ଖଇରା, ୧।୨(ଡି.ଏନ.ଏ): ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ ଧରି ଦ୍ରୁତଗତିରେ ଆଗେଇ ଚାଲିବା ପରେ ଏବେ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି ା ବିଦ୍ୟୁତ ଖୁଣ୍ଟ ଅପସାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ତଥା ଗଗନଧୂଳି ଗ୍ରାମ ମଝିରେ ଥିବା ଟ୍ରାନ୍ସଫର୍ମର ଅପସାରଣ ହୋଇପାରିଲାନି। ଯେଉଁଥିପାଇଁ ଅବଧି ସମୟରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଖାଲି ସେତିକି ନୁହେଁ ରାଜସ୍ବ ବିଭାଗର ଅସହଯୋଗ ଯୋଗୁ ଡ୍ରେନ ତଥା ସରକାରୀ ଜାଗା ଜବରଦଖଲ ମୁକ୍ତ ହୋଇ ନ ପାରିବାରୁ ରାସ୍ତା ପ୍ରଶସ୍ତୀକରଣରେ ବାଧା ସୃଷ୍ଟି ହୋଇଛି ା ତୁରନ୍ତ ବିଦ୍ୟୁତ ଖୁଣ୍ଟ ଅପସାରଣ ତଥା ରାସ୍ତା ୨ ପାର୍ଶ୍ୱକୁ ଜବରଦଖଲମୁକ୍ତ ପାଇଁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ମାଝି, ଗୋବିନ୍ଦ ପଣ୍ଡା, ମଧୁସୂଦନ ଦାସ, ଲମ୍ବୋଦର ମାଝି, ମହେଶ୍ୱର ବେହେରା, ଭଗବାନ ଦାସ, କମଳାକାନ୍ତ ପଣ୍ଡା, ରନତ୍ାକର ପ୍ରଧାନ, କୈଳାସ ଜେନା, ଗୋବିନ୍ଦ ଚନ୍ଦ୍ର ସେଠୀ, ନିରଞ୍ଜନ ପ୍ରଧାନ, ଜଗନ୍ନାଥ ପୃଷ୍ଟିଙ୍କ ସମେତ ଅରଖପୁର, ତୋଟାପଡା, ପତିରାଜପୁର, ସିଂହିପୁର, ମୁସ୍ତଫାବାଦ ଓ ଅଲିପୁର ଗ୍ରାମର ଅଧିବାସୀ ଦାବି କରିଛନ୍ତି।
ଉକ୍ତ ରାସ୍ତା ପାଇଁ ୧୦କୋଟି ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ୨୮ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାକୁ ଲାଗି ରହିଥିବା ୨୫ଟି ବିଦ୍ୟୁତ ଖୁଣ୍ଟ ଅପସାରଣ କରିବାକୁ ୪ମାସ ତଳୁ ବିଦ୍ୟୁତ ବିଭାଗ(ବର୍ତ୍ତମାନର ଟାଟା ପାୱାର)କୁ ଚିଠି କରାଯିବା ପରେ ଏଷ୍ଟିମେଟ ପ୍ରଦାନ କରିବାକୁ କୁହାଯାଇଥିଲା ା ହେଲେ ୨ ମାସ ତଳୁ ଆରମ୍ଭ ହୋଇ ୩୦ପ୍ରତିଶତ ରାସ୍ତା କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତଖୁଣ୍ଟ ଅପସାରଣ ଆରମ୍ଭ ହୋଇପାରିଲାନି। ସେହିଭଳି ଗଗନଧୂଳି ଗ୍ରାମ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଗ୍ରାମବାସୀ ଟାଟା ପାୱାର ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜଣାଇ ସାରିଥିଲେ ମଧ୍ୟ ବର୍ତ୍ତମାନ ଫାଇଲ ପ୍ରୋସେସିଂ ଚାଲିଥିବା ନେଇ ଉତ୍ତରରେ କୁହାଯାଉଛି। ଏ ସମ୍ପର୍କରେ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଅଶୋକ ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ଫାଇଲ ଏସ୍ସିଙ୍କ ନିକଟକୁ ଯାଇଛି ା ଯଥାଶୀଘ୍ର ଅପସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ା
Posted inHome Left, ଆମ ଜିଲା ଖବର, ବାଲେଶ୍ୱର View All
ଗଞ୍ଜାମର ୯ ଲକ୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କ ଖାତାକୁ ଗଲା ୪୬୩ କୋଟି ୩୨ ଲକ୍ଷ ସୁଭଦ୍ରା ଟଙ୍କା, ବେବି-କବିତାଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇ…
ଛତ୍ରପୁର,୨୮ା୮(ଦିଲ୍ଲୀପ ସାମଲ): ପବିତ୍ର ରାଖି ପୂର୍ଣ୍ଣିମା ଅବସରରେ ଛତ୍ରପୁରସ୍ଥିତ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲାସ୍ତରୀୟ ସୁଭଦ୍ରା ଯୋଜନାର ୫ମ କିସ୍ତି ଅର୍ଥରାଶି ବଣ୍ଟନ…
୧ ଲିଟର ପେଟ୍ରୋଲ ବିକ୍ରିରେ କେତେ ଟଙ୍କା ପାଆନ୍ତି ପେଟ୍ରୋଲ ପମ୍ପ ମାଲିକ? ଜାଣିଲେ ଆଶ୍ଚର୍ଯ୍ୟ ହେବେ…
ନୂଆଦିଲ୍ଲୀ,୨୮।୮: ଯଦି ଆପଣ ଭାବୁଛନ୍ତି ଯେ ପେଟ୍ରୋଲ ପମ୍ପ ମାଲିକ ଟ୍ୟାଙ୍କର ଭର୍ତ୍ତି ପେଟ୍ରୋଲ ଆଣି ପ୍ରତି ଲିଟରରେ ୧୦-୧୨ ଟଙ୍କା ରୋଜଗାର କରନ୍ତି, ତେବେ ତାହା…
ସେପ୍ଟେମ୍ବରରେ ବଦଳିବ ବଡ଼ ଗ୍ରହଙ୍କ ଚଳନ: ୮ ରାଶିଙ୍କୁ ମିଳିବ ଶୁଭଫଳ, ୪ ରାଶି ରୁହନ୍ତୁ ସତର୍କ
ଜ୍ୟୋତିଷ ଦୃଷ୍ଟିରୁ ସେପ୍ଟେମ୍ବର ମାସକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ଏହି ମାସରେ ୪ଟି ବଡ଼ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବେ। ମାସ ଆରମ୍ଭରେ…
ପାଣିଡଙ୍ଗର ଜଳ ପ୍ରକଳ୍ପ ଦାବିରେ ଗଣ ପ୍ରତିବାଦ
ଗୁଣପୁର,୨୮ା୮(ସୁଜାତା ପାଢ଼ୀ): ସିପିଆଇ (ଏମ୍ଏଲ) ଲିବରେଶନ ପକ୍ଷରୁ ବଂଶଧାରା ନଦୀ ଗୁଡ଼ାରୀର ପାଣି ଡଙ୍ଗରଠାରେ ଜଳ ପ୍ରକଳ୍ପ ନିର୍ମାଣ ଦାବିରେ ଶୁକ୍ରବାର ଗୁଣପୁର ନୂଆ ବସ୍ଷ୍ଟାଣ୍ଡଠାରେ ଏକ…
ଟିଏ, ଡିଏ ନାଁରେ କରିଥିଲେ ଦେଢ଼କୋଟି ଟଙ୍କା ଚଳୁ, ଡାଟା ଏଣ୍ଟ୍ରି ଅପରେଟରଙ୍କୁ ବାନ୍ଧିଲା ପୋଲିସ
କଟକ,୨୮ା୮(ପ୍ରଭୁକଲ୍ୟାଣ ପାଲ): ଟିଏ, ଡିଏ ନାଁରେ ଦେଢ଼ କୋଟି ଟଙ୍କା ଚଳୁ କରି ଶେଷରେ ବନ୍ଧା ହୋଇଛନ୍ତି ଡାଟା ଏଣ୍ଟ୍ରି ଅପରେଟର। ଅନ୍ୟ ଲୋକଙ୍କ ଦରମାରେ ନିଜେ…
ଗଞ୍ଜେଇ ଲିଙ୍କ: ଫାଣ୍ଡି ଅଧିକାରୀ ସସ୍ପେଣ୍ଡ, ବିଦା ହେଲେ ହୋମଗାର୍ଡ
ବୌଦ୍ଧ,୨୮।୭: ଗଞ୍ଜେଇ ଚୋରା ଚାଲାଣ ଲିଙ୍କ୍ରେ ବୌଦ୍ଧ ଜିଲା ବଘିଆପଡ଼ା ଫାଣ୍ଡି ଅଧିକାରୀ ତଥା SI ପ୍ରାଣବନ୍ଧୁ ସାହୁଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଯାଇଛି। ଏପରିକି ହୋମଗାର୍ଡ ମାନଭଞ୍ଜନ…
ଆଜି କମିଛି ସୁନା ଦର! ରୁପା ଦରରେ ବି ବଡ଼ ପରିବର୍ତ୍ତନ; ଚେକ୍ କରନ୍ତୁ ନୂଆ ମୂଲ୍ୟ…
ରାଖୀ ପୂର୍ଣ୍ଣିମା ଅବସରରେ ସୁନା ଓ ରୁପା ଦରକୁ ନେଇ ଆସିଲା ବଡ଼ ଖବର। କାଲି ଅପେକ୍ଷା ଆଜି କମିଛି ସୁନା ଦର। କିଣିବା ପୂର୍ବରୁ ଏଠାରେ…
୭-୮% ଦୁନିଆ ଶେଷ! ୨୦୨୬କୁ ନେଇ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଚର୍ଚ୍ଚାରେ, ଆଉ କ’ଣ ହେବା ବାକି?
ନୂଆଦିଲ୍ଲୀ,୨୮।୮: ନେପାଳରେ ଭୟଙ୍କର ବନ୍ୟା ସହ ବିଶ୍ୱର ବିଭିନ୍ନ ସ୍ଥାନରେ ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଘଟୁଥିବା ବେଳେ ପୁଣିଥରେ ଚର୍ଚ୍ଚାକୁ ଆସିଛି ବୁଲଗେରିଆର ଅନ୍ଧ ଭବିଷ୍ୟବକ୍ତା ବାବା…
Archives

