ପ୍ରଥମ ସୋପାନ

କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଏଥିପାଇଁ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ଲାଗି କେନ୍ଦ୍ର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ଦଶମ ପର୍ଯ୍ୟାୟ ଆଲୋଚନା ଏକ ସମ୍ଭାବ୍ୟ ଆଶା ସୃଷ୍ଟିକରିଛି। ବୁଧବାର ଆଲୋଚନାବେଳେ ସରକାର ୩ଟି କୃଷି ଆଇନକୁ ୧୮ ମାସ ସ୍ଥଗିତ ରଖିତ୍ବେ ବୋଲି କହିଥିଲେ। କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ସମସ୍ୟାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ପାଇଁ ଏକ ମିଳିତ କମିଟି ଗଠନ କରିବାକୁ ମଧ୍ୟ ସରକାର ପ୍ରସ୍ତାବ ଦେଇଥିତ୍ଲେ। କୃଷକ ସଂଗଠନଗୁଡ଼ିକ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ସରକାର ତାଙ୍କ ପ୍ରତିକ୍ରିୟା ଜଣାଇ ନାହାନ୍ତି। ତେବେ ଏହି ବିବାଦୀୟ ଆଇନଗୁଡ଼ିକ ଉପରେ ଏବେ ସରକାର ନେଇଥିବା ପଦକ୍ଷେପକୁ ସ୍ବାଗତ କରିବା ଦରକାର। ସରକାର ଭାବିଚିନ୍ତି ଏହି ପଦକ୍ଷେପ ନେଇଛନ୍ତି,ଶୀଘ୍ର କି ଗୋଟିଏ ଦିନରେ ଏହା କରିନାହାନ୍ତି। ଏହାକୁ ଆମେ ବିନା ଦ୍ୱିଧାରେ ଗ୍ରହଣ କରିନେଇପାରିବା। ଦିଲ୍ଲୀରେ କିଭଳି ଗଣତନ୍ତ୍ର ଦିବସ ସୁରୁଖୁରୁରେ ସମ୍ପନ୍ନ ହେବ ତାହା ଆମେ ଦେଖିବା କଥା। କିନ୍ତୁ ଏହା ଚିନ୍ତାଜନକ ଯେ,ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ ଏକ ଗୋଷ୍ଠୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ତିନୋଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ତେବେ ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ସଂଗଠନଗୁଡ଼ିକର ନେତୃବୃନ୍ଦ ଗୁରୁବାର ଆଲୋଚନା କରିବା ପରେ ଉଭୟ ପକ୍ଷ ଶୁକ୍ରବାର ପୁଣି ଆଲୋଚନା କରିବା ପାଇଁ ସ୍ଥିର କରିଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ସର୍ବୋଚ୍ଚ ନ୍ୟାୟାଳୟ ୩ କୃଷି ଆଇନ୍‌ ଉପରେ ସ୍ଥଗିତାଦେଶ ଦେଇ ସାରିଛନ୍ତି ଏବଂ ଏହି ଅଚଳାବସ୍ଥା ଦୂର କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିଛନ୍ତି। ଉକ୍ତ କମିଟି ତିନୋଟି ଆଇନ ଉପରେ ଅନୁଧ୍ୟାନ କରିବା ସହ ବିଭିନ୍ନ ପକ୍ଷଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରି ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଶୀର୍ଷ କୋର୍ଟ କହିଛନ୍ତି।
ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିତ୍ବାକୁ ସରକାରଙ୍କ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏହା ଆଣିଥିବା କୌଣସି ଏକ ଆଇନ ସ୍ଥଗିତ ରଖିତ୍ବାକୁ ରାଜି ହୋଇଛି। ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ହେଉ କି ବିମୁଦ୍ରୀକରଣ,ସରକାର ସବୁବେଳେ ତାଙ୍କ ଆଇନଗୁଡ଼ିକ ହଟାଇ ନେବା ପାଇଁ ସୃଷ୍ଟି କରାଯାଇଥିବା ଚାପକୁ ଅଗ୍ରାହ୍ୟ କରି ଆସିଛନ୍ତିି। କିନ୍ତୁ ଏହି ୩ଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିତ୍ବା ପଦକ୍ଷେପ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନାକୁ ଏକ ଉତ୍ତମ ତଥା ନୂଆ ଦିଗ ପ୍ରଦାନ କରିବ। ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ଦୂର କରିବା ପାଇଁ ୧୮ମାସର ଲମ୍ବା ଅବଧି ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ। ଉଭୟ ପକ୍ଷ ପରସ୍ପରଙ୍କ ଦୃଷ୍ଟିକୋଣକୁ ଗ୍ରହଣ କରିିବାକୁ ପଡ଼ିବ। ପାଖାପାଖି ଦୁଇମାସ ହେବ ଚାଷୀମାନଙ୍କ ଦୁର୍ବାର ଶପଥ ଆଗରେ କେନ୍ଦ୍ର ସରକାର ନତମସ୍ତକ ହୋଇଛନ୍ତି। ତେବେ କୃଷକ ସଂଗଠନଗୁଡ଼ିକୁ ଏହାକୁ ଏକ ବିଜୟ ବୋଲି ଭାବିବା ଉଚିତ ନୁହେଁ। କୌଣସି ଆଲୋଚନାରେ ସଫଳତା ପାଇବାକୁ ହେଲେ ବୁଝାମଣାର ଧାରା ଆପଣାଇବା ସ୍ବାଭାବିକ। ସରକାର ତିନୋଟି ଆଇନର ସ୍ଥଗିତାଦେଶକୁ ସ୍ବୀକାର କରିଛନ୍ତି। ତେବେ କଥା ଅଟକିଛି କୃଷକ ସଂଗଠନଗୁଡ଼ିକ ପାଖରେ। ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତା’ପ୍ରତି ସେମାନେ ସମ ଭାବ ପ୍ରଦର୍ଶନ କରିବା ଦରକାର। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରଖିବା ଉଚିତ। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟି ଉପରେ ଉଠାଯାଇଥିତ୍ବା ଆକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କମିଟି ପକ୍ଷମାନଙ୍କର ଶୁଣାଣି କରିନାହିଁ। କିନ୍ତୁ ତା’ପୂର୍ବରୁ ସଦସ୍ୟମାନଙ୍କ ସଚ୍ଚୋଟତା ଉପରେ ସନ୍ଦେହ ପ୍ରକାଶ କରିବା ଏକ ଅପରିପକ୍ୱତାର ପରିଚୟ ବୋଲି ଶୀର୍ଷକୋର୍ଟ କହିଛନ୍ତି। ଖାଦ୍ୟଶସ୍ୟ ଉପରେ ସର୍ବନମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପାଇଁ କୃଷକମାନେ ଏକ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି। କେନ୍ଦ୍ର ଏହା କରିବା ପାଇଁ ରାଜି ହେଉନାହିଁ। ଏପରି କି ସେମାନେ କେବେ ବି ଏଥିତ୍ରେ ହସ୍ତକ୍ଷେପ କରିବେନି ବୋଲି ଆଶ୍ୱାସନା ଦେଇଛନ୍ତି। ଏମ୍‌ଏସ୍‌ପିକୁ ଦୃଷ୍ଟିରେ ରଖି କୃଷକମାନଙ୍କ ହିତ ପାଇଁ ଏହାକୁ ସଞ୍ଚାଳନ କରିବା ଲାଗି କୌଣସି କାର୍ଯ୍ୟ କଲେ ସେଥିତ୍ରେ କିିଛି କ୍ଷତି ହେବ ନାହିଁ। ଏମ୍‌ଏସ୍‌ପି ସବୁବେଳେ ଏକ ଭଲ ବ୍ୟବସ୍ଥା ହୋଇ ରହି ଆସିଛି। ଏଣୁ ଏହା ଯେମିତି ଥିଲା ସେମିତି ରହିବ ବୋଲି ଏକ ଲିଖିତ ଆଶ୍ୱାସନା ଦେଲେ ସେଥିରେ କିଛି ସମସ୍ୟା ହେବ ନାହିଁ। ଆଲୋଚନାରେ ସରକାର କୋହଳ ମନୋଭାବ ପ୍ରଦର୍ଶନ କରି ତାଙ୍କ ମତରେ ପରିବର୍ତ୍ତନ ଆଣି ସମାଧାନ କରିବାକୁ ଉତ୍ତମ ପଦକ୍ଷେପ ନେଇଛନ୍ତି , କିନ୍ତୁ ଏହା ପ୍ରଥମ ସୋପାନ। ଏଣୁ ତିନୋଟି କୃଷି ଆଇନ ଉପରେ ଲାଗି ରହିଥିବା କଠିନ ପରିସ୍ଥିତିକୁ ଦୂର କରିବା ପୂର୍ବରୁ ଉଭୟ ପକ୍ଷଙ୍କୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri