସଂସ୍ଥା ଗବେଷଣାରୁ ଆହୁରି ଜାଣିବାକୁ ପାଇଛି ଯେ ଜୋଷୀମଠ ସହର ନିମ୍ନକୁ ଖସିବା ହାର ପୂର୍ବ ମାସଗୁଡ଼ିକରେ ଅତି କମ୍‌ ଥିଲା। ୨୦୨୨ ଏପ୍ରିଲରୁ ନଭେମ୍ବର (୭ ମାସ) ମଧ୍ୟରେ ଏହା ୯ ସେ.ମି. ଡୁବିଥିଲା। କାର୍ଟେସାଟ୍‌-୨ଏସ୍‌ ସାଟେଲାଇଟ୍‌ ଜରିଆରେ ଏହି ଚିତ୍ର ସଂଗୃହୀତ ହୋଇଛି। ସଟେଲାଇଟ୍‌ ସର୍ଭେ ପରଠୁ ୪,୦୦୦ ଲୋକଙ୍କୁ ରିଲିଫ୍‌ କ୍ୟାମ୍ପ୍‌ଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସମେତ ୬୭୮ ଘରକୁ ବିପଦସଙ୍କୁଳ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ଭୂସ୍ଫଳନ ପାଇଁ ସ୍ଥାନୀୟ ଲୋକେ ଓ ବିଶେଷଜ୍ଞମାନେ ଅଣଯୋଜନାବଦ୍ଧ ତଥା ଅବାଧ ଭିତ୍ତିଭୂମି ପ୍ରକଳ୍ପ ନିର୍ମାଣକୁ ଦାୟୀ କରିଛନ୍ତି। ବିଶେଷକରି ପାହାଡ଼ ଉପରେ ନିର୍ମାଣାଧୀନ ଏକ ପାଓ୍ବାର ପ୍ଲାଣ୍ଟରେ ଚାଲିଥିବା ବ୍ଲାଷ୍ଟିଂ ଓ ଡ୍ରିିଲିଂ ଯୋଗୁ ଏପରି ହେଉଥିବା ସେମାନେ କହିଛନ୍ତି। ନ୍ୟାଶନାଲ ଥର୍ମାଲ ପାଓ୍ବାର କର୍ପୋରେଶନ୍‌ (ଏନ୍‌ଟିପିସି) ପକ୍ଷରୁ ତପୋବନ ବିଷ୍ଣୁଗଡ଼ରେ ୪X୧୩୦ ମେଗାଓ୍ବାଟ୍‌ ବିଶିଷ୍ଟ ଜଳବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ୨୦୦୬ରୁ ନିର୍ମାଣାଧୀନ ଥିବା ୧୨ କି.ମି. ଲମ୍ବର ଏକ ଟନେଲ ଯୋଗୁ ଭୂସ୍ଫଳନ ହେଉଥିବା ଅଭିଯୋଗ ହୋଇଛି। ୮ଟି ସଂସ୍ଥା ମିଳିତ ଭାବେ ଏହାର ଯାଞ୍ଚ କରିବେ। ରାଜ୍ୟ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷେ ଏନ୍‌ଟିପିସିର ଟନେଲ ନିର୍ମାଣ କାର୍ଯ୍ୟ ଜୋଷୀମଠ ସହରରୁ ୧.୧ କି.ମି. ଦୂରରେ ଚାଲିଥିବା ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପକ୍ଷରୁ ଶକ୍ତି ମନ୍ତ୍ରଣାଳୟକୁ ଅବଗତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ୧.୫ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri