ପଡ଼ିଆ ପଡ଼ିଛି ଶିଳ୍ପ ଅଧିକୃତ ଜମି

ଯାଜପୁର ଅଫିସ,୧୫।୧୨: ରାଜ୍ୟ ସରକାରଙ୍କ ଦ୍ରୁତ ଶିଳ୍ପାୟନ ପ୍ରକ୍ରିୟାରେ ପ୍ରାୟ ୩୦ ବର୍ଷ ତଳେ ଯାଜପୁର ଜିଲାରେ ବିପୁଳ ପରିମାଣରେ ଜଙ୍ଗଲ, ସରକାରୀ ଓ ସାଧାରଣ ପ୍ରଜାଙ୍କ ଜମି ଅଧିଗ୍ରହଣ କରାଯାଇଛି। ଜିଲା ପ୍ରଶାସନର ତଥ୍ୟ ଅନୁସାରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୯ ଶିଳ୍ପ କମ୍ପାନୀକୁ ୮୬୯୬.୭୪୮ ଏକର ଜମି ପ୍ରଦାନ କରାଯାଇଛି। ସେଥିରୁ ୩୩୪୭.୩୪୬ ଏକର ଜଙ୍ଗଲ, ୬୦୮.୪୦୭ ସରକାରୀ ଏବଂ ୪୬୪୦.୪୭୫ ଏକର ସାଧାରଣ ଲୋକଙ୍କ ଜମି ରହିଛି। ଏଥିମଧ୍ୟରୁ ୪ ଶିଳ୍ପ କମ୍ପାନୀ ୫ ବର୍ଷ ହେଲା ୧୯୩.୯୭ ଏକର ଜମି ହାତେଇ କୌଣସି ଶିଳ୍ପ ପ୍ରତିଷ୍ଠା କରିନାହାନ୍ତି। ଏହାବାଦ୍‌ ୩୧୫୫.୬୮ ଏକର ଜମିରେ ଗଢ଼ିଉଠିଥିବା ୩ ବୃହତ୍‌ କମ୍ପାନୀ ବନ୍ଦ ପଡ଼ିଛି।
ମେସ୍କୋ ଗ୍ରୁପ୍‌ ‘ମେସ୍କୋ କଳିଙ୍ଗ ଷ୍ଟିଲ ଲିମିଟେଡ୍‌’ ନାମରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ପ୍ରାୟ ୨୪ ବର୍ଷ ତଳେ କଳିଙ୍ଗନଗର ଶିଳ୍ପାଞ୍ଚଳର ୨୫୦୦ ଏକର ଜମି ପାଇଥିଲା। ରାଜ୍ୟ ସରକାର ଇଡ୍‌କୋ ଜରିଆରେ ଉକ୍ତ ଜମି ମେସ୍କୋକୁ ହସ୍ତାନ୍ତର କରିଥିଲେ। ହେଲେ ଷ୍ଟିଲ୍‌ ପ୍ଲାଣ୍ଟ ନ ହେବାରୁ ଉକ୍ତ ଜମି ଫେରସ୍ତ କରିବା ପାଇଁ ଇଡ୍‌କୋ ପକ୍ଷରୁ ୨୦୦୩ ଜୁଲାଇରେ ମେସ୍କୋକୁ ନୋଟିସ ଦିଆଯାଇଥିଲା। ଏନେଇ ଦୀର୍ଘ ସମୟ ନ୍ୟାୟିକ ଲଢ଼େଇ ପରେ ରାଜ୍ୟ ସରକାର ଉକ୍ତ ବୃହତ୍‌ ପରିମାଣର ଜମିକୁ ୨୦୧୯ରେ ଫେରିପାଇଥିଲେ। କିନ୍ତୁ ସେହି ଜମି ବହୁତ ଦିନ ଧରି କୌଣସି କାମରେ ଲାଗିପାରିଲା ନାହିଁ। ଏଭଳିସ୍ଥଳେ ଶିଳ୍ପ ପାଇଁ ଆଗ୍ରହୀ ଥିବା କେତେକ କମ୍ପାନୀ ଜମି ନ ପାଇ ଫେରି ଯାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଛୋଟବଡ଼ କମ୍ପାନୀ ଅପେକ୍ଷାରେ ରହିଛନ୍ତି। ଏହାସାଙ୍ଗକୁ କଳିଙ୍ଗନଗରରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଇସ୍ପାତ ଉପତ୍ାଦନ ଲକ୍ଷ୍ୟ ଏବଂ ସ୍ଥାନୀୟ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟ ପରାହତ ହୋଇଛି ା
ପ୍ରଶାସନିକ ସ୍ତରରେ ଶିଳ୍ପପାଇଁ ଅନୁସୂଚିତ ଜାତି ଓ ଜନଜାତି ଲୋକଙ୍କ ଜମି ଅଧିଗ୍ରହଣ ବେଳେ ଓଡ଼ିଶା ଭୂସଂସ୍କାର ଆଇନର ବ୍ୟାପକ ଉଲ୍ଲଂଘନ କରାଯାଇଛି। କେତେଜଣ ଲୋକଙ୍କ ଜମି ଅଧିଗ୍ରହଣ ହୋଇଥିଲେ ହେଁ ଶିଳ୍ପଜନିତ ସୁବିଧାସୁଯୋଗ ପାଇବାରୁ ସେମାନେ ବଞ୍ଚିତ ହୋଇଥିବା କଳିଙ୍ଗନଗର ଅତିରିକ୍ତ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। ଶତାଧିକ ଏକର ଜମି ହାତେଇ ବର୍ଷ ବର୍ଷ ଧରି କୌଣସି ଶିଳ୍ପ ପ୍ରତିଷ୍ଠା ନ କରାଯିବା ଯୋଗୁ ସରକାରଙ୍କ ବିପୁଳ ପରିମାଣର ରାଜସ୍ବ କ୍ଷତି ହୋଇଆସୁଛି। ଇଡ୍‌କୋ ଜରିଆରେ କେସିକା ମେଟାଲିକ୍ସ ଲିଃକୁ ୯୦.୯୨ ଏକର, ସି.ଜେ. ଡାର୍ସେଲ ଲଜିଷ୍ଟିକ ଲିଃକୁ ୧୦ ଏକର, ଚେଟିନାଡ୍‌ ସିମେଣ୍ଟ ଲିଃକୁ ୮୩ ଏକର ସରକାରୀ ଓ ପ୍ରଜାଙ୍କ ଜମି ଦିଆଯାଇଛି। କିନ୍ତୁ ଏହି ଶିଳ୍ପ କମ୍ପାନୀମାନେ କୌଣସି ଭିତ୍ତିଭୂମି ନିର୍ମାଣ ଆରମ୍ଭ କରିନାହାନ୍ତି। ଏହାବାଦ୍‌ ନୀଳାଚଳ ଇସ୍ପାତ ନିଗମ ଲିଃ ୨୫୦୦ ଏକର, ମିଡଇଷ୍ଟ ଇଣ୍ଟିଗ୍ରେଟେଡ ଷ୍ଟିଲ ଲିଃ ୫୩୦.୬୮ ଏକର ଓ ମୈଥାନ ଇସ୍ପାତ ଲିଃ ୧୨୫ ଏକର ଜଙ୍ଗଲ, ସରକାରୀ ଓ ପ୍ରଜାଙ୍କ ଜମି ହାତେଇ ଶିଳ୍ପ ପ୍ରତିଷ୍ଠା କରିଥିଲେ ହେଁ ଗତ ପ୍ରାୟ ୩ ବର୍ଷ ମଧ୍ୟରେ ସେସବୁ ବନ୍ଦ ପଡ଼ିଛି। ଏହିସବୁ କାରଣ ଯୋଗୁ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୨୩ ହଜାର ଠିକା ଶ୍ରମିକ ନିଯୁକ୍ତି ହରାଇଥିବାବେଳେ ୪ ହଜାରରୁ ଊର୍ଦ୍ଧ୍ୱ ନିୟମିତ କର୍ମଚାରୀଙ୍କ ଜୀବିକା ଯାଇଛି।
ମେସ୍କୋ କଳିଙ୍ଗ ଷ୍ଟିଲ ଲିଃ ଦ୍ୱାରା ବାର୍ଷିକ ୭ ମେଟ୍ରିକ ଟନ ହଟ୍‌ରୋଲ୍ଡ କୋଏଲ, ୱାଏର ରଡ୍‌, ବାର୍‌ ଓ ଲାଇଟ୍‌ ସେକ୍ସନ ଉପତ୍ାଦନ ଲକ୍ଷ୍ୟ ରହିଥିଲା। ଏଥିପାଇଁ ୧୯୯୬ରେ କଳିଙ୍ଗନଗର ବିଜୁ ପଟ୍ଟନାୟକ ମାର୍ଗ ଯଖପୁରା ଗ୍ରାମଠାରୁ ରାବଣା ଛକ ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରେ ୧୦୦ରୁ ଉର୍ଦ୍ଧ୍ୱ ଚାଷୀଙ୍କ ୧୨୫୦ ଏକର ଜମି ସମେତ ମୋଟ ୨୫୦୦ ଏକର ଜମି ଅଧିଗ୍ରହଣ କରାଯାଇଥିଲା। ଷ୍ଟିଲ୍‌ ପ୍ଲାଣ୍ଟ ପାଇଁ ଜମି ଦେଇଥିବା ଚାଷୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ସେମାନଙ୍କୁ ନିଯୁକ୍ତି ପ୍ରଲୋଭନ ଦିଆଯାଇଥିଲା। କିନ୍ତୁ ସେହି ଜମିରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା ହୋଇପାରିଲାନାହିଁ। କିନ୍ତୁ ମେସ୍କୋ ଗ୍ରୁପ୍‌ ମାନପୁର ଗୋବିନ୍ଦପୁରଠାରେ ପୃଥକ୍‌ ୫୩୦.୬୮ ଏକର ଜମିରେ ଷ୍ଟିଲ୍‌ ପ୍ଲାଣ୍ଟ ପ୍ରତିଷ୍ଠା କରାଗଲା। ତାହା ୧୯୯୬ ଅଗଷ୍ଟରେ ଉତ୍ପାଦନକ୍ଷମ ହେଲା ବୋଲି ମେସ୍କୋ ଘୋଷଣା କରି ଯୋଡା ଖଣି ମଣ୍ଡଳରେ ୨ଟି ଖଣି ପାଇଥିଲା। କିନ୍ତୁ ଏହି ଷ୍ଟିଲ ପ୍ଲାଣ୍ଟ ଏବେ ପ୍ରାୟ ୩ ବର୍ଷ ହେଲା ବନ୍ଦ ହୋଇପଡ଼ିଥିବାବେଳେ ପାଖପାଖି ୫୦୦ ସ୍ଥାୟୀ ଓ ୪୦୦ ଠିକା କର୍ମଚାରୀ ନିଯୁକ୍ତି ହରାଇଛନ୍ତି।
ଶିଳ୍ପସଂସ୍ଥାଗୁଡ଼ିକ ପାଖରେ ବିପୁଳ ଜମି ପଡ଼ିଆ ପଡ଼ିବା କିମ୍ବା ଅକାମୀ ହୋଇ ରହିବା ଯୋଗୁ ସରକାର ଓ ଜନସାଧାରଣ ଉଭୟ କ୍ଷତିଗ୍ରସ୍ତ ହେଉଛନ୍ତି। ଉତ୍ପାଦନ, ରାଜସ୍ବ ଓ ନିଯୁକ୍ତି ଲକ୍ଷ୍ୟ ପୂରଣ ହୋଇପାରୁନାହିଁ। ଲୋକେ ଜମି ହରାଇ ସର୍ବହରା ହୋଇଥିବାବେଳେ ଶିଳ୍ପ ନଁାରେ ପୁଞ୍ଜିପତିମାନେ ଜମି କବ୍‌ଜା କରି ରଖିଛନ୍ତି। ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜମି ନେଇଥିବା କେତେକ ଶିଳ୍ପ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି। ସେମାନେ ଖୁବ୍‌ଶୀଘ୍ର କମ୍ପାନୀ କାର୍ଯ୍ୟ ଆରମ୍ଭ କରିବେ।

ଶିଳ୍ପାୟନ ଦ୍ୱାରା ନିଯୁକ୍ତି ମିଳିବା ଆଶାରେ ଲୋକେ ନିଜ ପୈତୃକ ଜମିକୁ ଇଡ୍‌କୋ ହାତରେ ଟେକି ଦେଇଥିଲେ। ଏପରି କି ପ୍ରତିବାଦ ନ କରି କ୍ଷତିପୂରଣ ବାବଦରେ ଯାହା ମିଳିଲା ତାହା ଗ୍ରହଣ କରିଥିଲେ। ଜମି ହରାଇଲେ ମଧ୍ୟ ସ୍ଥାୟୀ ନିଯୁକ୍ତି ପାଇ ଆର୍ଥିକ ଅବସ୍ଥାରେ ଉନ୍ନତି ହେବ ବୋଲି ସେମାନେ ମନୋଲୋଭା ପ୍ରତିଶ୍ରୁତି ପାଇଥିଲେ। ତେଣୁ ଘରଡିହ, ଜମି ଦେଇ ଶିଳ୍ପ କାରଖାନାକୁ ସ୍ବାଗତ କଲେ। କିନ୍ତୁ କେତେକ ଶିଳ୍ପ କମ୍ପାନୀ ଇଡ୍‌କୋ ଦ୍ୱାରା ଅଧିଗୃହୀତ ଜମି ନେଇ ନୀରବି ଯାଇଛନ୍ତି। ତେଣୁ ନିଯୁକ୍ତି ପ୍ରତିଶ୍ରୁତି ଏବେ ସବୁ ଫସର ଫାଟିଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

୧୫ ଦିନରେ ଦଳବଦଳ: ଭାଜପାରେ ମିଶିଥିବା କର୍ମୀ ବିଜେଡିକୁ ଫେରିଲେ

ବିଞ୍ଝାରପୁର,୨୪ା୪(ରାମକୃଷ୍ଣ ଦାସ):ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଞ୍ଝାରପୁରରେ ଏଥର ୩ ପ୍ରମୁଖ ରାଜନୈତିକ ଦଳ ନିଜର ରଣନୀତି ସୁଦୃଢ଼ କରୁଛନ୍ତି। ବିଞ୍ଝାରପୁର ନିର୍ବାଚନମଣ୍ଡଳୀ ଭାଜପା ପ୍ରାର୍ଥୀ...

ବର୍ଷାଙ୍କୁ ଜିତାଇବାକୁ ପ୍ରଣବଙ୍କ ନିବେଦନ

ଚଣ୍ଡିଖୋଲ/ବଡ଼ଚଣା,୨୪ା୪(ପ୍ରଦୀପ୍ତ କୁମାର ପୃଷ୍ଟି/ଦିଲୀପ କୁମାର ମହାନ୍ତି):ଯାଜପୁର ଜିଲା ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିଛି। ରାଜନୀତି କ୍ଷେତ୍ରରେ ସମ୍ପୂର୍ଣ୍ଣ...

୨୯ ଓଭର ହେଡ୍‌ ଟାଙ୍କି, ଲୋକଙ୍କୁ ପାଣି ମୁନ୍ଦେ ମିଳୁନି

ମାର୍ଶାଘାଇ,୨୪ା୪ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ବ୍ଲକ ଅଞ୍ଚଳରେ ପାନୀୟ ଜଳ ସମସ୍ୟାକୁ ନେଇ ଲୋକେ ତ୍ରାହି ତ୍ରାହି ଡାକିଲେଣି। ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ...

ଋ଼ଣ ଖିଲାପ ପରେ ଘର ଅଧିଗ୍ରହଣ କଲା ବ୍ୟାଙ୍କ

ପାରାଦୀପ,୨୪।୪(ଶରତ ରାଉତ):ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଗଡ଼ଠାରେ ମଙ୍ଗଳବାର ଏକ କୋଠାଘରକୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ହେପାଜତକୁ ନେଇଛନ୍ତି। ଉକ୍ତ ଘର ପାଇଁ ନିଆଯାଇଥିବା ଋ଼ଣ...

ଶୁଖିଲାଣି ଜଳାଶୟ, ଉତ୍କଟ ଜଳ ସଙ୍କଟ

ଜଗତ୍‌ସିଂହପୁର, ୨୩ା୪ (ପ୍ରମୋଦ କୁମାର ନାୟକ):ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ଜଗତ୍‌ସିଂହପୁର ସହରରେ ଜଳସଙ୍କଟ ସୃଷ୍ଟି ହୋଇଛି। ଗଡିଆ, ପୋଖରୀଗୁଡିକ ଶୁଖିଯିବା ସହ ଭୂତଳ ଜଳସ୍ତର ହ୍ରାସ...

ବିଜେଡି, ଭାଜପାରେ ଗୋଷ୍ଠୀ କନ୍ଦଳ

ପଟ୍ଟାମୁଣ୍ଡାଇ,୨୪ା୪ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ରାଜନଗର ବିଧାନସଭା ଆସନ ସବୁବେଳେ ରାଜ୍ୟ ରାଜନୀତିରେ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଆସିଛି। ସବୁଥର ଏହି ଆସନରେ ବିଜେଡି ଓ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ରଣେନ୍ଦ୍ରଙ୍କ ଭାଇରାଲ ଭିଡିଓକୁ ନେଇ ହଇଚଇ

ନିମାପଡ଼ା,୨୪ା୪(ରଞ୍ଜନ ପଟ୍ଟନାୟକ):ପୁରୀ ଜିଲା ବିଜେଡି ପର୍ଯ୍ୟବେକ୍ଷକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଭାଇରାଲ ଭିଡିଓକୁ ନେଇ ଏବେ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ହଟଚମଟ ସୃଷ୍ଟି ହୋଇଛି। ସମ୍ପ୍ରତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri