Categories: ଖେଳ

ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର

ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ ପରିଚାଳନା କରିବେ। ସେ ହେଉଛନ୍ତି କ୍ରୋଏସିଆର ୪୩ବର୍ଷୀୟା ମାରିଜା ସିସାକ୍‌। ରବିବାର ଅଲ୍‌ ଇଂଲଣ୍ଡ କ୍ଲବଠାରେ ପୁରୁଷ ସିଙ୍ଗଲ୍ସ ଫାଇନାଲ ନୋଭାକ୍‌ ଜୋକୋଭିଚ୍‌ ଓ ମାଟେଓ ବେରେଟେନିଙ୍କ ମଧ୍ୟରେ ହେବ। ୨୦୧୨ରୁ ଡବ୍ଲ୍ୟୁଟିଏ ଏଲିଟ୍‌ ଟିମ୍‌ରେ ରହିଆସିଥିବା ସିସାକ୍‌ଙ୍କୁ ଶନିବାର ମନୋନୟନ କରାଯାଇଥିବା କ୍ଲବ ତରଫରୁ ସ୍ପଷ୍ଟ କରାଯାଇଛି। ସିସାକ୍‌ ୨୦୧୪ ଓ୍ବିମ୍ବେଲଡନ ମହିଳା ଫାଇନାଲରେ ଚେୟାର ଅମ୍ପାୟର ରହିଥିଲେ। ସେ ପରବର୍ତ୍ତୀ ୩ ବର୍ଷ ମହିଳା ଡବଲ୍ସ ଫାଇନାଲ ପରିଚାଳନା କରିଥିଲେ। ସେ ଆହୁରି ମଧ୍ୟ ରିଓ ଡି’ ଜେନିରୋ ଅଲିମ୍ପିକ୍ସ ମହିଳା ସିଙ୍ଗଲ୍ସ ସ୍ବର୍ଣ୍ଣ ପଦକ ମ୍ୟାଚର ଚେୟାର ଅମ୍ପାୟର ଦାୟିତ୍ୱ ତୁଲାଇଥିଲେ।

Share