ରତ୍ନମେଣ୍ଟି ଧାନ ଉଦ୍ଭାବନ କଲେ ଚାଷୀ

ରଘୁନାଥପୁର,୯ା୧୨(ଡି.ଏନ୍‌.ଏ.):ଦୀର୍ଘବର୍ଷର ସଂଘର୍ଷ ପରେ ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ ରେଢୁଆ ନୂଆଗଡ଼ସ୍ଥିତ ସଫଳ ଚାଷୀ ଅଶୋକ କୁମାର ବାରିକଙ୍କୁ ସଫଳତା ମିଳିଛି। ବୈଜ୍ଞାନିକ ନ ହୋଇବି ନିଜ ପ୍ରଚେଷ୍ଟାରେ ରତ୍ନମେଣ୍ଟି ଧାନ ଉଦ୍ଭାବନ କରି କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ ଡିପାର୍ଟମେଣ୍ଟ ପକ୍ଷରୁ ପ୍ରମାଣ ପତ୍ର ପାଇଛନ୍ତି। ଏକ ଗରିବ ପରିବାରରେ ଅଶୋକଙ୍କ ଜନ୍ମ ହୋଇଥିଲା। ମେଧାବୀ ହୋଇବି ଅର୍ଥ ଅଭାବରୁ ଷଷ୍ଠ ଶ୍ରେଣୀରୁ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧି ହୋଇଯାଇଥିଲା। ଶେଷରେ ବାପାଙ୍କୁ ସାହାଯ୍ୟ କରିବାକୁ ଯାଇ ଚାଷ ପ୍ରତି ମନୋନିବେଶ କରିଥିଲେ। ଚାଷ ସମ୍ପର୍କିତ ଜ୍ଞାନ ଆହରଣ ପାଇଁ କୃଷି ଓ କୃଷକଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ଲାଲସଂସ୍ଥାରେ (ଲିଭ ଆଣ୍ଡ ଲେଟ୍‌ ଲିଭ)ସଦସ୍ୟ ଭାବେ ଯୋଗ ଦେଇଥିଲେ। ଉକ୍ତ ସଂସ୍ଥାକୁ ଆସୁଥିବା ଏନ୍‌ଆର୍‌ଆର୍‌ଆଇ ଏବଂ ଓୟୁଏଟି ବୈଜ୍ଞାନିକଙ୍କ ସଂସ୍ପର୍ଶରେ ଆସି ୨୦୦୭ରେ ନିଜେ ଚାଷ କରୁଥିବା ଜମିରୁ ଏକ ଗୁଣବତ୍ତା ପୂର୍ଣ୍ଣ ଧାନକାନ୍ଦି ଉଦ୍ଭାବନ କରିଥିଲେ। ଏହା ପରଠୁ ସାତବର୍ଷ ଧରି ଉକ୍ତ ଧାନ କାନ୍ଦିକୁ ନିଜ ଜମି ତଥା ଲାଲସଂସ୍ଥା ଫାର୍ମରେ ଚାଷ କରି ସଫଳତା ପାଇଥିଲେ। ଅନୁଷ୍ଠାନକୁ ଆସୁଥିବା ବୈଜ୍ଞାନିକମାନେ ମଧ୍ୟ ଏଥିରେ ପୂର୍ଣ୍ଣ ସହାୟତା କରିଥିଲେ। ଏହି ଧାନର ନାମ ରତ୍ନମେଣ୍ଟି ରଖାଯାଇଥିଲା।୨୦୧୪ରୁ ୧୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ଏହି ଧାନକୁ ସଫଳତାର ସହ ଚାଷ କରାଯାଇ ଭଲ ଅମଳ ହୋଇଥିଲା। ୨୦୧୭ରେ ଓୟୁଏଟି ପକ୍ଷରୁ ରତ୍ନମେଣ୍ଟି ଧାନର ନମୁନା କେନ୍ଦ୍ର ସରକାରଙ୍କ ପ୍ଲାଣ୍ଟ ଭେରାଇଟିଜ ରେଜିଷ୍ଟ୍ରେଶନ ଡିପାର୍ଟମେଣ୍ଟକୁ ପରୀକ୍ଷା ପାଇଁ ପଠାଯାଇଥିଲା। ଶେଷରେ ଗତ ୪ ମାର୍ଚ୍ଚ ୨୦୨୨ରେ ଏଥିରେ ମୋହର ବାଜିଥିଲା। ଏସମ୍ପର୍କିତ ପ୍ରମାଣପତ୍ର ୭ ଦିନ ପୂର୍ବେ ଅଶୋକଙ୍କୁ ମିଳିଛି। ରତ୍ନମେଣ୍ଟି ଧାନ ଦେଶୀ ପ୍ରଜାତି ବିହନରୁ ସୃଷ୍ଟି। ଚାଷୀ ଏହାର ବିହନ ରଖି ୫ ରୁ ୭ ବର୍ଷ ପର୍ଯ୍ୟନ୍ତ ଚାଷ କରିପାରିବ। ଏହାର ଅବଧି ୧୫୦ ଦିନ ହୋଇଥିବା ବେଳେ ଅଧିକ ଅମଳକ୍ଷମ। ଏହି ଧାନ ରୋଗପୋକ ସହଣୀ,ଅଧିକ ଓଜନଯୁକ୍ତ ଏବଂ ଚାଉଳ ସୁସ୍ବାଦୁ ବୋଲି ଅଶୋକ ପ୍ରକାଶ କରିଛନ୍ତି। ଲାଲସଂସ୍ଥାର ଆବାହକ କ୍ଷେତ୍ରମୋହନ ବେହେରା ଏବଂ ଏନଆର୍‌ଆର୍‌ଆଇ, ଓୟୁଏଟିର ସହଯୋଗୀ ବୈଜ୍ଞାନିକ ପାଇଁ ଏହି ଧାନ ଉଦ୍ଭାବନ ସମ୍ଭବ ହୋଇପାରିଛି ବୋଲି ଅଶୋକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri