Posted inଫୁରସତ

ଝିଅ ବିଦାୟୀ ସମୟରେ ପିତା କରନ୍ତି ଏପରି ଅଜବ କାମ, କାରଣ ଜାଣିଲେ…

ଦୁନିଆରେ ଭିନ୍ନ ଜାତିର ଲୋକ, ଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି। ପ୍ରତ୍ୟେକ ଧର୍ମ ଏବଂ ଅଞ୍ଚଳ ଅନୁଯାୟୀ ରୀତିନୀତି ପରିବର୍ତ୍ତନ ହୁଏ। ଏମିତି ଏକ ପରମ୍ପରା ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।

କେନିଆ ଏବଂ ତାଞ୍ଜାନିଆରେ ବାସ କରୁଥିବା ମସାଇ ଜନଜାତି ଅନେକ ଅଜବ ପରମ୍ପରା ଅନୁସରଣ କରିବା ପାଇଁ ଜଣାଶୁଣା। ଏଠାରେ ବିବାହକୁ ଅଧିକ ଗୁରୁତ୍ୱ ଦିଆଯାଏ। ପ୍ରତ୍ୟେକ ଦମ୍ପତିଙ୍କ ବିବାହରେ ଲୋକମାନେ ଏକତ୍ରିତ ହୋଇ ଧୂମ୍‌ଧାମରେ ପାଳନ କରିଥାନ୍ତି। ସବୁଠୁ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଥାଏ ଝିଅ ବିଦା ସମୟରେ।

ସାଧାରଣତଃ ଝିଅ ବିଦା ସମୟରେ ପରିବାର ସଦସ୍ୟ ଏବଂ ବନ୍ଧୁବାନ୍ଧବମାନେ କାନ୍ଦି କାନ୍ଦି ଝିଅକୁ ବିଦାୟ ଦେଇଥାନ୍ତି। ମାତ୍ର ଏହି ଜନଜାତିର ପିତା ଝିଅ ଉପରେ ଛେପ ପକାଇ ଝିଅକୁ ଶାଶୁଘର ପଠାଇଥାନ୍ତି। ଛେପ ପକାଇବା ଏକ ଆଶୀର୍ବାଦ ଭାବରେ ବିବେଚନା କରାଯାଏ ।
ଭାରତରେ ଝିଅମାନେ ବିବାହ ପରେ ବିଦାୟ ହେବା ସମୟରେ ନିଜ ସମ୍ପର୍କୀୟ, ମାତାପିତା ତାଙ୍କୁ ଆଲିଙ୍ଗନ କରନ୍ତି। ମାତାପିତାମାନେ ଝିଅ ମୁଣ୍ଡରେ ହାତ ରଖି ତାଙ୍କୁ ଆଶୀର୍ବାଦ କରନ୍ତି। କିନ୍ତୁ ମସାଇ ଜନଜାତିରେ ବିଦାୟ ସମୟରେ ମୁଣ୍ଡରେ ଛେପ ପକାଇବା ଏକ ଆଶୀର୍ବାଦ ବୋଲି ବିବେଚନା କରାଯାଏ। ଯଦି ପିତା ମୁଣ୍ଡରେ ଛେପ ପକାଇଲେ ନାହିଁ, ଅର୍ଥାତ୍‌ ସେ ନିଜ ଝିଅକୁ ଆଶୀର୍ବାଦ କଲେ ନାହିଁ।ଏହି କାରଣରୁ, ସମସ୍ତ ପିତା ନିଜ ଝିଅଙ୍କୁ ବିବାହ କରି ବିଦାୟୀ ସମୟରେ ସେମାନଙ୍କ ମୁଣ୍ଡରେ ଛେପ ପକାଇବାକୁ ପଡ଼ିବ। ଯାହା ଦ୍ୱାରା ଝିଅର ନୂତନ ଜୀବନ ସୁଖରେ ପରିପୂର୍ଣ୍ଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri