ଝିଅ ମୃତଦେହ ଜଙ୍ଗଲରେ ଫିଙ୍ଗିଦେଲେ ବାପା

ସୋନପୁର,୧୭ା୨(ନି.ପ୍ର.):ଅନ୍ଧବିଶ୍ୱାସ ଓ ସାହିପଡିଶାଙ୍କ ବାସନ୍ଦ ଧମକ ଗ୍ରାମାଞ୍ଚଳରେ ଏବେ ବି ଦେଖିବାକୁ ମିଳୁଛି। ସୁବର୍ଣ୍ଣପୁର ଜିଲା ତରଭା ଥାନା ବଡଯୋର ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମସରା ପଞ୍ଚାୟତ ବଡଯୋର ଗାଁ ରାଜେନ୍ଦ୍ର ଦ୍ୱାରୀଙ୍କ ଝିଅ ସଞ୍ଜୁକ୍ତା(୨୯)ଙ୍କ ପାଟିରେ ଘା’ ହୋଇଥିଲା। ଚିକିତ୍ସା ପରେ ବି ସେ ସୁସ୍ଥ ହୋଇ ନ ଥିଲେ। ଗାଁ ଲୋକେ ବସନ୍ତ ହୋଇଥିବା କହି ନାକ ଟେକିଥିଲେ। ମଙ୍ଗଳବାର ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ଜ୍ଞାତି କୁଟୁମ୍ବ, ଗାଁ ଲୋକ ଓ ପଡୋଶୀ ଶବକୁ କାନ୍ଧ ଦେଇ ନ ଥିଲେ। ବାସନ୍ଦ ଭୟରେ ରାଜେନ୍ଦ୍ର ନିଜ ପୁଅ ସହିତ ମିଶି ଝିଅର ମୃତଦେହକୁ ଜଙ୍ଗଲକୁ ନେଇ ପିଙ୍ଗି ଦେଇଥିଲେ। ମୃତଦେହ ଉପରେ ଡାଳ ପତ୍ର ରଖି ଦେଇ ଆସିଥିଲେ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ମୃତଦେହକୁ ଅସମ୍ମାନ ସମ୍ପର୍କରେ ସୂଚନା ପାଇ ବଲାଙ୍ଗୀର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ବୁଧବାର ରାଜେନ୍ଦ୍ରଙ୍କ ଘରେ ପହଞ୍ଚତ୍ଥିଲେ। ପୋଲିସ ଓ ମୃତାଙ୍କ ପରିବାର ନିକଟରୁ ଅନୁମତି ପାଇ ମୃତଦେହକୁ ସେମାନେ ଜଙ୍ଗଲରୁ ଆଣିଥିଲେ। ବୁଧବାର ସନ୍ଧ୍ୟାରେ ସ୍ବେଚ୍ଛାସେବୀମାନେ ମୃତଦେହ ବଲାଙ୍ଗୀର ସହର ନେଇ ବିଭୂତିପଡା ଶ୍ମଶାନରେ ସମ୍ମାନର ସହ ସତ୍କାର କରିଥିଲେ।
ସୂଚନା ଅନୁଯାୟୀ, ଗତ ୨ ମାସ ପୂର୍ବରୁ ସଞ୍ଜୁକ୍ତାଙ୍କ ରୋଗ ସମ୍ପର୍କରେ ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ପ୍ରଥମେ କମସରା ସ୍ବାସ୍ଥ୍ୟକେନ୍ଦ୍ର ଓ ତରଭା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବଲାଙ୍ଗୀରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଇଥିଲା। ତେବେ ରୋଗ ଭଲ ନ ହେବାରୁ ଝିଅକୁ ଧରି ଘରକୁ ପଳାଇ ଆସିଥିଲେ ରାଜେନ୍ଦ୍ର। ଝିଅକୁ ଭଲ କରିବା ପାଇଁ ଗୁଣିଗାରେଡିର ସହାୟତା ମଧ୍ୟ ନେଇଥିଲେ। ମାତ୍ର ରୋଗ ଭଲ ହୋଇ ନଥିଲା। ସେ କିଛି ଖିଆପିଆ କରୁ ନ ଥିଲେ। ସଞ୍ଜୁକ୍ତାଙ୍କ ଯନ୍ତ୍ରଣା ଦେଖି ନିରୁପାୟ ହୋଇ ପଡିଥିଲେ ରାଜେନ୍ଦ୍ର। ଧାରଉଧାର କରି ଝିଅକୁ କଟକ ଏସ୍‌ସିବିକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ହେଲେ ତା ପୂର୍ବ ଦିନ ଅର୍ଥାତ ମଙ୍ଗଳବାର ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ବସନ୍ତ ରୋଗ ଯୋଗୁ ସଞ୍ଜୁକ୍ତାଙ୍କ ମୃତ୍ୟୁ ହୋଇଥିବା ଗାଁରେ ଗୁଜବ ପ୍ରଚାର ହେଲା। ମୃତଦେହ ସତ୍କାର ପାଇଁ କେହି ଆସିଲେନି। ଗାଁର ପ୍ରଥା ଅନୁସାରେ ବସନ୍ତ ରୋଗରେ କାହାର ମୃତ୍ୟୁ ହେଲେ ମୃତଦେହ ପୋଡା ଯାଇ ନଥାଏ କିମ୍ବା ମାଟି ଖୋଳି ପୋତା ଯାଏନି। ତେଣୁ ଝିଅର ମୃତଦେହକୁ ଜଙ୍ଗଲ ମଝିରେ ଫିଙ୍ଗି ଦେବାକୁ ଗାଁ ଲୋକ କହିଥିଲେ। ଯାହାକୁ ନେଇ ଅଡୁଆରେ ପଡି ଯାଇଥିଲେ ରାଜେନ୍ଦ୍ର। ନିଜର ଅନିଚ୍ଛା ସତ୍ତ୍ୱେ ପୁଅ ଓ ପୁତୁରାଙ୍କ ସହ ମିଶି ଝିଅ ମୃତଦେହକୁ ଖଟରେ ୩ କିଲୋମିଟର ଦୂର ବୋହି ନେଇ ଜଙ୍ଗଲରେ ଫିଙ୍ଗି ଦେଇଥିଲେ ବୋଲି ରାଜେନ୍ଦ୍ର କହିଛନ୍ତି। ତେବେ ବସନ୍ତ ହାଡଫୁଟି ରୋଗର ନିରାକରଣ ହେଲାଣି। ତାର ଔଷଧ ମଧ୍ୟ ବାହାରିଲାଣି। କିନ୍ତୁ ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ଦୂର ହୋଇନି। ଗ୍ରାମାଞ୍ଚଳର ଲୋକଙ୍କୁ ସଚେତନ କରିବାରେ ଜିଲା ପ୍ରଶାସନ ଓ ଜିଲାର ସ୍ବେଚ୍ଛାସେବୀ ଅନୁଷ୍ଠାନ ବିଫଳ ହୋଇଥିବା ଏଭଳି ଘଟଣାରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri