ଗଭୀର ସମୁଦ୍ରରୁ ଫେରିଲେ ମତ୍ସ୍ୟଜୀବୀ

ମହାକାଳପଡ଼ା, ୧ା୧୧(ଡି.ଏନ.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳ ସମୁଦ୍ର କୂଳଠାରୁ ୨୦ କିମି ମଧ୍ୟରେ ମାଛ ଧରିବାକୁ ବାରଣ କରାଯାଇଛି। ନଭେମ୍ବର ୧ ଠାରୁ ମେ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ହୋଇଛି। ଫଳରେ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ମତ୍ସ୍ୟଜୀବୀ ଡଙ୍ଗା ଓ ଟ୍ରଲର ଧରି କୂଳକୁ ସୋମବାର ଫେରି ଆସିଛନ୍ତି। ବିଦେଶାଗତ ଆଗନ୍ତୁକ ଅତିଥି ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ବନ ବିଭାଗ, ସାମୁଦ୍ରିକ ମତ୍ସ୍ୟ ବିଭାଗ, ସାମୁଦ୍ରିକ ଥାନା ଓ ତଟ ସୁରକ୍ଷା ବାହିନୀ ପକ୍ଷରୁ ଏହା କୁହାଯାଇଛି। ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ପ୍ରବେଶ କଟକଣା ଲାଗୁ ହୋଇଛି ବୋଲି ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସାମୁଦ୍ରିକ ଅଞ୍ଚଳରେ ଡାକବାଜି ଯନ୍ତ୍ର ଓ ବିଜ୍ଞାପନ (ନୋଟିସ) ଲଗାଇ ସୋମବାର ଜନ ସଚେତନତା କରାଯାଇଛି। ସମୁଦ୍ର କୂଳ ମହାନଦୀ ମୁହାଣ ଅଲିଭ ରିଡଲେ କଇଁଛ ସମୁଦ୍ର ପଥ ପାର ହୋଇ ସାମୁହିକ ଅଣ୍ଡାଦାନ ଓ ବଂଶ ବିସ୍ତାର ପାଇଁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ସୁରକ୍ଷିତ ମଣି ଆସିଥାନ୍ତି। ସମୁଦ୍ର ପଥରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳକୁ ଆସୁଥିବାବେଳେ ବଡ ବଡ ଟ୍ରଲରରେ ବ୍ୟବହୃତ ହେଉଥିବା ଗାଞ୍ଜ ଜାଲରେ ପଡ଼ି କଇଁଛମାନେ ମା’ ହେବା ପୂର୍ବରୁ ଜୀବନ ଚାଲିଯାଉଛି। ଅପରପକ୍ଷରେ ସ୍ଥାନୀୟ ଅଞ୍ଚଳର ପାରମ୍ପାରିକ ୧୦ ହଜାରରୁ ଊର୍ଦ୍ଧ୍ୱ ମତ୍ସ୍ୟଜୀବୀ ଓ ୨ ହଜାର ପଞ୍ଜୀକୃତ ଗିଲେଟିଂ ବୋଟ୍‌ରେ ମାଛ ମାରୁଥିବା ମତ୍ସ୍ୟଜୀବୀଙ୍କ ଚିନ୍ତା ବଢାଇ ଦେଇଛି। ଏହି କଟକଣା ହେବା ଦ୍ୱାରା ପାରମ୍ପାରିକ ୩୪୪୪ ମତ୍ସ୍ୟଜୀବୀଙ୍କୁ ସରକାର ପକ୍ଷରୁ ଆର୍ଥିକ ସହାୟତା ୭୫୦୦ ଟଙ୍କା ଯୋଗାଇ ଦିଆଯିବ। ଅବଶିଷ୍ଟ ୬ ହଜାର ମତ୍ସ୍ୟଜୀବୀ ଆର୍ଥିକ ସହାୟତା ବଞ୍ଚତ୍ତ ହେବେ। ଏହି ମତ୍ସ୍ୟଜୀବୀମାନେ ବାଧ୍ୟ ହୋଇ ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ସଜବାଜ ହେଉଛନ୍ତି ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ଅଶୋକ ଦାସ, ସୁକୁମାର ମଣ୍ଡଳ, ପଞ୍ଚାନନ ମଣ୍ଡଳ, ବିଶ୍ୱନାଥ ଗାୟନ, କୃଷ୍ଣପଦ ଗିରି, ରାମକୃଷ୍ଣ ମଣ୍ଡଳ, ଧୀରେନ ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି। ସେହିପରି ଏହି ସାମୁଦ୍ରିକ ନିଷେଦ୍ଧାଞ୍ଚଳରେ ଦୀଘା, ବଳରାମଗଡି, କଷାଫଳ, ଧାମରାର ବହୁ ଟ୍ରଲର ବେଆଇନ ପ୍ରବେଶ କରିବା ସହ ବିପୁଳ ପରିମାଣରେ ମାଛ ଧରିଥାନ୍ତି। ଏମାନେ ବ୍ୟବହାର କରୁଥିବା ନାଇଲନ ଗାଞ୍ଜ ଜାଲରେ ପଡ଼ି ଅଲିଭ ରିଡ଼ଲେ କଇଁଛ ମୃତ୍ୟୁ ମୁଖରେ ପଡୁଛନ୍ତି। ଛୋଟ ଛୋଟ ଡଙ୍ଗାରେ ମାଛ ଧରାଳି ଆଇନ ଜାଲରେ ଛନ୍ଦି ହେଉଛନ୍ତି ବୋଲି ଜମ୍ବୁ, କଜଳପାତିଆ ଅଞ୍ଚଳର ମତ୍ସ୍ୟଜୀବୀମାନେ ଅଭିଯୋଗ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟ କଥା ବଡ଼ ଟ୍ରଲରଗୁଡ଼ିକ ମାଛ ଧରି ଖସି ଯାଉଥିବାବେଳେ ବଇଅଁା (ଜଳ ସୀମା ସଙ୍କେତ) ପାର ହୋଇ ମାଛ ଧରୁଥିବା ମତ୍ସ୍ୟଜୀବୀଙ୍କୁ ଧରାଯାଉଥିବା ଅଭିଯୋଗ ହେଉଛି। ତେବେ ସମୁଦ୍ର ପଥରେ କଇଁଛକୁ ସୁରକ୍ଷା ଦେବା ପାଇଁ ସମସ୍ତ ବିଭାଗ ତୀକ୍ଷ୍ଣ ନଜର ରଖିଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଯଦି କୌଣସି ବୋଟ କିମ୍ବା ବଡ଼ ଟ୍ରଲର ପ୍ରବେଶ କରନ୍ତି, ତେବେ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯିବା ସହ ବୋଟ୍‌ ଓ ଟ୍ରଲରଗୁଡ଼ିକୁ ଜବତ କରାଯିବ। ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗହୀରମଥା ରେଞ୍ଜ ଅଧିକାରୀ ମାନସ କୁମାର ଦାଶ କହିଛନ୍ତି। ଏ ସମ୍ପର୍କରେ ମହାକାଳପଡାସ୍ଥିତ ସହକାରୀ ସାମୁଦ୍ରିକ ମତ୍ସ୍ୟ ଅଧିକାରୀ ଦୀପକ କୁମାର ମଲିକଙ୍କ ନେତୃତ୍ୱରେ ଏକ ଟିମ୍‌ ସୋମବାର ବତିଘର, ଖରିନାସୀ, ଜମ୍ବୁ, ତନ୍ତିଆପାଳ ମତ୍ସ୍ୟ ଅବତରଣ କେନ୍ଦ୍ରଠାରେ ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ପ୍ରବେଶ କଟକଣା ଲାଗୁ କରାଗଲା ସଚେତନ କରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri