ପ୍ରଥମ ସୋପାନ

କେନ୍ଦ୍ର ଦ୍ୱାରା ଲାଗୁ କରାଯାଇଥିବା ୩ଟି କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଦୁଇମାସରୁ ଊର୍ଦ୍ଧ୍ୱ ହେବ ଆନ୍ଦୋଳନ ଜାରି ରଖିଛନ୍ତି। ତେବେ ଏଥିପାଇଁ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ଲାଗି କେନ୍ଦ୍ର ଓ କୃଷକ ସଂଗଠନଗୁଡ଼ିକ ମଧ୍ୟରେ ଅନୁଷ୍ଠିତ ଦଶମ ପର୍ଯ୍ୟାୟ ଆଲୋଚନା ଏକ ସମ୍ଭାବ୍ୟ ଆଶା ସୃଷ୍ଟିକରିଛି। ବୁଧବାର ଆଲୋଚନାବେଳେ ସରକାର ୩ଟି କୃଷି ଆଇନକୁ ୧୮ ମାସ ସ୍ଥଗିତ ରଖିତ୍ବେ ବୋଲି କହିଥିଲେ। କୃଷକମାନଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ସମସ୍ୟାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ କରିବା ପାଇଁ ଏକ ମିଳିତ କମିଟି ଗଠନ କରିବାକୁ ମଧ୍ୟ ସରକାର ପ୍ରସ୍ତାବ ଦେଇଥିତ୍ଲେ। କୃଷକ ସଂଗଠନଗୁଡ଼ିକ ସରକାରଙ୍କ ପ୍ରସ୍ତାବକୁ ଗ୍ରହଣ କରିନାହାନ୍ତି। ସରକାର ତାଙ୍କ ପ୍ରତିକ୍ରିୟା ଜଣାଇ ନାହାନ୍ତି। ତେବେ ଏହି ବିବାଦୀୟ ଆଇନଗୁଡ଼ିକ ଉପରେ ଏବେ ସରକାର ନେଇଥିବା ପଦକ୍ଷେପକୁ ସ୍ବାଗତ କରିବା ଦରକାର। ସରକାର ଭାବିଚିନ୍ତି ଏହି ପଦକ୍ଷେପ ନେଇଛନ୍ତି,ଶୀଘ୍ର କି ଗୋଟିଏ ଦିନରେ ଏହା କରିନାହାନ୍ତି। ଏହାକୁ ଆମେ ବିନା ଦ୍ୱିଧାରେ ଗ୍ରହଣ କରିନେଇପାରିବା। ଦିଲ୍ଲୀରେ କିଭଳି ଗଣତନ୍ତ୍ର ଦିବସ ସୁରୁଖୁରୁରେ ସମ୍ପନ୍ନ ହେବ ତାହା ଆମେ ଦେଖିବା କଥା। କିନ୍ତୁ ଏହା ଚିନ୍ତାଜନକ ଯେ,ଆନ୍ଦୋଳନକାରୀ କୃଷକମାନଙ୍କ ମଧ୍ୟରୁ ଏକ ଗୋଷ୍ଠୀ ସରକାରଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଛନ୍ତି। ତିନୋଟି ଯାକ କୃଷି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରା ନ ଗଲେ ଏହି ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ସେମାନେ ଯୁକ୍ତି ବାଢ଼ିଛନ୍ତି। ତେବେ ସରକାରଙ୍କ ପ୍ରସ୍ତାବ ଉପରେ କୃଷକ ସଂଗଠନଗୁଡ଼ିକର ନେତୃବୃନ୍ଦ ଗୁରୁବାର ଆଲୋଚନା କରିବା ପରେ ଉଭୟ ପକ୍ଷ ଶୁକ୍ରବାର ପୁଣି ଆଲୋଚନା କରିବା ପାଇଁ ସ୍ଥିର କରିଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ସର୍ବୋଚ୍ଚ ନ୍ୟାୟାଳୟ ୩ କୃଷି ଆଇନ୍‌ ଉପରେ ସ୍ଥଗିତାଦେଶ ଦେଇ ସାରିଛନ୍ତି ଏବଂ ଏହି ଅଚଳାବସ୍ଥା ଦୂର କରିବା ଲାଗି ଏକ ଉଚ୍ଚସ୍ତରୀୟ କମିଟି ମଧ୍ୟ ଗଠନ କରିଛନ୍ତି। ଉକ୍ତ କମିଟି ତିନୋଟି ଆଇନ ଉପରେ ଅନୁଧ୍ୟାନ କରିବା ସହ ବିଭିନ୍ନ ପକ୍ଷଙ୍କ ସହ ସମସ୍ୟା ସମ୍ପର୍କରେ ଆଲୋଚନା କରି ୨ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଶୀର୍ଷ କୋର୍ଟ କହିଛନ୍ତି।
ତିନୋଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିତ୍ବାକୁ ସରକାରଙ୍କ ପ୍ରସ୍ତାବ ଅତ୍ୟନ୍ତ ଗୁରୁତ୍ୱ ବହନ କରେ। ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ଏହା ଆଣିଥିବା କୌଣସି ଏକ ଆଇନ ସ୍ଥଗିତ ରଖିତ୍ବାକୁ ରାଜି ହୋଇଛି। ସାମଗ୍ରୀ ଓ ସେବା ଟିକସ( ଜିଏସ୍‌ଟି) ହେଉ କି ବିମୁଦ୍ରୀକରଣ,ସରକାର ସବୁବେଳେ ତାଙ୍କ ଆଇନଗୁଡ଼ିକ ହଟାଇ ନେବା ପାଇଁ ସୃଷ୍ଟି କରାଯାଇଥିବା ଚାପକୁ ଅଗ୍ରାହ୍ୟ କରି ଆସିଛନ୍ତିି। କିନ୍ତୁ ଏହି ୩ଟି କୃଷି ଆଇନର କାର୍ଯ୍ୟକାରିତାକୁ ସ୍ଥଗିତ ରଖିତ୍ବା ପଦକ୍ଷେପ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନାକୁ ଏକ ଉତ୍ତମ ତଥା ନୂଆ ଦିଗ ପ୍ରଦାନ କରିବ। ସମସ୍ୟାଗୁଡ଼ିକୁ ଆଲୋଚନା ମାଧ୍ୟମରେ ଦୂର କରିବା ପାଇଁ ୧୮ମାସର ଲମ୍ବା ଅବଧି ନିଶ୍ଚିତ ଭାବେ ଉପଯୋଗୀ ସାବ୍ୟସ୍ତ ହେବ। ଉଭୟ ପକ୍ଷ ପରସ୍ପରଙ୍କ ଦୃଷ୍ଟିକୋଣକୁ ଗ୍ରହଣ କରିିବାକୁ ପଡ଼ିବ। ପାଖାପାଖି ଦୁଇମାସ ହେବ ଚାଷୀମାନଙ୍କ ଦୁର୍ବାର ଶପଥ ଆଗରେ କେନ୍ଦ୍ର ସରକାର ନତମସ୍ତକ ହୋଇଛନ୍ତି। ତେବେ କୃଷକ ସଂଗଠନଗୁଡ଼ିକୁ ଏହାକୁ ଏକ ବିଜୟ ବୋଲି ଭାବିବା ଉଚିତ ନୁହେଁ। କୌଣସି ଆଲୋଚନାରେ ସଫଳତା ପାଇବାକୁ ହେଲେ ବୁଝାମଣାର ଧାରା ଆପଣାଇବା ସ୍ବାଭାବିକ। ସରକାର ତିନୋଟି ଆଇନର ସ୍ଥଗିତାଦେଶକୁ ସ୍ବୀକାର କରିଛନ୍ତି। ତେବେ କଥା ଅଟକିଛି କୃଷକ ସଂଗଠନଗୁଡ଼ିକ ପାଖରେ। ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତା’ପ୍ରତି ସେମାନେ ସମ ଭାବ ପ୍ରଦର୍ଶନ କରିବା ଦରକାର। ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରଖିବା ଉଚିତ। ନିକଟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ଦ୍ୱାରା ଗଠିତ ୪ ଜଣିଆ କମିଟି ଉପରେ ଉଠାଯାଇଥିତ୍ବା ଆକ୍ଷେପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। କମିଟି ପକ୍ଷମାନଙ୍କର ଶୁଣାଣି କରିନାହିଁ। କିନ୍ତୁ ତା’ପୂର୍ବରୁ ସଦସ୍ୟମାନଙ୍କ ସଚ୍ଚୋଟତା ଉପରେ ସନ୍ଦେହ ପ୍ରକାଶ କରିବା ଏକ ଅପରିପକ୍ୱତାର ପରିଚୟ ବୋଲି ଶୀର୍ଷକୋର୍ଟ କହିଛନ୍ତି। ଖାଦ୍ୟଶସ୍ୟ ଉପରେ ସର୍ବନମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ପାଇଁ କୃଷକମାନେ ଏକ ଆଇନଗତ ଗ୍ୟାରେଣ୍ଟି ଦାବି କରିଛନ୍ତି। କେନ୍ଦ୍ର ଏହା କରିବା ପାଇଁ ରାଜି ହେଉନାହିଁ। ଏପରି କି ସେମାନେ କେବେ ବି ଏଥିତ୍ରେ ହସ୍ତକ୍ଷେପ କରିବେନି ବୋଲି ଆଶ୍ୱାସନା ଦେଇଛନ୍ତି। ଏମ୍‌ଏସ୍‌ପିକୁ ଦୃଷ୍ଟିରେ ରଖି କୃଷକମାନଙ୍କ ହିତ ପାଇଁ ଏହାକୁ ସଞ୍ଚାଳନ କରିବା ଲାଗି କୌଣସି କାର୍ଯ୍ୟ କଲେ ସେଥିତ୍ରେ କିିଛି କ୍ଷତି ହେବ ନାହିଁ। ଏମ୍‌ଏସ୍‌ପି ସବୁବେଳେ ଏକ ଭଲ ବ୍ୟବସ୍ଥା ହୋଇ ରହି ଆସିଛି। ଏଣୁ ଏହା ଯେମିତି ଥିଲା ସେମିତି ରହିବ ବୋଲି ଏକ ଲିଖିତ ଆଶ୍ୱାସନା ଦେଲେ ସେଥିରେ କିଛି ସମସ୍ୟା ହେବ ନାହିଁ। ଆଲୋଚନାରେ ସରକାର କୋହଳ ମନୋଭାବ ପ୍ରଦର୍ଶନ କରି ତାଙ୍କ ମତରେ ପରିବର୍ତ୍ତନ ଆଣି ସମାଧାନ କରିବାକୁ ଉତ୍ତମ ପଦକ୍ଷେପ ନେଇଛନ୍ତି , କିନ୍ତୁ ଏହା ପ୍ରଥମ ସୋପାନ। ଏଣୁ ତିନୋଟି କୃଷି ଆଇନ ଉପରେ ଲାଗି ରହିଥିବା କଠିନ ପରିସ୍ଥିତିକୁ ଦୂର କରିବା ପୂର୍ବରୁ ଉଭୟ ପକ୍ଷଙ୍କୁ ଆହୁରି ଅନେକ ପଦକ୍ଷେପ ନେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri