Posted inଫୁରସତ

ପ୍ରଥମ ସ୍ତ୍ରୀ ଗର୍ଭବତୀ ହେଲେ ସ୍ବାମୀ କରନ୍ତି ଦ୍ୱିତୀୟ ବିବାହ

ଆମ ଭାରତ ସାଂସ୍କୃତିକ, ଧାର୍ମିକ ଏବଂ ସାମାଜିକ ବିବିଧତାର ଦେଶ। ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ମାତ୍ରେ ରୀତିନୀତି ଏବଂ ଜୀବନଶୈଳୀ ବି ବଦଳିଯାଏ। ଏମିତି ଏକ ରାଜ୍ୟ ହେଉଛି ରାଜସ୍ଥାନ। ଏଠାରେ ଗୋଟିଏ ପାର୍ଶ୍ୱରେ ମରୁଭୂମି ଏବଂ ଅନ୍ୟ ପଟେ ପାହାଡ଼ ରହିଛି। ରାଜ୍ୟର ସାଂସ୍କୃତିକ ଏବଂ ସାମାଜିକ ବିବିଧତା ମଧ୍ୟ ଆଶ୍ଚର୍ଯ୍ୟଜନକ। ଏଠାରେ ଏମିତି କିଛି ରୀତିନୀତି ପ୍ରଚଳିତ, ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ।

ସମସ୍ତ ପରିବର୍ତ୍ତନ ସତ୍ତ୍ୱେ ଭାରତରେ ବିବାହ ବନ୍ଧନ ଅବିସ୍ମରଣୀୟ ଏବଂ ପବିତ୍ର ବୋଲି ବିବେଚନା କରାଯାଏ। କିନ୍ତୁ ଜାଣନ୍ତି କି ରାଜସ୍ଥାନରେ ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ସ୍ବାମୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଅନୁମତି ଦିଆଯାଇଛି। ଏହାକୁ ସମସ୍ତେ ଗ୍ରହଣ କରିନିଅନ୍ତି। ସମସ୍ତ ପକ୍ଷଙ୍କ ସହମତିରେ, ବ୍ୟକ୍ତି ଦ୍ୱିତୀୟ ବିବାହ କରିଥାନ୍ତି।

ରାଜସ୍ଥାନର ବାରମର୍‌ ଜିଲାରେ ଏକ ଗାଁ ଅଛି, ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ସ୍ବାମୀ ଦ୍ୱିତୀୟ ବିବାହ କରିବାକୁ ଲାଇସେନ୍ସ ପାଇଥା’ନ୍ତି। ଏହି ଗାଁର ନାମ ହେଉଛି ଡେରାସର। ବାରମର୍‌ ଗାଁଟି ମରୁଭୂମି ଅଞ୍ଚଳରେ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଅବସ୍ଥିତ।

ତେବେ ପ୍ରଶ୍ନ ଉଠେ ଏପରି ଦ୍ୱିତୀୟ ବିବାହ କରିବାର କାରଣ କ’ଣ? ବାରମର୍‌ ଜିଲାର ଅଧିକାଂଶ ଅଞ୍ଚଳ ମରୁଭୂମି। ଏଠାରେ ସୁଦୂର ଗ୍ରାମଗୁଡ଼ିକରେ ବହୁତ ଜଳ ଅଭାବ ଦେଖାଦେଇଥାଏ। ଗ୍ରୀଷ୍ମ ଋତୁରେ, ଏଠାରେ ପରିସ୍ଥିତି ବହୁତ ଖରାପ ହୋଇଯାଏ।

ଡେରାସର ଗାଁରେ ମହିଳାମାନେ ସାଧାରଣତଃ ପାଣି ଆଣିବା କାମ କରନ୍ତି। ଏଥିପାଇଁ ସେମାନଙ୍କୁ ନିଜ ଘରଠାରୁ ବହୁତ ଦୂରରେ ଯିବାକୁ ପଡ଼ିଥାଏ। ଏପରି ପରିସ୍ଥିତିରେ, ଯେତେବେଳେ ମହିଳାମାନେ ଗର୍ଭବତୀ ହୁଅନ୍ତି, ସେମାନଙ୍କ ପାଇଁ ପାଣି ଆଣିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ମୁକାବିଲା ପାଇଁ ପୁରୁଷମାନେ ଦ୍ୱିତୀୟ ବିବାହ କରିଥାନ୍ତି।

ଜଣେ ବିବାହିତ ପୁରୁଷ ତାଙ୍କ ସ୍ତ୍ରୀ ଗର୍ଭବତୀ ହେବା ମାତ୍ରେ ଦ୍ୱିତୀୟ ଥର ବିବାହ କରନ୍ତି। ଫଳରେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ ବିଶ୍ରାମ ପାଇବାର ସୁଯୋଗ ପାଇଥାନ୍ତି। ଦ୍ୱିତୀୟ ସ୍ତ୍ରୀ ଘରର ଦୈନନ୍ଦିନ କାମ ସହ ପାଣି ଆଣିବା ପାଇଁ ଦୂରକୁ ଯାଇଥାନ୍ତି। ରାଜସ୍ଥାନରେ ଏପରି ଅନେକ ପ୍ରଥା ପ୍ରଚଳିତ ଅଛି, ଯାହା ଅତ୍ୟନ୍ତ ଅଜବ।


Enter your email to get our daily news in your inbox.

All Right Reserved By Dharitri.Com

ନୋଏଡାରେ ବଡ଼ ଦୁର୍ଘଟଣା: ଏସି ଫାଟିବାରୁ ଲାଗିଲା ନିଆଁ

ନୋଏଡା,୨୯।୬: ସୋମବାର ନୋଏଡାରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ସେକ୍ଟର ୧୧୯ ସ୍ଥିତ ଅରଣ୍ୟ ସୋସାଇଟିର ୨୨ତମ ମହଲାରେ ଥିବା ଏକ ଫ୍ଲାଟରେ ଏକ ଭୟଙ୍କର…

‘ମୁଁ ମୃତ୍ୟୁକୁ ଭୟ କରେ ନାହିଁ; ମୁଁ ଏହି ବର୍ଷ ଫେରିବି’ – ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବୟାନକୁ ନେଇ ବାଂଲାଦେଶ ରାଜନୀତିରେ ହଇଚଇ

ଢାକା,୨୯।୬: ୨୦୨୪ ମସିହାରେ କ୍ଷମତାରୁ ବହିଷ୍କୃତ ହେବା ପରଠାରୁ ଭାରତରେ ରହୁଥିବା ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଏହି…

ଜର୍ମାନୀ ଜଙ୍ଗଲରେ ଲାଗିଲା ନିଆଁ, ତାପମାତ୍ରା ସର୍ବକାଳୀନ ରେକର୍ଡ

ବର୍ଲିନ,୨୯ା୬(ଏପି): ସମଗ୍ର ୟୁରୋପ ମହାଦେଶ ବର୍ତ୍ତମାନ ଭୟଙ୍କର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସନ୍ତୁଳିତ ହେଉଛି। ପ୍ରବଳ ଗରମ ଯୋଗୁ ଗତ ବୁଧବାର, ଗୁରୁବାର, ଶୁକ୍ରବାର କେବଳ ଫ୍ରାନ୍ସରେ…

ଆଜି ୭ ଜିଲାରେ ଝଡ଼ବର୍ଷା, ସତର୍କତା ଜାରି କରି ପାଣିପାଗ ବିଶେଷଜ୍ଞ କହିଲେ ଜୁନ୍‌ ୩୦ ବେଳକୁ…

ଭୁବନେଶ୍ୱର,୨୯ା୬(ବନ୍ଦନା ସେଠୀ): ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିବାବେଳେ ବିଭିନ୍ନ ଜିଲାରେ କାଳବୈଶାଖୀ ବର୍ଷା ହେଉଛି। ତେବେ ଜୁନ୍‌ ୩୦ ବେଳକୁ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି…

ଆମେରିକା-ଇରାନ ଆଲୋଚନା ପୁଣିଥରେ ଟ୍ରାକରେ; ଶୀଘ୍ର ଖୋଲିବ ହର୍ମୁଜ ପ୍ରଣାଳୀ; କାତାରରେ ଉଭୟ ରାଷ୍ଟ୍ର ଏଥିରେ ସହମତ

ତେହରାନ,୨୯।୬: ଆମେରିକା ଏବଂ ଇରାନ ଆଲୋଚନା ପଥରେ ଫେରିଛନ୍ତି। ଏକ ଶାନ୍ତି ଚୁକ୍ତିନାମା ପରେ, ଦୁଇ ରାଷ୍ଟ୍ର ପରସ୍ପର ଉପରେ ଆକ୍ରମଣ ଆରମ୍ଭ କରିଥିଲେ; ତଥାପି, କାତାରରେ…

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri