Posted inଜାତୀୟ

ଆତଙ୍କବାଦୀଙ୍କ ‘ଆଧାର’ ଅସ୍ତ୍ର

ନୂଆଦିଲ୍ଲୀ,୨୩ା୨: ଗତବର୍ଷ ନଭେମ୍ବର ୧୦ରେ ଦିଲ୍ଲୀର ଲାଲ୍‌କିଲ୍ଲା ନିକଟରେ ଆତଙ୍କବାଦୀ କାର୍‌ବୋମା ବିସ୍ଫୋରଣ ଘଟାଇବାରୁ ଅନୂ୍ୟନ ୧୫ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଏହି ଘଟଣା ସାରା ଦେଶକୁ ସ୍ତମ୍ଭୀଭୂତ କରିଥିଲା। ଘଟଣାକୁ ୩ ମାସ ପରେ ଦିଲ୍ଲୀ ପୋଲିସ ଜାତୀୟ ରାଜଧାନୀରେ ଏକ ବଡ଼ ଧରଣର ଆତଙ୍କବାଦୀ ଷଡ଼ଯନ୍ତ୍ର ଯୋଜନାର ପର୍ଦ୍ଦାଫାଶ କରିବା ସହ ୮ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି। ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଏବଂ ବାଂଲାଦେଶର ଉଗ୍ରପନ୍ଥୀ ସଂଗଠନ ତରଫରୁ ସେମାନେ ଦିଲ୍ଲୀରେ ଆତଙ୍କବାଦୀ ଷଡ଼ଯନ୍ତ୍ର ଚଳାଇଥିଲେ ବୋଲି ପୋଲିସ କହିଛି। ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ସହ ସେମାନଙ୍କର ଲିଙ୍କ୍‌ ରହିଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରେ କେତେଜଣ ବାଂଲାଦେଶୀ ରହିଛନ୍ତି। ପରିଚୟ ଲୁଚାଇବା ପାଇଁ ସେମାନେ ଜାଲ୍‌ ଆଧାର କାର୍ଡ ବ୍ୟବହାର କରୁଥିଲେ ବୋଲି ପୋଲିସ କହିଛି।
ବିଦେଶୀ ପରିଚାଳକଙ୍କ ନିର୍ଦ୍ଦେଶରେ ସେମାନେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ କରିବାକୁ ଯୋଜନା କରିଥିଲେ ବୋଲି ତଦନ୍ତକାରୀ ଅଧିକାରୀମାନେ ସନ୍ଦେହ କରୁଛନ୍ତି। ଗିରଫ ୬ ଅଭିଯୁକ୍ତ ହେଲେ ମିଜାନୁର ରହମାନ, ମହମ୍ମଦ ଶାବତ, ଉମର, ମହମ୍ମଦ ଲିଟନ, ମହମ୍ମଦ ଶହିଦ ଏବଂ ମହମ୍ମଦ ଉଜ୍ଜଲ। ସେମାନଙ୍କୁ ତାମିଲନାଡୁର ତିରୁପୁର ଜିଲାରେ ଥିବା ଏକ ପୋଷାକ କାରଖାନାରୁ ଧରାଯାଇଥିବାବେଳେ ପଶ୍ଚିମବଙ୍ଗରୁ ୨ ଜଣ ଗିରଫ ହୋଇଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଉକ୍ତ ଟେରର ମଡ୍ୟୁଲ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍ମର-ଇ-ତୋଇବା ସହ ଜଡ଼ିତ ଏବଂ ଏହାର ପରିଚାଳକ କଶ୍ମୀର ବାସିନ୍ଦା ଶବିର ଅହମଦ ଲୋନ। ସମ୍ପ୍ରତି ସେ ବାଂଲାଦେଶରେ ରହି ଉକ୍ତ ଟେରର ମଡ୍ୟୁଲକୁ ନିୟନ୍ତ୍ରଣ କରୁଛନ୍ତି। ଆତଙ୍କବାଦୀ ହ୍ୟାଣ୍ଡଲର ଜଣକ ପାକିସ୍ତାନରୁ ତାଲିମ ପାଇଥିବା ବିଶ୍ୱାସ କରାଯାଉଛି। ଗିରଫ ୮ ଜଣ ତାଙ୍କ ପାଇଁ କାମ କରୁଥିଲେ। ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସୟିଦ ଏବଂ ବରିଷ୍ଠ କମାଣ୍ଡର ଜାକିଉର ରହମାନ ଲଖ୍‌ଭିଙ୍କ ସହ ହ୍ୟାଣ୍ଡଲରଙ୍କ ପ୍ରତ୍ୟକ୍ଷ ଯୋଗାଯୋଗ ରହିଥିବା ଏକ ସୂତ୍ରରୁ ଜଣାପଡ଼ିଛି। ୨୦୦୭ରୁ ଲଶ୍ମର ସଂଗଠନ ସହ ସମ୍ପର୍କରେ ଥିବା ଶବିର ସଦ୍ୟ ପର୍ଦ୍ଦାଫାଶ ମଡ୍ୟୁଲରେ ସମନ୍ବୟ ରଖିବାରେ ମୁଖ୍ୟ ଭୂମିକା ନିଭାଉଥିଲେ ବୋଲି ବିଶ୍ୱାସ କରାଯାଉଛି। ୨୦୦୭ରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ତାଙ୍କୁ ପ୍ରଥମେ ଗିରଫ କରିଥିବାବେଳେ ସୟିଦ ଏବଂ ଲଖ୍‌ଭିଙ୍କ ସହ ସମ୍ପୃକ୍ତି ଥିବା ନେଇ ପ୍ରଥମେ ଜଣାପଡ଼ିଥିଲା।
ଦେଶର ବିଭିନ୍ନ ଭାଗରେ ଧ୍ୱଂସାତ୍ମକ କାର୍ଯ୍ୟ ଘଟାଇବା ପାଇଁ ଆତଙ୍କବାଦୀ ମଡ୍ୟୁଲ୍‌ ଯୋଜନା କରୁଥିବା ନେଇ ନିର୍ଦ୍ଦିଷ୍ଟ ଗୋଇନ୍ଦା ସୂଚନା ଆଧାରରେ ସୁରକ୍ଷା ବଳ ତଲାସି ଅଭିଯାନ ଆରମ୍ଭ କରିଥିଲା। ଏହି ତଲାସି ବେଳେ ଅନେକ ମୋବାଇଲ୍‌ ଫୋନ୍‌ ଏବଂ ସିମ୍‌ କାର୍ଡ ଜବତ ହୋଇଛି। ଉକ୍ତ ନେଟ୍‌ଓ୍ବର୍କ କେତେଦୂର ବ୍ୟାପିଛି ଏବଂ ଏହା ପଛରେ ସମ୍ଭାବ୍ୟ ବିଦେଶୀ ସମ୍ପୃକ୍ତି ରହିଛି କି ନାହିଁ, ତାହା ସ୍ପଷ୍ଟ ହେବା ପାଇଁ ଅନୁଧ୍ୟାନ ଜାରି ରହିଛି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ତଦନ୍ତରେ ସହାୟତା କରୁଛନ୍ତି। ଲଶ୍କର ସହ ସମ୍ପୃକ୍ତ ଆତଙ୍କବାଦୀମାନେ ଆଇଇଡିରେ ଆକ୍ରମଣ ଯୋଜନା କରିଥାଇପାରନ୍ତି ବୋଲି ଗୋଇନ୍ଦା ସଂସ୍ଥା ସୂଚନା ଦେଇଥିଲା। ଗତ ୬ ତାରିଖରେ ଇସ୍‌ଲାମାବାଦ ମସ୍‌ଜିଦରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବା ପାଇଁ ଆତଙ୍କବାଦୀ ସଂଗଠନ ଯୋଜନା କରୁଥିଲା ବୋଲି ଏକ ସୂତ୍ରରୁ କୁହାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?