ପ୍ରଥମ ମହିଳା ବାଉନ୍ସର

ଆମେ ଯେପରି ପାଠ ନ ପଢ଼ିପାରିବୁ ଘରେ ପିତା ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଉଥିଲେ। ତାଙ୍କ ଚିନ୍ତାରେ ଝିଅମାନେ ପାଠ ପଢ଼ିଲେ ନିଜ ପସନ୍ଦରେ ବିବାହ କରିଦେବେ। ହେଲେ ବାପା ଓ ଗ୍ରାମବାସୀଙ୍କ ଏଭଳି ରକ୍ଷଣଶୀଳ ଚିନ୍ତାଧାରା ବିରୋଧରେ ମା’ ସ୍ବର ଉଠାଇଥିଲେ। ସେ ଆମକୁ ପଢ଼ିବାର ସୁଯୋଗ ଦେଇଥିଲେ ବୋଲି ଭାରତର ପ୍ରଥମ ମହିଳା ବାଉନ୍ସର ଭାବେ ଆଖ୍ୟା ଅର୍ଜନ କରିଥିବା ମେହରୁନିସା ଶଉକତ ଅଲ୍ଲୀ କହିବା ପରେ ତାଙ୍କ ସଂଘର୍ଷମୟ ଜୀବନ ଯାତ୍ରା ଏକ କାହାଣୀ ଭଳି ଲାଗୁଛି। ବିଶୃଙ୍ଖଳାକାରୀଙ୍କୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ନାଇଟ୍‌କ୍ଲବ ହେଉ ବା ସମାନ ଧରଣର ସଂସ୍ଥାରେ ନିୟୋଜିତ ବ୍ୟକ୍ତିବିଶେଷଙ୍କୁ ବାଉନ୍ସର କୁହାଯାଇଥାଏ। ସ୍ଥଳବିଶେଷରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ନିଜ ସୁରକ୍ଷା ପାଇଁ ବାଉନ୍ସର ରଖିଥାଆନ୍ତି। ତେବେ ଏହା କେବଳ ପୁରୁଷଙ୍କ ପ୍ରାଧାନ୍ୟ କ୍ଷେତ୍ର ରହିଆସିଥିଲା। ଏହି ଶବ୍ଦ ଯେପରି ମହିଳାଙ୍କ ସକାଶେ ପ୍ରଯୁଜ୍ୟ ନୁହେଁ ବୋଲି କୁହାଯାଉଥିଲା। କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ବଳରେ ମେହରୁନିସା କେବଳ ଯେ ପ୍ରଥମ ମହିଳା ବାଉନ୍ସର ହୋଇପାରିଛନ୍ତି ତାହା ନୁହେଁ, ପୁରୁଷ ପ୍ରାଧାନ୍ୟ କାର୍ଯ୍ୟରେ ଭାଗ ବସାଇବାରେ ସକ୍ଷମ ହୋଇଛନ୍ତି। ଏବେ ତାଙ୍କୁ ଅନୁସରଣ କରି ଅନେକ ଯୁବତୀ ଏହି କ୍ଷେତ୍ରକୁ ଓହ୍ଲାଇବା ମେହରୁନିସାଙ୍କ ପ୍ରତି ବଡ଼ ସମ୍ମାନ ବୋଲି କୁହାଯାଇପରେ।
ଉତ୍ତରପ୍ରଦେଶର ଶାହାରନ୍‌ପୁରର ଏକ ମୁସଲମାନ ପରିବାରରେ ମେହରୁନିସାଙ୍କ ଜନ୍ମ। ମାତାପିତାଙ୍କ ଚାରି ଝିଅଙ୍କ ମଧ୍ୟରେ ସେ ଦ୍ୱିତୀୟ। ୨୦୦୩ରେ ସେ ଏକାଦଶ ଶ୍ରେଣୀରେ ପଢ଼ୁଥିବା ବେଳେ ପିତାଙ୍କ ବ୍ୟବସାୟ କ୍ଷତିରେ ପଡ଼ିଗଲା। ଅର୍ଥାଭାବ ଯୋଗୁ ପରିବାର ହନ୍ତସନ୍ତ ହୋଇଗଲେ। ପିଲାଟି ବେଳୁ ମେହରୁନିସାଙ୍କ ଇଚ୍ଛା ଥିଲା ଭାରତୀୟ ସେନା କିମ୍ବା ପୋଲିସ ଚାକିରି କରିଥାଆନ୍ତେ। ସେଥିପାଇଁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ସଫଳତା ମିଳି ନ ଥିଲା। ସେ ନୂଆଦିଲ୍ଲୀରେ ହେଉଥିବା ‘ଇଣ୍ଡିଆନ୍‌ ଆଇଡଲ୍‌’ରେ ଭାଗ ନେବାକୁ ଯାଇଥିବା ବେଳେ ପ୍ରଥମ ଥର ପାଇଁ ବଡ଼ ବାଉନ୍ସରମାନଙ୍କୁ ଦେଖିଥିଲେ। ତା’ ପରେ ସେ ମହିଳା ବାଉନ୍ସର ହେବାକୁ ପ୍ରତିଜ୍ଞାବଦ୍ଧ ହେଲେ। ପ୍ରାରମ୍ଭିକ ଅବସ୍ଥାରେ ଲୋକମାନଙ୍କୁ ସୁରକ୍ଷା ଦେଉଥିବା ମହିଳାମାନଙ୍କୁ ସିକ୍ୟୁରିଟି ଗାର୍ଡ ବା ବଡି ଗାର୍ଡ କୁହାଯାଉଥିଲା। ହେଲେ ମେହରୁନିସା ଏହାକୁ ବିରୋଧ କରିବା ସହ ମହିଳାଙ୍କୁ ମଧ୍ୟ ବାଉନ୍ସର କୁହାଯାଉ ବୋଲି ଦାବି କରିଥିଲେ। ସେଥିପାଇଁ ତାଙ୍କୁ ବହୁ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସେନା କିମ୍ବା ପୋଲିସ ସେବାରେ ଭର୍ତ୍ତି ହେବା ଉଦ୍ଦେଶ୍ୟ ରଖି ସେ ସ୍କୁଲ ବେଳେ ଏନ୍‌ସିସି କ୍ୟାଡେଟ୍‌ ଭାବେ ପ୍ରଶିକ୍ଷିତ ହୋଇଥିଲେ। କରାଟେ ଶିଖିବା ସହ ସେ ସର୍ବଦା ନିଜ ଫିଟ୍‌ନେସ୍‌କୁ ଗୁରୁତ୍ୱ ଦେଇ ଆସିଛନ୍ତି। ଦିଲ୍ଲୀରେ ଏକ ସଂସ୍ଥା ମହିଳାଙ୍କୁ ବାଉନ୍ସର ଭାବେ ନେବାକୁ ଚାହୁଁଥିବା ଜାଣିବା ପରେ ସେ ଆବେଦନ କରିଥିଲେ। କିନ୍ତୁ ପରିବାରକୁ ନିଜ କାର୍ଯ୍ୟ ବିଷୟରେ ବୁଝାଇବା କଷ୍ଟକର ହୋଇପଡ଼ିଥିଲା। କାରଣ ଏହା ପୁରୁଷ ପିଲାର କାମ ବୋଲି ସମସ୍ତେ ଜାଣିଥିଲେ। ତେବେ ଭାଗ୍ୟ ତାଙ୍କୁ ମହିଳା ବାଉନ୍ସର ହେବାକୁ ଅସୁବିଧା ସମୟରେ ମଧ୍ୟ ସୁଯୋଗ ଦେଇଥିଲା। ମେହରୁନିସାଙ୍କୁ ୧୨ ବର୍ଷ ବୟସରେ ପିତା ବିବାହ କରିଦେବାକୁ ଚାହୁଁଥିଲେ। କିନ୍ତୁ ତାଙ୍କୁ ଟାଇଫଏଡ୍‌ ହୋଇଯିବାରୁ ସେ ଶଯ୍ୟାଶାୟୀ ହୋଇଗଲେ। ରୋଗରୁ ଆରୋଗ୍ୟ ହେବା ପରେ ନିଜ ଜୀବନ ଗଢ଼ିବାକୁ ଚାହିଁଲେ। ନିଜ ଭଉଣୀ କମ୍‌ ବୟସରେ ବିବାହ କରି ଯେଉଁ ଦୁଃଖଯନ୍ତ୍ରଣା ପାଇଥିଲେ ତାହାକୁ ସେ ପାଖରୁ ଦେଖିଲେ। ତେଣୁ ଝିଅମାନେ ପାଠ ପଢ଼ି ରକ୍ଷଣଶୀଳତାରୁ କିଭଳି ବାହାରିପାରିବେ ସେହି ଦିଗରେ ସେ ଅନ୍ୟମାନଙ୍କୁ ପ୍ରବର୍ତ୍ତାଉଥିଲେ। ଭଉଣୀ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଥିଲେ। ଭିଣୋଇ ସାନ ତିନି ପିଲା ସହ ଭଉଣୀକୁ ତାଙ୍କ ବାପାଙ୍କ ଘରକୁ ପଠାଇ ଦେଇଥିଲେ। ଫଳରେ ପରିବାର ଉପରେ ଆହୁରି ବୋଝ ବଢ଼ିଯାଇଥିଲା। ଦମ୍ଭ ଧରି ମେହରୁନିସା ତାଙ୍କ ମାତାପିତା, ଭଉଣୀର ତିନି ପିଲା ଓ ଅନ୍ୟ ଭଉଣୀଙ୍କୁ ପୋଷିବାର ଦାୟିତ୍ୱ ନେଲେ। ମହିଳା ବାଉନ୍ସର ଭାବେ ଅର୍ଜନ କରୁଥିବା ଅର୍ଥ ସେ ପରିବାରର ମଙ୍ଗଳ ପାଇଁ ବ୍ୟୟ କରୁଛନ୍ତି। ଏଥିରେ ସେ ଅପାର ଆନନ୍ଦ ପାଉଥିବା କହିଛନ୍ତି। ଏବେ ତାଙ୍କ ଭଉଣୀର ପିଲାମାନେ ୧୦, ୧୧ ଓ ୧୨ ବର୍ଷର ହୋଇଗଲେଣି। ସେମାନେ ଏବେ ଭଲ ପଢ଼ୁଛନ୍ତି ଓ ଭବିଷ୍ୟତ ଗଢ଼ିବା ପାଇଁ ସବୁ ସୁଯୋଗ ସେ ସୃଷ୍ଟି କରିପାରିଛନ୍ତି।
୩୫ ବର୍ଷୀୟା ମେହରୁନିସା ସାମାଜିକ ପରିବର୍ତ୍ତନ ଆଣି ନିଜକୁ ପୁରୁଷ ପ୍ରାଧାନ୍ୟ କ୍ଷେତ୍ର ମଧ୍ୟରେ ପ୍ରବେଶ କରାଇ ନିଜର ଏକ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବାରୁ ଖୁସି ବ୍ୟକ୍ତି କରିଛନ୍ତି। ଏଥିସହିତ ଝିଅମାନେ କିଭଳି ଏଥିପ୍ରତି ଆକୃଷ୍ଟ ହେବେ ସେହି ଦିଗରେ ନିଜ ସାନ ଭଉଣୀକୁ ମଧ୍ୟ ବାଉନ୍ସର କରାଇପାରିଛନ୍ତି। ଦୁଇ ଜଣ ଭାଗୀଦାରିଙ୍କ ସହ ମିଶି ସେ ‘ମର୍ଦାନି ବାଉନ୍ସର ଆଣ୍ଡ୍‌ ଡଲ୍‌ଫିନ୍‌ ସିକ୍ୟୁରିଟି ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌’ ନାମରେ ଏକ କମ୍ପାନୀ ଗଢ଼ଛନ୍ତି। ଅଦ୍ୟାବଧି ସେହି ସଂସ୍ଥାରୁ ପ୍ରଶିକ୍ଷିତ ୨,୫୦୦ ଝିଅ ଓ ପୁଅ ବିଭିନ୍ନ ସଂସ୍ଥାରେ ନିଯୁକ୍ତ ହୋଇପାରିଛନ୍ତି। ଆଜି ସେ ଯେଉଁ ସଫଳତା ପାଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ମାର୍ଗଦର୍ଶକ ପାଲଟିପାରିଛନ୍ତି, ତାହାକୁ ଦେଖି ତାଙ୍କ ପିତା ଅତ୍ୟନ୍ତ ଖୁସି ହେଉଥିବା ସେ ଅନୁଭବ କରିଛନ୍ତି ବୋଲି କହିଛନ୍ତି। ଦୀର୍ଘ ବର୍ଷ ତଳେ ଝିଅମାନଙ୍କ ପ୍ରତି ଥିବା ଚିନ୍ତାରେ ତାଙ୍କ ପିତାଙ୍କର ଅନେକ ପରିବର୍ତ୍ତନ ଆସିଛି। ଝିଅଙ୍କ ଜୀବନ ଘର କାମ ପାଇଁ ଉଦ୍ଦିଷ୍ଟ ବୋଲି କହୁଥିବା ପିତା ଏବେ କହୁଛନ୍ତି ଘରର ଚାରିକାନ୍ଥ ବାହାରେ ସେମାନଙ୍କୁ ବହୁତ କିଛି କରିବାର ଅଛି। ଗୋଟେ ବ୍ୟବସ୍ଥା ବିରୋଧରେ ଲଢ଼ି ନିଜକୁ ସମାଜରେ ପ୍ରତିଷ୍ଠିତ କରିପାରିଥିବା ମେହରୁନିସାଙ୍କ ତ୍ୟାଗ ଏବେ ଅନ୍ୟ ଝିଅମାନଙ୍କ ପାଇଁ ପ୍ରେରଣାର ଏକ ଝରଣା ପାଲଟିଯାଇଛି।

– ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri