ରତ୍ନମେଣ୍ଟି ଧାନ ଉଦ୍ଭାବନ କଲେ ଚାଷୀ

ରଘୁନାଥପୁର,୯ା୧୨(ଡି.ଏନ୍‌.ଏ.):ଦୀର୍ଘବର୍ଷର ସଂଘର୍ଷ ପରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ ସଫଳ ଚାଷୀ ଅଶୋକ କୁମାର ବାରିକଙ୍କୁ ସଫଳତା ମିଳିଛି। ବୈଜ୍ଞାନିକ ନ ହୋଇବି ନିଜ ପ୍ରଚେଷ୍ଟାରେ ରତ୍ନମେଣ୍ଟି ଧାନ ଉଦ୍ଭାବନ କରି କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ ଡିପାର୍ଟମେଣ୍ଟ ପକ୍ଷରୁ ପ୍ରମାଣ ପତ୍ର ପାଇଛନ୍ତି। ଏକ ଗରିବ ପରିବାରରେ ଅଶୋକଙ୍କ ଜନ୍ମ ହୋଇଥିଲା। ମେଧାବୀ ହୋଇବି ଅର୍ଥ ଅଭାବରୁ ଷଷ୍ଠ ଶ୍ରେଣୀରୁ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଥିଲା। ଶେଷରେ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଚାଷ ପ୍ରତି ମନୋନିବେଶ କରିଥିଲେ। ଚାଷ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ଲାଲସଂସ୍ଥାରେ (ଲିଭ ଆଣ୍ଡ ଲେଟ୍‌ ଲିଭ)ସଦସ୍ୟ ଭାବେ ଯୋଗ ଦେଇଥିଲେ। ଉକ୍ତ ସଂସ୍ଥାକୁ ଆସୁଥିବା ଏନ୍‌ଆର୍‌ଆର୍‌ଆଇ ଏବଂ ଓୟୁଏଟି ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସି ୨୦୦୭ରେ ନିଜେ ଚାଷ କରୁଥିବା ଜମିରୁ ଏକ ଗୁଣବତ୍ତା ପୂର୍ଣ୍ଣ ଧାନକାନ୍ଦି ଉଦ୍ଭାବନ କରିଥିଲେ। ଏହା ପରଠୁ ସାତବର୍ଷ ଧରି ଉକ୍ତ ଧାନ କାନ୍ଦିକୁ ନିଜ ଜମି ତଥା ଲାଲସଂସ୍ଥା ଫାର୍ମରେ ଚାଷ କରି ସଫଳତା ପାଇଥିଲେ। ଅନୁଷ୍ଠାନକୁ ଆସୁଥିବା ବୈଜ୍ଞାନିକମାନେ ମଧ୍ୟ ଏଥିରେ ପୂର୍ଣ୍ଣ ସହାୟତା କରିଥିଲେ। ଏହି ଧାନର ନାମ ରତ୍ନମେଣ୍ଟି ରଖାଯାଇଥିଲା।୨୦୧୪ରୁ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏହି ଧାନକୁ ସଫଳତାର ସହ ଚାଷ କରାଯାଇ ଭଲ ଅମଳ ହୋଇଥିଲା। ୨୦୧୭ରେ ଓୟୁଏଟି ପକ୍ଷରୁ ରତ୍ନମେଣ୍ଟି ଧାନର ନମୁନା କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ ଡିପାର୍ଟମେଣ୍ଟକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଶେଷରେ ଗତ ୪ ମାର୍ଚ୍ଚ ୨୦୨୨ରେ ଏଥିରେ ମୋହର ବାଜିଥିଲା। ଏସମ୍ପର୍କିତ ପ୍ରମାଣପତ୍ର ୭ ଦିନ ପୂର୍ବେ ଅଶୋକଙ୍କୁ ମିଳିଛି। ରତ୍ନମେଣ୍ଟି ଧାନ ଦେଶୀ ପ୍ରଜାତି ବିହନରୁ ସୃଷ୍ଟି। ଚାଷୀ ଏହାର ବିହନ ରଖି ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ଚାଷ କରିପାରିବ। ଏହାର ଅବଧି ୧୫୦ ଦିନ ହୋଇଥିବା ବେଳେ ଅଧିକ ଅମଳକ୍ଷମ। ଏହି ଧାନ ରୋଗପୋକ ସହଣୀ,ଅଧିକ ଓଜନଯୁକ୍ତ ଏବଂ ଚାଉଳ ସୁସ୍ବାଦୁ ବୋଲି ଅଶୋକ ପ୍ରକାଶ କରିଛନ୍ତି। ଲାଲସଂସ୍ଥାର ଆବାହକ କ୍ଷେତ୍ରମୋହନ ବେହେରା ଏବଂ ଏନଆର୍‌ଆର୍‌ଆଇ, ଓୟୁଏଟିର ସହଯୋଗୀ ବୈଜ୍ଞାନିକ ପାଇଁ ଏହି ଧାନ ଉଦ୍ଭାବନ ସମ୍ଭବ ହୋଇପାରିଛି ବୋଲି ଅଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

ପ୍ରେସିଡେଣ୍ଟ ହାଉସରେ ଆୟୋଜିତ ଡିନରରେ କାହିଁକି ରାହୁଲଙ୍କୁ ମିଳିଲା ନାହିଁ ନିମନ୍ତ୍ରଣ? ଜଣାପଡିଲା କାରଣ

ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମୟରେ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ କେରଳ କଂଗ୍ରେସର ଏକ ପୋଷ୍ଟ ରାଜନୈତିକ ଏବଂ...

ପରିଚିତଙ୍କ ହାତରେ ପଦବୀ

ଭବିଷ୍ୟତରେ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନକରିବା ପାଇଁ ସବୁଠାରୁ ନିରାପଦ ଉପାୟ ଉପରେ ଆନ୍ଧ୍ରପ୍ରଦେଶ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏଥିରେ ଏହାର ଶ୍ରେଷ୍ଠ ବାବୁମାନଙ୍କ ପାଇଁ ରହୁଥିବା...

ଧାନ ବିକ୍ରି ସମସ୍ୟା, ତାତିଲା କଂଗ୍ରେସ

ବରଗଡ଼,୬।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ନାନା ସମସ୍ୟା ଲାଗି ରହିଛି। ଏଥିପାଇଁ ଚାଷୀମାନଙ୍କୁ ବହୁ ହଇରାଣ ହରକତ ହେବାକୁ ପଡୁଛି।...

ପାକିସ୍ତାନ ସଂସଦରେ ପଶିଲା ଗଧ, ୟୁସୁଫ ରାଜା କହିଲେ, ‘ଜୀବଜନ୍ତୁମାନେ ମଧ୍ୟ ଆଇନ ଉପରେ ନିଜର ମତାମତ ଦେବାକୁ ଆସିଛନ୍ତି’

ଇସଲାମାବାଦ,୬।୧୨: ଡିସେମ୍ବର ୫ରେ, ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ କିନ୍ତୁ ପ୍ରକାଶ୍ୟ ସୁରକ୍ଷା ତ୍ରୁଟି ଦେଖାଦେଲା। ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri