Categories: ଖେଳ

ଓ୍ବିମ୍ବେଲଡନ ଡ୍ର’ରେ ପ୍ରଥମ ଚାଇନିଜ୍‌ ଖେଳାଳି ଝାଙ୍ଗ୍‌ ଝିଝେନ୍‌

ଓ୍ବିମ୍ବେଲଡନ,୨୬ା୬(ଏପି)-ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ମୁଖ୍ୟ ଡ୍ର’ରେ ସ୍ଥାନ ପାଇବାରେ ଝାଙ୍ଗ୍‌ ଝିଝେନ୍‌ ହେଉଛନ୍ତି ଚାଇନାର ପ୍ରଥମ ପୁରୁଷ ଟେନିସ ଖେଳାଳି। ଓ୍ବିମ୍ବେଲଡନ ୧୯୬୮ରେ ଆରମ୍ଭ ହୋଇଥିଲା। ସେତେବେଳେ ପ୍ରଫେସନାଲମାନେ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟରେ ଖେଳୁଥିଲେ। ଝାଙ୍ଗ୍‌ ଓ୍ବିମ୍ବେଲଡନ ପାଇଁ ଖେଳିଥିବା ୩ଟି କ୍ୱାଲିଫାଇଂ ମ୍ୟାଚରେ ବିଜୟୀ ହୋଇଥିଲେ। ଗୁରୁବାର ସେ ଆର୍ଜେଣ୍ଟିନାର ଫ୍ରାନ୍‌ସିସ୍କୋ ସେରୁଣ୍ଡୋଲୋଙ୍କୁ ୬-୦, ୬-୩, ୬-୭ (୪), ୭-୬ (୬) ସେଟ୍‌ରେ ହରାଇ ଦେଇଥିଲେ। ୧୭୮ ର଼୍ୟାଙ୍କିଙ୍ଗପ୍ରାପ୍ତ ୨୪ ବର୍ଷୀୟ ଝାଙ୍ଗ୍‌ ପୂର୍ବରୁ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପାଇଁ କ୍ୱାଲିଫାଏ କରିବା ଲାଗି ୩ ଥର ଉଦ୍ୟମ କରି ବିଫଳ ହୋଇଥିଲେ। ଟେନିସରେ ଚାଇନା ଖେଳାଳି ଭାବେ ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି ଲି’ ନା। ସେ ୨୦୧୧ରେ ଫ୍ରେଞ୍ଚ ଓପନ ଏବଂ ୨୦୧୪ରେ ଅଷ୍ଟ୍ରେଲିଆନ ଓପନ ଜିତିଥିଲେ। ୨୦୧୯ରେ ତାଙ୍କୁ ଟେନିସ୍‌ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଥିଲା। ଅଲ୍‌ ଇଂଲଣ୍ଡ କ୍ଲବରେ ଓ୍ବିମ୍ବେଲଡନ ମୁଖ୍ୟ ଡ୍ର’ ଖେଳ ସୋମବାରଠାରୁ ଆରମ୍ଭ ହେବ।

Share