କମୁଛି ବନ୍ୟାପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ/ଝୁମ୍ପୁରୀ (ଡି.ଏନ.ଏ.),୧୯ା୮: ବୈତରଣୀ ନଦୀର ଜଳ ପତ୍ତନ ହ୍ରାସ ହେବା ପରେ ଯାଜପୁର ଜିଲା ଦଶରଥପୁର ବ୍ଲକରେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଛି। ଏହାସହ ଜଳସମ୍ପଦ ବିଭାଗ ପକ୍ଷରୁ କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୃଷ୍ଟି ହୋଇଥିବା ଘାଇର ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହୋଇଛି।
ବନ୍ୟା ଯୋଗୁ ବାସହରା ହୋଇ ରିଲିଫ କେନ୍ଦ୍ର, ପଡୋଶୀ, ବନ୍ଧୁବାନ୍ଧବଙ୍କ ଘରେ ଆଶ୍ରୟ ନେଇଥିବା ବନ୍ୟା ବିପନ୍ନମାନେ ମୁଣ୍ଡ ଗୁଞ୍ଜିବାକୁ ରାହା ଖୋଜୁଛନ୍ତି। କେତେଜଣ ରାସ୍ତା ଏବଂ ବନ୍ଧ ଉପରେ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି। ବନ୍ୟାରେ ହଜି ଯାଇଥିବା ସାମଗ୍ରୀକୁ ଖୋଜୁଛନ୍ତି। ମାଟିଘରକୁ ସଜାଡିବାକୁ ଚେଷ୍ଟା କରୁଥିବା ଲୋକଙ୍କ ଦୁର୍ଦ୍ଦଶା ବଢି ଯାଇଛି। ଯେଉଁଘର ବନ୍ୟା ପାଣିରେ ଭିଜି ଠିଆ ହୋଇଛି ସେହିସବୁ ମଧ୍ୟ ବିପଦାପନ୍ନ ହୋଇଛି। କେତେବେଳେ ପଡିଯିବ ତାର ଠିକଣା ନାହିଁ। ଆଗାମୀ ଦିନରେ କେମିତି ରହିବା, ପିଲାଛୁଆଙ୍କୁ ଓ ବନ୍ୟା ପୂର୍ବରୁ ଉଦ୍ଧାର କରିଥିବା ଘର ସାମଗ୍ରୀକୁ କେଉଁଠି ରଖିବା ଆଦି ଚିନ୍ତାରେ ସେମାନେ ବ୍ୟସ୍ତ। ନିଜ କଷ୍ଟ ଉପାର୍ଜିତ ଖାଦ୍ୟ ସାମଗ୍ରୀ ସହ ଘରକରଣା ସାମଗ୍ରୀ ବନ୍ୟା ଜଳରେ ନଷ୍ଟ ହୋଇଯାଇଛି। ସ୍ବଳ୍ପବୃଷ୍ଟିପାତରେ ଯାହା କିଛି ଚାଷ କାମ ଆଗେଇ ଥିଲା ତାହା ବନ୍ୟାପାଣିରେ ଜଳମଗ୍ନ ହୋଇଛି। ଏଥିରେ ବନ୍ୟା ବିପନ୍ନମାନେ ଭାଙ୍ଗି ପଡିଛନ୍ତି। ଏହାସହ କସପା ପଞ୍ଚାୟତର କେତେକ ଗ୍ରାମକୁ ଯୋଗାଯୋଗ ସମ୍ଭବପର ହୋଇଛି। ପ୍ରଶାସନ ତରଫରୁ କସପା ପଞ୍ଚାୟତର ସମସ୍ତ ଗ୍ରାମକୁ ରିଲିଫ୍‌ ସାମଗ୍ରୀ ପଠାଯାଇଥିବାର କୁହାଯାଉଥିଲେ ମଧ୍ୟ ବିଭିନ୍ନ ସ୍ଥାନରେ ସୁଷମ ବଣ୍ଟନ ହୋଇ ନ ଥିବାର ଅଭିଯୋଗ ହେଉଛି।
ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଧନେଶ୍ୱର ସାମଲ, ଏସ୍‌ସି ଶରତଚନ୍ଦ୍ର ଘଡାଇ, ଏସ୍‌ଡିଓ ଅନ୍ତର୍ଯ୍ୟାମୀ ମହାନ୍ତି, କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଷଡ଼ଙ୍ଗୀ ପ୍ରମୁଖ ଘାଇ ହୋଇଥିବା ସ୍ଥାନରେ ଉପସ୍ଥିତ ରହି ଘାଇ ମରାମତିର ତଦାରଖ କରିଛନ୍ତି। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଗୁରୁବାର କସପା, ଦୁଦୁରାଅଣ୍ଟା, ମଲ୍ଲିକାପୁର ଆଦି ପଞ୍ଚାୟତକୁ ପରିଦର୍ଶନ କରିବା ସହିତ ବୈତରଣୀ ଓ କାଣୀ ନଦୀର ବନ୍ଧର ସ୍ଥିତି ଅନୁଧ୍ୟାନ କରିଥିଲେ। ଅପରପକ୍ଷରେ ବୈତରଣୀ ନଦୀର ମୂକୂଳା ମୁହାଣଦେଇ ବନ୍ୟାଜଳ କୟାଁ ପଞ୍ଚାୟତର ଧରମପୁର ଓ ଗହିରାପାଳ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିବାର ଦେଖାଯାଇଛି। ବନ୍ୟାଜଳ ଗ୍ରାମର ବିଭିନ୍ନ ସାହୀକୁ ସଂଯୋଗ କରୁଥିବା ମୂଖ୍ୟ ରାସ୍ତାଗୁଡିକ ଭରିରହିଛି । ଧରମପୁର ଓ ଗହିରାପାଳ ଗ୍ରାମର ଗୃହପାଳିତ ପଶୁଙ୍କୁ ପେଟା ନଦୀ ପୋଲ ଓ ମୁଖ୍ୟ ରାସ୍ତାର ଶୁଖିଲା ସ୍ଥାନରେ ବନ୍ଧା ଯାଇଛି। ପ୍ରଶାସନ ତରଫରୁ ବ୍ଲକର ୧୧ ପଞ୍ଚାୟତର ୩୩ ଗ୍ରାମର ୧୩୬୬୫ ଗ୍ରାମ ପ୍ରଭବିତ ହୋଇଥିବା କୁହାଯାଉଥିବାବେଳେ ବାସ୍ତବତା କିନ୍ତୁ ତା’ଠାରୁ ଢେର ବେଶି ହେବ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଏଥିସହ ୩୫୭୧ ହେକ୍ଟର କ୍ଷତିଗ୍ରସ୍ତ ହୋଇଯାଇଛି। ଏଥିରେ ଧାନ, ଡାଲିଜାତୀୟ ଫସଲ ଓ ପନିପରିବା ସମ୍ପୂର୍ଣ୍ଣରୂପେ ନଷ୍ଟ ହୋଇଯାଇଛି। ନିତ୍ୟସାମଗ୍ରୀ ବନ୍ୟାଜଳରେ ନଷ୍ଟ ହୋଇଯାଇଥିବାବେଳେ ଅତ୍ୟାବଶ୍ୟକ କପଡା ଖଣ୍ଡେ ପାଇବାକୁ ବିପନ୍ନମାନେ ଅନୁରୋଧ କରୁଥିଲେ ସୁଦ୍ଧା ପ୍ରଶାସନର ଚିନ୍ତା ନାହିଁ। ବନ୍ୟାଜଳ ହ୍ରାସ ପାଇଥିଲେ ସୁଦ୍ଧା ଜିଲାର ସମସ୍ତ ଅଞ୍ଚଳକୁ ମେଡିକାଲ ଟିମ୍‌ ପହଞ୍ଚି ପାରିନାହିଁ। ଫଳରେ ବନ୍ୟାଞ୍ଚଳରେ ଦୂଷିତପାଣି ପିଇ ବନ୍ୟା ବିପନ୍ନମାନେ ନାନା ସଂକ୍ରମିତ ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷେ ବନ୍ୟା ଦୁର୍ଗତଙ୍କ ଦୁଃଖ ଅପସରି ନ ଥିବାବେଳେ ଆଉ ଏକ ଲଘୁଚାପ ବର୍ଷା ଲୋକଙ୍କ ନିଦ ହଜେଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

ମୋହନା ପୋଲିସ ପକ୍ଷରୁ ନୂତନ ଜଳଛତ୍ର ଉଦଘାଟନ: ସଚେତନ ବାର୍ତ୍ତା ଦେଲେ ଥାନା ଅଧିକାରୀ

ମୋହନା,୭।୪: ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲା ମୋହନା ଥାନା ପକ୍ଷରୁ ଆଜି ନୂତନ ଜଳଛତ୍ର ଖୋଲାଯାଇଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri