ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ ପ୍ରଥମ ଥର ହାଇଡ୍ରୋଜେନକୁ ବ୍ୟବହାର କରାଯାଇଛି। ଟୋକିଓ ଗେମ୍ସ ପାଇଁ ଏଥର ଦୁଇଟି କଲ୍ଡ୍ରନ ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ଗୋଟିଏ ଟୋକିଓସ୍ଥିତ ନ୍ୟାଶନାଲ ଷ୍ଟାଡିୟମ ଏବଂ ଅନ୍ୟଟି ଟୋକିଓ ସମୁଦ୍ର ଉପକୂଳବର୍ତ୍ତୀ ଓ୍ବାଟରଫ୍ରଣ୍ଟରେ ଶୋଭାପାଉଛି। ପୂର୍ବରୁ ସାଧାରଣତଃ ଅଲିମ୍ପିକ କଲଡ୍ରନ ପ୍ରଜ୍ଜ୍ୱଳନରେ ପ୍ରୋପେନ୍, ମାଗ୍ନେସିୟମ, ଗନ୍ପାଉଡର, ରେସିନ ଏବଂ ୧୯୨୮ ଆମଷ୍ଟରଡାମ୍ ଗେମ୍ସରେ ବ୍ୟବହୃତ ପ୍ରଥମ ଆଧୁନିକ କଲଡ୍ରନ୍ରେ ଅଲିଭ ତେଲ ବ୍ୟବହାର କରାଯାଇ ଆସୁଥିଲା। ଏହାର ୮ବର୍ଷ ପରେ ବର୍ଲିନଠାରେ ଟର୍ଚ୍ଚ ରିଲେ ପ୍ରଚଳନ ହୋଇଥିଲା। ପ୍ରୋପେନ୍ ଭଳି ହାଇଡ୍ରୋଜେନ୍ରୁ କାର୍ବନ ଡାଇଅକ୍ସାଇଡ୍ ନିର୍ଗତ ହୋଇ ନ ଥାଏ। ଟୋକିଓ କଲ୍ଡ୍ରନ ପାଇଁ ଫୁକୁଶିମାସ୍ଥିତ ଏକ କାରଖାନା ହାଇଡ୍ରୋଜେନ୍ ଯୋଗାଇ ଦେଉଛି। ଟର୍ଚ୍ଚ ରିଲେ ସମୟରେ କିନ୍ତୁ ଉଭୟ ପ୍ରୋପେନ୍ ଓ ହାଇଡ୍ରୋଜେନ ବ୍ୟବହାର କରାଯାଇଥିଲା। ସ୍ବଳ୍ପ ପରିମାଣ କାର୍ବନ ନିର୍ଗତ ହୋଇପାରୁଥିବା ଭଳି ଟର୍ଚ୍ଚ ବ୍ୟବହାର ପାଇଁ ୨୦୧୨ରେ ଲଣ୍ଡନ ଗେମ୍ସର ଆୟୋଜକଙ୍କ ପକ୍ଷରୁ ଏକ ଯୋଜନା ଚାଲିଥିଲା, ମାତ୍ର ଠିକଣା ସମୟରେ ଏହାର ଡିଜାଇନ୍ ପ୍ରସ୍ତୁତ ହୋଇ ପାରି ନ ଥିଲା। ଶେଷରେ ସେମାନେ ପ୍ରୋପେନ୍ ଓ ବୁଟାନେର ମିଶ୍ରଣକୁ ବ୍ୟବହାର କରିଥିଲେ। ରିଓରେ ୨୦୧୬ରେ ବ୍ରାଜିଲ ଅଫିସିଆଲମାନେ ଜାଳେଣିର ଆବଶ୍ୟକତାକୁ ହ୍ରାସ କରିବାକୁ ଯାଇ କଲ୍ଡ୍ରନର ଆକାରକୁ ଛୋଟ କରିଥିଲେ। କାନାଡାର ଓକି ସାଟୋ ନାମକ ସ୍ଥପତି ଟୋକିଓ କଲ୍ଡ୍ରନର ଡିଜାଇନ କରିଛନ୍ତି।
Video: କ୍ରିକେଟରରୁ ପାଇଲଟ ହେଲେ ଗ୍ଲେନ୍ ଫିଲିପ୍ସ, ଯଦି ଟଙ୍କା ଥା’ନ୍ତା….
ନୂଆଦିଲ୍ଲୀ,୧୮।୩: ନ୍ୟୁଜିଲାଣ୍ଡର ଷ୍ଟାର କ୍ରିକେଟର ଗ୍ଲେନ୍ ଫିଲିପ୍ସ କେବଳ କ୍ରିକେଟ୍ ପଡ଼ିଆରେ ଜଣେ ଅଲରାଉଣ୍ଡର ନୁହଁନ୍ତି, ବରଂ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ତାଙ୍କର ଅଲରାଉଣ୍ଡର କ୍ଷମତା ରହିଛି…
ଜସପ୍ରିତ ବୁମରା ଏବଂ ଅକ୍ଷର ପଟେଲଙ୍କ ଦରମା ବଢ଼ାଇବ BCCI, ମିଳିବ ଏତେ କୋଟି
ନୂଆଦିଲ୍ଲୀ,୧୮।୩: ଜସପ୍ରିତ ବୁମରାହ ଏବଂ ଅକ୍ଷର ପଟେଲ ନିରନ୍ତର ଭଲ ପ୍ରଦର୍ଶନ କରିଆସୁଛନ୍ତି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା।…
PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି
କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…
ସିରିଜ୍କୁ ୧-୧ରେ ବରାବର କଲା ନ୍ୟୁଜିଲାଣ୍ଡ
ହାମିଲଟନ,୧୭ା୩: ଡେଭନ କନଓ୍ବେଙ୍କ ଅର୍ଦ୍ଧଶତକୀୟ ପାଳି ବଳରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୬୮ ରନରେ ପରାସ୍ତ କରିଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ…
ରୋହିତଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସର ସ୍ବତନ୍ତ୍ର ପ୍ଲାନ! କେମିତି ଖେଳିବେ ସେ ନେଇ ସ୍ପଷ୍ଟ କଲେ ହେଡ୍ କୋଚ୍
ମୁମ୍ବାଇ,୧୭।୩: ଇଣ୍ଡିଆନ ପ୍ରିମିୟର ଲିଗ (IPL) ୨୦୨୬ ପାଇଁ ପ୍ରସ୍ତୁତି ଏବେ ଜୋରଦାର ଚାଲିଛି। ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟର ରୋହିତ ଶର୍ମା…
ସନରାଇଜର୍ସ ହାଇଦ୍ରାବାଦର ନେତୃତ୍ୱ ନେଇପାରନ୍ତି ଇଶାନ କିଶନ
ନୂଆଦିଲ୍ଲୀ,୧୭ା୩: ଭାରତର ବାମହାତୀ ବିସ୍ଫୋରକ ବ୍ୟାଟର ଇଶାନ କିଶନ ଆଇପିଏଲ୍ର ପ୍ରାରମ୍ଭିକ କିଛି ମ୍ୟାଚ୍ରେ ସନରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ୱ ନେଇପାରନ୍ତି। ନିୟମିତ ଅଧିନାୟକ ପ୍ୟାଟ କୁମିନ୍ସ…
ନ୍ୟୁଜିଲ୍ୟାଣ୍ଡ ପରେ ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା, T20 ସିରିଜରୁ ବାଦ ପଡ଼ିଲେ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୧୭।୩: ଦକ୍ଷିଣ ଆଫ୍ରିକା ଟିମ୍ ବର୍ତ୍ତମାନ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ପାଇଁ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରୁଛି। ଦୁଇ ଦଳ ମଧ୍ୟରେ ସିରିଜର ଦ୍ୱିତୀୟ ଟି-୨୦…
ଦୁଃଖ ବଖାଣିଲେ ରଶିଦ ଖାନ: ପାକିସ୍ତାନ ଉପରେ ବର୍ଷିଲେ, ଜାଣିଶୁଣି…
କାବୁଲ,୧୭।୩: ପାକିସ୍ତାନ ପୁଣି ଥରେ ଆଫଗାନିସ୍ତାନ ଉପରେ ବିମାନ ଆକ୍ରମଣ କରିଛି। ଏହି ବିମାନ ଆକ୍ରମଣ ମାଧ୍ୟମରେ ପାକିସ୍ତାନ ଆଫଗାନିସ୍ତାନର କାବୁଲରେ ଧ୍ୱଂସଲୀଳା ସୃଷ୍ଟି କରିଛି। ଏହି…
Archives

