ଚାଷୀଙ୍କୁ ଘାରିଛି ଅଦିନିଆ ବର୍ଷା, ବିଲରେ ଲୋଟିଛି ପାଚିଲା ଧାନ

ଭୁବନେଶ୍ୱର,୨୫ା୧୨(ଅନିଲ ଦାସ): ଗତ କିଛିଦିନ ଧରି ରାଜ୍ୟରେ ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷା ଲାଗି ରହିଛି। ଉପକୂଳ ଓଡ଼ିଶାରେ ପାଚିଲା ଧାନ ପାଣି ବିଲରେ ଲୋଟିଛି। ଧାନର ମାନ ଖରାପ ହେଲେ ବିକ୍ରିଯୋଗ୍ୟ ହେବ ନାହିଁ। ଧାନ ଗଜା ହୋଇଯିବାର ସମ୍ଭାବନା ରହିଛି। ପରିଶ୍ରମର ମୂଲ ମିଳିବ କି ନାହିଁ ଏଭଳି ଅନେକ ପ୍ରଶ୍ନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଏପରି ସ୍ଥଳେ ରାଜ୍ୟ ସରକାରଙ୍କ ଆଶ୍ୱାସନା ଚାଷୀଙ୍କୁ ଆଶ୍ୱସ୍ତି ଦେଇଛି।
ଧାନର ମାନ ଖରାପ ଥିଲେ ମଧ୍ୟ ରାଜ୍ୟ ସରକାର କିଣିବେ। ଏଥିପାଇଁ ସମସ୍ତ ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ଚାଷୀଙ୍କ ଧାନ କିଣାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି,ଟୋକନ ଅବଧି ଶେଷ ହୋଇ ଯାଇଥିଲେ ମଧ୍ୟ ଚାଷୀଙ୍କୁ ଆହୁରି ୧୫ ଦିନ ମହଲତ ଦିଆଯିବ। ଓଦା ଧାନ ଶୁଖାଇ ମଣ୍ଡିରେ ବିକ୍ରି ପାଇଁ ଅଧିକ ସମୟ ଦିଆଯିବ। ପାଗ ଖରାପ ଯୋଗୁ କିଛି ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। କିନ୍ତୁ ବର୍ଷା ପାଇଁ ଆଗୁଆ ମଣ୍ଡି ଖୋଲିବ ନାହିଁ। ବର୍ଷାରେ ଯେଉଁ ଚାଷୀଙ୍କର ଧାନ କ୍ଷତି ହୋଇଛି ଆକଳନ କରି ଉଚିତ ମୂଲ୍ୟ ଦିଆଯିବ। ଏବେ ସୁଦ୍ଧା ମଣ୍ଡିରେ ୭.୫ ଲକ୍ଷ କୁଇଣ୍ଟାଲ ଧାନ ବିକ୍ରି ହୋଇଛି। ପ୍ରାୟ ଦେଢ଼ ଲକ୍ଷ କୃଷକଙ୍କ ଆକାଉଣ୍ଟଙ୍କୁ ୨୧ ଶହ କୋଟି ଟଙ୍କା ଦିଆଯାଇଛି। ଏପର୍ଯ୍ୟନ୍ତ ଗୋଟିଏ ଅଭିଯୋଗ ଆସିନାହିଁ ବୋଲି ମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ ସରକାର ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଅଦିନିଆ ବୃଷ୍ଟିପାତଜନିତ କ୍ଷୟକ୍ଷତି ପୂରଣ ପାଇଁ ସରକାର ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ଯାହା ନିୟମ ଅଛି ସେହି ଅନୁସାରେ କ୍ଷତିପୂରଣ ଦିଆଯିବ। ସରକାର ଓ ଚାଷୀଙ୍କ ଭିତରେ ସହାଭାଗିତା ଦରକାର। ଜିଲା ପ୍ରଶାସନ ମଧ୍ୟ ସହାୟତା କରିବ। ଚାଷୀ ଆଦୌ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ। ସରକାର ଲୋକଙ୍କ ସାଙ୍ଗରେ ଅଛନ୍ତି ବୋଲି ସେ ଆଶ୍ୱାସନା ଦେଇଛନ୍ତି। ଅନ୍ୟପକ୍ଷରେ ଲଘୁଚାପ ଜନିତ ବର୍ଷା ଅଦିନିଆ ବର୍ଷା ଯୋଗୁ ହୋଇଥିବା ଫସଲ କ୍ଷୟକ୍ଷତିର ଆକଳନ ଆରମ୍ଭ ହୋଇଛି । ଆସନ୍ତା ୩ ଦିନ ଭିତରେ କ୍ଷୟକ୍ଷତି ଆକଳନ କରି ଜିଲାପାଳ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ। କ୍ଷୟକ୍ଷତିର ଠିକ୍‌ ଆକଳନ ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ନ ଥିଲେ ବିକ୍ରି କରିବା ପାଇଁ ବ୍ୟବସ୍ଥା କରାଯିବ। ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲେ ଏବଂ ବିକ୍ରିଯୋଗ୍ୟ ହୋଇ ନ ଥିଲେ ତା’ର ସମ୍ପୂର୍ଣ୍ଣ କ୍ଷତିପୂରଣ ଚାଷୀଙ୍କୁ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପୂର୍ବରୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ଷଣାବେକ୍ଷଣ ଅଭାବ: ରାସ୍ତାପାର୍ଶ୍ୱ ଆଲୋକୀକରଣ ଠପ୍‌

ବରଗଡ଼,୧୭।୬(ପ୍ରେମାନନ୍ଦ ଖମାରୀ):ବିକଶୀତ ବରଗଡ଼ ଲକ୍ଷ୍ୟ ନେଇ ସହରର ବିଭିନ୍ନ ରାସ୍ତାପାର୍ଶ୍ୱରେ ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ବାରମ୍ବାର ଏହି ଆଲୋକୀକରଣ ବ୍ୟବସ୍ଥା ଠପ୍‌ ପଡ଼ି…

ଟ୍ରମ୍ପଙ୍କ ଉପସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ବାର୍ତ୍ତା, G7 ଶିଖର ସମ୍ମିଳନୀରେ ଉଠାଇଲେ ଭାରତୀୟ ନାବିକଙ୍କ ମୃତ୍ୟୁ ପ୍ରସଙ୍ଗ, କହିଲେ…

ନୂଆଦିଲ୍ଲୀ,୧୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଫ୍ରାନ୍ସର ବିଆରଟିଜ୍ ସହରରେ ଅନୁଷ୍ଠିତ G-7 ସମ୍ମିଳନୀରେ ଯୋଗ ଦେଇଥିଲେ। G7 ନେତାଙ୍କ ସରକାରୀ ଗୋଷ୍ଠୀ ଫଟୋଗ୍ରାଫରେ ପ୍ରଧାନମନ୍ତ୍ରୀ…

ବିଜ୍ଞାନର ଆଶ୍ଚର୍ଯ୍ୟଜନକ ଚମତ୍କାର! କେବଳ ରକ୍ତ ପରୀକ୍ଷାରୁ ଜଣାପଡ଼ିବ ଆପଣଙ୍କ କେଉଁ ଅଙ୍ଗ କେତେ ବୟସ୍କ, ରୋଗ ହେବା ପୂର୍ବରୁ ମିଳିବ ସୂଚନା

ନୂଆଦିଲ୍ଲୀ,୧୭।୬(ପି.ଟି.): ମଣିଷର ପ୍ରକୃତ ବୟସ ତୁଳନାରେ ତା’ ଶରୀରର ଭିତର ଅଙ୍ଗଗୁଡ଼ିକ ଭିନ୍ନ ଭିନ୍ନ ଗତିରେ ବୃଦ୍ଧ ହୋଇଥାନ୍ତି। ଏହି ଜୈବିକ ବୟସକୁ ମାପିବା ପାଇଁ ବୈଜ୍ଞାନିକମାନେ…

୧୬୭୮ ତ୍ରୁଟିକୁ ମାନିଲେ ମନ୍ତ୍ରୀ, ଅଷ୍ଟମ ବହିରେ ସର୍ବାଧିକ ୭୦୫ ଭୁଲ୍‌ ଚିହ୍ନଟ

ଭୁବନେଶ୍ୱର,୧୭।୬(ସୁଚିସ୍ମିତା ସାହୁ): ରାଜ୍ୟରେ ଜାତୀୟ ଶିକ୍ଷାନୀତି (ଏନ୍‌ଇପି)-୨୦୨୦ ଲାଗୁ ହେବା ପରେ ସେହି ଅନୁସାରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଛି। ହେଲେ ଏଥିରେ ଦେଖାଯାଇଥିବା ୧୬୭୮ ତ୍ରୁଟିକୁ…

ଅଭାବନୀୟ! ପିଲା ଚୋର ସନ୍ଦେହରେ ଫେଲୋଶିପ୍ କରିଥିବା ଯୁବତୀ-ସହଯୋଗୀଙ୍କୁ ଦୁର୍ବ୍ୟବହାର ସହ ଆକ୍ରମଣ,

କଲ୍ୟାଣସିଂହପୁର, ୧୬।୬(ଦୀପକ କୁମାର ପରିଡା ): ରାୟଗଡ଼ାରୁ ଏକ ଅଭାବନୀୟ ଖବର ସାମ୍ନାକୁ ଆସିଛି, ଯେଉଁଠି ପିଲା ଚୋର ସନ୍ଦେହରେ ଫେଲୋଶିପ୍ ଜଣେ ଯୁବତୀ ଓ ତାଙ୍କ…

ବଢିପାରେ ସ୍କୁଲ ଛୁଟି ଅବଧି! ରାଜ୍ୟ ସରକାର ନେବେ ବଡ଼ ନିଷ୍ପତ୍ତି…

ଭୁବନେଶ୍ୱର,୧୬।୬: ମୌସୁମୀରେ ପ୍ରତିବନ୍ଧକ ସାଜୁଛି କି ଏଲ ନି ନୋ?  କେବଳ ରାଜ୍ୟ ନୁହେଁ ସାରା ଦେଶରେ ଏଭଳି ସ୍ଥିତି ।ଏବେ ବି ଦିନରେ ଖରା ଗରମ…

ମମତାଙ୍କ ପରେ ଉଦ୍ଧବଙ୍କ ପାଳି, ଦଳ ଛାଡିବେ ୧୬ ବିଧାୟକ ୭ ଏମପି…

ମୁମ୍ୱାଇ,୧୬।୬: ମହାରାଷ୍ଟ୍ରର ପୂର୍ୱତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା(ୟୁବିଟି) ପୁଣିଥରେ ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି। ୧୪ରୁ ୧୬ ଜଣ ବିଧାୟକ ଏବଂ ୭ ଜଣ…

E100 ଇଥାନଲ ନା ପେଟ୍ରୋଲ? କେଉଁ ଇନ୍ଧନରେ ଅଧିକ ମାଇଲେଜ୍ ଦେବ ଗାଡ଼ି, ଜାଣନ୍ତୁ…

ନୂଆଦିଲ୍ଲୀ,୧୬।୬: ଇଥାନଲ ଫୁଏଲକୁ ନେଇ ଭାରତରେ ଚର୍ଚ୍ଚା ଲାଗି ରହିଛି । ସରକାରଙ୍କଠୁ ନେଇ ଗାଡି ନିର୍ମାତା କମ୍ପାନୀ ଯାଏ ସମସ୍ତେ ଏହାକୁ ଭବିଷ୍ୟତର ଇନ୍ଧନ ରୁପେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri