Posted inଖେଳ

କ୍ରିକେଟ୍‌କୁ ବାଏ ବାଏ କହିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଅକଲାଣ୍ଡ,୧୨।୫: ନ୍ୟୁଜିଲାଣ୍ଡର ଉଇକେଟ କିପର ବିଜେ ୱାଟଲିଂ କ୍ରିକେଟର୍‌ରୁ ଅବସର ଘୋଷଣା କରିଛନ୍ତି। ଭାରତ ବିପକ୍ଷରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଅନ୍ତିମ ମ୍ୟାଚ ପରେ ୱାଟଲିଂ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ। ୱାଟଲିଂ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ନ୍ୟୁଜିଲାଣ୍ଡ କ୍ରିକେଟର ସଫଳତା ପାଇଁ ୱାଟଲିଂ ପ୍ରମୁଖ ଯୋଗଦାନ ଦେଇଛନ୍ତି। ବ୍ରେଣ୍ଡନ ମ୍ୟାକକାଲମଙ୍କ ଅବସର ପରେ ୱାଟଲିଂ ନ୍ୟୁଜିଲାଣ୍ଡ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଭାବରେ ଉଭା ହୋଇଥିଲେ। ୨୦୦୯ରେ ଟେଷ୍ଟ ଡେବ୍ୟୁ କରିଥିବା ୱାଟଲିଂ ଟେଷ୍ଟ କ୍ରିକେଟ ରେ ହାରାହାରି ୩୮.୧୧ ରନ ସଂଗ୍ରହ କରି ୮ ଶତକ ଏବଂ ୧୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ୱାଟଲିଙ୍ଗ ନ୍ୟୁଜିଲାଣ୍ଡ ପାଇଁ ୫ଟି -୨୦ ଏବଂ ୨୮ଟି ଏକଦିବସୀୟ ଖେଳିଛନ୍ତି। ୱାଟଲିଂ ନ୍ୟୁଜିଲାଣ୍ଡର ସଙ୍କଟମୋଚକ ଭାବରେ ଜଣାଶୁଣା। ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମସନ ମଧ୍ୟ ତାଙ୍କୁ ଜଣେ ବଡ ବ୍ୟାଟ୍ସମ୍ୟାନ ଭାବରେ ବିବେଚନା କରନ୍ତି। ଥରେ ୱିଲିୟମସନଙ୍କୁ ପଚରାଗଲା, ଯଦି ତାଙ୍କ ଜୀବନ ବଞ୍ଚାଇବା ପାଇଁ ତାଙ୍କୁ ଜଣେ ବ୍ୟାଟ୍ସମ୍ୟାନ ବାଛିବାକୁ ପଡିବ, ତେବେ ସେ କିଏ ହେବେ? ୱିଲିୟମ୍ସନ ୱାଟଲିଂଙ୍କ ନାମ ନେଇଥିଲେ।
ସୂଚନାଯୋଗ୍ୟ, ବିଜୁ ୱାଟଲିଙ୍ଗ ଦକ୍ଷିଣ ଆଫ୍ରିକାର ଡର୍ବାନରେ ଜନ୍ମଗ୍ରହଣ କରିଥିଲେ, କିନ୍ତୁ ତାଙ୍କୁ ୧୦ ବର୍ଷ ହୋଇଥିଲାବେଳେ ତାଙ୍କ ପରିବାର ନ୍ୟୁଜିଲାଣ୍ଡକୁ ପଳାଇ ଆସିଥିଲେ। ୱାଟଲିଂ ନ୍ୟୁଜିଲାଣ୍ଡରେ କ୍ରିକେଟ ଶିଖିଥିଲେ। ୨୦୦୮ ରେ, ସେ ହାମିଲଟନ ସିନିୟର କ୍ଲବ ପାଇଁ ଖେଳିବାବେଳେ ୩୭୮ ରନର ଏକ ବିରାଟ ଇନିଂସ ଖେଳିଥିଲେ। ୨୦୦୪ ମସିହାରେ ୱାଟଲିଂ ନ୍ୟୁଜିଲାଣ୍ଡ ପାଇଁ ଟି -୨୦ ବିଶ୍ୱକପ ମଧ୍ୟ ଖେଳିଥିଲେ। ୱାଟଲିଂ ହାରାହାରି ୪୪.୬୬ ରେ ୨୬୮ ରନ ସ୍କୋର କରିଥିଲେ। ୱାଟଲିଂ ଏହି ବିଶ୍ୱକପ୍‌ରେ ସ୍କଟଲ୍ୟାଣ୍ଡ ବିପକ୍ଷରେ ୧୫୪ ରନ୍‌ର ଏକ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଂସଙ୍କ ମଥୁରା ଭ୍ରମଣ, ନନ୍ଦ ଦରବାର ଉଦ୍‌ଘାଟିତ

ମଥୁରାନଗରୀ/ଗୋପପୁର,୨୭।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ଶୁକ୍ରବାର ଥିଲା ତୃତୀୟ ଦିବସ। ଅନ୍ୟଦିନ ଭଳି କଂସ ମହାରାଜ ନିଜ ପାତ୍ରମନ୍ତ୍ରୀଙ୍କ ସହିତ ରାଜମହଲରୁ...

ଜାହାଜକୁ ଆରେଷ୍ଟ କର: ବଡ଼ ରାୟ ଦେଲେ ହାଇକୋର୍ଟ

କଟକ,୨୭।୧୨(କାର୍ତ୍ତିକ ସାହୁ):ପାରାଦୀପ ବନ୍ଦରରେ ଅଟକିଥିବା ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମ୍‌.ଏସ୍‌. ରମଣଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ...

ମୀନ ରାଶିରେ ଚନ୍ଦ୍ରଦେବ, ବର୍ଷର ଶେଷ ଶନିବାରରେ କନ୍ୟା ରାଶି ସମେତ ଏହି ରାଶି ପାଇଁ ଶୁଭ

ଆଜି ଭାବପ୍ରବଣ ସଚେତନତା ଏବଂ ନୀରବ ଆତ୍ମନିରୀକ୍ଷଣର ଦିନ। ମୀନ ରାଶିରେ ଚନ୍ଦ୍ରର ଭ୍ରମଣ ସହାନୁଭୂତି, କଳ୍ପନା ଏବଂ ଆନ୍ତରିକ ଶାନ୍ତିକୁ ପ୍ରୋତ୍ସାହିତ କରେ। ଆଜିର...

କେନ୍ଦ୍ରର କଣ୍ଟ ଜାନୁଆରୀ ୩୧: ସମ୍ପତ୍ତି ତାଲିକା ଦାଖଲ ନ କଲେ….

ନୂଆଦିଲ୍ଲୀ,୨୭ା୧୨ (ପି.ଟି.):ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀମାନେ ଉପଯୁକ୍ତ ସମୟ ମଧ୍ୟରେ ନିଜ ସମ୍ପତ୍ତି ତାଲିକା ଦାଖଲ କରିବେ। ଏଥିରେ ବିଫଳ ହେଲେ ବାବୁମାନଙ୍କ ବିରୋଧରେ...

ଆଜି ଓଡ଼ିଶା ଆସୁଛନ୍ତି ଭାରତର ନିର୍ବାଚନ କମିଶନର, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ

ଭୁବନେଶ୍ୱର, ୨୭|୧୨(ସୁନିତ୍‌ ମିଶ୍ର):  ଭାରତର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଶନିବାରଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଶନିବାର ସେ ପୁରୀରେ...

୩୦ ବ୍ଲକରୁ ଘୁଞ୍ଚିବ ଦାଦନ ଦୁଃଖ: ଶ୍ରମିକଙ୍କୁ ମିଳିବ ୯୮ ଟଙ୍କାର ଟପ୍‌ଅପ୍‌

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା):ରାଜ୍ୟକୁ ଦାଦନମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବାକୁ ଯୋଜନା ରହିଛି। ରାଜ୍ୟ ସରକାର ବଲାଙ୍ଗୀର ଅଞ୍ଚଳର...

ଏହି ରାଶି ଉପରେ ଶନିଙ୍କ ପ୍ରକୋପ, ସାଢେ ସତୀ ଚାଲିରେ ବରବାଦ ହୋଇଯିବେ!

୨୦୨୬ରେ, ଶନି ସାରା ବର୍ଷ ପାଇଁ ମୀନ ରାଶିରେ ଭ୍ରମଣ କରିବେ, ଯାହା ଫଳରେ ମେଷ, ମୀନ ଏବଂ କୁମ୍ଭ ରାଶି ଶନିଙ୍କ ସାଡେ ସତୀ...

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri