ପୋଲିସ ବ୍ୟକ୍ତିଗତ ଆକାଉଣ୍ଟକୁ ଯାଉଛି ଜରିମାନା ଟଙ୍କା

ଭୁବନେଶ୍ୱର,୩ା୮(ବ୍ୟୁରୋ): କରୋନା ସଂକଟବେଳେ ରାଜଧାନୀରେ ଲୁଟେରାଙ୍କ ସହ ଖାକି ଉତ୍ପାତ ବଢ଼ି ଚାଲିଛି। ପୋଲିସ କଡ଼ାକଡ଼ି ଯାଞ୍ଚ ଆଳରେ ଉଲ୍ଲଂଘନକାରୀଙ୍କଠାରୁ ଟଙ୍କା ଲୁଟୁଛି। ଜରିମାନା ଟଙ୍କା ରାଜକୋଷକୁ ନ ଯାଇ କିଛି କିଛି ପୋଲିସ କର୍ମଚାରୀଙ୍କ ପକେଟ ଓ ବ୍ୟକ୍ତିଗତ ବ୍ୟାଙ୍କ୍‌ ଆକାଉଣ୍ଟକୁ ଚାଲିଯାଉଛି। ସଂକ୍ରମଣ ଭୟ ଦେଖାଇ ଉଲ୍ଲଂଘନକାରୀଙ୍କଠାରୁ ଅନ୍‌ଲାଇନ୍‌ରେ ଜରିମାନା ଟଙ୍କା ନେଉଛନ୍ତି। ଯାଞ୍ଚବେଳେ ପିଓଏସ୍‌ ମେଶିନ ନ ରଖି ବ୍ୟକ୍ତିଗତ ଆକାଉଣ୍ଟ ନମ୍ବର ଦେଇ ମାଲାମାଲ୍‌ ହେଉଛନ୍ତି। ରବିବାର ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯାଞ୍ଚବେଳେ ଏଭଳି ଘଟଣା ନଜରକୁ ଆସିଛି। ଜଣେ ଏଏସ୍‌ଆଇ ବିନା ହେଲ୍‌ମେଟ୍‌ରେ ଯାଉଥିବାରୁ ଦୁଇଜଣ ଯୁବକଙ୍କଠାରୁ ବ୍ୟକ୍ତିଗତ ଗୁଗଲ୍‌ ପେ’ ଆକାଉଣ୍ଟରେ ଜରିମାନା ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏପରି କି ଧରାଇଥିବା ରସିଦ୍‌କୁ ନେଇ ମଧ୍ୟ ସେ ନାନା ପ୍ରଶ୍ନ ଉଠାଇଛନ୍ତି। ହେଲ୍‌ମେଟ୍‌ ଜରିମାନା ୧୦୦୦ଟଙ୍କା ରହିଥିବାବେଳେ ଦୁଇଜଣଙ୍କଠାରୁ ୨ଶହ ଟଙ୍କା କିପରି ନେଲେ, ତାହାକୁ ନେଇ ସନ୍ଦେହ କରିଛନ୍ତି। ଏଥିସହ ଟୁଇଟ୍‌ କରି ଉଚ୍ଚପଦସ୍ଥ ପୋଲିସ ଅଧିକାରୀଙ୍କୁ ମଧ୍ୟ ଜଣାଇଛନ୍ତି।
ମିଳିଥିବା ସୂଚନାନୁସାରେ, ଦିନ ପ୍ରାୟ ୧ଟାରୁ ଝାରପଡ଼ା ଓଭରବ୍ରିଜ୍‌ ନିକଟରେ ଯାଞ୍ଚ ଆରମ୍ଭ ହୋଇଥିଲା। ଅପରାହ୍ନ ସାଢ଼େ ୪ଟାରେ ଦୁଇଟି ବାଇକ୍‌ରେ ବାଣୀବିହାରରେ ରହୁଥିବା ତାରସେନ୍‌ ଦାରୁଆ ଓ ସ୍ଥିତପ୍ରଜ୍ଞ ମିଶ୍ର ଲକ୍ଷ୍ମୀସାଗର ଅଭିମୁଖେ ଯାଉଥିଲେ। ଯାଞ୍ଚ କରୁଥିବା ପୋଲିସ ଉଭୟଙ୍କୁ ଅଟକାଇ ଜରିମାନା ଦେବାକୁ କହିଥିଲେ। ପାଖରେ ନଗଦ ଟଙ୍କା ନ ଥିବାରୁ ଏଟିଏମ୍‌ କାର୍ଡ ବାହାର କରିଥିଲେ। ହେଲେ ଜରିମାନା ରଖୁଥିବା ଜଣେ ପୋଲିସ ଏଏସ୍‌ଆଇ ହଠାତ୍‌ ଗାଳିଗୁଲଜ କରି ଟଙ୍କା ବାହାର କରିବାକୁ କହିଥିଲେ। ପିଓଏସ୍‌ ମେଶିନ ନାହିଁ, ମୋବାଇଲ୍‌ ଫୋନ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଜରିମାନା ପୈଠ କରିବାକୁ କହି ଏକ ଗୁଗଲ୍‌ ପେ’ ଆକାଉଣ୍ଟ ନମ୍ବର ଦେଇଥିଲେ। ସ୍ଥିତପ୍ରଜ୍ଞ ଗୁଗ୍‌ଲ ପେ’ରେ ଦୁଇଜଣଙ୍କ ପାଇଁ ୨ଶହ ଟଙ୍କା ପଠାଇବା ପରେ ପୋଲିସ ଅଧିକାରୀ ଜଣକ ରସିଦ ଦେଇଥିଲେ। ତେବେ ଏହାପରେ ସେମାନେ ଉକ୍ତ ଆକାଉଣ୍ଟ ନମ୍ବର ଯାଞ୍ଚ କରିବାରୁ ତାହା ବ୍ୟକ୍ତିଗତ ଥିବା ଓ ପ୍ରଭାତ ଆଟ୍ଟିଙ୍କ ନାଁରେ ଥିବା ଜଣାପଡିଥିଲା। ସେମାନଙ୍କ ଆଗରେ ଅଧିକାଂଶ ଉଲ୍ଲଂଘନକାରୀଙ୍କଠାରୁ ସମ୍ପୃକ୍ତ ପୋଲିସ ଅଧିକାରୀ ଗୁଗଲ୍‌ ପେ’ ଓ ଅନ୍‌ଲାଇନ୍‌ରେ ଜରିମାନା ଟଙ୍କା ନେଇଥିବାରୁ ତାହା ବ୍ୟକ୍ତିଗତ ଆକାଉଣ୍ଟ୍‌କୁ ଯାଇଥିବା ସନ୍ଦେହ କରାଯାଉଛି।
ଏନେଇ ଡିସିପି ଡା.ଉମାଶଙ୍କର ଦାଶ କହିଛନ୍ତି, ପୋଲିସ ଜରିମାନା ଟଙ୍କା ନିଜ ଗୁଗଲ ପେ’ ଆକାଉଣ୍ଟକୁ ନେବା ବେଆଇନ। ଏନେଇ ଆମେ ତଦନ୍ତ କରିବୁ। ସତ୍ୟତା ଥିଲେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri