ପଡ଼ିଆ ପଡ଼ିଛି ଶିଳ୍ପ ଅଧିକୃତ ଜମି

ଯାଜପୁର ଅଫିସ,୧୫।୧୨: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରାୟ ୩୦ ବର୍ଷ ତଳେ ଯାଜପୁର ଜିଲାରେ ବିପୁଳ ପରିମାଣରେ ଜଙ୍ଗଲ, ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି। ଜିଲା ପ୍ରଶାସନର ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୯ ଶିଳ୍ପ କମ୍ପାନୀକୁ ୮୬୯୬.୭୪୮ ଏକର ଜମି ପ୍ରଦାନ କରାଯାଇଛି। ସେଥିରୁ ୩୩୪୭.୩୪୬ ଏକର ଜଙ୍ଗଲ, ୬୦୮.୪୦୭ ସରକାରୀ ଏବଂ ୪୬୪୦.୪୭୫ ଏକର ସାଧାରଣ ଲୋକଙ୍କ ଜମି ରହିଛି। ଏଥିମଧ୍ୟରୁ ୪ ଶିଳ୍ପ କମ୍ପାନୀ ୫ ବର୍ଷ ହେଲା ୧୯୩.୯୭ ଏକର ଜମି ହାତେଇ କୌଣସି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି। ଏହାବାଦ୍‌ ୩୧୫୫.୬୮ ଏକର ଜମିରେ ଗଢ଼ିଉଠିଥିବା ୩ ବୃହତ୍‌ କମ୍ପାନୀ ବନ୍ଦ ପଡ଼ିଛି।
ମେସ୍କୋ ଗ୍ରୁପ୍‌ ‘ମେସ୍କୋ କଳିଙ୍ଗ ଷ୍ଟିଲ ଲିମିଟେଡ୍‌’ ନାମରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ପ୍ରାୟ ୨୪ ବର୍ଷ ତଳେ କଳିଙ୍ଗନଗର ଶିଳ୍ପାଞ୍ଚଳର ୨୫୦୦ ଏକର ଜମି ପାଇଥିଲା। ରାଜ୍ୟ ସରକାର ଇଡ୍‌କୋ ଜରିଆରେ ଉକ୍ତ ଜମି ମେସ୍କୋକୁ ହସ୍ତାନ୍ତର କରିଥିଲେ। ହେଲେ ଷ୍ଟିଲ୍‌ ପ୍ଲାଣ୍ଟ ନ ହେବାରୁ ଉକ୍ତ ଜମି ଫେରସ୍ତ କରିବା ପାଇଁ ଇଡ୍‌କୋ ପକ୍ଷରୁ ୨୦୦୩ ଜୁଲାଇରେ ମେସ୍କୋକୁ ନୋଟିସ ଦିଆଯାଇଥିଲା। ଏନେଇ ଦୀର୍ଘ ସମୟ ନ୍ୟାୟିକ ଲଢ଼େଇ ପରେ ରାଜ୍ୟ ସରକାର ଉକ୍ତ ବୃହତ୍‌ ପରିମାଣର ଜମିକୁ ୨୦୧୯ରେ ଫେରିପାଇଥିଲେ। କିନ୍ତୁ ସେହି ଜମି ବହୁତ ଦିନ ଧରି କୌଣସି କାମରେ ଲାଗିପାରିଲା ନାହିଁ। ଏଭଳିସ୍ଥଳେ ଶିଳ୍ପ ପାଇଁ ଆଗ୍ରହୀ ଥିବା କେତେକ କମ୍ପାନୀ ଜମି ନ ପାଇ ଫେରି ଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଛୋଟବଡ଼ କମ୍ପାନୀ ଅପେକ୍ଷାରେ ରହିଛନ୍ତି। ଏହାସାଙ୍ଗକୁ କଳିଙ୍ଗନଗରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଇସ୍ପାତ ଉପତ୍ାଦନ ଲକ୍ଷ୍ୟ ଏବଂ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟ ପରାହତ ହୋଇଛି ା
ପ୍ରଶାସନିକ ସ୍ତରରେ ଶିଳ୍ପପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି ଅଧିଗ୍ରହଣ ବେଳେ ଓଡ଼ିଶା ଭୂସଂସ୍କାର ଆଇନର ବ୍ୟାପକ ଉଲ୍ଲଂଘନ କରାଯାଇଛି। କେତେଜଣ ଲୋକଙ୍କ ଜମି ଅଧିଗ୍ରହଣ ହୋଇଥିଲେ ହେଁ ଶିଳ୍ପଜନିତ ସୁବିଧାସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଥିବା କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। ଶତାଧିକ ଏକର ଜମି ହାତେଇ ବର୍ଷ ବର୍ଷ ଧରି କୌଣସି ଶିଳ୍ପ ପ୍ରତିଷ୍ଠା ନ କରାଯିବା ଯୋଗୁ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହୋଇଆସୁଛି। ଇଡ୍‌କୋ ଜରିଆରେ କେସିକା ମେଟାଲିକ୍ସ ଲିଃକୁ ୯୦.୯୨ ଏକର, ସି.ଜେ. ଡାର୍ସେଲ ଲଜିଷ୍ଟିକ ଲିଃକୁ ୧୦ ଏକର, ଚେଟିନାଡ୍‌ ସିମେଣ୍ଟ ଲିଃକୁ ୮୩ ଏକର ସରକାରୀ ଓ ପ୍ରଜାଙ୍କ ଜମି ଦିଆଯାଇଛି। କିନ୍ତୁ ଏହି ଶିଳ୍ପ କମ୍ପାନୀମାନେ କୌଣସି ଭିତ୍ତିଭୂମି ନିର୍ମାଣ ଆରମ୍ଭ କରିନାହାନ୍ତି। ଏହାବାଦ୍‌ ନୀଳାଚଳ ଇସ୍ପାତ ନିଗମ ଲିଃ ୨୫୦୦ ଏକର, ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ ୫୩୦.୬୮ ଏକର ଓ ମୈଥାନ ଇସ୍ପାତ ଲିଃ ୧୨୫ ଏକର ଜଙ୍ଗଲ, ସରକାରୀ ଓ ପ୍ରଜାଙ୍କ ଜମି ହାତେଇ ଶିଳ୍ପ ପ୍ରତିଷ୍ଠା କରିଥିଲେ ହେଁ ଗତ ପ୍ରାୟ ୩ ବର୍ଷ ମଧ୍ୟରେ ସେସବୁ ବନ୍ଦ ପଡ଼ିଛି। ଏହିସବୁ କାରଣ ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୩ ହଜାର ଠିକା ଶ୍ରମିକ ନିଯୁକ୍ତି ହରାଇଥିବାବେଳେ ୪ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀଙ୍କ ଜୀବିକା ଯାଇଛି।
ମେସ୍କୋ କଳିଙ୍ଗ ଷ୍ଟିଲ ଲିଃ ଦ୍ୱାରା ବାର୍ଷିକ ୭ ମେଟ୍ରିକ ଟନ ହଟ୍‌ରୋଲ୍ଡ କୋଏଲ, ୱାଏର ରଡ୍‌, ବାର୍‌ ଓ ଲାଇଟ୍‌ ସେକ୍ସନ ଉପତ୍ାଦନ ଲକ୍ଷ୍ୟ ରହିଥିଲା। ଏଥିପାଇଁ ୧୯୯୬ରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ଯଖପୁରା ଗ୍ରାମଠାରୁ ରାବଣା ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ୧୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ୧୨୫୦ ଏକର ଜମି ସମେତ ମୋଟ ୨୫୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଜମି ଦେଇଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ସେମାନଙ୍କୁ ନିଯୁକ୍ତି ପ୍ରଲୋଭନ ଦିଆଯାଇଥିଲା। କିନ୍ତୁ ସେହି ଜମିରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହୋଇପାରିଲାନାହିଁ। କିନ୍ତୁ ମେସ୍କୋ ଗ୍ରୁପ୍‌ ମାନପୁର ଗୋବିନ୍ଦପୁରଠାରେ ପୃଥକ୍‌ ୫୩୦.୬୮ ଏକର ଜମିରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲା। ତାହା ୧୯୯୬ ଅଗଷ୍ଟରେ ଉତ୍ପାଦନକ୍ଷମ ହେଲା ବୋଲି ମେସ୍କୋ ଘୋଷଣା କରି ଯୋଡା ଖଣି ମଣ୍ଡଳରେ ୨ଟି ଖଣି ପାଇଥିଲା। କିନ୍ତୁ ଏହି ଷ୍ଟିଲ ପ୍ଲାଣ୍ଟ ଏବେ ପ୍ରାୟ ୩ ବର୍ଷ ହେଲା ବନ୍ଦ ହୋଇପଡ଼ିଥିବାବେଳେ ପାଖପାଖି ୫୦୦ ସ୍ଥାୟୀ ଓ ୪୦୦ ଠିକା କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଶିଳ୍ପସଂସ୍ଥାଗୁଡ଼ିକ ପାଖରେ ବିପୁଳ ଜମି ପଡ଼ିଆ ପଡ଼ିବା କିମ୍ବା ଅକାମୀ ହୋଇ ରହିବା ଯୋଗୁ ସରକାର ଓ ଜନସାଧାରଣ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି। ଉତ୍ପାଦନ, ରାଜସ୍ବ ଓ ନିଯୁକ୍ତି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଲୋକେ ଜମି ହରାଇ ସର୍ବହରା ହୋଇଥିବାବେଳେ ଶିଳ୍ପ ନଁାରେ ପୁଞ୍ଜିପତିମାନେ ଜମି କବ୍‌ଜା କରି ରଖିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ନେଇଥିବା କେତେକ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ସେମାନେ ଖୁବ୍‌ଶୀଘ୍ର କମ୍ପାନୀ କାର୍ଯ୍ୟ ଆରମ୍ଭ କରିବେ।

ଶିଳ୍ପାୟନ ଦ୍ୱାରା ନିଯୁକ୍ତି ମିଳିବା ଆଶାରେ ଲୋକେ ନିଜ ପୈତୃକ ଜମିକୁ ଇଡ୍‌କୋ ହାତରେ ଟେକି ଦେଇଥିଲେ। ଏପରି କି ପ୍ରତିବାଦ ନ କରି କ୍ଷତିପୂରଣ ବାବଦରେ ଯାହା ମିଳିଲା ତାହା ଗ୍ରହଣ କରିଥିଲେ। ଜମି ହରାଇଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ପାଇ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ ବୋଲି ସେମାନେ ମନୋଲୋଭା ପ୍ରତିଶ୍ରୁତି ପାଇଥିଲେ। ତେଣୁ ଘରଡିହ, ଜମି ଦେଇ ଶିଳ୍ପ କାରଖାନାକୁ ସ୍ବାଗତ କଲେ। କିନ୍ତୁ କେତେକ ଶିଳ୍ପ କମ୍ପାନୀ ଇଡ୍‌କୋ ଦ୍ୱାରା ଅଧିଗୃହୀତ ଜମି ନେଇ ନୀରବି ଯାଇଛନ୍ତି। ତେଣୁ ନିଯୁକ୍ତି ପ୍ରତିଶ୍ରୁତି ଏବେ ସବୁ ଫସର ଫାଟିଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ସୂର୍ଯ୍ୟଙ୍କ ଗୋଚରରେ ଚମକିବ ୫ ରାଶିର ଭାଗ୍ୟ, ହେବ ବଡ଼ ପ୍ରମୋସନ ବଢିବ ଧନ

ସୂର୍ଯ୍ୟ ଗ୍ରହ ୧୭ ସେପ୍ଟେମ୍ୱର ୨୦୨୬, ଗୁରୁବାର ସକାଳ ୭ଟା ୫୮ ମିନିଟରେ କନ୍ୟା ରାଶିରେ ଗୋଚର କରିବେ। ଏହା କନ୍ୟା ସଂକ୍ରାନ୍ତି ହେବ। ଏହାର ପ୍ରଭାବରେ…

‘ଭାରତରେ ଦେହ ବ୍ୟବସାୟ ଆଇନଗତ ହେବା ଉଚିତ,’ ପୁନମ ପାଣ୍ଡେ କୁହନ୍ତି, ମୋର କାମୁକ ଭିଡିଓ ଗୁଡ଼ିକ ଦେଶ ତଥା ବିଶ୍ୱକୁ…

ମୁମ୍ବାଇ,୬।୯: ପ୍ରସିଦ୍ଧ ମଡେଲ ଏବଂ ଅଭିନେତ୍ରୀ ପୁନମ ପାଣ୍ଡେ ତାଙ୍କ ଡ୍ରେସିଂ ସେନ୍ସ ଏବଂ ବୟାନ ପାଇଁ ପ୍ରାୟତଃ ଶିରୋନାମାରେ ରହିଥାନ୍ତି। ସମ୍ପ୍ରତି, ବେଶ୍ୟାବୃତ୍ତି ବା ଦେହ…

ସୁନିତା-କୋମଲ ବିବାଦ ଉପରେ ନୀରବତା ଭାଙ୍ଗିଛନ୍ତି ଗୋବିନ୍ଦା, ଇସାରାରେ କହିଲେ ଖୁବ ବଡ଼ କଥା

ମୁମ୍ବାଇ,୬।୯: ପତ୍ନୀ ସୁନିତା ଆହୁଜାଙ୍କ ସହ ସମ୍ପର୍କରେ ମତଭେଦ ଏବଂ ଅଭିନେତ୍ରୀ କୋମଲ ରାଣୀଙ୍କ ସହ ତଥା କଥିତ ସମ୍ପର୍କର ଗୁଜବ ସମ୍ପର୍କରେ ଖବର ଆସିବା ପରେ…

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଯେଉଁ କାମ ପାଇଁ ଦିନେ ଯୁବକଙ୍କୁ ପରିହାସ କରୁଥିଲେ ଲୋକେ, ଆଜି ବିଦେଶରୁ ଆସିଲା ଚାକିରି ଅଫର, ପୂରା କାହାଣୀ ଜାଣିଲେ…

ଭାରତରେ ନଦୀଗୁଡ଼ିକର ଦୁର୍ଦ୍ଦଶା କହିଲେ ନ ସରେ। ସରକାରୀ ପ୍ରୟାସ ସତ୍ତ୍ୱେ ନଦୀଗୁଡ଼ିକର ଅବସ୍ଥା ସୁଧାର ହୋଇନାହିଁ। ସମ୍ପ୍ରତି ମଧ୍ୟପ୍ରଦେଶର ରାଜଗଡ଼ ଜିଲାର ଜଣେ ୨୦ ବର୍ଷୀୟ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri