ବୈତରଣୀରେ ବନ୍ୟା ସ୍ଥିତି ଗମ୍ଭୀର

ଯାଜପୁର ଅଫିସ/ କୋରେଇ/ ବିଞ୍ଝାରପୁର/ ଯାଜପୁର ଟାଉନ/ବରୀ/ ଧର୍ମଶାଳା, ୨୭ା୮ (ସ୍ବ.ପ୍ର./ଡି.ଏନ୍‌.ଏ.)

ତିନିଦିନ ଧରି ଲଗାଣ ବର୍ଷା ଯୋଗୁ ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ଜିଲାର କୋରେଇ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକ ଅଞ୍ଚଳରେ ବନ୍ୟା ସ୍ଥିତି ଗମ୍ଭୀର ହୋଇଛି। ବୈତରଣୀ ଓ ଏହାର ଶାଖା ନଦୀରେ ପ୍ରବଳ ବନ୍ୟା ଯୋଗୁ ଦଶରଥପୁର ବ୍ଲକର କମଳପୁର, ଦତ୍ତପୁର ଏବଂ ଯାଜପୁର ବ୍ଲକର ସିମିଳିଆଠାରେ ଘାଇ ସୃଷ୍ଟି ହୋଇଛି। ଗୁରୁବାର ଅପରାହ୍ନ ୪ଟା ସୁଦ୍ଧା ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। ଆଖୁଆପଦାଠାରେ ବିପଦସଙ୍କେତ ୧୭.୮୩ ମିଟର ରହିଥିବା ବେଳେ ସେଠାରେ ୨୦ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ରହିଥିବା ବେଳେ ସେଠାରେ ୩୯.୬୪ ମିଟର, ବଲ୍ଲଭିଘାଟଠାରେ ବିପଦସଙ୍କେତ ୧୩.୩୪ ମିଟର ସ୍ଥଳେ ୧୪.୩୬ ମିଟର ଓ ଦଶରଥପୁରଠାରେ ବିପଦ ସଙ୍କେତ ୯.୫୨ ମିଟର ସ୍ଥଳେ ୧୨.୦୫ ମିଟର ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ବ୍ରାହ୍ମଣୀ ନଦୀରେ ରେଙ୍ଗାଲି ଡ୍ୟାମର ୩ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଫଳରେ ଗୁରୁବାର ଅପରାହ୍ନ ସୁଦ୍ଧା ବ୍ରାହ୍ମଣୀର ଜେନାପୁରଠାରେ ବିପଦ ସଙ୍କେତ ୬୭ଫୁଟ ଥିବା ବେଳେ ୬୭.୩୦ ଫୁଟ ବନ୍ୟା ଜଳ ପ୍ରବାହିତ ହେଉଥିବା ଜଣାଯାଇଛି। ଏଥିଯୋଗୁ ନଦୀ ତଟବର୍ତ୍ତୀ ବହୁ ଗ୍ରାମ ଜଳବନ୍ଦୀ ହୋଇଥିବା ବେଳେ ବହୁ ଚାଷଜମି ଜଳମଗ୍ନ ହୋଇଛି। ସେହିଭଳି ଖରସ୍ରୋତା ନଦୀର ବିଞ୍ଝାରପୁର ଓ ସିଂହପୁରଠାରେ ବନ୍ୟାଜଳ ବିପଦ ସଙ୍କେତ ନିକଟବର୍ତ୍ତୀ ରହିଥିବା ସୂଚନା ମିଳିଛି।
ଜିଲା ଜରୁରିକାଳୀନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ବୈତରଣୀ ଓ ବ୍ରାହ୍ମଣୀ ନଦୀ ସହ ଏହାର ଉପନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। କୋରେଇ ବ୍ଲକର ୭ଟି ପଞ୍ଚାୟତର ୩୦ରୁ ଊର୍ଦ୍ଧ୍ୱ ଗ୍ରାମରେ ବନ୍ୟାପାଣି ଲହଡ଼ି ମାରୁଛି। ଏହି ବ୍ଲକର ଗୌରପୁର ପଞ୍ଚାୟତ ନୟାହାଟପାଟଣା, ବରପାଟଣା, ମଙ୍ଗଳପୁର, ଗୌରପୁର ଓ ସାହାସପୁର ଗ୍ରାମର ଅଧିକାଂଶ ପନିପରିବା ଚାଷ ବନ୍ୟାପାଣିରେ ବୁଡ଼ି ରହିଛି। ସେହିପରି ବନ୍ଦାଳ ପଞ୍ଚାୟତର ବନ୍ଦାଳ, ମୁକୁନ୍ଦପୁର, ମୂଳାପାଳ ଓ ସାଲଦା, ଅମୃତିଆ ପଞ୍ଚାୟତର ହଟପୁର, ବଗିରିଆ, ଭାଟସୋଲପଦା, ବଢେଇଜଳନ୍ଦା, ଝଟିଆସାହି ଓ ହାଟପୁର, ରଣପୁର ପଞ୍ଚାୟତର ସାଆଁଳା, ମହଲିଆ, ଗୋପାଳପୁର, ଅସଂଝର ପଞ୍ଚାୟତର ରାମକୃଷ୍ଣପୁର, ରଘୁପୁର ଓ ବେଲଦା ପ୍ରଭୃତି ଗ୍ରାମର ପ୍ରାୟ ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଏହି ବ୍ଲକର ୩୫୦୦ ଏକରରୁ ଊର୍ଦ୍ଧ୍ୱ ଜମି ବନ୍ୟାପାଣିରେ ବୁଡି ରହିଛି। ଏହାଛଡ଼ା ପ୍ରାୟ ୨୫୦ କଚ୍ଚା ଘର ଭାଙ୍ଗିଯାଇଥିବା ଅନୁମାନ କରାଯାଉଛି।
ଦଶରଥପୁର ବ୍ଲକ ଦତ୍ତପୁର, ମଲ୍ଲିକାପୁର, ସୁସୁଆ, କଇଁଆ, କମାରଡ଼ିହ, ଖନନଗର, ଥାଲକୁଡ଼ି, ମଙ୍ଗଳପୁର, କସମା, ଦୁଦୁରାଅଣ୍ଟା, ନିଜାମପୁର, ତରପଦା, କଷପା ପ୍ରଭୃତି ପଞ୍ଚାୟତର ୫ ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି। ବିପନ୍ନ ପରିବାରଗୁଡ଼ିକ ବାତ୍ୟା ଆଶ୍ରୟସ୍ଥଳୀ ଓ ନିକଟସ୍ଥ ସ୍କୁଲରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଓଡ୍ରାଫ ଟିମ୍‌ ଓ ୨ଟି ବୋଟ ଯୋଗାଇ ଦିଆଯାଇଛି। ସେହିପରୁ ବିଞ୍ଝାରପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ନାହିଁ ନ ଥିବା କ୍ଷତି କରିଥିବା ବେଳେ ଶତାଧିକ ଲୋକଙ୍କ ଘର କାନ୍ଥ ଭୁଶୁଡିବା ସହ ଛପର ନଷ୍ଟ ହୋଇଯାଇଛି। ବିପନ୍ନ ଲୋକେ ପାଲ ପାଇଁ ଗୁରୁବାର ବିଞ୍ଝାରପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ ବି ସେମାନଙ୍କୁ ନିରାଶ ହୋଇ ଫେରିବାକୁ ପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ତହସିଲଦାର ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟଙ୍କୁ ପଚାରିବାରେ ବନ୍ୟା ପରିସ୍ଥିତ ସୃଷ୍ଟି ହୋଇଥିବାରୁ ତଳିଆ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବା ପାଇଁ ଉଦ୍ୟମ ଚାଲିଛି। ଏହାପରେ ବିପନ୍ନ ପରିବାରକୁ ପାଲ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ଅପରପକ୍ଷେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଯାଜପୁର ଜିଲାପାଳ ରଞ୍ଜନ କୁମାର ଦାସ, ଆଇଏଏସ ପ୍ରୋବେଶନର ସଚିନ ପାୱାର ପ୍ରମୁଖ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri