ପ୍ରଥମ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ଦିତୀୟ ବିବାହ କରିଛନ୍ତି ଏହି ପ୍ରସିଦ୍ଧ ଗାୟିକା

ମୁମ୍ବାଇ: ଆଜି ଅର୍ଥାତ୍‌ ଅଗଷ୍ଟ ୧୪ରେ ବଲିଉଡ୍‌ର ସଫଳ ଗାୟିକା ସୁନିଧି ଚୌହାନଙ୍କ ଜନ୍ମଦିନ। ୧୯୮୩ ମସିହାରେ ସୁନିଧି ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳୁ ଫିଲ୍ମରେ ଗୀତ ଗାଇ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଆଜିର ଏହି ଖାସ୍‌ ଦିନରେ ଜାଣନ୍ତୁ ସୁନିଧିଙ୍କ ବିଷୟରେ କିଛି କଥା…
ସୁନିଧି ତାଙ୍କର ନିଆରା କଣ୍ଠସ୍ବରରେ ଶ୍ରୋତାଙ୍କୁ ବାନ୍ଧି ରଖିଛନ୍ତି। ସେ ବଲିଉଡ୍‌ରେ ଅନେକ ହିନ୍ଦୀ ଗୀତ ଗାଇଥିବା ବେଳେ ମରାଠୀ, କନ୍ନଡ, ତେଲୁଗୁ, ତାମିଲ, ପଞ୍ଜାବୀ, ବଙ୍ଗାଳୀ, ଆସାମ, ନେପାଳୀ ଏବଂ ଊର୍ଦ୍ଦୁ ଭାଷାରେ ମଧ୍ୟ ଗୀତ ଗାଇଛନ୍ତି। ସେ ଜଣେ ଫ୍ୟାଶନ ଆଇକନ ମଧ୍ୟ।
ସୁନିଧିଙ୍କ ପିତା ଜଣେ ଥିଏଟର କଳାକାର ଥିଲେ। ସୁନିଧି ୪ ବର୍ଷ ବୟସରୁ ଷ୍ଟେଜ ଶୋ’ ଏବଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲେ। ୧୬ ବର୍ଷ ବୟସରେ ସୁନିଧିଙ୍କୁ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ତାଙ୍କ ଫିଲ୍ମ ‘ମସ୍ତ’ରେ ସୁଯୋଗ ଦେଇଥିଲେ। ଏହି ଫିଲ୍ମର ସମସ୍ତ ଗୀତ ସୁପରହିଟ୍‌ ହୋଇଥିଲା। ୨୧୦୩ରେ ଏସିଆର ଟପ୍‌ ୫୦ ସେକ୍ସିଷ୍ଟ ଲେଡିଜରେ ସୁନିଧି ସ୍ଥାନ ପାଇଥିଲେ। ସୁନିଧିଙ୍କ ପ୍ରକୃତ ନାମ ନିଧି ଚୌହାନ କିନ୍ତୁ କଲ୍ୟାଣଜୀଙ୍କ ଏକାଡେମୀରୁ ବାହାରିଥିବା ସମସ୍ତଙ୍କ ନାମ‘S’ ରୁ ଆରମ୍ଭ ହୋଇଥିବା ସେ ସୁନିଧି ହୋଇଥିଲେ।

‘ରୁକି ରୁକି ସି ଜିନ୍ଦେଗୀ’ ପାଇଁ ସୁନିଧିଙ୍କୁ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଥିଲା। ସୁନିଧି ବର୍ତ୍ତମାନ ୩୦୦୦ରୁ ଅଧିକ ଗୀତ ଗାଇଛନ୍ତି। ସୁନିଧିଙ୍କ କ୍ୟାରିୟର ବହୁତ ଭଲ ଥିଲା। କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତ୍ତନ ଘଟିଥିଲା। ସୁନିଧି ତାଙ୍କଠାରୁ ୧୪ ବର୍ଷ ବଡ଼ ନିର୍ଦ୍ଦେଶକ ବବି ଖାନ୍‌ଙ୍କୁ ୧୮ ବର୍ଷ ବୟସରେ ବିବାହ କରିଥିଲେ। ମାତ୍ର ଦୁଇ ଜଣଙ୍କ ବୈବାହିକ ଜୀବନ ବେଶୀଦିନ ତିଷ୍ଠି ନ ଥିଲା। ବିବାହର ୧ ବର୍ଷ ପରେ ଦୁଇଜଣଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଯାଇଥିଲା।

ପୁଣି ଥରେ ୯ ବର୍ଷ ପରେ ସଙ୍ଗୀତ ନିର୍ଦ୍ଦେଶକ ହିତେଶ ସୋନିକଙ୍କୁ ବିବାହ କରିଥିଲେ। ସୁନିଧିଙ୍କଠାରୁ ହିତେଶ ମଧ୍ୟ ୧୪ ବର୍ଷ ବଡ଼। ହିତେଶ ସୁନିଧିଙ୍କର ପିଲାଦିନର ବନ୍ଧୁ ଥିଲେ। ଉଭୟ ୧୫ ବର୍ଷ ଧରି ପରସ୍ପରକୁ ଜାଣିଥିଲେ। ୧ ଜାନୁୟାରୀ ୨୦୧୮ରେ ସୁନିଧି ପୁଅ ତେଗ୍‌ଙ୍କୁ ଜନ୍ମ ଦେଇଛନ୍ତି। ତାଙ୍କ ସହ ହିତେଶଙ୍କ ସମ୍ପର୍କ ଠିକ୍‌ ନୁହେଁ ବୋଲି କୁହାଯାଉଥିଲା କିନ୍ତୁ ପରେ ହିତେଶ ସମସ୍ତ ଗୁଜବକୁ ବନ୍ଦ କରିଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ଖେମୁଣ୍ଡି କଲେଜରେ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି …

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଶକ୍ତିଶ୍ରୀ ମହିଳା ସଶକ୍ତିକରଣ ସେଲ୍ ପକ୍ଷରୁ ମହିଳାଙ୍କ ଆର୍ଥିକ ଅଭିବୃଦ୍ଧି ଓ ବ୍ୟାଙ୍କ ସମ୍ପର୍କିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri