ଜୀବନ ପ୍ରବାହ

ଅନୀତା ପଟ୍ଟନାୟକ

 

ପିଲାଦିନେ ଆମ ଘର ଆଗରେ ଗୋଟିଏ ଗଛରେ ଦୁଇଟି ଗୋବରା ଚଢ଼େଇ ରହୁଥିଲେ ଓ ତାଙ୍କ ନୀଡ଼ରେ ଦୁଇଟି ସୁନ୍ଦର ଛୁଆ ଦେଇଥିଲେ। ପକ୍ଷୀ ଦମ୍ପତିଙ୍କର ଫେରିବାର ସମୟ ହେଲେ ଛୁଆ ଚଢ଼େଇଗୁଡ଼ିକ ବ୍ୟତିବ୍ୟସ୍ତ ହୋଇ ରାବି ଉଠୁଥିଲେ। ଏହାର ଉଦ୍ଦେଶ୍ୟ ଜାଣିବା ପାଇଁ ମୁଁ ବାପାଙ୍କୁ ପଚାରିବାରୁ ବାପା କହିଲେ, ପିଲାଗୁଡ଼ିଙ୍କର ଖାଇବା ସମୟ ହୋଇଯାଇଥିବାରୁ ଚଢ଼େଇ ଦମ୍ପତି ସେମାନଙ୍କର ଥଣ୍ଟରେ ଆଣିଥିବା ଖାଦ୍ୟକୁ ପିଲାମାନଙ୍କୁ ଦେବେ ଓ ସେମାନେ ଶାନ୍ତ ହୋଇ ରହିବେ। ସେଦିନ ମୁଁ ଜାଣି ପାରିଲି ଚଢ଼େଇ ଦମ୍ପତି ସକାଳୁ ଖାଦ୍ୟ ଅନ୍ବେଷଣରେ ବାହାରି ଯାଆନ୍ତି। ସ୍କୁଲ ଯିବା ବୟସ ହେବାରୁ ଦେଖିଲି ମୋର ମାତାପିତା ଖୁବ୍‌ ବ୍ୟସ୍ତ ହୋଇ ଘରର ସମସ୍ତଙ୍କ ପାଇଁ ରନ୍ଧାରନ୍ଧି କରି ମତେ ସ୍କୁଲରେ ଛାଡ଼ି ଅଫିସକୁ ଯାଉଥିଲେ ଓ ମୋର ଛୁଟି ହେବାପରେ ମତେ ଘରକୁ ଧରି ଫେରୁଥିଲେ। ବେଶ୍‌ କିଛିଦିନ ଅନୁଧ୍ୟାନ କରି ଜାଣିଲି ଯେ ମୋର ମାତାପିତା ପିଲାଦିନେ ଦେଖିଥିବା ଚଢ଼େଇ ଦମ୍ପତିଙ୍କ ପରି ସବୁଦିନ ଖାଦ୍ୟ ଅନ୍ବେଷଣରେ ଧାଉଁଛନ୍ତି। ଦିନେ ଦେଖିଲି କଳା ଛୋଟବଡ଼ ଜନ୍ଦା ଗୋଟିଏ ଧାଡ଼ି ହୋଇ ସମସ୍ତ ମା’ ରଖିଥିବା ଚିନି ଡବାରୁ ଗୋଟିଏ ଗୋଟିଏ ଚିନିଦାନା ଧରି ଖୁବ୍‌ ଜୋରରେ ଗୋଟିଏ ଗାତ ଆଡ଼କୁ ଚାଲିଯାଉଛନ୍ତି। ସେ ଦିନ ଜାଣିଲି ଜନ୍ଦା ଓ ପିିମ୍ପୁଡ଼ି ମଧ୍ୟ ସବୁଦିନ ଖାଦ୍ୟ ଅନ୍ବେଷଣରେ ବାହାରି ଯାଆନ୍ତି। ଆମଘରେ ଥିବା ଗାଈକୁ ବାପା ସକାଳୁ ଖୋଲି ଦିଅନ୍ତି। ସେ ମଧ୍ୟ ଖାଦ୍ୟ ଅନ୍ବେଷଣରେ ବାହାରି ଯାଇ ସନ୍ଧ୍ୟରେ ତା’ର ବାଛୁରି ପାଖକୁ ଫେରିଆସେ। ଦେଖିଲି ସାପ, ମାଙ୍କଡ଼, ବିଲେଇ ସମସ୍ତେ ଖାଦ୍ୟ ଅନ୍ବେଷଣରେ ଦିନସାରା ବ୍ୟସ୍ତ।
ଦିନେ ମୁଁ ରାସ୍ତାରେ ଯାଉଥିବା ସମୟରେ ଦେଖିଲି ଅନେକ ସରକାରୀ, ବେସରକାରୀ ଆଧ୍ୟାତ୍ମିକ ସଂସ୍ଥା ଏକ ବା ବିଭିନ୍ନ ପ୍ରକାରର ସେବାକାର୍ଯ୍ୟରେ ଲିପ୍ତ। ଏସବୁ ସେବା ମଧ୍ୟରୁ କେଉଁଟି ସବୁଠାରୁ ଉତ୍ତମ ତାହା ମୋର ଜାଣିବାକୁ ଇଚ୍ଛା ହେଲା। ମା, ବାପା, ଶିକ୍ଷକ ସମସ୍ତେ କହିଲେ ସବୁ ସେବା ସମାନ। ମୋର ମନରେ ପ୍ରଶ୍ନ ଉଠିଲା ଯଦି ସବୁ ସେବା ସମାନ ତେବେ ଏତେ ପ୍ରକାର ସଂସ୍ଥା ଦ୍ୱାରା କାହିଁକି ସେବା କରାଯାଉଛି? ସବୁ ସେବାକାର୍ଯ୍ୟ ସମାନ ଭାବରେ ପବିତ୍ର ଓ ହିତକାରକ କି? ଏପରି ପ୍ରଶ୍ନ ମନରେ ଥିବା ସମୟରେ ମୋର ପିତାଙ୍କ ସହିତ ମୁଁ ଜଣେ ଗେରୁଆ ବସ୍ତ୍ର ପିନ୍ଧିଥିବା ସାଧୁଙ୍କ ପାଖକୁ ଯାଇଥିଲି। ବାପା ଆଶ୍ରମରେ ଅନ୍ୟମାନଙ୍କ ସହିତ କଥୋପକଥନ କରୁଥିବା ସମୟରେ ମୁଁ ସାଧୁ ବାବାଙ୍କୁ ମୋର ମନର କଥାକୁ କହିଥିଲି। ସେ ମତେ କହିଥିଲେ କ୍ଷମତା ଲୋଭି କ୍ଷମତା ଲୋଭରେ ଯେଉଁ ସେବା କରନ୍ତି ବା ବାଧ୍ୟତାମୂଳକ ଭାବେ ଲୋକ ଦେଖାଣିଆ ପାଇଁ ଯେଉଁ ସେବାକାର୍ଯ୍ୟ କରାଯାଏ ତାହା ଲାଭ ଅପେକ୍ଷା ଅନେକ ହାନିକାରକ ହୋଇଥାଏ। କ୍ଷମତା ଲୋଭୀମାନେ ଯେଉଁ କର୍ମଶାଳା ସେବାର ପ୍ରଶିକ୍ଷଣ ପାଇଁ ଖୋଲିଥାନ୍ତି ତାହା ଦୋକାନ ସଦୃଶ ଦୃଷ୍ଟି ଆକର୍ଷଣ ଓ ସାଜସଜ୍ଜା କରି ଲୋକଙ୍କୁ ଆକୃଷ୍ଟ କରିଥାନ୍ତି। ଧୂର୍ତ୍ତ ପ୍ରଚାରରେ କ୍ଷଣସ୍ଥାୟୀ ଫଳ ମିଳେ ଏହା ପରିବେଶକୁ ନୈରାଶ୍ୟ ଓ ବିଫଳତା ଦିଏ। ମୋର ମୁଣ୍ଡକୁ ଆଉଁସି ଦେଇ ଗୁରୁଦେବ କହିଲେ, କୌଣସି ସ୍ବାର୍ଥ ନ ଥାଇ ପ୍ରେମପୂର୍ଣ୍ଣ ସେବାକୁ ହିଁ ପ୍ରକୃତ ସେବା କୁହାଯାଏ।
ସେ କହିଲେ, ସେବା ପାଇଁ ହୃଦୟରେ ଭାବ, ମସ୍ତିଷ୍କରେ ବୁଦ୍ଧି ଓ ହାତରେ ଶକ୍ତି ଦରକାର। ହୃଦୟରେ ନିଃସ୍ବାର୍ଥପର ପ୍ରେମ, ବିନମ୍ରତା ଆବଶ୍ୟକ। ଯେତେବେଳେ ମନ, ବୁଦ୍ଧିମତାପୂର୍ଣ୍ଣ ବିଚାରଶକ୍ତି ସହ ସମସ୍ୟା ଓ ତା’ର ସମାଧାନ ବିଷୟକ ଜ୍ଞାନପାଏ ଓ ହସ୍ତ ଉପଶମକାରୀ ସ୍ପର୍ଶରେ ଆଗ୍ରହ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସମୟ, ଶକ୍ତି ଓ ଦକ୍ଷତାକୁ ଆନନ୍ଦର ସହ ବିନିଯୋଗ କରେ, ତାହା ସେବାକାର୍ଯ୍ୟରେ ପରିଣତ ହୁଏ। ସେବା ପାଇଁ ଭଗବତ ବିଶ୍ୱାସ ଅନିବାର୍ଯ୍ୟ। ସେବା ପାଇଁ ସ୍ବାର୍ଥଶକ୍ତିରୁ ମୁକ୍ତ ହେବା ଆବଶ୍ୟକ। ସେ କିଛି ସମୟ ପାଇଁ ତାଙ୍କର ଅଲୌକିକ ଶକ୍ତି ମତେ ଦେଖାଇଥିଲେ। ଦେଖିଲି ଗୁରୁଦେବ ଓ ମୁଁ କିଛି ସମୟ ପାଇଁ ଆକାଶ ମାର୍ଗରେ ବୁଲୁଚୁ। ତଳେ ପୃଥିବୀରେ ମୋର ସାଙ୍ଗସାଥୀ, ବାପା, ମାଆ, ବନ୍ଧୁବାନ୍ଧବ, ପ୍ରାଣୀଜଗତ ସମସ୍ତେ ଖାଦ୍ୟ ଅନ୍ବେଷଣରେ ବ୍ୟସ୍ତ। ସେ ମତେ କହିଲେ, ଜୀବନ ଅର୍ଥ ଖାଦ୍ୟ ଅନ୍ବେଷଣ ନୁହେଁ, ଏହାଠାରୁ କିଛି ଅଧିକ। ପ୍ରକୃତିସ୍ଥ ଚିତ୍ତରେ ହୃଦୟଙ୍ଗମ କଲି ପ୍ରକୃତରେ ମୋ ସହିତ କଥାବାର୍ତ୍ତା କରୁଥିବା ଲୋକଟି ଗୁରୁଦେବ ନ ଥିଲେ, ମୋ ଭିତରେ ଥିବା କିଛି ଏକ ଚେତନଶକ୍ତି ମୋ ସହିତ କଥାବାର୍ତ୍ତା କରୁଥିଲା। ସେ ମତେ କହିଥିଲା ଜୀବନ କ୍ଷଣ ଭଙ୍ଗୁର, ଖାଦ୍ୟକୁ ଅନ୍ବେଷଣ ପାଇଁ ଉଦ୍ଦିଷ୍ଟ ନୁହେଁ। ନିଃସ୍ବାର୍ଥପର ଓ ସେବା ମାଧ୍ୟମରେ ତୁ ମତେ ପାଇପାରିବୁ।
ଅବସରପ୍ରାପ୍ତ ପ୍ରାଧ୍ୟାପିକା, ସେକ୍ଟର-୧୦, ସିଡିଏ, କଟକ, ମୋ:୯୬୯୨୯୮୦୦୨୬


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri