ଚାହିଁ ବସିଛନ୍ତି ଅର୍ଥମନ୍ତ୍ରୀ

Dillip Cherian

ଭବିଷ୍ୟତକୁ ଚାହିଁ ମୋଦି ସରକାର କିଛି ନୂଆ ଚିନ୍ତା କରିବାକୁ ସକ୍ଷମ ବୋଲି ଜଣାଇ ଦେବାକୁ ଚାହାନ୍ତି। ନିକଟରେ ଅର୍ଥ ମନ୍ତ୍ରଣାଳୟ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ସକାଶେ ବ୍ୟୟ ବିଭାଗ ସଚିବ ଟି.ଭି. ସୋମନାଥନଙ୍କ ଅଧୀନରେ ଏକ ଆଭ୍ୟନ୍ତରୀଣ ଓ୍ବାର୍କିଂ ଗ୍ରୁପ୍‌ ଗଠନ କରି ଏହା ଦର୍ଶାଇଛି। ଅର୍ଥ ମନ୍ତ୍ରଣାଳୟ ଏବଂ ବିଭାଗଗୁଡ଼ିକରେ ଆର୍ଥିକ ପରାମର୍ଶଦାତାଙ୍କ ଭୂମିକାରେ ଉନ୍ନତି ଆଣିବା ଲାଗି ଓ୍ବାର୍କିଂ ଗ୍ରୁପ୍‌ କାମ କରିବ ବୋଲି କୁହାଯାଉଛି। ବିଭିନ୍ନ ମନ୍ତ୍ରଣାଳୟ ଏବଂ ବ୍ୟୟ ବିଭାଗ ମଧ୍ୟରେ ସମ୍ପର୍କ ରକ୍ଷା କରିବାରେ ଆର୍ଥିକ ପରାମର୍ଶଦାତାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି। ତେବେ ଏହି ପ୍ରସ୍ତାବିତ ସୁଧାର ବା ପରିବର୍ତ୍ତନ ଦେଶର ବ୍ୟୟ କ୍ଷମତାକୁ ନିରୀକ୍ଷଣ କରି ତ୍ୱରିତ ନୀତି ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ କରାଯାଇଛି। ଏହା ମଧ୍ୟ ଆର୍ଥିକ ପରାମର୍ଶଦାତାମାନଙ୍କୁ ଅଧିକ କ୍ଷମତା ଦେବା ସହ ମନ୍ତ୍ରଣାଳୟଗୁଡ଼ିକର ବ୍ୟୟ ନକ୍ସା ପ୍ରସ୍ତୁତ କରିବା ପାଇଁ ବାଟ ଦେଖାଇବ। ବହୁସମୟରେ ଯୋଜନାଗୁଡ଼ିକର ପରିଣାମକୁ ନେଇ ପ୍ରତ୍ୟେକ ମନ୍ତ୍ରଣାଳୟର ପ୍ରଦର୍ଶନ ଉପରେ ମୂଲ୍ୟାଙ୍କନ ହେଉଥିବାରୁ, ଆର୍ଥିକ ବ୍ୟୟ ଓ ଆର୍ଥିକ ପରାମର୍ଶଦାତାମାନଙ୍କ ଭୂମିକା ସମ୍ବେଦନଶୀଳ ଏବଂ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଆର୍ଥିକ ସୁଧାର ସରକାରଙ୍କ ‘ଭିଜନ ୨୦୪୭’ର ଏକ ଅଂଶ ବୋଲି ଜଣାପଡ଼ିଛି। ଏହି ମିଶନ୍‌ରେ ଭାରତକୁ ବିଶ୍ୱର ଶୀର୍ଷ ୩ଟି ଅର୍ଥ ବ୍ୟବସ୍ଥା ମଧ୍ୟରେ ସ୍ଥାନିତ କରିବାର ଲକ୍ଷ୍ୟ ରଖାଯାଇଛି। ତେବେ ଓ୍ବାର୍କିଂ ଗ୍ରୁପ କେବେ ତାହାର ପରାମର୍ଶ ଉପସ୍ଥାପନ କରିବ ତାହାର ସଂକେତ ଏଯାବତ ମିଳିନାହିଁ। କିନ୍ତୁ ଏଥିରେ ଆଉ ଅଧିକ ବିଳମ୍ବ ହେବାର ସମ୍ଭାବନା ନାହିଁ। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଯଥା ଶୀଘ୍ର କିଛି ଅଗ୍ରଗତି ଦେଖିବା ଲାଗି ବି ଉତ୍ସୁକତାର ସହ ଚାହଁି ବସିଛନ୍ତି।
ରାସ୍ତା ଶେଷ ହୋଇଯିବ କି
ଅନେକ ବାବୁ ରାଜନୀତିକୁ ଯାଇଛନ୍ତି ଏବଂ ସେଥିରେ ତାଙ୍କ ଯାତ୍ରା ଭଲ ରହିବା ସହ କ୍ଷମତା ମଧ୍ୟ ଉପଭୋଗ କରିଛନ୍ତି। କିନ୍ତୁ ଖୁବ୍‌ ଶୀଘ୍ର ରାଜନୈତିକ ପ୍ରସିଦ୍ଧି ପାଇଥିବା ସବୁ ବାବୁମାନେ ସେହି ଚମକକୁ ଧରି ରଖିପାରନ୍ତି ନାହିଁ, ଯାହା ଏବେ ଘଟିଛି ଜନତା ଦଳ(ୟୁ) ବା ଜେଡି(ୟୁ)ର ଆର୍‌.ସି.ପି. ସିଂଙ୍କ କ୍ଷେତ୍ରରେ। ସିଂ କେନ୍ଦ୍ର କ୍ୟାବିନେଟ୍‌ର ସଦସ୍ୟ ରହିଛନ୍ତି। ଆଶା କରାଯାଉଥିଲା ଯେ, ପାର୍ଟି ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କୁ ରାଜ୍ୟ ସଭାକୁ ପଠାଇବେ। କିନ୍ତୁ ରାଜ୍ୟ ସଭା ପାଇଁ ତାଙ୍କର ନାମାଙ୍କନ ହୋଇପାରିଲା ନାହିଁ। ଏହା ଯୋଗୁ ସିଂଙ୍କ ମନ୍ତ୍ରିତ୍ୱ ମଧ୍ୟ ସନ୍ଦେହ ଘେରକୁ ଚାଲିଯାଇଛି। ଆଇନ ଅନୁଯାୟୀ, ଜଣେ ମନ୍ତ୍ରୀ ଶପଥ ନେବାର ୬ ମାସ ମଧ୍ୟରେ ଲୋକ ସଭା କିମ୍ବା ଉଭୟ ଗୃହର ସଦସ୍ୟ ଦେବାକୁ ପଡ଼ିବ। ଏହା ନ ହେଲେ, ମୁଖ୍ୟତଃ ସିଂଙ୍କ କ୍ଷେତ୍ରରୁ ଏହା ବୁଝାପଡ଼ିଛି ଯେ, ତାଙ୍କୁ କ୍ୟାବିନେଟରୁ ଇସ୍ତଫା ଦେବାକୁ ପଡ଼ିବ। କିଛି ଦିନ ପୂର୍ବେ ନୀତୀଶ କୁମାରଙ୍କ ସହ ନିବିଡ଼ ସମ୍ପର୍କ ଲାଗି ସିଂ ବେଶ୍‌ ଜଣାଶୁଣା ଥିଲେ। କେନ୍ଦ୍ରରେ ନୀତୀଶ ରେଳମନ୍ତ୍ରୀ ଥିବାବେଳେ ସିଂ ତାଙ୍କ ଘରୋଇ ସଚିବ ରହିଥିଲେ। ଏହି ଘନିଷ୍ଠତା ଯୋଗୁ ସେ ବିହାର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ପାଇଥିଲେ। ସିଂ ଅମଲାତନ୍ତ୍ରରୁ ରାଜନୀତିକୁ ଯିବା ପରେ ଜେଡି(ୟୁ)ର ଅଧ୍ୟକ୍ଷ ମଧ୍ୟ ହୋଇଥିଲେ। ବାବୁ ଓ ନେତାମାନେ ତାଙ୍କୁ ନୀତୀଶଙ୍କ ଡାହାଣ ହାତ ବୋଲି କହୁଥିଲେ ଓ ସେହି ସମୟରେ ସେ ଦୁଇ ଥର ରାଜ୍ୟ ସଭା ସଦସ୍ୟ ହୋଇପାରିଥିଲେ। ସିଂ ଏବେ ଏଭଳି ଅନୁଗ୍ରହରୁ ବଞ୍ଚିତ ହେବା ପଛର କାରଣ ୨୦୨୦ ବିଧାନସଭା ନିର୍ବାଚନ ବୋଲି କୁହାଯାଉଛି। ଏହିି ନିର୍ବାଚନରେ ଜେଡି(ୟୁ) ଏହାର ମେଣ୍ଟ ଦଳ ଭାଜପା ଠାରୁ କମ୍‌ ସିଟ୍‌ ପାଇଥିଲା। ରାଜ୍ୟସଭା ନାମାଙ୍କନ ପାଇଁ ମନା କରାଯିବାରୁ ବୁଝାପଡ଼ିଛି ଯେ, ସିଂଙ୍କ ଉଜ୍ଜ୍ୱଳ ଭାଗ୍ୟର ରାସ୍ତା ସବୁଦିନ ପାଇଁ ଶେଷ ହୋଇଯାଇପାରେ। କିନ୍ତୁ ରାଜନୀତିରେ କିଛି ନିଶ୍ଚିତତା ନାହିଁ। ହୁଏତ ଆମ ପାଇଁ ଆଉ କିଛି ବିସ୍ମୟ ଆସିପାରେ।
କଠୋର କାର୍ଯ୍ୟାନୁଷ୍ଠାନ
ଚଳିତବର୍ଷ ଶେଷ ଆଡକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଅନ୍ୟମାନଙ୍କ ତୁଳନାରେ ଅଧିକ ସକ୍ରିୟ ଜଣାପଡ଼ୁଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ପଙ୍କଜ କୁମାର ଏବଂ ପୋଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ କରାଯାଇଛି। ଏହାସହ ସରକାର ସିଭିଲ ସର୍ଭ୍ୟାଣ୍ଟ ମାନଙ୍କୁ କଡ଼ା ବର୍ତ୍ତା ଦେବା ଏବଂ ସାଧାରଣରେ ପ୍ରଶାସନର ସ୍ବଚ୍ଛ ଭାବମୂର୍ତ୍ତି ଉପସ୍ଥାପନ କରିବା ପାଇଁ ଏକ ସମନ୍ବିତ ଦୁର୍ନୀତି ବିରୋଧୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନ ଦିଲ୍ଲୀରୁ ମୋଦି ନେତୃତ୍ୱାଧୀନ ହାଇକମାଣ୍ଡଙ୍କ ଦ୍ୱାରା ପରିଚାଳିତ ହେଉଛି। ଏହାଯୋଗୁ ଜମି ଘୋଟାଲା ଓ ଅସ୍ତ୍ରଶସ୍ତ୍ର ଲାଇସେନସ୍‌ ସମ୍ପର୍କିତ ଆର୍ଥିକ ଅନିୟମିତତା ଅଭିଯୋଗରେ ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ କେ.ରାଜେଶଙ୍କ ଉପରେ ସିବିଆଇ ଚଢାଉ କରାଯାଇଥାଇପାରେ ବୋଲି ବାବୁ ପର୍ଯ୍ୟବେକ୍ଷକମାନେ କହୁଛନ୍ତି। ଏପ୍ରିଲରେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଏସ୍‌. କେ. ଲାଙ୍ଗାଙ୍କ ବିରୋଧରେ ଭୁଲ ଜମି ରେକର୍ଡ ପ୍ରସ୍ତୁତ କରିଥିବା ଅଭିଯୋଗରେ କେସ୍‌ ଦାଏର ହୋଇଥିଲା। ଏହାର ଗୋଟିଏ ମାସ ପୂର୍ବରୁ ଜଣେ ଗୁଜରାଟ କ୍ୟାଡର ଆଇଏଫ୍‌ଏସ(ଭାରତୀୟ ବନ ବିଭାଗ) ଅଧିକାରୀ ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହୋଇଥିଲେ। ତେବେ ସବୁ କାର୍ଯ୍ୟାନୁଷ୍ଠାନଗୁଡ଼ିକ ଆଇଏଏସ୍‌ , ଆଇପିଏସ୍‌ ଏବଂ ଅନ୍ୟ ଅଧିକାରୀମାନେ,ବିଶେଷକରି ନିର୍ବାଚନ ବର୍ଷରେ ପଥଚ୍ୟୁତ ହେଲେ କ’ଣ ଘଟିପାରେ,ଏହି କଠୋର କାର୍ଯ୍ୟାନୁଷ୍ଠାନଗୁଡ଼ିକ ଏକ ସ୍ପଷ୍ଟ ଓ କଡ଼ା ଚେତାବନୀ ଦେଇଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବାହାରେ କିମ୍ବା ଘରେ ଅଦରକାରୀ ଜିନିଷ ଠୁଳ ହୋଇ ରହିବା ପ୍ରଦୂଷଣର କାରଣ ପାଲଟୁଛି। ପ୍ରଦୂଷଣ ହ୍ରାସ କରିବା ସକାଶେ ରିସାଇକ୍ଲିଂ ପଦ୍ଧତିରେ ଏଗୁଡ଼ିକର ପୁନଃ...

କଚ୍ଛପ ଗତି

କୌଣସି କାର୍ଯ୍ୟ ସମ୍ପାଦନରେ ଉଛୁର ହେଲେ, ଲକ୍ଷ୍ୟ ହାସଲରେ ଡେରି ହେଲେ କିମା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ପାଇଁ ବିଳମ୍ବ ଘଟିଲେ ବିଳମ୍ବର କାରଣକୁ କଚ୍ଛପର...

ପୁଟିନ୍‌ଙ୍କ ଭାରତ ଗସ୍ତ ଅନ୍ତରାଳେ

ଭାରତକୁ ଆମେରିକା ନାଲିଆଖି ଦେଖାଇ ଟାରିଫ ବୃଦ୍ଧି କରିଛି। ଏହାସହ ଭାରତ-ରଷିଆ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଘୋର ଅସନ୍ତୁଷ୍ଟ। ଏଭଳି ଏକ...

ଏକଚାଟିଆ ବ୍ୟବସାୟ

ଭାରତରେ ଗତ ୫ ଦିନ ହେବ ଯେଉଁଭଳି ଭାବେ ବିମାନ ସେବାରେ ବିଭ୍ରାଟ ଦେଖାଦେଇଛି, ତାହା ଦେଶରେ ଅନ୍ୟତମ ସର୍ବାଧିକ ଆଲୋଚନାର ବିଷୟ ପାଲଟିଯାଇଛି। ଘରୋଇ...

ଏଇ ଭାରତରେ

ଭାରତର ଗ୍ରାମାଞ୍ଚଳର ବହୁ ମେଡିକାଲରେ ଏବେ ମଧ୍ୟ ଆଇସିୟୁର ଅଭାବ ରହିଛି। ଫଳରେ ଗ୍ରାମାଞ୍ଚଳ ଲୋକମାନେ ଉନ୍ନତ ଚିକିତ୍ସା ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଆବଶ୍ୟକ...

ଏକ ପରିବେଶୀୟ ଆହ୍ୱାନ

ନିଭର୍ସିଟି ଅଫ ଶିକାଗୋର ଏନର୍ଜି ପଲିସି ଇନ୍‌ଷ୍ଟିଟ୍ୟୁଟ (ଏପିକ) ଦ୍ୱାରା ପ୍ରକାଶିତ ୨୦୨୫ ବାୟୁ ଗୁଣବତ୍ତା ଜୀବନ ସୂଚକାଙ୍କ (ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ବା...

ସୃଷ୍ଟିର ଚିରନ୍ତନ ଆଧାର

ନୁଷ୍ୟର ଉଚ୍ଚତର ଚେତନଶୀଳତା ତାକୁ ବାଧ୍ୟ କରିଛି ଏ ବିଶ୍ୱବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟ ଉପରେ ପ୍ରଶ୍ନ ଉତ୍‌ଥାପନ କରିବା ପାଇଁ। ଏ ଜଗତର ସୃଷ୍ଟି କିପରି...

ବିଭାଜନକାରୀ ରାଜନୀତି

ଡିସେମ୍ୱର ୬ ଆଧୁନିକ ଭାରତର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ କଥା ସ୍ମରଣ କରାଇଦିଏ। ରାଜନୀତିକୁ ସବୁଦିନ ପାଇଁ ପରିବର୍ତ୍ତନ କରିଦେଇଥିବା ଏହି ଆନ୍ଦୋଳନ ବିଷୟରେ ଲେଖିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri