Categories: ଖେଳ

କରୋନା ପାଇଁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନ ପ୍ରଥମ ଗେମ୍‌ ସ୍ଥଗିତ

ମର୍ସିଲି, ୧୯ା୮ (ଏପି)-କରୋନା ଭାଇରସ୍‌ କାରଣରୁ ଫ୍ରେଞ୍ଚ୍‌ ଫୁଟ୍‌ବଲ ସିଜନର ପ୍ରଥମ ଗେମ୍‌କୁ ମଙ୍ଗଳବାର ସ୍ଥଗିତ ରଖାଯାଇଛି। ସେଣ୍ଟ୍‌-ଏଟିନି ବିପକ୍ଷ ଘରୋଇ ଗେମ୍‌ ମର୍ସିଲି ଶୁକ୍ରବାର ଖେଳିବା କାର୍ଯ୍ୟକ୍ରମ ରହିଥିଲା। ମାତ୍ର ଏହାକୁ ସେପ୍ଟେମ୍ବର ୧୬ କିମ୍ବା ୧୭ରେ ଖେଳାଯିବାକୁ ସ୍ଥିର କରାଯାଇଛି। ମର୍ସିଲି ଫୁଟ୍‌ବଲ ଦଳର ୩ଜଣ ଖେଳାଳି ଓ ଷ୍ଟାଫ୍‌ କରୋନା ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ଫ୍ରାନ୍ସର ନ୍ୟାଶନାଲ କୋଭିଡ୍‌ କମିଶନଙ୍କ ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଥିବା ଫ୍ରେଞ୍ଚ୍‌ ଲିଗ୍‌ ତରଫରୁ କୁହାଯାଇଛି। ମଙ୍ଗଳବାର ଫ୍ରେଞ୍ଚ୍‌ କ୍ଲବ ନାଇମ୍ସର ଦୁଇ ଜଣ କରୋନା ସଂକ୍ରମିତ ଥିବା ସନ୍ଦେହ କରାଯାଉଛି। ସାନି ଟେଷ୍ଟିଂ ପୂର୍ବରୁ ଏହାର ଷ୍ଟାଫ୍‌ଙ୍କୁ ଆଇସୋଲେଶନରେ ରଖାଯାଇଛି। ନାଇମ୍ସ ନିଜ ଗ୍ରାଉଣ୍ଡରେ ରବିବାର ବ୍ରେଷ୍ଟ ବିପକ୍ଷ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି। ଲିସ୍‌ବନ୍‌ରେ ଚାମ୍ପିୟନ୍ସ ଲିଗ୍‌ ସେମିଫାଇନାଲ ପାଇଁ ପ୍ୟାରିସ ସେଣ୍ଟ୍‌ ଜର୍ମେନ ଓ ଲିଅନ ପ୍ରସ୍ତୁତି କାର୍ଯ୍ୟ ଚଳାଇଛନ୍ତି। ପ୍ରଥମ ଥର ଫ୍ରାନ୍ସର ଦୁଇଟି ଦଳ ଏହି ପର୍ଯ୍ୟାୟରେ ଖେଳିବାକୁ ଯାଉଛନ୍ତି।

Share