ସୁନା ମୁକୁଟରେ ଝଲସିବେ ମା’ ସୌଭାଗ୍ୟଲକ୍ଷ୍ମୀ

ଢେଙ୍କାନାଳ,୧୭ା୧୦(ରତନ ନାୟାର): ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା ଉତ୍ସବ ଆସନ୍ତା ୨୮ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତବର୍ଷ ୩୯ଟି ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ଙ୍କ ପୂଜା କରାଯିବବ। ଏଥିପାଇଁ ପ୍ରସ୍ତୁତି ଜୋର୍‌ ଧରିଛି। ଢେଙ୍କାନାଳ ସହର ଏବେଠାରୁ ଚଳଚଞ୍ଚଳ ହୋଇଉଠିଛି। ଏହି ଉପଲକ୍ଷେ ସହରର ୪ନଂ. ପୂଜା ପ୍ରତିଷ୍ଠାନ ଗଣେଶ ବଜାର ପୂଜା କମିଟି ପକ୍ଷରୁ ଚଳିତବର୍ଷ ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହୀରକ ଜୟନ୍ତୀ ଉତ୍ସବ ଧୁମଧାମରେ ପାଳନ କରାଯିବ। ପୂଜା କମିଟି ପକ୍ଷରୁ ୧କେଜି ୧୦୦ ଗ୍ରାମର ସୁନା ମୁକୁଟ ମା’ଙ୍କ ପାଇଁ ନିର୍ମାଣ ସରିଛି। ଏଥିପାଇଁ ପ୍ରାୟ ଦେଢ଼ କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇଛି ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଚଳିତବର୍ଷ ଗଣେଶ ବଜାର ପୂଜା ପ୍ରତିଷ୍ଠାନ ପକ୍ଷରୁ ମା’ ସୌଭାଗ୍ୟଲକ୍ଷ୍ମୀଙ୍କୁ ସ୍ବର୍ଣ୍ଣ ଅଳଙ୍କାର ଲାଗି କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଛି। ସୁବର୍ଣ୍ଣ ମୁକୁଟ ନିର୍ମାଣ କରାଯାଇଥିବା ବେଳେ ପୂର୍ବରୁ ଗୋଟିଏ ହାର, ସିନ୍ଥି, କାନଫୁଲ ଆଦି ରହିଛି। ଗତ ୨୦୧୮ ମସିହାରେ ୨ କୁଇଣ୍ଟଲ ୭୫ କେଜିର ଚାନ୍ଦିରେ ମେଢ କରାଯାଇଥିଲା। ସେହିପରି ଚଳିତବର୍ଷ ମଧ୍ୟ ତାମିଲନାଡୁର କୋଏମ୍ବାଟୁରଠାରେ ଥିବା ବିଶାଳ ଶିବଙ୍କ ମୂର୍ତ୍ତି ସଦୃଶ ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ୧୫ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି। ସେହିପରି ଢେଙ୍କାନାଳରେ ହାତୀ-ମଣିଷ ବିବାଦ ରାଜ୍ୟରେ ପ୍ରଥମ ସ୍ଥାନରେ ରହିଥିବାରୁ ହାତୀ-ମଣିଷ ଉଭୟ ସୁରକ୍ଷିତ ରହିବା ପାଇଁ ସଚେତନତାର ବାର୍ତ୍ତା ପ୍ରଦାନ ନିମନ୍ତେ ପାର୍ଶ୍ୱ ମୂର୍ତ୍ତି ମଧ୍ୟ ନିର୍ମାଣ କରାଯାଉଛି। ଚଳିତବର୍ଷ ୯ଦିନ ବ୍ୟାପୀ ହୀରକ ଜୟନ୍ତୀ ଉତ୍ସବ ପାଳନ କରାଯିବ। ଭସାଣି ଉତ୍ସବରେ ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟକୁ ପ୍ରାଧାନ୍ୟ ଦିଆଯିବ। ବିଶେଷକରି ପୂଜା ପ୍ରତିଷ୍ଠାନ ପକ୍ଷରୁ କେରଳ, ମହାରାଷ୍ଟ୍ର ସମେତ ଓଡ଼ିଶାର ବିଭିନ୍ନ ଜିଲାର ପାରମ୍ପରିକ ଲୋକବାଦ୍ୟ ଓ ନୃତ୍ୟକୁ ସାମିଲ କରାଯିିବ ବୋଲି ସମ୍ପାଦକ ବିଶ୍ୱନାଥ ବେହେରା ସୂଚନା ଦେଇଛନ୍ତି। ୧୯୪୮ରେ ପ୍ରଥମେ ଗଣେଶ ବଜାର ପୂଜା କମିଟି ପକ୍ଷରୁ ପୂଜା ପାଳନ କରାଯାଇଥିବା ବେଳେ ଦେବଦାରୁ ଡାଳରେ ଛାମୁଣ୍ଡିଆ କରାଯାଇଥିଲା। ସେ ସମୟରେ ୫୬ ଟଙ୍କା ଖର୍ଚ୍ଚ ହୋଇଥିଲା। ସ୍ବର୍ଗତ ବାବାଜୀ ମଧୁସୂଦନ ଦାସ, ଦଣ୍ଡପାଣୀ ଦୋରା, କୁଞ୍ଜ ବିହାରୀ ସାହୁ, ଶ୍ୟାମସୁନ୍ଦର ସାହୁ, ନାଥ ସାହୁ, ମାୟାଧର ନାୟକ, ରଘୁନାଥ ମହାରଣା, ଶ୍ରୀଧର ବାରିକ ପ୍ରମୁଖ ପୂଜା ଉତ୍ସବ ଆରମ୍ଭ କରିଥିଲେ। ବର୍ତମାନ ପ୍ରତିଯୋଗିତାମୂଳକ ଯୁଗରେ କଂକ୍ରିଟ ପୂଜା ମଣ୍ଡପରେ ରଙ୍ଗିନ ଆଲୋକମାଳା, ବିଶାଳ ତୋରଣ ଏବଂ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମକୁ ନେଇ ପ୍ରାୟ ଅଢେଇ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ପୂଜା କମିଟି ଅଧ୍ୟକ୍ଷ ଶେଖ ହୁସେନ, ସଭାପତି ବସନ୍ତ ସାହୁ, କାର୍ଯ୍ୟକାରୀ ସଭାପତି ଶରତ କୁମାର ସାହୁ, ସମ୍ପାଦକ ବିଶ୍ୱନାଥ ବେହେରା, ଟ୍ରଷ୍ଟ ଅଧ୍ୟକ୍ଷ ଶେଖ ନଇମ୍‌, ଟ୍ରଷ୍ଟ ସମ୍ପାଦକ ଅତୁଲ କୁମାର ନାୟକ ଓ ପୂଜା କମିଟି ସଦସ୍ୟ ଜି. ଶଙ୍କର ଦୋରା ପ୍ରମୁଖ ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri