କରୋନା କଟକଣା: ବାଣ ଫୁଟିବନି, ପ୍ରସ୍ତୁତକାରୀ ହତାଶ

କେନ୍ଦ୍ରାପଡ଼ା ଅଫିସ,୬ା୧୧: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆସନ୍ତା ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଜାରି ହୋଇଛି। ବିକ୍ରି କିମ୍ବା ବାଣ ଫୁଟାଇଲେ ଆଇନ ଜାଲରେ ଛନ୍ଦିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶନାମା ଯୋଗୁ କେନ୍ଦ୍ରାପଡ଼ା ଜିଲାର ୧୫୦୦ରୁ ଊର୍ଦ୍ଧ୍ୱ ବାଣ ପ୍ରସ୍ତୁତକାରୀ ହତାଶ ହୋଇପଡିଛନ୍ତି। ଫେବୃୟାରୀରୁ ଅଦ୍ୟାବଧି କୋଭିଡ-୧୯ କଟକଣା ଯୋଗୁ ବାଣ ବ୍ୟବସାୟ କରି ପାରିନାହାନ୍ତି। କଟକଣା ତାଙ୍କର ଜୀବିକାକୁ ଛଡାଇ ନେଇଥିବା ବାଣ ପ୍ରସ୍ତୁତକାରୀମାନେ ମତ ଦେଇଛନ୍ତି। ବିଶେଷଜ୍ଞଙ୍କ ମତରେ ବାଣ ଫୁଟାଯିବା ଦ୍ୱାରା ଯେଉଁ ଧୂଆଁ ବାହାରିବ ତାହା ପରିବେଶକୁ ପ୍ରଦୂଷିତ କରିବ। ବାୟୁ ପ୍ରଦୂଷଣର ମାତ୍ରା ବଢିଯିବ। ଲୋକଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେବ। ଯାହାକି ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ।
କେନ୍ଦ୍ରାପଡ଼ା ସହର ନିକଟ ଗରାପୁରର ବାଣ ପ୍ରସ୍ତୁତକାରୀ ଭରତ ଦାସଙ୍କୁ ପଚାରିବାରେ, କୋଭିଡ-୧୯ କଟକଣା ଜୀବନକୁ ଦୁର୍ବିଷହ କରିଦେଇଛି। ଦୀର୍ଘ ୮ମାସ ଧରି ବାଣ ବ୍ୟବସାୟ ବନ୍ଦ ରହିଛି। ବିବାହ, ବ୍ରତ, ପୂଜାଉତ୍ସବରେ ଏବେ ବାଣ ବ୍ୟବହାର ହେଉନାହିଁ। ଆସନ୍ତା ୧୪ରେ ଦୀପାବଳି ଅମାବାସ୍ୟାରେ ବାଣ ବ୍ୟବହାରକୁ ବନ୍ଦ ପରେ ପରିବାର ଚଳିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହି ଗ୍ରାମର ମାଧବ ଚନ୍ଦ୍ର ବେହେରା କୁହନ୍ତି, ଏପ୍ରିଲରେ ଜିଲାରେ ପ୍ରଥମ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲା। ସେପ୍ଟେମ୍ବର ଶେଷ ସୁଦ୍ଧା ଏହା ୩ ଅଙ୍କରେ ପହଞ୍ଚତ୍ ଥିଲା। ଅକ୍ଟୋବର ୨୦ରୁ ସଂକ୍ରମିତଙ୍କ ସଂଖ୍ୟା ୫୦ ମଧ୍ୟରେ ରହୁଛି। କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା ଓ ଅନ୍‌ଲକ ପ୍ରକ୍ରିୟା ମଧ୍ୟରେ ଦୀପାବଳି ଅମାବାସ୍ୟା କଟକଣାମୁକ୍ତ ହେବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ କିଣା ଯାଇ ବାଣ ପ୍ରସ୍ତୁତ କରାଯାଇଛି। କଟକଣା ପରେ ପ୍ରସ୍ତୁତ ହୋଇଥିବା ବାଣ ଓ ନିଜ ପରିବାରର ଭବିଷ୍ୟତ ଏବେ ଅନ୍ଧାରରେ ଥିବା ସେ କହିଛନ୍ତି। କପାଳେଶ୍ୱର ଗ୍ରାମର ଅଭିମନ୍ୟୁ ସାମଲ କୁହନ୍ତି, ଦୀପାବଳିରେ ସର୍ବାଧିକ ବାଣ ବିକ୍ରି ହୋଇଥାଏ। ବ୍ୟବସାୟୀମାନେ ବାଣ ନେଇ ବିକ୍ରି ପାଇଁ ଅଗ୍ରିମ ଦେଇଥିବାରୁ ସେମାନଙ୍କ ଅର୍ଡର ପ୍ରସ୍ତୁତ ହୋଇସାରିଛି। ଏବେ ଅଗ୍ରିମ ବାବଦ ବାଣ ନେବାକୁ ମନା କରି ଦେଇଥିବାରୁ ପରିବାର ସଦସ୍ୟ ହତାଶ ହୋଇପଡିଛୁ। ଦୀର୍ଘଦିନ ଧରି ବାହାଘର ଓ ଅନ୍ୟ ପର୍ବରେ ବାଣ ବିକ୍ରି ହୋଇ ନ ଥିବା ବେଳେ ଋଣ ଜାଲରେ ପଡିଯାଇଛୁ। ଏହି କଟକଣା ନିୟମକୁ ପୁନଃବିଚାର କରିବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri