Posted inରାଜ୍ୟ

ବାଘ ସୁରକ୍ଷାରେ ବନ ବିଭାଗ ବିଫଳ, ଖାଲି ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା

ଭୁବନେଶ୍ୱର, ୩୧।୧(ବ୍ୟୁରୋ): ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବିଭିନ୍ନ ଯୋଜନାରେ ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଆରମ୍ଭରୁ ବନ ବିଭାଗର ବଡ଼ବାବୁମାନେ ନାନା ବାହାବା ନେଉଛନ୍ତି, ହେଲେ ଠିକ୍‌ ସମୟରେ ବିଫଳ ହେଉଥିବାରୁ ରାଜ୍ୟରେ ବାଘ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଘ ମୃତ୍ୟୁସଂଖ୍ୟା ବଢ଼ୁଥିବାବେଳେ ଗୋଟିକ ପରେ ଗୋଟିଏ ଘଟଣାରେ ଓଡ଼ିଶା ଜାତୀୟ ସ୍ତରରେ ନିନ୍ଦିତ ହେଉଛି। ଗତ ଗୁରୁବାର ଗଞ୍ଜାମ ଜିଲା ବୁଗୁଡ଼ା ବନାଞ୍ଚଳ ମାଣିତରା ସେକ୍ସନରେ ବାର୍‌ହା ଫାଶରେ ପଡ଼ି ଏକ କଲରାପତରିଆ ବାଘର ମୃତ୍ୟୁ ଘଟିଥିଲା। ଏହାପୂର୍ବରୁ ଶିକାର, ଫାଶ ଓ ରୋଗରେ ବହୁ ବାଘର ଜୀବନ ଯାଇଛି। ସେହିଭଳି ମଧ୍ୟପ୍ରଦେଶରୁ ଆସିଥିବା ମହାବଳ ‘ମହାବୀର’ର ମୃତ୍ୟୁ ଓ ବାଘୁଣୀ ‘ସୁନ୍ଦରୀ’ ଫେରିବା ପ୍ରସଙ୍ଗ ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି। ସୁନ୍ଦରୀ ଏବେ ସାତକୋଶିଆ ଅଭୟାରଣ୍ୟରେ ବନ୍ଦୀ ଜୀବନ ବିତାଉଛି। ତାକୁ ନେବା ପାଇଁ ମଧ୍ୟପ୍ରଦେଶ ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଶନିବାର ପିସିସିଏଫ୍‌(ଓ୍ବାଇଲ୍ଡଲାଇଫ୍‌) ହରିଶଙ୍କର ଉପାଧ୍ୟାୟ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ସୁନ୍ଦରୀକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ଘୋରେଲା କେନ୍ଦ୍ରରେ ରଖାଯିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ)ର ଅନୁମତି ପରେ କାହ୍ନା ବ୍ୟାଘ୍ର ସଂରକ୍ଷଣ, ବାନ୍ଧବଗଡ଼ ଜାତୀୟ ଉଦ୍ୟାନ ଏବଂ ପେଞ୍ଚ ଜାତୀୟ ଉଦ୍ୟାନରେ ବ୍ୟାଘ୍ର ସଫାରି ନିର୍ମାଣ କରାଯାଉଛି। ସେପର୍ଯ୍ୟନ୍ତ ‘ସୁନ୍ଦରୀ’କୁ କାହ୍ନା ବ୍ୟାଘ୍ର ସଂରକ୍ଷଣସ୍ଥିତ ଘୋରେଲା କେନ୍ଦ୍ରରେ ସାମୟିକ ଭାବେ ରଖାଯିବ। ବର୍ତ୍ତମାନ ଘୋରେଲା କେନ୍ଦ୍ରରେ ଅନ୍ୟଏକ ବାଘ ତାଲିମ ନେଉଛି। ଏହାକୁ ଉପଯୁକ୍ତ ସ୍ଥାନରେ ଛଡ଼ାଯିବା ପରେ ‘ସୁନ୍ଦରୀ’କୁ ସେଠାକୁ ନିଆଯିବ। ଏସବୁ ପ୍ରକ୍ରିୟା ପାଇଁ ‘ସୁନ୍ଦରୀ’ର ସ୍ଥାନାନ୍ତର ବିଳମ୍ବ ହୋଇପାରେ ବୋଲି ସେ କହିଛନ୍ତି। ତେବେ ବନ ବିଭାଗର ଅପାରଗତା ଯୋଗୁ ରାଜ୍ୟରେ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଫେଲ୍‌ ମାରିଥିବା ଓ କୋଟି କୋଟି ଟଙ୍କା ପାଣିରେ ପଡ଼ିଲା ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ କହିଛନ୍ତି। ରାଜ୍ୟରେ ବ୍ୟାଘ୍ର ସଂଖ୍ୟା ବୃଦ୍ଧି କରିବା ପାଇଁ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ହୋଇଥିଲା। ଯେଉଁଥିରେ ଓଡ଼ିଶାକୁ ୬ଟି ବାଘ ଆସିଥାନ୍ତା। ଏନ୍‌ଟିସିଏ ଓ ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ପ୍ରଥମେ ମଧ୍ୟପ୍ରଦେଶ ସରକାର ଓଡ଼ିଶାକୁ ଦୁଇଟି ବାଘ ଦେଇଥିଲେ। ପରବର୍ତ୍ତୀ ସମୟରେ ଆଉ ୪ଟି ଦେବାର ଥିଲା। କିନ୍ତୁ ମଧ୍ୟପ୍ରଦେଶରୁ ଆସିଥିବା ବାଘ ‘ମହାବୀର’ର ମୃତ୍ୟୁ ଘଟିଥିଲା ଓ ବାଘୁଣୀ ‘ସୁନ୍ଦରୀ’ ମଣିଷ ମାରିବା ଅଭିଯୋଗ ହେବା ପରେ ତାକୁ ସାତକୋଶିଆ ରାଇଗୁଡ଼ା ଏନ୍‌କ୍ଲୋଜ୍‌ରେ ରଖାଯାଇଥିଲା। ପ୍ରାୟ ଦୁଇବର୍ଷ ହେବ ‘ସୁନ୍ଦରୀ’ ସେହିଭଳି ବନ୍ଦୀ ହୋଇ ରହିଛି।

ସେପଟେ ‘ମହାବୀର’ର ମୃତ୍ୟୁକୁ ନେଇ ମଧ୍ୟ ଏନ୍‌ଟିସିଏ କ୍ଷୋଭ ପ୍ରକାଶ କରିଥିଲା। ବାଘକୁ ସୁରକ୍ଷା ଦେଇ ନ ପାରିବାରୁ ତା’ର ମୃତ୍ୟୁ ହୋଇଥିଲା। ସେହିଭଳି ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟାରେ ରାଜ୍ୟ ବନ ବିଭାଗ ଗାଇଡ଼ଲାଇନ ପାଳନ କରି ନ ଥିବା ଏନ୍‌ଟିସିଏ କହିଥିଲା। ପ୍ରକଳ୍ପ ପାଇଁ ଦିଆଯାଇଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ ହୋଇଥିବା ଭଳି ସାଂଘାତିକ ଅଭିଯୋଗ ଆଣିଥିଲା ଏନ୍‌ଟିସିଏ। ଏ ନେଇ ଏନ୍‌ଟିସିଏ ଓଡ଼ିଶା ସରକାରଙ୍କ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଥିଲା। ଯେଉଁମାନଙ୍କ ପାଇଁ ଏସବୁ ବିଶୃଙ୍ଖଳା ହେଲା ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏନ୍‌ଟିସିଏ ଚିଠିରେ ଉଲ୍ଲେଖ କରିଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଏ ପର୍ଯ୍ୟନ୍ତ କାହା ବିରୋଧରେ ସେଭଳି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହି ପ୍ରକଳ୍ପରେ ସଂଶ୍ଳିଷ୍ଟ ବହୁ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ କାହାର ପଦୋନ୍ନତି ହୋଇଥିବାବେଳେ ଆଉ କିଛି ଅବସର ନେଇ ସାରିଲେଣି। ଏପରିସ୍ଥିତିରେ ବାଘ ସୁରକ୍ଷା ନାଁରେ ବନ ବିଭାଗ ଭେଳିକି କରୁଥିବା ବିଶେଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ବିବାଦୀୟ ମନ୍ତବ୍ୟ ଦେବା ପରେ କ୍ଷମା ମାଗିଲେ ଖାର୍ଗେ, ଭାବନାକୁ ଆଘାତ ଦେବା…

ନୂଆଦିଲ୍ଲୀ,୮।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁଜରାଟର ଲୋକଙ୍କ ସମ୍ପର୍କରେ ଦେଇଥିବା ବୟାନ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି । ସେ କହିଛନ୍ତି ଯେ ସେ ସବୁବେଳେ ଗୁଜରାଟର…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

ପୁଶିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ ନେଇ ପ୍ରଶାସନର କ୍ଷେତ୍ର ପରିଦର୍ଶନ

ନନ୍ଦପୁର,୮ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଦେଇ ଯାଇଥିବା କେ.କେ ରେଳପଥରେ ଏକ ପୁସିଂ ବ୍ରିଜ୍‌ ନିର୍ମାଣସ୍ଥଳ ଚିହ୍ନଟ କରିବାକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର କ୍ଷେତ୍ର…

ପ୍ଲାଟଫର୍ମରେ ବିଶ୍ରାମ ନେଉଥିଲେ ମା’-ବାପା: ୪ ମାସର ଶିଶୁପୁତ୍ରଙ୍କୁ ଉଠାଇ ନେଇଗଲେ…

ନିରାକାରପୁର,୮।୪(ମାନସ ଚନ୍ଦ୍ର ପଟ୍ଟନାୟକ):ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ ନିରାକାରପୁର ରେଳ ଷ୍ଟେଶନ ପରିସରରୁ ୪ ମାସର ଶିଶୁପୁତ୍ର ଚୋରି। ସ୍ବାମୀ, ସ୍ତ୍ରୀ ଓ ଶିଶୁପୁତ୍ର ପ୍ଲାଟଫର୍ମରେ ବିଶ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri