Posted inଜାତୀୟ

୪ ଦିନିଆ ୟୁପି ଗସ୍ତରେ ରାଷ୍ଟ୍ରପତି

ଲକ୍ଷ୍ନୌ,୩।୬:  ୪ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତି ସେକ୍ରେଟେରିଏଟ ତରଫରୁ ସୂଚନା ଦିଆଯାଇଛି। ରାଷ୍ଟ୍ରପତି ଉତ୍ତରପ୍ରଦେଶ ପହଞ୍ଚି ପ୍ରଥମ ଦିନରେ ତାଙ୍କ ଜନ୍ମମାଟି ପାରାଉଖ କାନପୁର ଦେହାଟ ଯିବେ । ସେଠାରେ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ଉତ୍ତରପ୍ରଦେଶ କାନପୁରର ମରଚାଣ୍ଟ ଚାମ୍ବରର ୯୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେହିଦିନ ଗୋରଖପୁରରେ ଥିବା ଗୀତା ପ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସୂଚନା ମିଳିଛି । ସେହିପରି ଜୁନ ୫ ତାରିଖରେ ରାଷ୍ଟ୍ରପତି ମଗହରରେ ସନ୍ଥ କବୀର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ଏବଂ ସନ୍ଥକବୀର ଏକାଡେମୀର ଉଦ୍‌ଘାଟନ କରିବେ । ଏହା ପରେ ୬ ତାରିଖରେ ଉତ୍ତରପ୍ରଦେଶ ବିଧାନମଣ୍ଡଳରେ ଏକ ସ୍ବତନ୍ତ୍ର ମିଳିତ ଅଧିବେଶନକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶ ଗସ୍ତ କରିବେ ।

ଅନ୍ୟପଟେ, ଆଜି ପୂର୍ବାହ୍ନ ୧୧ଟାରେ ଉତ୍ତରପ୍ରଦେଶରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ୟୁପି ନିବେଶକ ସମ୍ମିଳନୀର ଗ୍ରାଉଣ୍ଡ ବ୍ରେକିଂ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ୮୦ ହଜାର କୋଟିରୁ ଅଧିକ ମୂଲ୍ୟର ୧୪୦୬ଟି ପ୍ରକଳ୍ପର ଶିଳାନ୍ୟାସ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟୁଇଟରେ ଦେଶର ବୀର ଯବାନଙ୍କୁ ସଲାମ କଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ,୨୬ ।୭: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସମ୍ବଧାନିକ ପଦ ସମ୍ଭାଳିବା ପରେ ପ୍ରଥମ ଟୁଇଟ କାରଗିଲ ଯୁଦ୍ଧର ବୀର ସୁପୁତ୍ରଙ୍କ ନାମରେ କରିଛନ୍ତି ।...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ: ଆଇଇଡ଼ି ଜବତ

ଶ୍ରୀନଗର,୨୨।୨: ଜମ୍ମୁ-କଶ୍ମୀରରେ ଏକ ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ନୌଗାମ୍‌ର କେନହାମ୍‌ ଅଞ୍ଚଳରେ ରେଲଓ୍ବେ କ୍ରସିଂ ନିକଟରୁ ଆଇଇଡ଼ି ଜବତ ହୋଇଛି। ସୁରକ୍ଷା ଦୃଷ୍ଟିରୁ...

ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ

ଆହ୍ଲାବାଦ୍‌,୧୪।୧: ଦୁଇ ଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ସ୍ପେଶାଲ ମ୍ୟାରେଜ୍‌ ଆକ୍ଟ ଅନୁସାରେ ହେଉଥିବା ବିବାହରେ ୩୦ ଦିନିଆ ନୋଟିସ୍‌ ବାଧ୍ୟତାମୂଳକ ନୁହେଁ। ଏନେଇ ଆହ୍ଲାବାଦ ହାଇକୋର୍ଟ...

ଅମ୍ଫନ ରିଲିଫ୍‌ ପାଣ୍ଠି ଆତ୍ମସାତ୍‌ କରିଛି ଟିଏମ୍‌ସି: ଶାହା

ଗୋସାବା,୨୪ା୩: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଅମ୍ଫନ ରିଲିଫ୍‌ ପାଣ୍ଠିକୁ ଆତ୍ମସାତ୍‌‌ କରିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଗୋସାବାରେ ଭାଜପାର ଏକ...

ବଦଳିଗଲାଣି ଅଭିନନ୍ଦନଙ୍କ ଲୁକ୍‌

ନୂଆଦିଲ୍ଲୀ,୨।୮: ପାକିସ୍ତାନ ଯୁଦ୍ଧ ବିମାନକୁ ଖସାଇ ବୀର ଚକ୍ର ସମ୍ମାନରେ ସମ୍ମାନିତ ହୋଇଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ଲୁକ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ...

ବିଧାୟକ ଦଳ ନେତାରୁ ଇସ୍ତଫା ଦେଲେ ସିଦ୍ଧରମୟା

ବେଙ୍ଗାଲୁରୁ,୯।୧୨: କର୍ନାଟକର ୧୫ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ସୁଦ୍ଧା ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୫ଟି...

ସୁଶାନ୍ତ ସିଂ ରାଜପୁତ, ବିକାଶ ଦୁବେଙ୍କ ଉପରେ ନିର୍ମାଣ କରାଯାଉଥିବା ଫିଲ୍ମର ନାଁ ରେଜିଷ୍ଟ୍ରେଶନ ଆରମ୍ଭ

ମୁମ୍ବାଇ,୧୩ ।୯: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁ୍‌ତ ମୃତ୍ୟୁ ମାମଲାର ଯାଞ୍ଚ ଏବେ ୩ଟି ଏଜେନ୍ସି କରୁଛନ୍ତି । ଆଉ ଏହି ମାମଲାରେ ତାଙ୍କର...

ଆନ୍ନା ହଜାରେଙ୍କ କାନ୍ଧରେ ବନ୍ଧୁକ ରଖି ଭାଜପା ଫୁଟାଉଛି ଗୁଳି, କେଜରିଓ୍ବାଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୩୦।୮ : ଦିଲ୍ଲୀରେ ଚାଲିଥିବା ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଭାଜପାକୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଭାଜପା କହୁଛି...

Advertisement
Archives

Model This Week