ଝିଅ ମୃତଦେହ ଜଙ୍ଗଲରେ ଫିଙ୍ଗିଦେଲେ ବାପା

ସୋନପୁର,୧୭ା୨(ନି.ପ୍ର.):ଅନ୍ଧବିଶ୍ୱାସ ଓ ସାହିପଡିଶାଙ୍କ ବାସନ୍ଦ ଧମକ ଗ୍ରାମାଞ୍ଚଳରେ ଏବେ ବି ଦେଖିବାକୁ ମିଳୁଛି। ସୁବର୍ଣ୍ଣପୁର ଜିଲା ତରଭା ଥାନା ବଡଯୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମସରା ପଞ୍ଚାୟତ ବଡଯୋର ଗାଁ ରାଜେନ୍ଦ୍ର ଦ୍ୱାରୀଙ୍କ ଝିଅ ସଞ୍ଜୁକ୍ତା(୨୯)ଙ୍କ ପାଟିରେ ଘା’ ହୋଇଥିଲା। ଚିକିତ୍ସା ପରେ ବି ସେ ସୁସ୍ଥ ହୋଇ ନ ଥିଲେ। ଗାଁ ଲୋକେ ବସନ୍ତ ହୋଇଥିବା କହି ନାକ ଟେକିଥିଲେ। ମଙ୍ଗଳବାର ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ଜ୍ଞାତି କୁଟୁମ୍ବ, ଗାଁ ଲୋକ ଓ ପଡୋଶୀ ଶବକୁ କାନ୍ଧ ଦେଇ ନ ଥିଲେ। ବାସନ୍ଦ ଭୟରେ ରାଜେନ୍ଦ୍ର ନିଜ ପୁଅ ସହିତ ମିଶି ଝିଅର ମୃତଦେହକୁ ଜଙ୍ଗଲକୁ ନେଇ ପିଙ୍ଗି ଦେଇଥିଲେ। ମୃତଦେହ ଉପରେ ଡାଳ ପତ୍ର ରଖି ଦେଇ ଆସିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମୃତଦେହକୁ ଅସମ୍ମାନ ସମ୍ପର୍କରେ ସୂଚନା ପାଇ ବଲାଙ୍ଗୀର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ବୁଧବାର ରାଜେନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିଲେ। ପୋଲିସ ଓ ମୃତାଙ୍କ ପରିବାର ନିକଟରୁ ଅନୁମତି ପାଇ ମୃତଦେହକୁ ସେମାନେ ଜଙ୍ଗଲରୁ ଆଣିଥିଲେ। ବୁଧବାର ସନ୍ଧ୍ୟାରେ ସ୍ବେଚ୍ଛାସେବୀମାନେ ମୃତଦେହ ବଲାଙ୍ଗୀର ସହର ନେଇ ବିଭୂତିପଡା ଶ୍ମଶାନରେ ସମ୍ମାନର ସହ ସତ୍କାର କରିଥିଲେ।
ସୂଚନା ଅନୁଯାୟୀ, ଗତ ୨ ମାସ ପୂର୍ବରୁ ସଞ୍ଜୁକ୍ତାଙ୍କ ରୋଗ ସମ୍ପର୍କରେ ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ କମସରା ସ୍ବାସ୍ଥ୍ୟକେନ୍ଦ୍ର ଓ ତରଭା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବଲାଙ୍ଗୀରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ତେବେ ରୋଗ ଭଲ ନ ହେବାରୁ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ରାଜେନ୍ଦ୍ର। ଝିଅକୁ ଭଲ କରିବା ପାଇଁ ଗୁଣିଗାରେଡିର ସହାୟତା ମଧ୍ୟ ନେଇଥିଲେ। ମାତ୍ର ରୋଗ ଭଲ ହୋଇ ନଥିଲା। ସେ କିଛି ଖିଆପିଆ କରୁ ନ ଥିଲେ। ସଞ୍ଜୁକ୍ତାଙ୍କ ଯନ୍ତ୍ରଣା ଦେଖି ନିରୁପାୟ ହୋଇ ପଡିଥିଲେ ରାଜେନ୍ଦ୍ର। ଧାରଉଧାର କରି ଝିଅକୁ କଟକ ଏସ୍‌ସିବିକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ତା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ବସନ୍ତ ରୋଗ ଯୋଗୁ ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିବା ଗାଁରେ ଗୁଜବ ପ୍ରଚାର ହେଲା। ମୃତଦେହ ସତ୍କାର ପାଇଁ କେହି ଆସିଲେନି। ଗାଁର ପ୍ରଥା ଅନୁସାରେ ବସନ୍ତ ରୋଗରେ କାହାର ମୃତ୍ୟୁ ହେଲେ ମୃତଦେହ ପୋଡା ଯାଇ ନଥାଏ କିମ୍ବା ମାଟି ଖୋଳି ପୋତା ଯାଏନି। ତେଣୁ ଝିଅର ମୃତଦେହକୁ ଜଙ୍ଗଲ ମଝିରେ ଫିଙ୍ଗି ଦେବାକୁ ଗାଁ ଲୋକ କହିଥିଲେ। ଯାହାକୁ ନେଇ ଅଡୁଆରେ ପଡି ଯାଇଥିଲେ ରାଜେନ୍ଦ୍ର। ନିଜର ଅନିଚ୍ଛା ସତ୍ତ୍ୱେ ପୁଅ ଓ ପୁତୁରାଙ୍କ ସହ ମିଶି ଝିଅ ମୃତଦେହକୁ ଖଟରେ ୩ କିଲୋମିଟର ଦୂର ବୋହି ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି। ତେବେ ବସନ୍ତ ହାଡଫୁଟି ରୋଗର ନିରାକରଣ ହେଲାଣି। ତାର ଔଷଧ ମଧ୍ୟ ବାହାରିଲାଣି। କିନ୍ତୁ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନି। ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିବାରେ ଜିଲା ପ୍ରଶାସନ ଓ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଫଳ ହୋଇଥିବା ଏଭଳି ଘଟଣାରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଟଲି ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କଲେ ମହମ୍ମଦ ଶାହାରୁଖ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ମହମ୍ମଦ ଶାହାରୁଖ ଲୋଧିଆ...

ଡବଲ ଇଞ୍ଜିନ୍‌ ଭୋଟ୍‌ ପାଇଁ କାମ କରେ, କାହିଁକି ଏମିତି କହିଲେ ପାଣ୍ଡିଆନ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଛତ୍ରପୁରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର। ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦ୍‌ବୋଧନ ଦେଇ କହିଛନ୍ତି, ଡବଲ ଇଞ୍ଜିନ୍‌ ବୋଲି କିଛି ଲୋକ...

ବ୍ରିଜ୍‌ ଉପରେ ସାଇକେଲ ରଖି ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ଅନ୍ତର୍ଗତ ଅଠରବାଙ୍କି ଓଭରବ୍ରିଜ୍‌ ଉପରୁ ବୁଧବାର ଖରାବେଳେ ଜଣେ ଦଶମ ଶ୍ରେଣୀ ଛାତ୍ର ନାହିଁ କାଉଡ଼ିଆ ନଦୀରେ ପଡ଼ି ଯାଇ...

ପ୍ରାର୍ଥିପତ୍ର ଦାଖଲ କଲେ ଇରାସିସ ଆଚାର୍ଯ୍ୟ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭାଜପା ପ୍ରାର୍ଥୀ ଇରାସିସ ଆଚାର୍ଯ୍ୟ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି।...

ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଅନିଲ ବରୁଆ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ରାଜଗାଙ୍ଗପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଅନିଲ ବରୁଆ ବୁଧବାର ନିଜର ନାମାଙ୍କନପପତ୍ର ଦାଖଲ କରିଛନ୍ତି। ଅନିଲ ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ...

ନାମାଙ୍କନପତ୍ର ଦାଖଲ କଲେ ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ନାଏକ

ସୁନ୍ଦରଗଡ଼,୧ା୫(ଜୟନାରାୟଣ ମେଣ୍ଡୁଳି): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ବୁଧବାର ପ୍ରାର୍ଥିପତ୍ର ଦାଖଲର ଚତୁର୍ଥ ଦିବସରେ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) ପ୍ରାର୍ଥୀ...

ନାମାଙ୍କନପତ୍ର ଦାଖଲ କଲେ ଡା. ଆଶିଷ ଶତପଥୀ

ବରଗଡ଼,୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଧାନସଭା ଆସନ ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଆମ ଆଦ୍‌ମୀ ପାର୍ଟି (ଏଏପି) ପ୍ରାର୍ଥୀ ଡା. ଆଶିଷ ଶତପଥୀ ବୁଧବାର ନାମାଙ୍କନ...

ମାମୁଙ୍କୁ ପଥରରେ ଛେଚି ହତ୍ୟା କଲେ ଭଣଜା

ବଣାଇ,୧ା୫(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନାର ଗଉଡ଼ ଗ୍ରାମରେ ରହୁଥିବା ଭଉଣୀ ଘରକୁ ଲହୁଣିପଡ଼ା ଥାନା ଅନ୍ତର୍ଗତ କେନାପାଲି ଗ୍ରାମର ସୁବର୍ଣ୍ଣ କଂସୁରିଆ (୬୦)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri