ଦୋଳପୂର୍ଣ୍ଣିମାରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ: ଏହି ସମୟରେ ଆରମ୍ଭ ହେବ ପାକତ୍ୟାଗ

କିଛିବର୍ଷ ତଳେ ପ୍ରାଥମିକ ସ୍ତରରେ ପଢାଯାଉଥିବା ସାହିତ୍ୟ ବହିର ଏକ କବିତାର କିୟଦଂଶ ସହିତ ଊଣା ଅଧିକେ ସମସ୍ତେ ପ୍ରାୟତଃ ପରିଚିତ ଥିବେ। ଆଜିର ଆଲୋଚ୍ୟ ପ୍ରସଙ୍ଗ ସହ ଉକ୍ତ କବିତାଂଶର ନିବିଡ ସମ୍ପର୍କ ରହିଥିବା ପରି ମନେହୁଏ। କବିତାଂଶଟି ହେଲା,‘ଚାଷ ଅଛି ଯାହାର କି ଆନନ୍ଦ ତାହାର- ଚାଷୀ ଭାଇ ଯୋଗାଉଛି ଦୁନିଆକୁ ଆହାର।’ ଆଜି କିନ୍ତୁ ଚାଷୀ ଭାବୁଛି -‘ଚାଷ ଅଛି ଯାହାର କେତେ ଦୁଃଖ ତାହାର- କିପରି ସେ ଯୋଗାଇବ ଦୁନିଆକୁ ଆହାର।’ ସ୍ବାଧୀନୋତ୍ତର ଭାରତବର୍ଷରେ ବଡଚିନ୍ତା ଥିଲା ପ୍ରତ୍ୟେକ ଲୋକଙ୍କୁ ଖାଦ୍ୟ ଯୋଗାଇବା, ଯାହା କ୍ୱଚିତ ସମ୍ଭବ ହେଉଥିଲା। ଆମେ ପ୍ରାଥମିକ ଶ୍ରେଣୀରେ ପଢିଲା ବେଳେ ବିଦ୍ୟାଳୟରେ ପିଲାଙ୍କୁ ପୁଷ୍ଟିଯୁକ୍ତ ମକାଗୁଣ୍ଡ ସହ ଗୁଣ୍ଡଦୁଗ୍ଧ ଦିଆଯାଉଥିଲା। ଏହାର ନାମ ଥିଲା କେୟାର ଫିଡିଂ। କେୟାର ବା କଣ୍ଟ୍ରିବ୍ୟୁଶନ୍‌ ଅଫ୍‌ ଆମେରିକାନ୍‌ ରିଲିଫ୍‌ ଏଭ୍ରିହୋୟାର। ଅର୍ଥାତ୍‌ ଆମେରିକା ପ୍ରେରିତ ଶୁଷ୍କ ଖାଦ୍ୟ ଆମ ପିଲାଙ୍କ ପୁଷ୍ଟି ସାଧନ ପାଇଁ ଦିଆଯାଉଥିଲା। ଖାଦ୍ୟାଭାବର ଉକତ୍ଟ ସମସ୍ୟା ମଧ୍ୟରେ ଭାରତ ଜଡିତ ଥିଲା। ଓଡ଼ିଶା କଥା ଚିନ୍ତା କଲେ ଗୋଟିଏ କଥା ସ୍ପଷ୍ଟ ଯେ ବନ୍ୟା, ବାତ୍ୟା ଓ ମରୁଡି ଭଳି ବିପଦ ଓଡ଼ିଶା ଚାଷୀର ଚିର ସହଚର। ୧୮୬୬ର ନ’ଅଙ୍କ ଦୁର୍ଭିକ୍ଷ ପରେ ଯଦିଓ କେନାଲ ଖନନ କରାଯାଇ ଜଳସେଚନର ବ୍ୟବସ୍ଥା କରାଗଲା, ତାହା ମଧ୍ୟ ପର୍ଯ୍ୟାପ୍ତ ନ ଥିଲା। ବୃଷ୍ଟି ଜଳ ହିଁ କୃଷକ ପାଇଁ ଏକମାତ୍ର ଜଳ ଉସତ୍। ପରେ ଜଳସେଚନର ପର୍ଯ୍ୟାପ୍ତ ସୁବିଧା କରାଯାଇ କୃଷିର ବିକାଶ ପାଇଁ ପ୍ରୟାସ କରାଗଲା।
ସବୁଜ ବିପ୍ଳବର ଅୟମାରମ୍ଭ ଓ ଆଧୁନିକ କୃଷି ପ୍ରଣାଳୀ ଅବଲମ୍ବନ କରିବା ଫଳରେ ଖାଦ୍ୟ ଶସ୍ୟର ଉପତ୍ାଦନ ବୃଦ୍ଧି ପାଇଲା। ବିଂଶ ଶତାବ୍ଦୀର ଶେଷଭାଗରେ ଡାଳୁଅ ଧାନ ଚାଷକରି ଚାଷୀ ତା’ର ନିଅଣ୍ଟିଆ ଖାଦ୍ୟଶସ୍ୟର ଭରଣା କରିବାକୁ ସକ୍ଷମ ହେଲା। ଡାଳୁଅ ଚାଷ ହେବା ଫଳରେ ଉପକୂଳ ଓଡ଼ିଶାରେ ରବି ଫସଲ ବିଶେଷକରି ଡାଲିଜାତୀୟ ଶସ୍ୟର ଉପତ୍ାଦନ ବିପର୍ଯ୍ୟୟର ସମ୍ମୁଖୀନ ହେଲା। ଦ୍ୱିତୀୟତଃ ପର୍ଯ୍ୟାପ୍ତ ଜଳସେଚନ ଅଭାବରୁ ଚାଷୀ ଡାଳୁଅ ଛାଡି କେବଳ ଶାରଦ ଧାନଚାଷରେ ମନୋନିବେଶ କଲା। କ୍ରମେ ଖାଦ୍ୟ ଶସ୍ୟ ଉପତ୍ାଦନ ବୃଦ୍ଧିପାଇଲା। ଜମିମାଲିକ ସହରମୁହାଁ ହେବା ଫଳରେ ଚାଷକାର୍ଯ୍ୟ ଭାଗଚାଷୀ ହାତକୁ ଗଲା। ଆଧୁନିକ କୃଷିପ୍ରଣାଳୀ ଓ ଉନ୍ନତମାନର ଧାନ ବିହନର ଉପଲବ୍ଧି ଫଳରେ ଚାଷୀ ଅଧିକ ଅମଳକ୍ଷମ ଧାନ ଚାଷରେ ମନୋନିବେଶ କଲା। ପର୍ଯ୍ୟାପ୍ତ ଧାନ ଅମଳ ହେବାରୁ ଚାଷୀ ନିଜ ପରିବାରର ଆବଶ୍ୟକତା ମେଣ୍ଟାଇ ବଳକା ଧାନ ବିକ୍ରୟ ପାଇଁ ସକ୍ଷମ ହେଲା। ସରକାର ସମବାୟ ସମିତିମାନଙ୍କରେ ଧାନମଣ୍ଡି ଖୋଲି ମିଲର ମାଧ୍ୟମରେ ଧାନ ବିକ୍ରୟର ସୁବିଧା କଲେ । ଧାନ ଚାଷ ଏକ ଖାଦ୍ୟ ପରିପୂରକ ନ ହୋଇ କ୍ରମେ ବ୍ୟବସାୟରେ ପରିଣତ ହେଲା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଭାଜପା ଦଳ କ୍ଷମତାକୁ ଆସିଲେ ଧାନର କ୍ରୟ ମୂଲ୍ୟ ଉପରେ ୮୦୦ଟଙ୍କା ବୋନସ ଦେବାକୁ ଘୋଷଣା କଲେ। ୨୦୨୪-୨୫ରେ କେନ୍ଦ୍ର ନିର୍ଦ୍ଧାରିତ ଧାନମୂଲ୍ୟ ୨୩୦୦ଟଙ୍କା ଉପରେ ୮୦୦ଟଙ୍କା ବୋନସ ଦେବା ଫଳରେ ଓଡ଼ିଶା ଚାଷୀ ୩୧୦୦ ଟଙ୍କାରେ ଧାନ ବିକ୍ରି କରିପାରିଲେ।
ଓଡ଼ିଆ ଚାଷୀ ଯାହା ଆଶା କରି ନ ଥିଲେ ତାହା ପାଇବାରୁ ବେଶ୍‌ ଖୁସିହେଲେ। କିନ୍ତୁ ୨୦୨୪-୨୫ କୃଷି ବର୍ଷରେ ଲଘୁଚାପଜନିତ ଲଗାଣ ବର୍ଷା ଯାହା ଡିସେମ୍ବର ମାସରେ ସଂଘଟିତ ହେଲା, ଚାଷୀର ପାଚିଲା ଧାନ କ୍ଷେତକୁ ଉଜାଡି ଦେଲା। ଉପକୂଳ ଓଡ଼ିଶା ସମେତ ପ୍ରାୟ ୨୦ଟି ଜିଲାର ଚାଷୀ ସଙ୍କଟକୁ ସାମ୍‌ନା କଲେ। ଅବଶ୍ୟ ସରକାରୀ ସହାୟତା ପ୍ରଦାନ କରାଗଲା। କିନ୍ତୁ ତାହା ପର୍ଯ୍ୟାପ୍ତ ନ ଥିଲା। ଭାଗଚାଷୀର ଜମି ମାଲିକାନା ସ୍ବତ୍ୱ ନ ଥିବାରୁ ସେ ସହାୟତାରୁ ବଞ୍ଚତ୍ତ ହେଲା। ଧାନର ପ୍ରଭୂତ କ୍ଷତି ହେଲା। ମିଲରମାନେ ସେହି ଧାନକୁ କିଣିବାକୁ ଅନିଚ୍ଛା ପ୍ରକାଶ କଲେ। ମିଲରଙ୍କ ମନମାନି ଯୋଗୁ କଟନିଛଟନିର ଉକତ୍ଟ ଦୃଶ୍ୟ ଦେଖିବାକୁ ମିଳିଲା। ଏପରି କି କୁଇଣ୍ଟାଲ ପିଛା ୧୦ କି.ଗ୍ରା. ସ୍ଥଳବିଶେଷରେ ୨୦ କି.ଗ୍ରା. କାଟି ନେଇ ମିଲର ମଣ୍ଡିରୁ ଧାନ ଉଠାଇଲେ। ସରକାରଙ୍କ ସମସ୍ତ ତାଗିଦ ସତ୍ତ୍ୱେ କଟନିଛଟନି ସୀମାତୀତ ଭାବେ ଚାଲିଲା। ଚାଷୀର କ୍ଷତି ଅବର୍ଣ୍ଣନୀୟ। ଚାଷୀ ବୁଝିପାରିଲା ନାହିଁ ଯେ କଟନିଛଟନି ଯୋଗୁ ତା’ ଖରାପ ଧାନ କିପରି ଭଲ ଧାନରେ ପରିଣତ ହେଲା।
ଆସନ୍ତୁ ଏବର୍ଷ ଅର୍ଥାତ୍‌ ୨୦୨୫-୨୬ ଫସଲ କଥା ଆଲୋଚନା କରିବା। ଚାଷୀ ୮୦୦ଟଙ୍କା ବୋନସ୍‌ ଲୋଭରେ ପର୍ଯ୍ୟାପ୍ତ ଧାନଚାଷ କଲା। ପାଣିପାଗ ଅନୁକୂଳ ଥିବାରୁ ଧାନ ଅମଳରେ ପ୍ରାୟତଃ ବିଶେଷ କିଛି ଅସୁବିଧା ପରିଲକ୍ଷିତ ହେଲାନାହିଁ। କେବଳ ଉତ୍ତର ବାଲେଶ୍ୱରର କିଛି ଅଞ୍ଚଳରେ ବନ୍ୟାଜନିତ କ୍ଷୟକ୍ଷତିକୁ ଛାଡିଦେଲେ ଅବଶିଷ୍ଟ ଓଡ଼ିଶାରେ ପର୍ଯ୍ୟାପ୍ତ ଧାନ ଅମଳ ହୋଇଛି। ତେବେ ଚାଷୀ ନିଜର ବଳକା ଧାନକୁ ମଣ୍ଡିରେ ବିକ୍ରି କରିବାରେ ସମସ୍ୟାର ସମ୍ମୁଖୀନ ହେଲେ। ସରକାର ଓ ମିଲରଙ୍କ ମଧ୍ୟରେ ବିବାଦ ଏବଂ ମିଲରମାନଙ୍କ ଆନ୍ଦୋଳନ ଯୋଗୁ ପଶ୍ଚିମ ଓଡ଼ିଶାରେ ଧାନ କ୍ରୟ ବିଳମ୍ବିତ ହେଲା। ଚାଷୀ ଖରା କାକରରେ ମଣ୍ଡି ସନ୍ନିକଟ ପଡିଆରେ ଧାନବସ୍ତା ଗଚ୍ଛିତ ରଖି ଦିନରାତି ଜଗି ରହିଲା। ଧାନକିଣା ଘୋର ପ୍ରଭାବିତ ହେଲା। ଫେବୃଆରୀ ଶେଷଭାଗ ହୋଇଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ୯୦ଭାଗ ଚାଷୀ ଧାନ ବିକ୍ରୟ କରିପାରି ନାହିଁ। ଧାନ ଉତ୍କୃଷ୍ଟ ମାନର ଥିଲେ ମଧ୍ୟ କୁଇଣ୍ଟାଲ ପିଛା ୪ରୁ ୫କି.ଗ୍ରା. ଓ ସ୍ଥଳ ବିଶେଷରେ ୧୦ କି.ଗ୍ରା. ପର୍ଯ୍ୟନ୍ତ କଟନିଛଟନି ଦାବି କରାଯାଉଛି। କଟନିଛଟନି ନ ହେଲେ ମିଲର ଧାନ କିଣିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଚାଷୀ କଟନିଛଟନି ସତ୍ତ୍ୱେ ଧାନ ଦେବାକୁ ରାଜି ହେଉଛି। କାରଣ ମଣ୍ଡିରେ ଧାନ ନ ଦେଇ ପାରିଲେ ଚାଷୀ ତା’ର ବଳକା ଧାନକୁ ନେଇ କରିବ କ’ଣ ? ବାଧ୍ୟ ହୋଇ ଘରୋଇ ବ୍ୟବସାୟୀଙ୍କୁ କୁଇଣ୍ଟାଲ ପିଛା ୧୫୦୦ରୁ ୧୭୦୦ଟଙ୍କାରେ ବିକ୍ରି କରୁଛି। ସେଥିରେ ପୁଣି ଓଜନଜନିତ ତ୍ରୁଟି ରହିଛି। ଏ ଲେଖକ ସମାନ ସଙ୍କଟର ସମ୍ମୁଖୀନ ହୋଇଛି। ଟୋକନ ଅବଧି ସରି ଆସୁଥିଲେ ମଧ୍ୟ ଧାନ ବିକ୍ରିର କୌଣସି ସୂଚନାପ୍ରାପ୍ତ ହେଉନାହିଁ।
ଆଉ ଏକ ବିଷମ କଥା ହେଲା ପୂର୍ବପରି ଧାନ ଉପରେ ଲୋକଙ୍କର ନିର୍ଭରଶୀଳତା ହ୍ରାସ ପାଇଛି। ଲୋକେ ଭାତ ଅପେକ୍ଷା ଅଧିକ ରୁଟି ପସନ୍ଦ କରୁଛନ୍ତି। ଯେଉଁ ପରିବାରରେ ମାସକୁ ୩୦ କି.ଗ୍ରା.ରୁ ଅଧିକ ଚାଉଳ ଆବଶ୍ୟକ ହେଉଥିଲା ବର୍ତ୍ତମାନ ସେହି ପରିବାରର ୫ରୁ ୧୦ କି.ଗ୍ରା. ଚାଉଳ ଦରକାର ହେଉଛି। ବହୁ ଖର୍ଚ୍ଚାନ୍ତ ହୋଇ ବର୍ଷକର ଉପତ୍ାଦିତ ଧାନଗଣ୍ଡାକ ଯେତେବେଳେ ବିକ୍ରି ହୋଇପାରୁନାହିଁ ଚାଷ ଉପରେ ନିର୍ଭରଶୀଳ ଚାଷୀ ପରିବାରଟି ବଞ୍ଚତ୍ବ କିପରି ? ଜମି ଚାଷ କରିବା, ରୁଆ ବଛା ବେଉଷଣଠାରୁ ଆରମ୍ଭ କରି ଆଜିକାଲି ସବୁକାମ ଯନ୍ତ୍ର ଦ୍ୱାରା ପରିଚାଳିତ ହେଉଛି। ମହଙ୍ଗା ଯୁଗରେ ମଜୁରି ମଧ୍ୟ ବୃଦ୍ଧିପାଇଛି। ଉପକୂଳ ଓଡ଼ିଶାରେ ଷଣ୍ଢ ଓ ମାଙ୍କଡଙ୍କର ଉପତ୍ାତ ଯୋଗୁ ଚାଷୀ ଉଦ୍ୟାନ କୃଷି କରି ନ ପାରି ବଜାର ଉପରେ ନିର୍ଭର କରୁଛି। ଚାଷୀ ଋଣ କରଜ କରି ଯେତେବେଳେ ତା’ର ଉପତ୍ାଦିତ ଫସଲକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବ ନାହିଁ, ସେତେବେଳେ ସେ ନିରାଶରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବ। ଋଣଭାରରେ ଆକ୍ରାନ୍ତ ଚାଷୀଟି ଶେଷରେ ଆମତ୍ହତ୍ୟା ଭଳି ଚରମ ସିଦ୍ଧାନ୍ତକୁ ଆପଣେଇ ନେବ ନାହିଁ ତ? ସରକାର ଏ ବିଷୟ ପ୍ରତି ଉପଯୁକ୍ତ ଧ୍ୟାନ ଦେବା ଆବଶ୍ୟକ। ନଚେତ୍‌ ଅନ୍ନଦାତା ବିପଦରେ ପଡି ହୁଏତ କୃଷିକର୍ମଣରୁ ନିବୃତ୍ତ ହେବ ନାହିଁ ବୋଲି କିଏ କହିବ ?

ବୈକୁଣ୍ଠନାଥ ମିଶ୍ର
ସିଦ୍ଧଳ, ଜଗତ୍‌ସିଂହପୁର
ମୋ: ୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ପରୀକ୍ଷାର ଆନନ୍ଦମୟ ଆହ୍ବାନ

ପିଲାମାନେ, ମନେରଖିଥାଅ ଜୀବନ ଏକ ପରୀକ୍ଷା। ଜୀବନର ପ୍ରତିଟି ମୁହୂର୍ତ୍ତରେ ଆମେ ଦୈବ ଓ କର୍ମର ପରୀକ୍ଷାକୁ ସାମ୍ନା କରିଥାଉ। ମଣିଷର ଜୀବନ ସମ୍ପୂର୍ଣ୍ଣ ଧରାବନ୍ଧା ପରୀକ୍ଷା…

ଡାଟା ସେଣ୍ଟର ନୁହେଁ ଏଆଇ

ନୂଆଦିଲ୍ଲୀରେ ୬ ଦିନ ଧରି ଚାଲିଥିବା ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬ ଉଦ୍‌ଯାପିତ ହୋଇଯାଇଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ଉପରେ ଦିଲ୍ଲୀ…

ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ…

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri