Posted inଖେଳ

ପିତାଙ୍କୁ ହରାଇବା ପରେ ୫ ଦିନ ପର୍ଯ୍ୟନ୍ତ ନିଖୋଜ ଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ବ୍ରିସବେନ୍‌,୧୩।୧: ଅଷ୍ଟ୍ରେଲିଆ ଗସ୍ତରେ ହନୁମା ବିହାରୀ ଅନେକ ସମାଲୋଚନାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ଖରାପ ବ୍ୟାଟିଂ ପାଇଁ ଏବଂ ପରେ ଖରାପ ଫିଲ୍ଡିଂ ପାଇଁ । ପ୍ରଶଂସକମାନେ ଏହା ମଧ୍ୟ କହିଥିଲେ ଯେ ବିହାରୀ ଅନ୍ତର୍ଜାତୀୟ ସ୍ତରର ଖେଳାଳି ନୁହଁନ୍ତି। ସିଡନୀ ଟେଷ୍ଟର ଶେଷ ଦିନରେ ସେ ଆର ଅଶ୍ୱିନଙ୍କ ସହ ଦୃଢ ଇନିଂସ ଖେଳି ପ୍ରତ୍ୟେକ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଥିଲେ। ସିଡନୀ ଟେଷ୍ଟର ପଞ୍ଚମ ଦିନରେ ୪୦୭ ରନର ଟାର୍ଗେଟକୁ ପିଛା କରୁଥିବା ଟିମ ଇଣ୍ଡିଆ ରିଷଭ ପନ୍ତ ଏବଂ ଚେତେଶ୍ୱର ପୂଜାରାଙ୍କୁ ଆଉଟ୍‌ ପରେ ପକାଇ ଅସୁବିଧାରେ ପଡ଼ିଥିଲା।
ଦଳ ପରାଜୟର ସଙ୍କଟ ଦେଇ ଗତି କରୁଥିଲା। ଏଭଳି ପରିସ୍ଥିତିରେ ଅଶ୍ୱିନ ଏବଂ ବିହାରୀ ବ୍ୟାଟିଂ କରି ଦିନର ଖେଳ ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହି ମ୍ୟାଚ ଡ୍ର କରିଥିଲେ। ହନୁମା ୨୩ ରନରେ ଏବଂ ଅଶ୍ୱିନ ୩୯ରନରେ ଅପରାଜିତ ରହିଥିଲେ। ଏହା ପରେ ବିହାରୀଙ୍କ ଉତ୍ସାହ ଚାରିଆଡ଼େ ପ୍ରଶଂସିତ ହେଉଛି। ସେ ବ୍ୟାଟିଂ ସମୟରେ ହାମଷ୍ଟ୍ରିଂ ଆଘାତ ସହ ବ୍ୟାଟିଂ କରୁଥିଲେ। ଏହା ସତ୍ତ୍ୱେ ସେ ୧୬୧ ବଲର ସମ୍ମୁଖୀନ ହୋଇଥିଲେ ୨୩ ରନ୍‌ କରିଥିଲେ ତାଙ୍କ ଆଘାତ ଏତେ ଗୁରୁତର ହୋଇଥିଲା ଯେ ମ୍ୟାଚ ସରିବା ପରେ ଡ୍ରେସିଂ ରୁମକୁ ଫେରୁଥିବାବେଳେ ସେ ବ୍ୟାଟ ସହାୟତା ନେଇ ଫେରୁଥିଲେ। ସମସ୍ତେ ବିହାରୀଙ୍କ ସାହସକୁ ସଲାମ କରୁଥିଲେ। ଛୋଟ ବେଳୁ ମଧ୍ୟ ସେ ବେଶ୍‌ ସଂଘର୍ଷ କରିଥିଲେ। ତାଙ୍କୁ ମାତ୍ର ୧୨ ବର୍ଷ ହୋଇଥିବାବେଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା। ପିତାଙ୍କ ମୃତ୍ୟୁରେ ବିହାରୀ ଏତେ ଭାଙ୍ଗି ଯାଇଥିଲେ ଯେ, ସେ ପ୍ରାୟ ୫ ଦିନ ନିଖୋଜ ଥିଲେ। ଏହା ପରେ ତାଙ୍କ ମା’ ଜାଣିବାକୁ ପାଇଲେ ଯେ ସେ ଏହି ସମୟରେ ସ୍କୁଲ ଦଳ ପକ୍ଷରୁ ମ୍ୟାଚ ଖେଲି ଜିତିଛନ୍ତି। ସେ ସେହି ମ୍ୟାଚରେ ୮୨ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ବିଜେଡି କାର୍ଯ୍ୟକାରିଣୀରେ ସ୍ଥାନ ପାଇଲେ ପାଟଣା ନିର୍ବାଚନମଣ୍ଡଳୀର ତୁଙ୍ଗ ନେତା

ପାଟଣା,୨୮ା୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜେଡିର ନୂତନ ଜିଲା କାର୍ଯ୍ୟକାରୀ କମିଟିକୁ ବିଜେଡି ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକ ପୁନର୍ଗଠନ କରିଛନ୍ତି। ଏହି...

୧୦୨ ହୋମ୍‌ଗାର୍ଡ ପଦବୀ ପାଇଁ ୪୦୪୦ ପରୀକ୍ଷାର୍ଥୀ, ଚାଲିଛି ଲିଖିତ ପରୀକ୍ଷା

ଝାରସୁଗୁଡ଼ା,୨୮ା୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ରବିବାର ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଛି। ଏହି ପରୀକ୍ଷାରେ ମୋଟ୍‌...

ନେତାନ୍ୟାହୁ-ଟ୍ରମ୍ପଙ୍କ ସାକ୍ଷାତ ପୂର୍ବରୁ ମାସୁଦ୍‌ଙ୍କ ବଡ଼ ଘୋଷଣା: କହିଲେ ଆମ ଦେଶ ଏବେ ଯୁଦ୍ଧ ପାଇଁ…

ତେହରାନ,୨୮ା୧୨: ଇରାନ ରାଷ୍ଟ୍ରପତି ମାସୁଦ୍‌ ପେଜେସ୍କିଆନ କହିଛନ୍ତି, ତାଙ୍କ ଦେଶ ବର୍ତ୍ତମାନ ଆମେରିକା, ଇସ୍ରାଏଲ ଏବଂ ୟୁରୋପ ସହିତ ଏକ ପୂର୍ଣ୍ଣାଙ୍ଗ ଯୁଦ୍ଧରେ ଲିପ୍ତ। ସୋମବାର...

ଭରସା କଲେ ନବୀନ: ସିଲୁଙ୍କୁ ମିଳିଲା ଗୁରୁଦାୟତ୍ୱ, କହିଲେ…

କେସିଙ୍ଗା,୨୮।୧୨(ତୁମେଶ୍ୱର ସାହୁ): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ...

ଶୀତ ମହୋତ୍ସବ ଲାଗି ଗାଁ ଗାଁରେ ଉତ୍କଣ୍ଠା, ଉତ୍ସାହ

ଦାରିଙ୍ଗବାଡି, ୨୮।୧୨ (ଅରୁଣ ସାହୁ ): ଆଉ କିଛି ଦିନର ଅପେକ୍ଷା। ଶୀତ ମହୋତ୍ସବ ୨୦୨୬ ପାଇଁ ଦାରିଙ୍ଗବାଡି ଏବେ ଠାରୁ ଉତ୍ସବମୁଖର ହୋଇପଡିଛି। ଗାଁ...

ଧନୁଯାତ୍ରା ରାଜ ଦରବାରରେ ଉଚ୍ଚଶିକ୍ଷା, ସଂସ୍କୃତି ମନ୍ତ୍ରୀ କହିଲେ ଅସ୍ମିତାର କଥା…

ମଥୁରାନଗରୀ,୨୮।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଚତୁର୍ଥ ଦିବସରେ ଗୋପପୁର ଦୃଶ୍ୟାଭନିନୟ ଗୁଡ଼ିକ ଚିତ୍ତାକର୍ଷକ ଥିଲା। କୃଷ୍ଣଙ୍କ ବାଲ୍ୟଲୀଳା ଦେଖିବାକୁ ନାହିଁ...

ଚୋରକୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିଲେ ଲୋକେ, ପ୍ରବଳ ମାଡ଼ ମାରିବା ପରେ…

ଭଦ୍ରକ,୨୮ା୧୨(ସନାତନ ରାଉତ): ଚୋରି କରୁଥିବାବେଳେ ଜଣେ ନିଶାଡ଼ି ଯୁବକଙ୍କୁ କାବୁ କରି ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଲେ ଗ୍ରାମବାସୀ। ପ୍ରବଳ ମାଡ଼ ମାରିବା ପରେ ପୋଲିସକୁ...

ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, କଂଗ୍ରେସ ପତାକା ଉପରେ ଢାଙ୍କି ଦେଇ ନେତା…

ଦାରିଙ୍ଗବାଡ଼ି,୨୮ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଓଡ଼ିଶା ଡ୍ରାଇଭର ମହାସଂଘର ଉପସଭାପତି ସନ୍ତୋଷ ଦିଗାଲଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପ୍ରକାଶ ଯେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri