କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କ ପିତାଙ୍କୁ ପ୍ରଥମେ ଆସିଥିଲା ୩ କଲ୍‌, ସାମ୍ନାକୁ ଆସିଲା ଏହି ଅଡିଓ କ୍ଲିପ୍‌

କୋଲକାତା,୩୦ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଦିନକୁ ଦିନ ନୂଆ କଥା ସବୁ ସାମ୍ନାକୁ ଆସୁଛି। ଏବେ ଏକ ଅଡିଓ କ୍ଲିପ୍‌ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ମୃତା ମହିଳା ଡାକ୍ତରଙ୍କ ପିତାଙ୍କୁ କଲ୍‌ କରି ପ୍ରଥମେ କୁହାଯାଇଥିଲା ଯେ, ବୋଧ୍‌ହୁଏ ଆପଣଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ଦୟାକରି ଶୀଘ୍ର ଆସନ୍ତୁ।

ଅଗଷ୍ଟ ୯ରେ କୋଲକାତା ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସହକାରୀ ଅଧୀକ୍ଷକ ତାଙ୍କ ପିତାଙ୍କୁ କଲ୍‌ କରି ଏହି ସୂଚନା ଦେଇଥିଲେ।

ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ କର୍ମଚାରୀଙ୍କ ଦ୍ୱାରା କରାଯାଇଥିବା ଏହି କଲ୍‌ରୁ ଜଣାପଡ଼ିଛି କି, ସେ ଅଭିଭାବକଙ୍କୁ ଡାକ୍ତରଖାନା ଆସିବାକୁ ଅନୁରୋଧ କରୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି, ‘ଆପଣଙ୍କ ଝିଅ ଦେହ ଭଲ ନାହିଁ। ଆପଣ ତୁରନ୍ତ ଡାକ୍ତରଖାନାକୁ ଆସିପାରିବେ କି?’

ପିତା ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଚାହିଁଥିଲେ। ଯେଉଁଥିରେ କର୍ମଚାରୀ କେବଳ କହିଥିଲେ, ସେ ଭଲ ନାହାନ୍ତି। ଆପଣ ଶୀଘ୍ର ଆସି ପାରିବେ କି? ମୃତା ମହିଳା ଡାକ୍ତରଙ୍କ ପିତା ଯେତେବେଳେ ଅଧିକ ଚାପ ପକାଉଛନ୍ତି କର୍ମଚାରୀ କହିଥିଲେ, ଆପଣ ଯେତେବେଳେ ଏଠାକୁ ଆସିବେ ସବୁ ଜାଣିପାରିବେ। ଆମେ ଆପଣଙ୍କ ନମ୍ବର ପାଇଲୁ ଏବଂ କଲ୍‌ କଲୁ। କାରଣ ଆପଣ ତାଙ୍କ ପରିବାର ସଦସ୍ୟ।

କିଛି ସମୟ ପରେ, ଦ୍ୱିତୀୟ କଲ୍‌ ଆସିଲା, ଯେଉଁଥିରେ ସେହି ଡାକ୍ତରଖାନାର କର୍ମଚାରୀ ଅଧିକ ଚିନ୍ତିତ ମନେ ହେଉଥିଲେ। ସେ ଅନୁରୋଧ କରିଛନ୍ତି, ‘ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର। ଦୟାକରି ଶୀଘ୍ର ଆସନ୍ତୁ।’। ଏହା ପରେ ପିତା ଅଧିକ ଚିନ୍ତିତ ହୋଇଉଠିଲେ।  କ’ଣ ଘଟିଲା ସେ ଜାଣିବାକୁ ଚାହିଁଥିଲେ, କିନ୍ତୁ ଉତ୍ତର ଅସ୍ପଷ୍ଟ ଥିଲା: ‘ଡାକ୍ତର କହିବେ। ଦୟାକରି ଶୀଘ୍ର ଆସନ୍ତୁ।’

ଯେତେବେଳେ ମୃତା ଡାକ୍ତରଙ୍କ ପିତା ପଚାରିଲେ ଆପଣ କିଏ। କର୍ମଚାରୀ ଜଣକ କହିଥିଲେ, ମୁଁ ସହକାରୀ ଅଧୀକ୍ଷକ ଅଟେ ଏବଂ ମୁଁ ଡାକ୍ତର ନୁହେଁ। ଏହାର ଉତ୍ତର ଜାଣି ହତାଶ ହୋଇ ପିତା ପଚାରିଥିଲେ ସେଠାରେ ଡାକ୍ତର ଉପସ୍ଥିତ ଅଛନ୍ତି କି ନାହିଁ, କିନ୍ତୁ କିଛି ନ କହି କଲ୍‌ଟି ସେପଟୁ କଟିଯାଇଥିଲା।

ତୃତୀୟ ତଥା ଶେଷ କଲରେ କର୍ମଚାରୀ ଅତ୍ୟଧିକ ଚିନ୍ତିତ ମନେ ହେଉଥିଲେ। ସେ କହିଥିଲେ, ‘ସେ ହୁଏତ ଆତ୍ମହତ୍ୟା କରିଥାଇ ପାରନ୍ତି କିମ୍ବା ମୃତ ହୋଇଥାଇପାରନ୍ତି। ପୋଲିସ ଏଠାରେ ଅଛି। ଆମେ ଡାକ୍ତରଖାନାରେ, ସମସ୍ତଙ୍କ ସାମ୍ନାରେ ଏହି କଲ୍‌ କରୁଛୁ।’

ଏହି କଲ୍‌ଗୁଡ଼ିକ ଟ୍ରେନି ମହିଳା ଡାକ୍ତରଙ୍କ ମୃତ୍ୟୁ ପରିସ୍ଥିତି ଏବଂ ଡାକ୍ତରଖାନାର ପରିସ୍ଥିତିକୁ ନେଇ ଗୁରୁତର ପ୍ରଶ୍ନ ସୃଷ୍ଟି କରିଛି। ଏହି ପରିସ୍ଥିତିରେ ଆଶ୍ଚର୍ଯ୍ୟ ହୋଇ ପରିବାର ବର୍ତ୍ତମାନ ଝିଅର ମୃତ୍ୟୁ ପୂର୍ବରୁ କ’ଣ ଘଟିଥିଲା ସେ ସମ୍ପର୍କରେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଉତ୍ତର ମାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?