ଚାଷ ଫୁଟାଉଛି ହସ

ବଲାଙ୍ଗୀର,୧।୧୦(ବୀରେନ୍ଦ୍ର କୁମାର ଝାଙ୍କର)ନୂଆଁଖାଇ ତିହାର ପରେ ବଲାଙ୍ଗୀର ଜିଲାର ଦାଦନ ଶ୍ରମିକ ସମସ୍ୟା ଚର୍ଚ୍ଚାକୁ ଆସିଯାଏ। ଜିଲାରୁ ବହୁ ଦାଦନ ଶ୍ରମିକ ରାଜ୍ୟ ବାହାରକୁ କାମ ଅନ୍ବେଷଣରେ ଚାଲିଯାଆନ୍ତି। ଦଶନ୍ଧି ଦଶନ୍ଧି ଧରି ଏହି ସାମୂହିକ ଶ୍ରମିକ ପଳାୟନ ମୁଣ୍ଡବ୍ୟଥାର କାରଣ ପାଲଟିଛି। ତେବେ ଏହି ଜିଲାରେ ଏଭଳି ଅନେକ ପରିବାର ରହିଛନ୍ତି, ଯେଉଁମାନେ କେବେ ଦାଦନ ଶ୍ରମିକ ନ ହୋଇ ଭିଟାମାଟିରେ କୃଷି କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଆଧୁନିକ ପ୍ରଣାଳୀରେ ଚାଷକରି ବେଶ୍‌ ସଫଳତା ପାଇଛନ୍ତି, ଲାଭବାନ ବି ହେଉଛନ୍ତି। କହିବାକୁ ଗଲେ ସେମାନଙ୍କ ମୁହଁରେ ଚାଷ ଫୁଟାଇଛି ହସ। ସମସ୍ତେ ମିଳିମିଶି ଚାଷ କରିବା ଫଳରେ ପାରିବାରିକ ଜୀବନରେ ଏକତା ସୃଷ୍ଟି ହୋଇଛି।
ବଲାଙ୍ଗୀର ସଦର ବ୍ଲକ ଝାଙ୍କରପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ମରପାଚି-ମରେଇ ପରିବାର ଏକ ସଫଳ କୃଷି ଜୀବନର ଅନନ୍ୟ ଉଦାହରଣ ପାଲଟିଛନ୍ତି। କୃଷି କିଭଳି ସେମାନଙ୍କ ଯୌଥ ଜୀବନକୁ ସମୃଦ୍ଧ ଓ ସ୍ବାଭିମାନୀ କରିଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସିଆଲବାହାଲି ଗାଁର ଅନାଦୀ ମରପାଚି (୫୦) ଜଣେ ସାଧାରଣ ଚାଷୀ। ସେମାନେ ପାଞ୍ଚ ଭାଇ। ଅନାଦୀ, ବୀଣା, ମୋହନ, ଚହନ ଓ ଶ୍ୟାମ। ସମସ୍ତେ ବିବାହିତ, ପିଲାଛୁଆ ଅଛନ୍ତି। ଶିକ୍ଷକତା କରୁଥିବା ସାନଭାଇ ଶ୍ୟାମଙ୍କୁ ଛାଡିଦେଲେ ଅନ୍ୟ ଚାରିଭାଇ କୃଷି କାର୍ଯ୍ୟରେ ନିମଗ୍ନ ଅଛନ୍ତି। ଗାଁର ନନ୍ଦୀ ମରେଇ (୫୫) ଓ ଅନାଦୀ ସମ୍ପର୍କରେ ଶଳା-ଭିଣୋଇ। ମାତ୍ର ଦୁଇ ମରପାଚି-ମରେଇ ପରିବାରର ସମସ୍ତ ସଦସ୍ୟ(ପିଲାଛୁଆ ମିଶି ୨୦ରୁ ଊର୍ଦ୍ଧ୍ୱ) ଗୋଟିଏ ପରିବାର ଭାବେ ରହିଆସୁଛନ୍ତି। ମାତ୍ର ଦୁଇ ମରପାଚି-ମରେଇ ପରିବାରର ସମସ୍ତ ସଦସ୍ୟ(ପିଲାଛୁଆ ମିଶି ୨୦ରୁ ଊର୍ଦ୍ଧ୍ୱ) ଗୋଟିଏ ପରିବାର ଭାବେ ରହିଆସୁଛନ୍ତି। ଘରର ମଙ୍ଗ ଧରିଛନ୍ତି ଅନାଦୀ ମରପାଚି। ସ୍କୁଲରେ ସୀମିତି ରହିଯାଇଛି ତାଙ୍କ ପାଠପଢ଼ା। ମାତ୍ର ସେ ହିଁ ପରିବାର ଓ ଚାଷବାସର ମାର୍ଗଦର୍ଶକ। ଉଭୟ ପରିବାରର ରହିଛି ପ୍ରାୟ ୮ ଏକର ଜମି। ବାହାଲ ଜମି ପ୍ରାୟ ତିନି ଏକର ଏବଂ ବାକି ହେଉଛି ଆଟ ଜମି। ବର୍ଷତମାମ ଚାଷରେ ମାତିଛନ୍ତି ଏହି ଦୁଇ ପରିବାରର ସଦସ୍ୟ। ସିଆଲବାହାଲି ଗଁାରୁ ପ୍ରାୟ ୧ କିଲୋମିଟର ଦୂରରେ ରହିଛି ତାଙ୍କ କ୍ଷେତବାଡି। ପ୍ରତିଦିନ ସକାଳୁ ସେଠାକୁ ଚାଲିଯାଆନ୍ତି। ଜମିରେ ଯେ ଯାହା କାମରେ ଲାଗିପଡନ୍ତି। ପୋଟଳ, ବାଇଗଣ, ଭେଣ୍ଡି, ଟମାଟୋ, ସଜନା, କଦଳୀ, ମାଖନ, ଜହ୍ନି, ମିର୍ଚ୍ଚା ଚାଷରେ ହସୁଛି କ୍ଷେତ। ଧାନ ଚାଷ ବି କରିଛନ୍ତି। ଲୁଣ, ତେଲ, ମସଲା ଛାଡିଦେଲେ ପ୍ରାୟତଃ ସବୁ ଜିନିଷ କ୍ଷେତରୁ ମିଳିଯାଏ। ଉପାର୍ଜିତ ପନିପରିବା ଧରି ଦୁଇଭାଇ ମୋହନ ଓ ଚହନ ବଲାଙ୍ଗୀର ଡେଲିମାର୍କେଟକୁ ଚାଲିଯାଆନ୍ତି। ସେଠାରେ ବେପାରୀଙ୍କୁ ପରିବା ଦେଇ ଫେରିଆସନ୍ତି। ଏହି ପରିବାରର କୌଣସି ଜଣେ ବି ସଦସ୍ୟ ଦାଦନ ଶ୍ରମିକ ହୋଇନାହାନ୍ତି କି ଅନ୍ୟ କାହା ଘରେ ମୂଲ ଲାଗିନାହାନ୍ତି। ଯେତିକି ଉପାର୍ଜନ କରନ୍ତି ସେଥିରେ ସମସ୍ତେ ଚଳିଯାଆନ୍ତି। ପରିବାର ସଦସ୍ୟଙ୍କ ପରିଶ୍ରମ ଦେଖି ଜିଲା ଉଦ୍ୟାନ ବିଭାଗ ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ସେମାନଙ୍କୁ ଅବଗତ କରାଯାଇଥିଲା। ଏବେ ସେମାନଙ୍କ ପାଖରେ ୨ଟି ପାତଳ ବୋରିଂ, ପାୱାର ୱିଡର ସହ ଅନ୍ୟାନ୍ୟ କୃଷି ଉପକରଣ, ପିଆଜ ସାଇତା ଘର, ପ୍ୟାକିଂ ହାଉସ, ପନିପରିବା ଶୀତଳ ଭଣ୍ଡାର ରହିଛି।
ଅନାଦୀ କହନ୍ତି, ଆଧୁନିକ କୃଷି ପ୍ରଣାଳୀ ପ୍ରୟୋଗ ପରେ ଏବେ ସେମାନଙ୍କ ଉପାର୍ଜନ ବଢ଼ିଛି। କଲେଜରେ ଦୁଇଟି ପିଲା ପାଠ ପଢୁଛନ୍ତି। ଅନ୍ୟ ପିଲାମାନେ ସ୍କୁଲରେ ପଢୁଛନ୍ତି। ଚାଷକାର୍ଯ୍ୟ ସେମାନଙ୍କୁ ଏକାଠି କରି ରଖିଛି ଏବଂ ଏକାଠି ଅଛନ୍ତି ବୋଲି ଚାଷ ସଫଳ ହେଉଛି। ଗୋଟିଏ ସିଜନ୍‌ରେ କେବଳ ପୋଟଳ କିଆରିରୁ ମିଳୁଛି ଦେଢ଼ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବୋଲି ସ୍ବାଭିମାନର ସହ କହନ୍ତି ଅନାଦୀ ଓ ନନ୍ଦୀ। ସରକାରୀ ଯୋଜନା ଓ ସହାୟତାର ସଫଳ ଉଦାହରଣ ପାଲଟିଛନ୍ତି ମରପାଚି-ମରେଇ ଯୌଥ ପରିବାର। ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ପ୍ରଫୁଲ୍ଲ କୁମାର ଭଞ୍ଜ କହିଛନ୍ତି, ଆଧୁନିକ କୃଷି ପଦ୍ଧତି ଆପଣେଇ ଏହି ପରିବାର ସଫଳ ହୋଇଛନ୍ତି। ଜିଲାପାଳ ଚଞ୍ଚଳ ରାଣା କହିଛନ୍ତି, ପ୍ରତିକୂଳ ପରିସ୍ଥିତିରେ ଏମାନେ ସଫଳ ହୋଇଛନ୍ତି ଓ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୬।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

ଭାରତ୍ତୋଳନରେ ଦୀପାରାଣୀଙ୍କୁ ରୌପ୍ୟ

ଚିକିଟି, ୨୭ା୩ (ପ୍ରକାଶ ଚନ୍ଦ୍ର ସାହୁ ): ଛତିଶଗଡ ରାଇପୁର ସ୍ଥିତ ପଣ୍ଡିତ ରବି ଶଙ୍କର ବିଶ୍ୱ ବିଦ୍ୟାଳୟର ଖେଳ ପଡ଼ିଆ ପରିସରରେ ଗୁରୁବାର ଜାତୀୟସ୍ତରୀୟ ଉଦ୍‌ଘାଟିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri