ଭାରତରେ ସୁଧୁରୁଛି ଆର୍ଥତ୍କ ସ୍ଥିତି

ଲଣ୍ଡନ, ୧୦ା୭(ପି.ଟି.):କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱର ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିରୁ ମୁକିଳିବା ପାଇଁ ବିଭିନ୍ନ ଦେଶ ଉଦ୍ୟମ ଚଳାଇଥିବାବେଳେ ଭାରତରେ ସ୍ଥିତି ସୁଧୁରୁଥିବାର ସକାରାତ୍ମକ ଚିତ୍ର ଦେଖିବାକୁ ମିଳିଛି। ବିଶ୍ୱ ଅର୍ଥନୀତିକୁ ସୁଧାରିବାରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବିଶ୍ୱାସ ରହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି। ବ୍ରିଟେନ ଦ୍ୱାରା ଆୟୋଜିତ ଇଣ୍ଡିଆ ଗ୍ଲୋବାଲ ଓ୍ବିକ୍‌ର ଉଦ୍‌ଘାଟନୀ ଅଧିବେଶନକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହା କହିଥିଲେ।
ଅସମ୍ଭବ ବୋଲି ଯାହା ବିଶ୍ୱାସ କରାଯାଉଥାଏ ତାକୁ ହାସଲ କରିବାର ମନୋବଳ ଭାରତୀୟଙ୍କର ରହିଛି। ଏହାର ମୁଖ୍ୟ କାରଣ ହେଉଛି ଭାରତୀୟଙ୍କଠାରେ ପ୍ରତିଭା ରହିଥିବାବେଳେ ସଂସ୍କାର ଏବଂ ନୂତନତା ଆଣିବାର ସାମର୍ଥ୍ୟ ଭାରତର ରହିଛି। ଦେଶର ଅର୍ଥନୀତିରେ ସୁଧାର ଆସୁଥିବା ସ୍ପଷ୍ଟ ପରିଲକ୍ଷିତ ହୋଇଛି। ଭାରତ ବିଶ୍ୱର ସବୁଠୁ ମୁକ୍ତ ଅର୍ଥନୀତି ହୋଇ ରହିଛି। ଏଠାକୁ ଆସି ଶିଳ୍ପ ପ୍ରତିଷ୍ଠା ପାଇଁ ଆମେ ବିଶ୍ୱର ସବୁ କମ୍ପାନୀଙ୍କୁ ସ୍ବାଗତ କରୁଛୁ। ଭାରତ ଯେଉଁ ସୁଯୋଗ ଦେଉଛି, ତାହା ବିଶ୍ୱର କ୍ୱଚିତ୍‌ ଦେଶ ଦେବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତର ବିଭିନ୍ନ ସେକ୍ଟରରେ ଯଥେଷ୍ଟ ସମ୍ଭାବନା ଓ ସୁଯୋଗ ରହିଛି। କୃଷି ସେକ୍ଟରରେ ସରକାର ନେଇଥିବା ସଂସ୍କାରମୂଳକ ପଦକ୍ଷେପ ପୁଞ୍ଜିନିବେଶର ନୂଆ ସୁଯୋଗ ସୃଷ୍ଟି କରିଛି। ଗତ ବ୍ୟବସାୟର ସରଳୀକରଣ, ଜିଏସ୍‌ଟି ସମେତ ଟିକସ କ୍ଷେତ୍ରରେ ପରିବର୍ତ୍ତନ ଆଦି ୬ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ନେଇଥିବା ବିଭିନ୍ନ ସଂସ୍କାର ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ। ଏମ୍‌ଏସ୍‌ଏମ୍‌ଇ ସେକ୍ଟର ଅଭିବୃଦ୍ଧି ପାଇଁ ସରକାର ନିକଟରେ କେତେକ ସଂସ୍କାର ପ୍ରକ୍ରିୟା ଆପଣାଇଛନ୍ତି। ସେହିପରି ପ୍ରତିରକ୍ଷା ଓ ମହାକାଶ ସେକ୍ଟରରେ ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରାଯାଇଥିବା ମୋଦି କହିଥିଲେ। କରୋନା ମହାମାରୀ ବେଳେ ଭାରତର ଔଷଧ ଶିଳ୍ପ ସାରା ବିଶ୍ୱକୁ ଔଷଧ ଯୋଗାଇଛି ଓ ବିକାଶଶୀଳ ଦେଶରେ ଔଷଧ ଦାମ୍‌ କମାଇବାରେ ପ୍ରମୁଖ ଭୂମିକା ନେଇଥିବା ପ୍ରଧାନମନ୍ତ୍ରୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?