Posted inଜାତୀୟ

ଆତଙ୍କବାଦୀଙ୍କ ‘ଆଧାର’ ଅସ୍ତ୍ର

ନୂଆଦିଲ୍ଲୀ,୨୩ା୨: ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଆତଙ୍କବାଦୀ କାର୍‌ବୋମା ବିସ୍ଫୋରଣ ଘଟାଇବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶକୁ ସ୍ତମ୍ଭୀଭୂତ କରିଥିଲା। ଘଟଣାକୁ ୩ ମାସ ପରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନାର ପର୍ଦ୍ଦାଫାଶ କରିବା ସହ ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ବାଂଲାଦେଶର ଉଗ୍ରପନ୍ଥୀ ସଂଗଠନ ତରଫରୁ ସେମାନେ ଦିଲ୍ଲୀରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଚଳାଇଥିଲେ ବୋଲି ପୋଲିସ କହିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ସହ ସେମାନଙ୍କର ଲିଙ୍କ୍‌ ରହିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ କେତେଜଣ ବାଂଲାଦେଶୀ ରହିଛନ୍ତି। ପରିଚୟ ଲୁଚାଇବା ପାଇଁ ସେମାନେ ଜାଲ୍‌ ଆଧାର କାର୍ଡ ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି।
ବିଦେଶୀ ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଗିରଫ ୬ ଅଭିଯୁକ୍ତ ହେଲେ ମିଜାନୁର ରହମାନ, ମହମ୍ମଦ ଶାବତ, ଉମର, ମହମ୍ମଦ ଲିଟନ, ମହମ୍ମଦ ଶହିଦ ଏବଂ ମହମ୍ମଦ ଉଜ୍ଜଲ। ସେମାନଙ୍କୁ ତାମିଲନାଡୁର ତିରୁପୁର ଜିଲାରେ ଥିବା ଏକ ପୋଷାକ କାରଖାନାରୁ ଧରାଯାଇଥିବାବେଳେ ପଶ୍ଚିମବଙ୍ଗରୁ ୨ ଜଣ ଗିରଫ ହୋଇଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଉକ୍ତ ଟେରର ମଡ୍ୟୁଲ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍ମର-ଇ-ତୋଇବା ସହ ଜଡ଼ିତ ଏବଂ ଏହାର ପରିଚାଳକ କଶ୍ମୀର ବାସିନ୍ଦା ଶବିର ଅହମଦ ଲୋନ। ସମ୍ପ୍ରତି ସେ ବାଂଲାଦେଶରେ ରହି ଉକ୍ତ ଟେରର ମଡ୍ୟୁଲକୁ ନିୟନ୍ତ୍ରଣ କରୁଛନ୍ତି। ଆତଙ୍କବାଦୀ ହ୍ୟାଣ୍ଡଲର ଜଣକ ପାକିସ୍ତାନରୁ ତାଲିମ ପାଇଥିବା ବିଶ୍ୱାସ କରାଯାଉଛି। ଗିରଫ ୮ ଜଣ ତାଙ୍କ ପାଇଁ କାମ କରୁଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଏବଂ ବରିଷ୍ଠ କମାଣ୍ଡର ଜାକିଉର ରହମାନ ଲଖ୍‌ଭିଙ୍କ ସହ ହ୍ୟାଣ୍ଡଲରଙ୍କ ପ୍ରତ୍ୟକ୍ଷ ଯୋଗାଯୋଗ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ୨୦୦୭ରୁ ଲଶ୍ମର ସଂଗଠନ ସହ ସମ୍ପର୍କରେ ଥିବା ଶବିର ସଦ୍ୟ ପର୍ଦ୍ଦାଫାଶ ମଡ୍ୟୁଲରେ ସମନ୍ବୟ ରଖିବାରେ ମୁଖ୍ୟ ଭୂମିକା ନିଭାଉଥିଲେ ବୋଲି ବିଶ୍ୱାସ କରାଯାଉଛି। ୨୦୦୭ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ତାଙ୍କୁ ପ୍ରଥମେ ଗିରଫ କରିଥିବାବେଳେ ସୟିଦ ଏବଂ ଲଖ୍‌ଭିଙ୍କ ସହ ସମ୍ପୃକ୍ତି ଥିବା ନେଇ ପ୍ରଥମେ ଜଣାପଡ଼ିଥିଲା।
ଦେଶର ବିଭିନ୍ନ ଭାଗରେ ଧ୍ୱଂସାତ୍ମକ କାର୍ଯ୍ୟ ଘଟାଇବା ପାଇଁ ଆତଙ୍କବାଦୀ ମଡ୍ୟୁଲ୍‌ ଯୋଜନା କରୁଥିବା ନେଇ ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଳ ତଲାସି ଅଭିଯାନ ଆରମ୍ଭ କରିଥିଲା। ଏହି ତଲାସି ବେଳେ ଅନେକ ମୋବାଇଲ୍‌ ଫୋନ୍‌ ଏବଂ ସିମ୍‌ କାର୍ଡ ଜବତ ହୋଇଛି। ଉକ୍ତ ନେଟ୍‌ଓ୍ବର୍କ କେତେଦୂର ବ୍ୟାପିଛି ଏବଂ ଏହା ପଛରେ ସମ୍ଭାବ୍ୟ ବିଦେଶୀ ସମ୍ପୃକ୍ତି ରହିଛି କି ନାହିଁ, ତାହା ସ୍ପଷ୍ଟ ହେବା ପାଇଁ ଅନୁଧ୍ୟାନ ଜାରି ରହିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତଦନ୍ତରେ ସହାୟତା କରୁଛନ୍ତି। ଲଶ୍କର ସହ ସମ୍ପୃକ୍ତ ଆତଙ୍କବାଦୀମାନେ ଆଇଇଡିରେ ଆକ୍ରମଣ ଯୋଜନା କରିଥାଇପାରନ୍ତି ବୋଲି ଗୋଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ଗତ ୬ ତାରିଖରେ ଇସ୍‌ଲାମାବାଦ ମସ୍‌ଜିଦରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ସଂଗଠନ ଯୋଜନା କରୁଥିଲା ବୋଲି ଏକ ସୂତ୍ରରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

‘ଆମେରିକା-ଭାରତ ମଧ୍ୟରେ ଥିବା ଦୃଢ଼ ସମ୍ପର୍କକୁ ନେଇ ବିଶ୍ୱ ଈର୍ଷା କରୁଛି,’ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରି ଆମେରିକୀୟ ରାଷ୍ଟ୍ରଦୂତ କହିଲେ..

ନୂଆଦିଲ୍ଲୀ,୫।୯: ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍‌ ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତାର ଶକ୍ତି ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ନୂଆଦିଲ୍ଲୀ ଏବଂ ୱାଶିଂଟନ…

ନେପାଳ ବନ୍ୟା: ମୃତ୍ୟୁ ସଂଖ୍ୟା ୧୩୦୦ ଅତିକ୍ରମ କଲା, ଉଦ୍ଧାର ହୋଇଛନ୍ତି ୧୬୯ ଭାରତୀୟ

କାଠମାଣ୍ଡୁ,୫।୯: ନେପାଳରେ ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୧୩୦୦କୁ ବୃଦ୍ଧି ପାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟର ଆଜି ୧୧ତମ ଦିନ। ଉଲ୍ଲେଖନୀୟ ଯେ ୨୬ ଅଗଷ୍ଟ ସକାଳେ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ଆଜି ବୁଧଙ୍କ ଏଣ୍ଟ୍ରି; ୩ରାଶି ହେବେ ମାଲାମାଲ, ଚାକିରିରେ ମିଳିବ ବଡ଼ ପଦବୀ

ବୁଧ ସୂର୍ଯ୍ୟଙ୍କ ନକ୍ଷତ୍ରକୁ ପ୍ରବେଶ କରିବା ଫଳରେ କ୍ୟାରିୟରରେ ସଫଳତା ଏବଂ ଆର୍ଥିକ ଉନ୍ନତିର ଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଭାଗ୍ୟଶାଳୀ ରାଶିଗୁଡ଼ିକର ବୌଦ୍ଧିକ କ୍ଷମତା ଏବଂ…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri