୪ ମାସ ହେଲା ଚାଲିଛି ଫାଇଲ କାମ

ଖଇରା, ୧।୨(ଡି.ଏନ.ଏ):  ବାଲେଶ୍ୱର ଓ ଭଦ୍ରକ ୨ ଜିଲାର ଉପାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ମହତୀପୁର-ଚରମ୍ପା ଭାୟା ବାରାପୁର ଅନ୍ତରା ଆରଡି ରାସ୍ତା କାର୍ଯ୍ୟ ୨ମାସ ଧରି ଦ୍ରୁତଗତିରେ ଆଗେଇ ଚାଲିବା ପରେ ଏବେ ବିଦ୍ୟୁତ ବିଭାଗର ଅସହଯୋଗ ଯୋଗୁ କାର୍ଯ୍ୟରେ ମନ୍ଥରତା ଦେଖାଦେଇଛି ା ବିଦ୍ୟୁତ ଖୁଣ୍ଟ ଅପସାରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ରାସ୍ତାରୁ ବିଦ୍ୟୁତ ଖୁଣ୍ଟ ତଥା ଗଗନଧୂଳି ଗ୍ରାମ ମଝିରେ ଥିବା ଟ୍ରାନ୍ସଫର୍ମର ଅପସାରଣ ହୋଇପାରିଲାନି। ଯେଉଁଥିପାଇଁ ଅବଧି ସମୟରେ ରାସ୍ତା କାମ ସମ୍ପୂର୍ଣ୍ଣ ହେବା ନେଇ ଅନିଶ୍ଚିତତା ଦେଖାଦେଇଛି। ଖାଲି ସେତିକି ନୁହେଁ ରାଜସ୍ବ ବିଭାଗର ଅସହଯୋଗ ଯୋଗୁ ଡ୍ରେନ ତଥା ସରକାରୀ ଜାଗା ଜବରଦଖଲ ମୁକ୍ତ ହୋଇ ନ ପାରିବାରୁ ରାସ୍ତା ପ୍ରଶସ୍ତୀକରଣରେ ବାଧା ସୃଷ୍ଟି ହୋଇଛି ା ତୁରନ୍ତ ବିଦ୍ୟୁତ ଖୁଣ୍ଟ ଅପସାରଣ ତଥା ରାସ୍ତା ୨ ପାର୍ଶ୍ୱକୁ ଜବରଦଖଲମୁକ୍ତ ପାଇଁ ଝିଙ୍କିରିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମଧୁସୂଦନ ମାଝି, ଗୋବିନ୍ଦ ପଣ୍ଡା, ମଧୁସୂଦନ ଦାସ, ଲମ୍ବୋଦର ମାଝି, ମହେଶ୍ୱର ବେହେରା, ଭଗବାନ ଦାସ, କମଳାକାନ୍ତ ପଣ୍ଡା, ରନତ୍ାକର ପ୍ରଧାନ, କୈଳାସ ଜେନା, ଗୋବିନ୍ଦ ଚନ୍ଦ୍ର ସେଠୀ, ନିରଞ୍ଜନ ପ୍ରଧାନ, ଜଗନ୍ନାଥ ପୃଷ୍ଟିଙ୍କ ସମେତ ଅରଖପୁର, ତୋଟାପଡା, ପତିରାଜପୁର, ସିଂହିପୁର, ମୁସ୍ତଫାବାଦ ଓ ଅଲିପୁର ଗ୍ରାମର ଅଧିବାସୀ ଦାବି କରିଛନ୍ତି।
ଉକ୍ତ ରାସ୍ତା ପାଇଁ ୧୦କୋଟି ୭୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସେପ୍ଟେମ୍ବର ୨୮ରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ରାସ୍ତା ନିର୍ମାଣ କାର୍ଯ୍ୟକୁ ସହଜ ଓ ସୁଗମ କରିବାକୁ ଏହି ରାସ୍ତାକୁ ଲାଗି ରହିଥିବା ୨୫ଟି ବିଦ୍ୟୁତ ଖୁଣ୍ଟ ଅପସାରଣ କରିବାକୁ ୪ମାସ ତଳୁ ବିଦ୍ୟୁତ ବିଭାଗ(ବର୍ତ୍ତମାନର ଟାଟା ପାୱାର)କୁ ଚିଠି କରାଯିବା ପରେ ଏଷ୍ଟିମେଟ ପ୍ରଦାନ କରିବାକୁ କୁହାଯାଇଥିଲା ା ହେଲେ ୨ ମାସ ତଳୁ ଆରମ୍ଭ ହୋଇ ୩୦ପ୍ରତିଶତ ରାସ୍ତା କାର୍ଯ୍ୟ ସରିଥିବା ବେଳେ ଏପର୍ଯ୍ୟନ୍ତ ବିଦ୍ୟୁତଖୁଣ୍ଟ ଅପସାରଣ ଆରମ୍ଭ ହୋଇପାରିଲାନି। ସେହିଭଳି ଗଗନଧୂଳି ଗ୍ରାମ ରାସ୍ତା ମଝିରେ ରହିଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ହଟାଇବାକୁ ଠିକାଦାର ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ତଥା ଗ୍ରାମବାସୀ ଟାଟା ପାୱାର ଅଧିକାରୀ ଓ ଯନ୍ତ୍ରୀମାନଙ୍କୁ ଜଣାଇ ସାରିଥିଲେ ମଧ୍ୟ ବର୍ତ୍ତମାନ ଫାଇଲ ପ୍ରୋସେସିଂ ଚାଲିଥିବା ନେଇ ଉତ୍ତରରେ କୁହାଯାଉଛି। ଏ ସମ୍ପର୍କରେ ଟାଟା ପାୱାରର ନିର୍ବାହୀ ଯନ୍ତ୍ରୀ ଅଶୋକ ମଲ୍ଲିକଙ୍କୁ ଯୋଗାଯୋଗ କରିବାରେ ବର୍ତ୍ତମାନ ଫାଇଲ ଏସ୍‌ସିଙ୍କ ନିକଟକୁ ଯାଇଛି ା ଯଥାଶୀଘ୍ର ଅପସାରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri