ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ କଲୋନିର ମହମ୍ମଦ ସୋହେଲ (୨୯), ଭାଟି ରୋଡ୍‌ସ୍ଥିତ ନ୍ୟୁ କଲେକ୍ସନ ଦୋକାନର ମାଲିକ ଇମ୍ରାନ ଅହମ୍ମଦ(୪୩), ନାଲା ରୋଡ୍‌ ଛକସ୍ଥିତ ଉତ୍କଳ ଟାଇମ୍‌ ହାଉସ୍‌ର ମାଲିକ ମହମ୍ମଦ ଉମୈର ଆଲମ(୩୫) ଏବଂ ମେନ୍‌ ରୋଡ୍‌ସ୍ଥିତ ଜିଲାନ କମ୍ପ୍ଲେକ୍ସର ମେଟ୍ରୋ ଟାଇମ୍ସ ମାଲିକ ମହମ୍ମଦ ଆସିମ (୪୦)।

ପୋଲିସ ଚଢ଼ାଉ ବେଳେ ବିଭିନ୍ନ ବ୍ରାଣ୍ଡ୍‌ର ନକଲି ଘଡ଼ି, ଡାଏଲ୍‌, ଟ୍ୟାଗ୍‌, ଲେଦର ବେଲ୍ଟ ଓ ଖାଲି ବକ୍ସ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ୧୬୦ଟି ନକଲି ଫାଷ୍ଟ୍ରାକ୍‌ ଟ୍ୟାଗ୍‌, ୧୮୬ଟି ଫାଷ୍ଟ୍ରାକ୍‌ ଲେଦର ବେଲ୍ଟ ଘଡ଼ି, ୪୫ଟି ଫାଷ୍ଟ୍ରାକ୍‌ କଳା ଚେନ୍‌ ଘଡ଼ି, ୧୧୧ଟି ଫାଷ୍ଟ୍ରାକ୍‌ ସିଲଭର ଚେନ୍‌ ଘଡ଼ି, ଟାଇଟନର ୪ଟି ଖାଲି ବକ୍ସ, ଫାଷ୍ଟ୍ରାକ ୨୧ଟି ଓ ସୋନାଟାର ୫୪ଟି ଖାଲି ବକ୍ସ ରହିଛି।

ଏହା ବ୍ୟତୀତ ଟାଇଟନର ବିଭିନ୍ନ ମଡେଲର ନକଲି ଘଡ଼ି, ଟାଇଟନ ରାଗା ଲେଡିଜ୍‌ ଘଡ଼ି, ଫାଷ୍ଟ୍ରାକ୍‌ ଓ ସୋନାଟାର ବିଭିନ୍ନ ଡିଜାଇନ୍‌ର ଚେନ୍‌ ଓ ଲେଦର ବେଲ୍ଟ ଘଡ଼ି ଏବଂ ବହୁ ସଂଖ୍ୟକ ଫାଷ୍ଟ୍ରାକ୍‌ ଡାଏଲ୍‌ ଓ ଟ୍ୟାଗ୍‌ ମଧ୍ୟ ଜବତ ହୋଇଛି। ଅଭିଯୁକ୍ତମାନେ ପ୍ରତିଷ୍ଠିତ ବ୍ରାଣ୍ଡ୍‌ର ନକଲି ଘଡ଼ି ସାଧାରଣ ଗ୍ରାହକଙ୍କୁ ବିକ୍ରି କରି ଲାଭ ଉଠାଉଥିଲେ। ଏ ନେଇ ପ୍ଲାଣ୍ଟସାଇଟ୍‌ ଥାନାରେ ଏକ ମାମଲା (ନଂ.୮୬୫/୨୬) ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି…ପାଣି-କାଦୁଅରେ ଭବିଷ୍ୟତ ଖୋଜୁଛନ୍ତି ଛାତ୍ରୀଛାତ୍ର

ପୁରୁଷୋତ୍ତମପୁର, ୬।୧୧ (ସବିତା ମିଶ୍ର): ଶିକ୍ଷାମନ୍ତ୍ରୀ ସାର୍‌, ପରୀକ୍ଷାରେ ଆମକୁ ହଇରାଣ କରିବେନି। ଆମର ବର୍ଷକର ପରିଶ୍ରମ ସବୁ ବନ୍ୟା ପାଣି ଧୋଇନେଇଛି। ଆଉ ଲେଖିବାକୁ ଆମ…

ଆଜି ଧନତେରସରେ ମାଲାମାଲ ହେବେ କେବଳ ଏହି ୪ ରାଶି, ବ୍ୟବସାୟରେ ହେବ ଲାଭ ହିିଁ ଲାଭ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଆଜି ୬ ନଭେମ୍ବର ୨୦୨୬, କାର୍ତ୍ତିକ ମାସ କୃଷ୍ଣପକ୍ଷ ଦ୍ୱାଦଶୀ ତିଥି। ସକାଳ ୧୦ଟା ୩୦ ମିନିଟରେ ଦ୍ୱାଦଶୀ ତିଥିର ସମାପ୍ତି ହୋଇ ତ୍ରୟୋଦଶୀ ତିଥି ଆରମ୍ଭ…

କେସିଙ୍ଗା ବ୍ଲକସ୍ତରୀୟ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ: ପ୍ରତିଭା ପ୍ରଦର୍ଶନ କଲେ ଛାତ୍ରୀଛାତ୍ର

କେସିଙ୍ଗା, ୬।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ…

ହୃଦୟ ବିଦାରକ ହତ୍ୟାକାଣ୍ଡ: ପତ୍ନୀ, ପୁଅ, ଶାଶୁ-ଶ୍ୱଶୁରଙ୍କ ସମେତ ୭ ଜଣଙ୍କୁ ହତ୍ୟା କଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୧: ବେଙ୍ଗାଲୁରୁରେ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଗୋଟିଏ ପରିବାରର ସାତ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି; ଏଥିରେ ୭ବର୍ଷର ଜଣେ ବାଳକ ମଧ୍ୟ…

ଦ୍ୱିତୀୟ ଦିନିକିଆ ପଇଁ ଭାରତୀୟ ପ୍ଲେଇଂ-୧୧ରେ ହୋଇପାରେ ବଡ଼ ପରିବର୍ତ୍ତନ: ସିରାଜ୍‌ ଇନ୍‌, ନବି ଆଉଟ୍‌ !

ୱେଲିଂଟନ,୬।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ ନଭେମ୍ବର ୭ରେ ୱେଲିଂଟନ୍‌ର ରିଜିଓନାଲ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ଦିନିକିଆରେ ବିଜୟୀ ହୋଇ ଭାରତୀୟ…

ଦୀପାବଳି ପୂର୍ବରୁ ସରକାରଙ୍କ ବଡ଼ ଉପହାର, ରାଜ୍ୟ କର୍ମଚାରୀଙ୍କୁ ମିଳିବ ୩୦ ଦିନର ବୋନସ

ନୂଆଦିଲ୍ଲୀ,୬।୧୧: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ବଡ଼ ଉପହାର ଦେବାକୁ ଯାଉଛନ୍ତି। ରାଜ୍ୟ ସରକାର ୨୦୨୫-୨୦୨୬ ବର୍ଷ ପାଇଁ ୩୦…

୬୦ବର୍ଷରେ ପାଚିକା ଚାକିରିରୁ ଅବସର, ହେଲେ ମିଳୁନି ବାର୍ଦ୍ଧକ୍ୟ ଭତ୍ତା! ଅସନ୍ତୋଷ କୁମୁଦିନୀ

ଅମରପାଲି,୬।୧୧(ପୀତାମ୍ବର ସାହୁ): ଚାକିରିରୁ ଅବସର ନେବାର ୧୦ ମାସ ବିତିଲାଣି । ଆଧାର କାର୍ଡ ଓ ଭୋଟର ପରିଚୟପତ୍ରରେ ବୟସ ୬୦ ବର୍ଷରୁ ଊର୍ଦ୍ଧ୍ୱ । ଏପରିକି…

ରୋହିତ-ବିରାଟଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସିଖବର, ଜାନୁଆରୀ ୨୦୨୭ରେ ଟିମ ଇଣ୍ଡିଆ…

ନୂଆଦିଲ୍ଲୀ,୬।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ଯୋଗୁ ଦୁଇଥର ସିରିଜ ବାତିଲ ହୋଇଛି। ସେପ୍ଟେମ୍ବରରେ ଟିମ ଇଣ୍ଡିଆ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?