ବୃତ୍ତି ଚିନ୍ତାରେ ବନବାସୀ

କାମାକ୍ଷାନଗର, ୬।୧(ଡି.ଏନ.ଏ.) – ବଣଡଙ୍ଗରରେ ଜୀବନ। ହିଂସ୍ରଜନ୍ତୁ ସହ ମୁହାଁମୁହିଁ । ଜୀବିକା ପାଇଁ ଜୀବନ ଲାଗୁଛି ବାଜି। ଏହା ସତ୍ତ୍ୱେ ମିଳୁନି ପାରିଶ୍ରମିକ। ଶାଗମାଛ ଦରରେ ବିକ୍ରି କରିବାକୁ ପଡୁଛି ଲଘୁ ବନଜାତ ଦ୍ରବ୍ୟ। ବଜାର ସୁବିଧା ନ ଥିବାରୁ ମଧ୍ୟସ୍ଥ ସାଜିଥିବା ବେପାରୀ ମାଲାମାଲ ହେଉଥିବାବେଳେ ବୃତ୍ତି ଚିନ୍ତାରେ ପଡ଼ିଛନ୍ତି ବନବାସୀ।
ଶିଳ୍ପ ଜିଲା ଢେଙ୍କାନାଳରେ ଏବେ ବି ଦେଖିବାକୁ ମିଳେ ଆଦିବାସୀ ସଂସ୍କୃତିର ଛାପ। ଉପାନ୍ତ ଅଞ୍ଚଳରେ ବାସ କରୁଥିବା ଆଦିବାସୀ ପରିବାର ଏବେ ବି ଜଙ୍ଗଲ ଉପରେ ନିର୍ଭରଶୀଳ। ବିଶେଷ କରି କାମାକ୍ଷାନଗର ଉପଖଣ୍ଡର ହଜାର ହଜାର ଆଦିବାସୀ ପରିବାରର ପେଟପାଟଣା କଥା ବୁଝୁଛି ଜଙ୍ଗଲ। ମହୁ, ଝୁଣାକୁ ବାଦ୍‌ ଦେଲେ ଶାଳପତ୍ର, ଶିଆଳି ପତ୍ର, ଫୁଲ ଝାଡୁ ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି ଅନେକେ। ମହିଳାମାନେ ଏ କ୍ଷେତ୍ରରେ ବେଶ୍‌ ପାରଦର୍ଶୀ। ସେମାନେ ସକାଳୁ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଶୁଖାଇ ସେଥିରୁ ଖଲି ସିଲାଇ କରିଥାନ୍ତି। ଛୋଟରୁ ବଡ଼ ସମସ୍ତେ ଏଥିରେ ସହାୟତା କରିଥାନ୍ତି। ସ୍ଥାନୀୟ ହାଟ ବଜାରରେ ଏହାକୁ ବିକ୍ରି କରି ବେଶ୍‌ ଦୁଇପଇସା ପାଇଥାନ୍ତି।
ହେଲେ ଏବେ ପରିସ୍ଥିତି ବଦଳିଯାଇଛି। ବୈଷୟିକ ଜ୍ଞାନ କୌଶଳର ବିକାଶ ପରେ ଏବେ ଥର୍ମୋକୁଲ, ପ୍ଲାଷ୍ଟିକ, ପିଲିଥିନ ଏବଂ କାର୍ଡ ତିଆରି ଥାଳି ବହୁଳ ବିକ୍ରି ହେଉଛି। ପରୋକ୍ଷରେ ଏହା ବନବାସୀଙ୍କ ବୃତ୍ତିକୁ ପ୍ରଭାବିତ କରୁଛି। ଉତ୍ପାଦନ କରାଯାଉଥିବା ହାତ ତିଆରି ଖଲି ବଜାରରୁ ଉଭେଇ ଗଲାଣି। କାଁ ଭାଁ ମାଙ୍ଗଳିକ କାର୍ଯ୍ୟ, ଭୋଜିଭାତରେ ଏହାକୁ ଖୋଜାପଡୁଛି। ପରିବେଶ ଅନୁକୂଳ ହୋଇଥିଲେ ହେଁ ସରକାରୀ ପ୍ରୋତ୍ସାହନ ଅଭାବରୁ ଆଦିବାସୀଙ୍କ ହାତ ତିଆରି ଖଲିର ବିକ୍ରିବଟା ହୋଇପାରୁନାହିଁ।
ଅନ୍ୟପଟେ ପ୍ରତିବର୍ଷ ଜଙ୍ଗଲ ନିଆଁରେ ଶିଆଳି ଲତା ଲୋପ ପାଇବାକୁ ବସିଛି। କାଠଚୋର ମାନେ ଶାଳଗଛ କାଟି ନେଉଥିବାରୁ ସହଜରେ ପତ୍ର ମିଳୁନାହିଁ। ହାତୀ ଉପଦ୍ରବ ବି ଗିରିଜନଙ୍କ ବୃତ୍ତିରେ ଦାଉସାଧୁଛି। ଉନ୍ନତମାନର ଶାଳପତ୍ର ମିଳୁ ନ ଥିବାରୁ ଗ୍ରାହକମାନେ ମୁହଁ ଫେରାଇନେଉଛନ୍ତି। ଅନ୍ୟପଟେ ବ୍ୟବସାୟୀମାନେ ସରଳ ଆଦିବାସୀଙ୍କୁ ପ୍ରଲୋଭିତ କରି ଶସ୍ତାରେ ପତ୍ର କିଣି ନେଉଛନ୍ତି। ମେଶିନ ସହାୟତାରେ ସେମାନେ ଏଥିରୁ ଖଲି ପ୍ରସ୍ତୁତ କରି ମୁନାଫା ପାଉଛନ୍ତି। କାମାକ୍ଷାନଗର ବ୍ଲକର ବାଉଁଶପାଳ, କାଦୁଆ, ମହୁଲପାଳ, ସାରୁଆଳି, ବାରୁଆଁ, କଙ୍କଡ଼ାହାଡ଼ ବ୍ଲକର ବାଟଗାଁ, ବାଲିକୁମା, କଙ୍କଡ଼ାହାଡ଼, କାନ୍ତୋଲ ପଞ୍ଚାୟତର ଆଦିବାସୀ ପରିବାର ଜୀବିକା ପାଇଁ ଖଲିପତ୍ର ଉପରେ ନିର୍ଭରଶୀଳ। ତେବେ ପ୍ରୋତ୍ସାହନ ଏବଂ ବଜାର ସୁବିଧା ନ ଥିବାରୁ ସେମାନଙ୍କ ଜୀବିକା ସଙ୍କଟରେ ପଡ଼ିଛି। ଲଘୁ ବନଜାତ ଦ୍ରବ୍ୟର ବିକ୍ରିବଟା ଲାଗି ସରକାରୀସ୍ତରରେ ବ୍ୟବସ୍ଥା କରାଗଲେ ବନବାସୀ ପରିବାର ଉପକୃତ ହୋଇପାରିବେ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ଦୁଇଦିନ ଖଟିଲେ ୨୦୦ ଟଙ୍କା ମିଳୁନି
ଆଗରୁ ଯେମିତି ବ୍ୟବସାୟ ହେଉଥିଲା, ଏବେ ତାହା ନାହିଁ। ୪-୫ ବର୍ଷ ତଳେ ଦିନକୁ ୩୦୦ ଟଙ୍କାର ଖଲିପତ୍ର ବିକ୍ରି ହୋଇଯାଉଥିଲା। ଏବେ ଦୁଇଦିନ ଖଟିଲେ ବି ୨୦୦ ଟଙ୍କା ମିଳିବା କଷ୍ଟକର। ଆଗରୁ ବେପାରୀମାନେ ଗଁାକୁ ଯାଇ ଖଲିପତ୍ର ସଂଗ୍ରହ କରୁଥିଲେ। ଏବେ ହାଟକୁ ଆଣି ବିକିବାକୁ ପଡୁଛି ।
-ନାଗି ଟୁଡୁ, କରଡ଼ାବଣି, କାନପୁରା
ପତ୍ର ସଂଗ୍ରହ କରିବା କଷ୍ଟକର ହେଲାଣି
କିଛି ବର୍ଷ ତଳେ ଘର ପାଖରେ ଜଙ୍ଗଲ ଥିଲା। ପ୍ରଚୁର ଶାଳପତ୍ର ମିଳୁଥିଲା। ଅଳ୍ପ ସମୟରେ ବେଶି ପତ୍ର ସଂଗ୍ରହ କରି ହେଉଥିଲା। ସେଥିରୁ ଅଧିକ ପତ୍ର ସିଲାଇ କରିପାରୁଥିଲୁ। ଏବେ କାଠ ଚୋରମାନେ ଶାଳଗଛ କାଟି ନେଉଛନ୍ତି। ପତ୍ର ସଂଗ୍ରହ କରିବା ବେଶି କଷ୍ଟକର ହେଲାଣି।
-ଧାନି ମାରାଣ୍ଡି, ଟାସିଂରି ମାଝିସାହି, ବାଉଁଶପାଳ

ଉଚିତ ମୂଲ୍ୟ ମିଳୁନାହିଁ
ସ୍କୁଲ ବନ୍ଦ ଥିବାରୁ ପରିବାର ଲୋକଙ୍କ ସହ ମିଶି ଖଲି ସିଲେଇ କରୁଛି। ଦୁଇ ପଇସା ରୋଜଗାର କଲେ ପାଠପଢ଼ାରେ ଖର୍ଚ୍ଚ ହେବ। ବଜାର ସୁବିଧା ନ ଥିବାରୁ ଉଚିତ ମୂଲ ମିଳୁନାହିଁ। ବେପାରୀମାନେ ଆମଠାରୁ କିଣି ବଜାରରେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଥର୍ମୋକୁଲ୍‌, ପ୍ଲାଷ୍ଟିକ ପ୍ଲେଟର ଆଦର ପାଇଁ ବ୍ୟବସାୟ କମିଛି।
-ସଉରି ମୁର୍ମୁ, ଟାସିଂରି ମାଝିସାହି, ବାଉଁଶପାଳ

ହାତୀପଲ ଚିନ୍ତା ବଢ଼ାଇଛନ୍ତି
ଗାଁ ପାଖକୁ ଜଙ୍ଗଲ ଲାଗିଥିଲା। ଏବେ ଜଙ୍ଗଲ କମିଗଲାଣି। ହାତୀ ଉପଦ୍ରବ ମଧ୍ୟ ବଢ଼ିଛି। ଆଖପାଖ ଜଙ୍ଗଲରୁ ହାତୀପଲ ଆସି ବର୍ଷତମାମ ହଇରାଣ କରୁଛନ୍ତି। ଭୟରେ ପତ୍ର ସଂଗ୍ରହ କରିହେଉନାହିଁ। ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ ମିଳିଲେ ଶତାଧିକ ପରିବାର ଉପକୃତ ହୋଇପାରନ୍ତେ।
-ମୁନି ବାସ୍କେ, ମହୁଲପାଳ ପଞ୍ଚାୟତ


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

ଆଜି ବରଗଡ଼ରେ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ: ତା’ ପୂର୍ବରୁ ଚାଷୀନେତାଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଗସ୍ତରେ ଗୁରୁବାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସୁଛନ୍ତି । ଜିଲାର ଅତାବିରା ବ୍ଲକ ଅନ୍ତର୍ଗତ…

ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିରରେ ଦର୍ଶନ, ବାହୁଡ଼ା-ସୁନାବେଶ ପାଇଁ ଜାଣି ରଖନ୍ତୁ ଟ୍ରାଫିକ୍‌ କଟକଣା…

ପୁରୀ,୨୩ା୭(ଅଜିତ୍‌ କୁମାର ମହାନ୍ତି): ଗୁରୁବାର ଗୁଣ୍ଡିଚା ମନ୍ଦିରରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଦର୍ଶନ। ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ ଲାଗିରହିଛି।। ସନ୍ଧ୍ୟା…

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri