ମଣ୍ଡି ଖୋଲିଲା, ଧାନ ଉଠିଲାନି

ଖୋର୍ଦ୍ଧା ଅଫିସ,୧୩ା୧: ଖୋର୍ଦ୍ଧା ଜିଲାରେ ବହୁ ବିଳମ୍ବରେ ବୁଧବାର ଧାନମଣ୍ଡିର ଶୁଭାରମ୍ଭ ହୋଇଛି। ତେବେ ଆରମ୍ଭରୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। ମଣ୍ଡି ଖୋଲିଲା, କିନ୍ତୁ ଧାନ ଉଠି ପାରିଲା ନାହିଁ। ଧାନର ମାନକୁ ନେଇ ପ୍ରଶ୍ନ ଉଠାଇଥିଲେ ମିଲର୍ସ। ଫଳରେ ଚାଷୀ ଧାନ ବିକ୍ରି କରିପାରି ନ ଥିଲେ। ଏଣୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଭିନ୍ନ ଚାଷୀ ସଙ୍ଗଠନ ଏହାକୁ ବିରୋଧ କରିଛନ୍ତି। ଅନ୍ୟପକ୍ଷରେ ଖରିଫ ଧାନକିଣା ଲକ୍ଷ୍ୟ ପୂରଣ ନେଇ ଆଶଙ୍କା ଦେଖାଦେଇଛି।
ସୂଚନା ଅନୁଯାୟୀ, ଖୋର୍ଦ୍ଧା ବ୍ଲକ ମଳିପଡ଼ା କମ୍ପୁର ପ୍ରାଥମିକ ସେବା ସମବାୟ ସମିତି (ପ୍ୟାକ୍ସ)ରେ ୨୦୨୧-୨୨ ଖରିଫ ଧାନକ୍ରୟ କାର୍ଯ୍ୟକ୍ରମକୁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉଦ୍‌ଘାଟନ କରିଥିଲେ। ଡିଆର୍‌ସିଏସ୍‌ ଅଳକାନନ୍ଦା ଜେନା, ଏଆରସିଏସ୍‌ ଅନନ୍ତ କୁମାର ନାୟକ, ଏସ୍‌ଏଆର୍‌ସିଏସ୍‌ ବିଷ୍ଣୁ ପ୍ରସାଦ ମିଶ୍ର, ଆର୍‌ଏମ୍‌ସି ସମ୍ପାଦକ ପ୍ରବୋଧ କୁମାର ସାହୁ, ଖୋର୍ଦ୍ଧା ସମବାୟ କେନ୍ଦ୍ର ବ୍ୟାଙ୍କର ଲଳିତ କୁମାର କର, ପ୍ୟାକ୍ସ ଜିଲା ସଭାପତି ବିଶ୍ୱନାଥ ମହାରଣା, ବ୍ଲକ ସମ୍ପାଦକ ଧଜ ସାମନ୍ତରାୟ, ଚାଷୀ ନେତା ଶୈଳେଶ ବଳିଆରସିଂ ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଖୋର୍ଦ୍ଧା ଜିଲାରେ ୧୫ ଲକ୍ଷ କୁଇଣ୍ଟାଲ ଖରିଫ ଧାନ କ୍ରୟ ଲାଗି ଜିଲା ଯୋଗାଣ ବିଭାଗ ଲକ୍ଷ୍ୟ ରଖିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧୨ଲକ୍ଷ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ମିଳିଛି। ୧୩୯ଟି ପ୍ୟାକ୍ସରେ ଧାନ କିଣାଯିବ। ଧାନ ବିକ୍ରି ଲାଗି ଜିଲାରେ ପ୍ରାୟ ୪୬ହଜାର ଚାଷୀ ପଞ୍ଜୀକୃତ କରିଛନ୍ତି। ଜିଲାରେ ଧାନକ୍ରୟ ଲାଗି ୧୬ ମିଲରଙ୍କୁ ପ୍ରଶାସନ ଚିହ୍ନଟ କରିଛି। ତେବେ ଏପର୍ଯ୍ୟନ୍ତ ମାତ୍ର ୬ ମିଲର ପଞ୍ଜୀକରଣ କରିଛନ୍ତି। ମିଲର୍ସ ଓ ଜିଲା ଯୋଗାଣ ବିଭାଗ ମଧ୍ୟରେ ବୁଝାମଣା ଅଭାବରୁ ପୂର୍ବ ନିର୍ଦ୍ଧାରିତ ତାରିଖରେ ଧାନ ଉଠିପାରିଲା ନାହିଁ।

ନିରାଶ ହୋଇ ଫେରିଲେ ଚାଷୀ
ପ୍ରଥମ ଦିନରେ କମ୍ପୁର ପ୍ୟାକ୍ସକୁ ଜଗନ୍ନାଥ ସିଂ ୧୦ କୁଇଣ୍ଟାଲ ଏବଂ କୃଷ୍ଣଚନ୍ଦ୍ର ମୁଦୁଲି ୧୭ କୁଇଣ୍ଟାଲ ଧାନ ଆଣିଥିଲେ। ସେଠାରେ ଉପସ୍ଥିତ ଥିବା ମିଲରମାନେ ହଠାତ୍‌ ଧାନର ମାନ ଠିକ ନ ଥିବା କହି ଧାନ ଉଠାଇବାକୁ ମନା କରିଥିଲେ। ଏନେଇ ଚାଷୀମାନେ ଯୋଗାଣ ଅଧିକାରୀ ଓ ଜିଲାପାଳଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଫଳରେ ଚାଷୀ ନିରାଶ ହୋଇ ଫେରିଥିଲେ। ଚାଷୀ ଦ୍ୱୟ କହିଛନ୍ତି, ଧାନବିକ୍ରି ଲାଗି ଖଳାରୁ ମଣ୍ଡିକୁ ଆଣିବା ପାଇଁ ମୂଲମଜୁରି ଓ ଟ୍ରାକ୍ଟର ଭଡ଼ା ବାବଦକୁ ପ୍ରାୟ ୨ହଜାର ଟଙ୍କା ଲେଖାଏ ଖର୍ଚ୍ଚ କରିଥିଲେ।

ଅଭାବୀ ବିକ୍ରି ସମସ୍ୟା ଉପୁଜିପାରେ
ଏ ନେଇ ଚାଷୀ ନେତା ଶୈଳେଶ ବଳିଆରସିଂ କହିଛନ୍ତି, ଅନାବୃଷ୍ଟି, ଅଦିନିଆ ବର୍ଷା, ବନ୍ୟା ପରେ ବାତ୍ୟା ଯୋଗୁ ଚାଷୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ଧାନ ଅମଳ କରିଛନ୍ତି। ଧାନର ମାନ ଭଲ ନ ଥିବା କହି ଯଦି କିଣାଯିବ ନାହିଁ ତେବେ ଚାଷୀ କ’ଣ କରିବେ। ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେବା ଦେଖା ଗଲାଣି। ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ସେହିପରି ଭାଜପା କୃଷକ ମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ କହିଛନ୍ତି, ମଣ୍ଡିରେ ମିଲରଙ୍କ ରାଜ୍‌ ଚାଲିଛି। କେଉଁ ଧାନ ଓ କେତେ ପରିମାଣ ଉଠାଯିବ, ତାହା ମିଲର ସ୍ଥିର କରୁଛନ୍ତି। ଚାଷୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ ନାହିଁ। ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହୋଇଗଲା, ତେଣୁ ସରକାର ସେଥିରେ ବ୍ୟସ୍ତ। ତେବେ ଚାଷୀଙ୍କ ସ୍ବାର୍ଥ ପାଇଁ ଭାଜପା ରାସ୍ତାକୁ ଓହ୍ଲାଇବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା ପ୍ରଭାତ ବିଶ୍ୱାଳ: ପାଣ୍ଡିଆନ ଦମ୍ପତିଙ୍କ ପ୍ରତି ଅବିଚାର ହେଲେ ମୁଁ…

ଭୁବନେଶ୍ୱର,୨୬।୧୨: ବିଜେଡି ପ୍ରତିଷ୍ଠା ଦିବସରେ ଦଳର ନେତା ପ୍ରଭାତ ବିଶ୍ୱାଳଙ୍କ ଖୋଲା ମଞ୍ଚରେ ବଡ଼ ବୟାନ ଦେଇଛନ୍ତି ପ୍ରଭାତ ବିଶ୍ୱାଳ। ସେ ବିଜେଡି ନେତାଙ୍କୁ ଧୋଇଛନ୍ତି...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଯାତ୍ରା ପୂବରୁ ଆଖିବୁଜିଲେ ଖଳନାୟକ, ଛାତିରେ ହେଲା ଯନ୍ତ୍ରଣା…

ନୂଆପଡ଼ା/ଜଗତସିଂହପୁର,୨୬।୧୨(ମକାରୁ ବେମାଲ ): ଯାତ୍ରା ଖଳନାୟକ ନରେନ୍ଦ୍ର ଦାସଙ୍କ ଆକସ୍ମିକ ଦେହାନ୍ତ ହୋଇଛି। ଅଭିନୟ କରିବାକୁ ନୂଆପଡ଼ା ଯାଇଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ହୋଇଥିଲା।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri