ପ୍ରଥମ ଦରମା ଟଙ୍କା ବୋଉ ଓ ନାନୀଙ୍କୁ ଦେଇଥିଲି

ସାହିତି୍ୟକ ସତ୍ୟନାରାୟଣ ଗନ୍ତାୟତ ନିଜ ପ୍ରଥମ ରୋଜଗାର
ସମ୍ପର୍କରେ ଯାହା କୁହନ୍ତି…
ରାୟଗଡ଼ା ହେଉଛି ମୋ ଜନ୍ମସ୍ଥାନ। ସ୍ଥାନୀୟ ଗୋବିନ୍ଦଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟରୁ ୧୯୭୯ରେ ଏକାଦଶ ପାସ୍‌ କରିବା ପରେ ରାୟଗଡ଼ା କଲେଜରେ ସ୍ନାତକ ଯାଏ ପଢ଼ିଥିଲି। ତା’ପରେ ଇଣ୍ଟରଭ୍ୟୁ ଦେଇ ୧୯୮୩ ମସିହା ଅଗଷ୍ଟ ୧୧ ତାରିଖରୁ ଏଲ୍‌ଆଇସିର ଜୟପୁର ବ୍ରାଞ୍ଚରୁ ଆସିଷ୍ଟାଣ୍ଟ ପୋଷ୍ଟରୁ ମୋ ଚାକିରି ଜୀବନ ଆରମ୍ଭ କଲି। ସେତେବେଳେ ୭୦୦ଟଙ୍କା ଦରମା ମିଳୁଥିଲା। ତେବେ ପ୍ରଥମ ମାସର ଦରମା ସହ ପୂଜାଖର୍ଚ୍ଚ ବାବଦରେ ଆଡ୍‌ଭାନ୍ସରେ ଆଉ ୭୦୦ ଟଙ୍କା ମୁଁ ଅଫିସ୍‌ରୁ ଉଠାଇଥିଲି, ଯେଉଁ ଟଙ୍କାକୁ ଦଶ ମାସ ଭିତରେ ଶୁଝିବାର ସୁବିଧା ମୋତେ ଦିଆଯାଇଥିଲା। ମୋଟ ୧୪୦୦ ଟଙ୍କାରୁ ୪୦୦ ଟଙ୍କା ନିଜ ଖର୍ଚ୍ଚ ପାଇଁ ରଖି ବାକି ହଜାରେ ଟଙ୍କା ନେଇ ବୋଉ ଓ ମୋ ବଡ଼ ନାନୀ ହାତରେ ଦେଇଥିଲି। କାରଣ ମୁଁ ମାଟ୍ରିକ୍‌ ପଢ଼ିଲାବେଳେ ବାପାଙ୍କର ଅକାଳ ବିୟୋଗ ହୋଇଯାଇଥିଲା। ବାପାଙ୍କ ମୃତ୍ୟୁ ପରେ ବୋଉ ସହିତ ମୋଠାରୁ ଦଶ ବର୍ଷ ବଡ଼ ମୋ ନାନୀ ମୋତେ ଆଉ ମୋ ସାନ ଭାଇକୁ ମା’ ପରି ସ୍ନେହମମତା ଦେଇ ବଢ଼ାଇଥିଲେ। ତେଣୁ ଚାକିରିର ପ୍ରଥମ ଦରମା ପାଇବା ପରେ ଟଙ୍କାଟିକୁ ନେଇ ସେମାନଙ୍କ ହାତରେ ଦେବାରେ ମୋତେ ଖୁବ୍‌ ଆତ୍ମଶାନ୍ତି ମିଳିଥିଲା। ବୋଉ ଓ ନାନୀ ସେଦିନ ମୋ ଉପରେ ବହୁତ ଖୁସି ହୋଇଥିଲେ ଆଉ ମୋତେ ଆଶୀର୍ବାଦ ବି କରିଥିଲେ। ସେମାନଙ୍କ ଆଶୀର୍ବାଦରୁ ଚାକିରି କ୍ଷେତ୍ରରେ କ୍ରମେ ପ୍ରମୋଶନ ପାଇ ଏବେ ମୁଁ ହାୟର୍‌ ଗ୍ରେଡ୍‌ ଆସିଷ୍ଟାଣ୍ଟ ଭାବେ ରାୟଗଡ଼ା ଏଲ୍‌ଆଇସି କାର୍ଯ୍ୟାଳୟରେ କାର୍ଯ୍ୟରତ। ଆଉ ମାତ୍ର ଅଢ଼େଇ ବର୍ଷ ବାକି ଅଛି ଚାକିରିରୁ ଅବସର ନେବାକୁ। ତେବେ ଏଠାରେ କହି ରଖିବାକୁ ଚାହେଁ ଯେ, ଦୁର୍ଭାଗ୍ୟବଶତଃ ଆମେ ତିନି ଭାଇ ଭଉଣୀ ଥିଲୁ ବର୍ଦ୍ଧିଷ୍ଣୁ ଚଳତ୍‌ଶକ୍ତିହୀନତାର ଶିକାର। ହେଲେ ଏହି ଶାରୀରିକ ଅକ୍ଷମତା କେବେ ବି ଆମର ପଥ ଅବରୋଧ କରିପାରିନି। ନିଜ ଚେଷ୍ଟiରେ ଆମେ ତିନି ଜଣଯାକ ପାଠରେ ଯେମିତି ଭଲ ଥିଲୁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ସେମିତି ପାରଦର୍ଶିତା ଦେଖାଉଥିଲୁ। ମୋ ସାନଭାଇ ଶିବପ୍ରସାଦ ଗନ୍ତାୟତ ଜଣେ ଲୋକପ୍ରିୟ ବ୍ୟଙ୍ଗ ଲେଖକ। ବଡ଼ ନାନୀ ନିର୍ମଳା ଗନ୍ତାୟତ ‘ସମ୍ପାଦକ ସମୀପେଷୁ’ଓ ‘ସବୁ ରାତିର ଜହ୍ନ’ ଶୀର୍ଷକ ଦୁଇଟି ବହିର ଲେଖିକା। ହେଲେ ସେମାନେ ଏବେ କେହି ମୋ ପାଖରେ ନାହାନ୍ତି। ବୋଉ, ନାନୀ ଆଉ ସାନ ଭାଇ ସମସ୍ତେ ଆରପାରିକୁ ଚାଲିଗଲେଣି। କେବଳ ଧର୍ମପତ୍ନୀ ଓ ଦୁଇ ଝିଅଙ୍କୁ ନେଇ ଏବେ ମୋ ପରିବାର। ତେବେ ଚାକିରି କରି ରୋଜଗାର କରିବାର ବହୁ ପୂର୍ବରୁ ଅର୍ଥାତ୍‌ ତୃତୀୟ ଶ୍ରେଣୀରୁ ମୁଁ ବୃତ୍ତି ଆକାରରେ ମଧ୍ୟ କେତେ ଟଙ୍କା ପାଇଛି। ତୃତୀୟରେ ୭ ଟଙ୍କା, ପଞ୍ଚମରେ ୯ ଟଙ୍କା ଆଉ ସପ୍ତମରେ ୨୦ ଟଙ୍କା ଲେଖାଏଁ ମୁଁ ବୃତ୍ତି ପାଇଥିଲି। ଆଉ ସେ ସବୁ ଟଙ୍କାକୁ ନେଇ ମୋ ଜେଜେମା’ଙ୍କ ହାତରେ ଦେଇଥିଲି। ଜେଜେମା’ ସେହି ଟଙ୍କାକୁ ଘର ଖର୍ଚ୍ଚରେ ହିଁ ଲଗାଉଥିଲେ, ଯାହା ମୋ ପାଇଁ ବି ଖୁସିର ବିଷୟ ଥିଲା। ତେବେ କେବଳ ପାଠ ନୁହେଁ, ବତ୍କୃତା ପ୍ରତିଯୋଗିତାରେ ଭାଗ ନେବା ସହ କବିତା ଲେଖିବା ମଧ୍ୟ ମୁଁ ଖୁବ୍‌ କମ୍‌ ବୟସରୁ ଆରମ୍ଭ କରି ଦେଇଥିଲି। ଏପରିକି ଆକାଶବାଣୀର ଯୁବବାଣୀ ବିଭାଗରେ କବିତା ପାଠକରି ମୁଁ ପ୍ରଥମ ଥର ପାଇଁ ୫୦ ଟଙ୍କାର ଏକ ଚେକ୍‌ ପାଇଥିଲି। ଆଉ ଯାହାକୁ ପାଇବା ପରେ ପ୍ରଥମ କରି ମୋ ନାଁରେ ଏକ ବ୍ୟାଙ୍କ୍‌ ଆକାଉଣ୍ଟ ଖୋଲିଥିଲି, ଯାହା ଥିଲା ମୋ ପାଇଁ ଏକ ଅଭୁଲା ସ୍ମୃତି। ଏବେ ମୁଁ କବିତା ଓ ସ୍ତମ୍ଭ ରଚନା ସହିତ ନିବନ୍ଧ, ଅଣୁଗଳ୍ପ, ଅନୁବାଦ ଲେଖିବା ସଙ୍ଗେସଙ୍ଗେ ଆଲୋଚନା ତଥା କବିତା ସମୀକ୍ଷା ମଧ୍ୟ କରୁଛି। ସେହିପରି ମୋର ‘ଥୁଣ୍ଟାଗଛ’, ‘ଛବିର ମଣିଷ’ ଶୀର୍ଷକ ଦୁଇଟି କବିତା ବହି ପ୍ରକାଶିତ ହୋଇ ବହୁ ଅନୁଷ୍ଠାନରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ବି ହୋଇସାରିଛି। ତା’ଛଡ଼ା ଓଡ଼ିଶା ସାହିତ୍ୟ ଏକାଡ଼େମୀର ସଦସ୍ୟ ଭାବେ ଦୁଇଥର ମନୋନୀତ ହୋଇ ଏବଂ ରାୟଗଡ଼ା ସାହିତ୍ୟ ସଂସଦର ପ୍ରତିଷ୍ଠାତା ସମ୍ପାଦକ ଭାବେ ମୁଁ ପାଠକଙ୍କଠାରୁ ଅନେକ ପ୍ରଶଂସା ମଧ୍ୟ ପାଇଛି। ଭଗବାନଙ୍କ ଆଶୀର୍ବାଦ ଥିଲେ ଆଗକୁ ବି ଲେଖାଲେଖିର ଏହିଧାରା ଏମିତି ଜାରି ରହିବ ବୋଲି ମୋର ଆଶା ମଧ୍ୟ ରହିଛି। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri